ନୂଆଦିଲ୍ଲୀ ୧୩/୧୨: ଶୁକ୍ରବାର ଚାଲିପାରିନି ପାର୍ଲାମେଣ୍ଟ । ଦିନକ ପାଇଁ ଗୃହ ମୁଲତବୀ । ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କ ବିରୋଧରେ କଂଗ୍ରେସ ଓ ସହଯୋଗୀ ଦଳ ଗୁଡିକ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଯାହାକୁ ନେଇ ହୋଇଥିଲା ହଟ୍ଟଗୋଳ । ଅନାସ୍ଥା ପ୍ରସ୍ତାବକୁ ନେଇ ଗୃହରେ ଅଧ୍ୟକ୍ଷ ଜଗଦୀପ ଧନକଡ ଓ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଧନକଡ କହିଥିଲେ ମୁଁ ଜଣେ କୃଷକଙ୍କ ପୁଅ । ମୁଁ ନଇଁବିନି । ମୁଁ ମୋ ଦେଶ ପାଇଁ ଜୀବନ ଦେଇଦେବି । ଆପଣମାନଙ୍କର ଦିନରାତି କେବଳ ଗୋଟିଏ ଚିନ୍ତା । କାହିଁକି ଜଣେ କୃଷକଙ୍କ ପୁଅ ରାଜ୍ୟସଭା ଅଧ୍ୟକ୍ଷ ପଦରେ ବସିଛନ୍ତି । ମୁଁ ବହୁତ ସହିଲି । ଆପଣମାନେ ପ୍ରସ୍ତାବ ଆଣିପାରିବେ । କିନ୍ତୁ ଆପଣମାନେ ସମ୍ବିଧାନକୁ ଅପମାନିତ କରୁଛନ୍ତି ।
ସେପଟେ କଂଗ୍ରେସ ମୁଖ୍ୟ ତଥା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଜଗଦୀପ ଧନକଡଙ୍କୁ ପାଲଟା ଜବାବ ଦେଇଛନ୍ତି । ସେ କହିଛନ୍ତି ଆପଣ ସେମାନଙ୍କୁ ଅନ୍ୟ ଦଳ ବିରୋଧରେ କହିବାକୁ ଉସକାଉଛନ୍ତି । ଅନ୍ୟ ଦଳ ମାନେ ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି ।ମୁଁ ବି ଶ୍ରମିକ ପୁଅ । ଆପଣଙ୍କ ଠାରୁ ଅଧିକ ସମସ୍ୟା ଦେଖିଛି । ଆପଣ ଆମ ଦଳର ନେତାଙ୍କୁ ଅପମାନିତ କରୁଛନ୍ତି । କଂଗ୍ରେସକୁ ଅପମାନିତ କରୁଛନ୍ତି । ଗୃହକୁ ଆମେ ପ୍ରଶଂସା ଶୁଣିବାକୁ ଆସିନୁ । ଆଲୋଚନା କରିବାକୁ ଆସିଛୁ । ୧୯୫୧ ମସିହା,ରାଜସ୍ଥାନର ଝୁନଝୁନର କିଠାନା ଗାଁର ଏକ କୃଷକ ପରିବାରରେ ଧନଖଡଙ୍କ ଜନ୍ମ । ତାଙ୍କ ବିରୋଧରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିବା ପରେ ବିଜେପି ଏହାକୁ ଜାଠ ସଂପ୍ରଦାୟ ଓ ସାଧାରଣ ଘରୁ ଆସିଥିବା କୃଷକଙ୍କ ପୁଅ ପ୍ରତି ଅସମ୍ମାନ ବୋଲି କୁହାଯାଇଛି ।