ଗୁଣିଗାରେଡି ସନ୍ଦେହ, ବୋହୂର ଟାଙ୍ଗିଆ ଚୋଟରେ ଶ୍ବଶୁର ଗୁରୁତର

Published By : Prameya-News7 Bureau | June 16, 2024 IST

ତେଲକୋଇ ୧୬।୬: ବୋହୂର ଟାଙ୍ଗିଆ ଚୋଟରେ ଶଶୁର ଗୁରୁତର । ଗୁଣିଗାରେଡି ସନ୍ଦେହରେ ଶନିବାର ବିଳମ୍ବିତ ରାତିରେ ଶ୍ବଶୁର ଶୋଇଥିବା ବେଳେ ଟାଙ୍ଗିଆରେ ବେକକୁ ଚୋଟ ମାରିଛି ବୋହୂ କୁନି ବେହେରା । ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ ବେଣାମୁଣ୍ଡା କୁମ୍ଭାର ସାହିରେ । 

ଶନିବାର ବିଳମ୍ବିତ ରାତିରେ ଖାଇସାରି ଶୋଇଥିବା ବେଳେ ବୋହୂ କୁନି ବେହେରା ଶ୍ବଶୁର ଆନନ୍ଦ ବେହେରାଙ୍କ ଉପରେ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଟାଙ୍ଗିଆରେ ଆନନ୍ଦଙ୍କ ବେକରେ ଚୋଟ ପକାଇଥିଲା । ଏଥିରେ ଆନନ୍ଦ ଚିତ୍କାର କରିବାରୁ ବୋହୂ ସେଠାରୁ ପଳାଇ ଯାଇଥିଲା । ପରିବାର ଲୋକେ ଆନନ୍ଦଙ୍କୁ ଉଦ୍ଧାର କରି ପ୍ରଥମେ ତେଲକୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆଗରୁ ମଧ୍ୟ ଶ୍ବଶୁର ଆନନ୍ଦଙ୍କୁ ବୋହୂ ବିଷ ଦେଇ ମାରିବା ପାଇଁ ଚେଷ୍ଟା କରିଥିବା କୁହାଯାଉଛି । ବୋହୂ କୁନିକୁ ପୋଲିସ ଅଟକ ରଖି ଅଧିକ ପଚରାଉଚରା କରୁଛି ।

You Can Read :

ଭାଇଚାରାର ସହର କଟକରେ ନିଆରା ପରମ୍ପରା, ରଜ ସଂକ୍ରାନ୍ତିରେ ଏକାଠି ଖାଇ ପଙ୍ଗତ ପାଳିଲେ କଟକବାସୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.