ନୂଆଦିଲ୍ଲୀ: ଆଇନରେ ଫସଲର ଏମଏମପି ଗ୍ୟାରେଣ୍ଟି ନେଇ ଶମ୍ଭୁ ସୀମାରେ ଚାଷୀଙ୍କ ଆନ୍ଦୋଳନ ଜାରି । ଶନିବାର ୧୦୧ ଚାଷୀଙ୍କ ଏକ ଗ୍ରୁପ୍ ହକ୍ ପାଇଁ ରାଜଧାନୀ ଦିଲ୍ଲୀକୁ ମାର୍ଚ୍ଚ ଆରମ୍ଭ କରିଥିଲେ । ହେଲେ ପୋଲିସ୍ ଆନ୍ଦୋଳନରତ ଚାଷୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ପଞ୍ଜାବ-ହରିୟାଣା ବୋର୍ଡରରେ ଚାଷୀ ବ୍ୟାରିକେଡ୍ ଭାଙ୍ଗି ଧଶେଇ ପଶିବାକୁ ପ୍ରାୟସ କରୁଥିବା ବେଳେ ପୋଲିସ ସେମାନଙ୍କ ଉପରକୁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବା ସହିତ ପାଣି ମାଡ଼ କରିଥିଲା । ଏଥିରେ ୮ଜଣ ଚାଷୀ ଆହତ ହୋଇଥିବାର ସୂଚନା ମିଳିଛି ।
ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ୩୦୭ ଦିନରେ ପହଞ୍ଚିଛି । ହକ୍ ପାଇଁ ଲଢେଇ ଜାରି ରଖିଛନ୍ତି ହଜାର ହଜାର ଚାଷୀ । ଏବେ ସଂସଦର ଶୀତ ଅଧିବେଶନ ଚାଲୁଥିବା ବେଳେ ଦାବି ପୂରଣ ପାଇଁ ‘ଦିଲ୍ଲୀ ଚଲୋ’ ଆରମ୍ଭ କରିଛନ୍ତି ଚାଷୀ ସଂଗଠନ । ମାତ୍ର ସେମାନଙ୍କୁ ରୋକିବା ପାଇଁ ସୁରକ୍ଷାବାହିନୀର ଦିଲ୍ଲୀର ସମସ୍ତ ସୀମାକୁ ସିଲ୍ କରିଛି । ସମସ୍ତ ପ୍ରବେଶ ପଥରେ ବ୍ୟାରିକେଡ୍ ଲାଗିଛି । ବର୍ଡର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ହେବା ସହିତ ସୀମାକୁ ଲାଗି କରିଥିବା ଗାଁରେ ଇଣ୍ଟରନେଟ୍ ସେବାକୁ ରାତି ୧୨ଟା ଯାଏ ବନ୍ଦ କରାଯାଇଛି ।
ଚାଷୀ ନେତା ଶରଓ୍ବାନ ସିଂହ ପ୍ରତିକ୍ରିୟା ଦେଇ କହିଛନ୍ତି, ହକ୍ ପାଇଁ ଦେଶର ସମସ୍ତ ଚାଷୀ ଆନ୍ଦୋଳନକୁ ଓହ୍ଲାଇବା ଦରକାର । ଏଭଳି କଲେ ପୋଲିସ ଲୁହବୁହା ଗ୍ୟାସ୍, ପାଣି ମାଡ଼ ବନ୍ଦ ଏବଂ ଚାଷୀଙ୍କୁ ଦିଲ୍ଲୀ ପ୍ରବେଶ ପାଇଁ ଅନୁମତି । ଏହା ସହିତ ଆଇନରେ ଫସଲର ଏମଏମପି ଗ୍ୟାରେଣ୍ଟି ଦାବି ପୂରଣ ହେବା ବୋଲି ଚାଷୀ ନେତା କହିଛନ୍ତି ।....