ଡିଜିଟାଲ ଆରେଷ୍ଟ ଏବଂ ଯୌନଶୋଷଣ ଠକେଇ ଅଭିଯୋଗରେ ଜଣେ ଗିରଫ, ନିଜକୁ କ୍ରାଇମବ୍ରାଞ୍ଚର ଅଧିକାରୀ କହି ଦେଉଥିଲା ଧମକ

NEWS7
father-sold-newborn-baby-boy-for-rs-60-thousand-allegation-in-jaleswar

ବ୍ରହ୍ମପୁର : ଡିଜିଟାଲ ଆରେଷ୍ଟ ଏବଂ ଯୌନଶୋଷଣ ଠକେଇ ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କଲା ପୋଲିସ। ଗିରଫ ଯୁବକ ଜଣକ ବାଲେଶ୍ୱର ରାଉତରା ଗାଁର ଚନ୍ଦନ କୁମାର ଜେନା।ଅଭିଯୁକ୍ତ ନିଜକୁ କ୍ରାଇମବ୍ରାଞ୍ଚ ଅଧିକାରୀ ବୋଲି ପରିଚୟ ଦେଇ ପୀଡ଼ିତାଙ୍କ "ନଗ୍ନ ଫଟୋ ଭାଇରାଲ କରିବା ଧମକ ସହ ଭୟଭୀତ କରି ୭୦ ହଜାର ଟଙ୍କା ଆଦାୟ କରିଥିଲା। ଏମିତିକି ପୀଡ଼ିତାଙ୍କୁ ନଗ୍ନ ଭିଡିଓ କଲ୍ କରିବାକୁ ବାଧ୍ୟ କରିବା ସହ ବ୍ଲାକମେଲ୍ ମାଧ୍ୟମରେ ଅତିରିକ୍ତ ୨ ଲକ୍ଷ ଟଙ୍କା ଆଦାୟ କରିବାକୁ ଚେଷ୍ଟା କରିଥିଲା।

ସୂଚନା ଅନୁସାରେ, ଗତ ୭ ତାରିଖରେ ପୀଡ଼ିତା ଜଣକ ସାଇବର ଥାନାରେ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ଜଣେ ଠକ ତାଙ୍କୁ ୩୧.୧୨.୨୦୨୫ରେ ଏକ ହ୍ୱାଟ୍ସଆପ୍ ନମ୍ବର ମାଧ୍ୟମରେ ଫୋନ୍ କରି ନିଜକୁ କ୍ରାଇମବ୍ରାଞ୍ଚର ପୋଲିସ ଅଧିକାରୀ ବୋଲି ଦାବି କରିଥିଲେ।

ତାଙ୍କର ନଗ୍ନ ଫଟୋ ବିଭିନ୍ନ ପର୍ଣ୍ଣ-ସାଇଟ୍ ଏବଂ ସୋସିଆଲ ମିଡିଆରେ ପ୍ରସାରିତ ହେଉଛି ଏବଂ ତାଙ୍କୁ କ୍ରାଇମବ୍ରାଞ୍ଚରେ ଏକ ମାମଲା ପଞ୍ଜିକୃତ ହେଉଛି ବୋଲି କହିଥିଲେ। ଆଉ "ସେଟେଲମେଣ୍ଟ ଫି" ନଦେଲେ ତୁରନ୍ତ ଗିରଫ କରାଯିବ ବୋଲି ଧମକ ସହ ଭୟଭୀତ କରାଇଥିଲେ। ପରେ ପୁଣି ଫୋନ୍ କରି ଯଦି ସେ ଅପରାଧିକ ଅଭିଯୋଗରୁ ବର୍ତ୍ତିବା ତଥା ଗିରଫଦାରୀକୁ ରୋକିବାକୁ ଚାହାଁନ୍ତି, ତେବେ ପ୍ରଥମେ ୭୦ ହଜାର ଟଙ୍କା ଜମା କରିବାକୁ ପଡ଼ିବ ବୋଲି କହିଥିଲେ। ଏମିତିରେ ଭୟରେ ପୀଡ଼ିତା ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ। ତେବେ ଏହା ପରେ ପୋଲିସରେ ଅଭିଯୋଗ କରିଥିଲେ ପୀଡ଼ିତା।