କଙ୍ଗୋରେ M-23 ନେତାଙ୍କ ବୈଠକରେ ବିସ୍ଫୋରଣ, ଅନେକ ମୃତାହତ ଆଶଙ୍କା

Published By : Prameya-News7 Bureau | February 27, 2025 IST

ବୁକାଭୁ ୨୭।୨: ପୂର୍ବ କଙ୍ଗୋରେ ଏମ-୨୩ ବିଦ୍ରୋହୀ ସମୂହଙ୍କ ନେତା ଓ ସ୍ଥାନୀୟ ବାସିନ୍ଦାଙ୍କ ବୈଠକରେ ଗୁରୁବାର ବିସ୍ଫୋରଣ ହୋଇଛି। ଫଳରେ ଅନେକ ଲୋକ ମୃତାହତ ହୋଇଥିବାର ଆଶଙ୍କା କରାଯାଉଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପୋଷ୍ଟରେ ବୁକାଭୁ ବୈଠକରୁ ଲୋକଙ୍କ ପଳାୟନ ଓ ପଡି ରହିଥିବା ରକ୍ତଜୁଡୁବୁଡୁ ଶବ ଦେଖାଯାଉଛି। ଏହି ବିସ୍ଫୋରଣ କାଳରେ ଏମ-୨୩ ନେତା ବୁକାଭୁ ବାସିନ୍ଦାଙ୍କ ସହିତ ବୈଠକ କରୁଥିଲେ। 

ଏହି ବିସ୍ଫୋରଣରେ କେହି ମୃତାହତ ହୋଇଛନ୍ତି କି ନା ତାହା ତୁରନ୍ତ ପୁଷ୍ଟି ହୋଇପାରିନାହିଁ।  କୁହାଯାଉଛି ବୈଠକରେ ବିଦ୍ରୋହୀ ନେତାଙ୍କ ମଧ୍ୟରେ ‘କଙ୍ଗୋ ରିଭର ଏଲାଏନ୍ସ’ (ଏଏଫସି) ନେତା କର୍ଣ୍ଣିଲେ ନାଙ୍ଗା ମଧ୍ୟ ଉପସ୍ଥିତ ଥିଲେ। ଏଏଫସିରେ ଏମ-୨୩ ମଧ୍ୟ ସାମିଲ ରହିଛି। ଏମ-୨୩ର ବିଦ୍ରୋହୀମାନେ ଏବେ ମୁଖ୍ୟ ସହରାଞ୍ଚଳମାନଙ୍କୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ଏଥି ପାଇଁ ହୋଇଥିବା ସଂଘର୍ଷରେ ପାଖାପାଖି ୩ ହଜାର ଲୋକେ ପ୍ରାଣ ହରାଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.