ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଶ୍ରାବସ୍ତୀରେ ଭୟଙ୍କର ସଡ଼କ ଦୁର୍ଘଟଣା। ଏଠାରେ ଜାତୀୟ ରାଜପଥରେ ଟେମ୍ପୋ ଏବଂ କାର୍ରେ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିଛି । ଏଥିରେ ପାଞ୍ଚ ଜଣକ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି। ଦୁର୍ଘଟଣାର ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି। ସେହିଭଳି ଉଦ୍ଧାର ପରେ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଛି।
ସୂଚନା ଅନୁଯାୟୀ, ଦୁର୍ଘଟଣା ଶନିବାର ଇକୌନା ନିକଟସ୍ଥ ଜାତୀୟ ରାଜପଥ ୧୩୦ରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କୁହାଯାଉଛି ଦୁଇ ଗାଡ଼ି ମଧ୍ୟରେ ଧକ୍କା ଏଭଳି ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ତିନି ଜଣକ ମୃତ୍ୟୁ ହୋଇଯାଇଥିଲା । ହସ୍ପିଟାଲରେ ଆଉ ଦୁଇ ଜଣକ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ଦୁଇ ଗାଡ଼ି ରାସ୍ତାର ପାର୍ଶ୍ବରେ ଥିବା ଏକ ଗାତକୁ ଖସିପଡ଼ିଥିଛି। ଦୁର୍ଘଟଣାରେ ଟେମ୍ପୋ ସଂପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଥିବାବେଳେ କାରର ସମ୍ମୁଖ ଭାଗ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।
ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଗାଡ଼ିରୁ ଶବ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରଯାଇଛି। ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଦ୍ରୁତ ଗତି କାରଣରୁ ଦୁଇ ଗାଡ଼ି ମଧ୍ୟରେ ଧକ୍କା ହୋଇଛି। ଅବଶ୍ୟ ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ, ଗାଡ଼ିରେ କୌଣସି ଯାନ୍ତ୍ରିକ ତ୍ରୁଟି ମଧ୍ୟ ରହିଥାଇପାରେ। ମୃତକଙ୍କ ପରିଜନଙ୍କୁ ସୂଚନା ପଠାଇଛି। ଦୁଇ ଗାଡ଼ି ମାଲିକଙ୍କ ଖୋଜ ଚାଲିଛି।