ମାଲକାନଗିରି ୩୧/୭: ମାଲକାନଗିରି ଚାଷୀଙ୍କୁ ମିଳିବ କ୍ଷତିପୂରଣ । ସପ୍ତଦଶ ବିଧାନସଭାର ଅଷ୍ଟମ ଦିନରେ କୃଷି ବିଭାଗ ଉପରେ ଆଲୋଚନା କରି ଏପରି କହିଛନ୍ତି କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ । ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ କ୍ଷତିପୂରଣ । ରାଜସ୍ବ ନୀରିକ୍ଷକଙ୍କ ରିପୋର୍ଟ ଆଧାରରେ କ୍ଷତିପୂରଣ ମିଳିବ ।
ରିପୋର୍ଟ ମିଳିବା ପରେ ତୁରନ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ । ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି କୃଷିମନ୍ତ୍ରୀ । ସେହିପରି କୃଷିମନ୍ତ୍ରୀ କହିଛନ୍ତି ନକଲି ବିହନ ଯୋଗାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗୃହରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖି କହିଛନ୍ତି କୃଷିମନ୍ତ୍ରୀ ।