ନୂଆଦିଲ୍ଲୀ ୧୩।୧୨: ଗୋରା ହେବା ପାଇଁ ପ୍ରତିଦିନ ଭିନ୍ନ ଭିନ୍ନ ପ୍ରଡକ୍ଟର ବିଜ୍ଞାପନ ସାମ୍ନାକୁ ଆସୁଛି । ମହିଳା ହୁଅନ୍ତୁ କି ପୁରୁଷ ଏହାକୁ ଲଗାଇ ଗୋରା ହେବା ପାଇଁ ଚାହିଁଥାନ୍ତି । ଖାସ୍ କରି ପୁରୁଷମାନେ କିଏ ଫେୟାର ଆଣ୍ଡ ଲଭଲି ବ୍ଯବହାର କରେ ତ ପୁଣି କିଏ ଫେୟାର ଆଣ୍ଡ ହେଣ୍ଡସମ । କିନ୍ତୁ ବର୍ତ୍ତମାନ ଫେୟାର ଆଣ୍ଡ ହେଣ୍ଡସମଙ୍କୁ ନେଇ ସାମ୍ନାକୁ ଆସିଛି ଏକ ରୋଚକ ଖବର ।
ନିଖିଲ ଜୈନ ନାମକ ଜଣେ ଯୁବକ ନିଖିଲ ଜୈନ ନାମକ ଜଣେ ଯୁବକ ଫେୟାର ହେଣ୍ଡସମଙ୍କୁ ନେଇ ମାମଲା ଦାୟର କରିଥିଲେ । ସେ ୨୦୧୩ରେ ଗୋରା ହେବା ଲାଗି ୭୯ ଟଙ୍କା ଦେଇ ଇମାମିର ଫେୟାର ଆଣ୍ଡ ହ୍ୟାଣ୍ଡସମ କ୍ରିମ କିଣିଥିଲେ । ହେଲେ କ୍ରିମ ଲଗାଇବା ପରେ ତାଙ୍କ ସ୍କିନରେ କୌଣସି ପରିବର୍ତ୍ତନ ହୋଇନଥିଲା। ୨୦୧୩ସେ ଏନେଇ ମାମାଲ ରୁଜୁ କରିଥିଲେ ।
କମ୍ପାନୀ ଏହା ଉପରେ ଅନେକ ଯୁକ୍ତିତର୍କ କରିଥିଲା । କମ୍ପାନୀ କୌଣସି ତର୍କକୁ ସ୍ୱୀକାର କରିନଥିଲେ । କମ୍ପାନୀ କହିଥିଲା କି ତାହା ସହ ଜଡିତ କୌଣସି କଥା ପ୍ରଡକ୍ଟର ପ୍ୟାକେଜିଂ ଏବଂ ପରିମାଣ ଉପରେ ଲେଖାଯାଇନଥିଲା।
ତେବେ ୨୦୧୩ର ଏହି ମାମଲାର ଉପରେ କୋର୍ଟ କମ୍ପାନୀ ବିରୋଧରେ ନିଷ୍ପତ୍ତି ଶୁଣାଇଛନ୍ତି । ଦିଲ୍ଲୀର ଏକ କଞ୍ଜ୍ୟୁମର କୋର୍ଟ ଅନୈତିକ ବ୍ୟାପାର ଚଳାଇବା ପାଇଁ ଇମାମି ଲିମିଟେଡ୍ ଉପରେ ୧୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ।