ଏହି ବିଶାଳ ଆକ୍ରମଣକୁ ରୋକିବାରେ ବିଫଳ ହୋଇଥିବାରୁ ହାଇତି ନାଗରିକ ଏବଂ ଗଣମାଧ୍ୟମ ପୁଲିସ ବାହିନୀର ନିଷ୍କ୍ରିୟତାକୁ କଡ଼ା ସମାଲୋଚନା କରିଛନ୍ତି। ପୁଲିସ ପ୍ରବକ୍ତା ଉଦ୍ଧାର ଅଭିଯାନର ଗୋପନୀୟତା ରଖି ଅଧିକ ସୂଚନା ଦେବାକୁ ମନା କରିଛନ୍ତି।
ବର୍ତ୍ତମାନ ପୋର୍ଟ-ଓ-ପ୍ରିନ୍ସର ପ୍ରାୟ ୭୦% ରୁ ଅଧିକ ଅଞ୍ଚଳ ଏବଂ ଆଖପାଖ ସହରଗୁଡ଼ିକ ସଶସ୍ତ୍ର ଗ୍ୟାଙ୍ଗଗୁଡ଼ିକର ନିୟନ୍ତ୍ରଣରେ ରହିଛି। ଗତ କିଛି ମାସ ମଧ୍ୟରେ ଏହି ହିଂସା ଯୋଗୁଁ ଲକ୍ଷ ଲକ୍ଷ ଲୋକ ଘରଦ୍ୱାର ଛାଡ଼ି ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି।
ବାସୁଦେବପୁର: ସାପ ସହ ହସ୍ପିଟାଲରେ ପହଞ୍ଚିଲେ ଗୁରୁତର ଯୁବକ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାସୁଦେବପୁର ବାଲିମେଦ ଗାଁରେ । ବିଷାକ୍ତ ସାପ କାମୁଡ଼ାରେ ଗାଁର କାଳନ୍ଦୀ ଜେନାଙ୍କ ପୁଅ ବିଜୟ ନାମକ ଯୁବକ ଗୁରୁତର ଆହତ ହୋଇଥିବା ବେଳେ, ଯୁବକ ଜଣଙ୍କ ସାପକୁ ଧରି ଡାକ୍ତରଖାନାରେ ପହଂଚିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁସାରେ, ବିଜୟଙ୍କ ଘର ସମ୍ମୁଖ ରାସ୍ତାରେ ସାଥୀମାନଙ୍କ ସହ ସନ୍ଧ୍ୟାରେ ବୁଲୁଥିବା ବେଳେ ଏକ ବିଷଧର ସାପ ତାଙ୍କ ପାଦକୁ କାମୁଡ଼ି ଦେଇଥିଲା। ତେବେ ସଙ୍ଗେ ସଙ୍ଗେ ମୋବାଇଲ ଟର୍ଚ୍ଚ ମାରି ସାପଟିକୁ ଠାବ କରିଥିଲେ। ଆଉ କୌଶଳକରି ସାପଟିକୁ ଧରି ଏକ ଡବାରେ ପୁରାଇ ନିଜେ ଡାକ୍ତରଖାନା ଆସିଥିଲେ। ବାସୁଦେବପୁର ଡାକ୍ତରଖାନରେ ପ୍ରାଥମିକ ଚିକିତ୍ସା ପରେ ତାକୁ ଅଧିକ ଚିକିତ୍ସା ପାଇଁ ଭଦ୍ରକ ପଠାଇ ଦିଆଯାଇଛି।
Also Read: ଏମିତି ବି ଆସେ ମୃତ୍ୟୁ, ଶବ ସହିତ ଆସି ଶବ ପାଲଟିଗଲେ​​​​​​​
ନୂଆଦିଲ୍ଲୀ: ଘରୋଇ ମାଟିରେ ଖେଳାଯାଉଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ନାମିବିଆ ତା’ର ଅପରାଜିତ ରେକର୍ଡ ବଜାୟ ରଖିଛି । ୱିଣ୍ଡହୋକ୍ରେ ଖେଳାଯାଇଥିବା ମ୍ୟାଚରେ, ନାମିବିଆ ପ୍ରଥମେ ବ୍ୟାଟିଂ କରି ୧୬୩ ରନ୍ କରିଥିଲା ଏବଂ ପରେ ନିଜର ଘାତକ ବୋଲିଂ ସାହାଯ୍ୟରେ ଲକ୍ଷ୍ୟ ରକ୍ଷା କରି ଏକ ସ୍ମରଣୀୟ ବିଜୟ ହାସଲ କରିଥିଲା । ଦକ୍ଷିଣ ଆଫ୍ରିକା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଏପର୍ଯ୍ୟନ୍ତ ନାମିବିଆ ବିପକ୍ଷରେ ଗୋଟିଏ ବି ମ୍ୟାଚ୍ ଜିତି ନାହିଁ ।
ନାମିବିଆ ଏକ ଦୃଢ଼ ଆରମ୍ଭ କରିଥିଲା । ଜାନ ଫ୍ରାଇଲିଙ୍କ୍ ଏବଂ ଲରେଣ୍ଟ ଷ୍ଟିନକାମ୍ପ ପାୱାରପ୍ଲେରେ ପ୍ରଥମ ୱିକେଟ ପାଇଁ ୫୭ ରନ ଏବଂ ୧୦ ଓଭରରେ ୮୪ ରନ ଯୋଡିଥିଲେ । ଫ୍ରାଇଲିଙ୍କ୍ ଅର୍ଦ୍ଧଶତକ ହାସଲ କରିଥିଲେ । ତେବେ ଦକ୍ଷିଣ ଆଫ୍ରିକାର ଅଧିନାୟକ ବିଜର୍ଣ୍ଣ ଫୋର୍ଟୁଇନ୍ (୨/୧୭) ଏବଂ ପ୍ରିନେଲାନ୍ ସୁବ୍ରାଏନ୍ (୩/୩୨)ଙ୍କ ସ୍ପିନ୍ ଯୋଡ଼ି ନାମିବିଆର ମଧ୍ୟକ୍ରମକୁ ଧ୍ୱଂସ କରିଦେଇଥିଲେ । ନାମିବିଆ ମାତ୍ର ୭୯ ରନରେ ସେମାନଙ୍କର ଶେଷ ନଅ ୱିକେଟ ହରାଇ ମାତ୍ର ୧୬୩ ରନ୍ କରି ଅଲଆଉଟ୍ ହୋଇଥିଲା । ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଲୁଥୋ ସିପାମଲା ହାମଷ୍ଟ୍ରିଙ୍ଗ୍ ଆଘାତ ଯୋଗୁଁ ଦ୍ୱିତୀୟ ଓଭରରେ ମ୍ୟାଚରୁ ବାଦ ପଡ଼ିଥିଲେ ।
୧୬୪ ରନର ଟାର୍ଗେଟ ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ନାମିବିଆର ବୋଲରମାନଙ୍କ ଚାପରେ ପଡ଼ିଥିଲା । ଅନୁଭବୀ ବୋଲର ରୁବେନ ଟ୍ରମ୍ପେଲମ୍ୟାନ୍ ଏବଂ ଜେଜେ ସ୍ମିଟ୍, ୨୧ ବର୍ଷୀୟ ଜ୍ୟାକ୍ ବ୍ରାସେଲ୍ ଏବଂ ୧୮ ବର୍ଷୀୟ ମ୍ୟାକ୍ସ ହିଙ୍ଗୋଙ୍କ ସହିତ ସଠିକ୍ ଲାଇନ୍ ଏବଂ ଲେନ୍ଥ ସହିତ ବୋଲିଂ କରିଥିଲେ । ଜୋର୍ଡାନ ହାରମାନ, ଲୁଆନ-ଡ୍ରେ ପ୍ରିଟୋରିଅସ୍ ଏବଂ ଟୋନି ଡି ଜୋରଜିଙ୍କ ପ୍ରାରମ୍ଭିକ ଆଉଟ୍ ଦକ୍ଷିଣ ଆଫ୍ରିକାକୁ ୩୯/୩ରେ କରିଥିଲେ ।
ଗୋଟିଏ ପାର୍ଶ୍ୱରେ କ୍ରମାଗତ ଭାବରେ ୱିକେଟ୍ ପତନ ହେଉଥିବା ବେଳେ, ବେବି ଏବି ଭାବରେ ଜଣାଶୁଣା ଡେୱାଲ୍ଡ ବ୍ରେଭିସ୍ ବିସ୍ଫୋରକ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକାର ଆଶାକୁ ଜୀବିତ ରଖିଥିଲେ । ବ୍ରେଭିସ୍ ୫୦ ବଲରେ ଚମତ୍କାର ୭୫ ରନ୍ କରିଥିଲେ । ଅଧିନାୟକ ଗେରହାର୍ଡ ଇରାସମସ୍ ୧୯ତମ ଓଭରରେ ଫୋର୍ଟୁଇନଙ୍କୁ ମାତ୍ର ୩ ରନରେ ଆଉଟ କରିଥିଲେ । ଏହା ପରେ ଜେଜେ ସ୍ମିଟ୍ ଏକ ଚମତ୍କାର ଶେଷ ଓଭର ବୋଲିଂ କରି କ୍ରମାଗତ ବଲରେ ଦୁଇଟି ୱିକେଟ୍ ନେଇ ଦକ୍ଷିଣ ଆଫ୍ରିକାର ଇନିଂସକୁ ଶେଷ କରି ନାମିବିଆକୁ ଐତିହାସିକ ବିଜୟ ଦେଇଥିଲେ ।
ହିନ୍ଦୋଳ: ଶ୍ୱଶୁର ଘରକୁ ବୁଲି ଆସିଥିବା ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର I ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ବ୍ରହ୍ମପୁର ଗ୍ରାମରେ ଘଟିଛି ଅଘଟଣ I ମୃତକ ହେଲେ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ନିମିଧା ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ପିଙ୍କୁ ସାହୁ (୩୭) I
ସୂଚନା ଅନୁସାରେ, ସକାଳ ୧୦ଟା ସମୟରେ ଘରୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରିନଥିଲେ ପିଙ୍କୁ I ଅନେକ ସମୟ ପରେ ବି ଘରକୁ ନଫେରିବାରୁ ଖୋଜାଖୋଜି କରିଥିଲେ ପରିବାର ଲୋକେ। ଆଉ ଗାଁ ମୁଣ୍ଡ କାଜୁ ବଗିଚାର ଏକ ଶାଗୁଆନ ଗଛରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ତେବେ ଖବର ପାଇ ଘଟଣାସ୍ଥଳରେ ରାସୋଳ ପୋଲିସ ପହଞ୍ଚି ତଦନ୍ତ ଜାରିରଖିଥିବା ବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ଶବ ବ୍ୟବଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ରାସୋଳ ପୋଲିସ ତରଫରୁ ସୂଚନା ଦିଆଯାଇଛି।
Also Read: ଡାକ୍ତରଖାନାରୁ ହତ୍ୟା ଅଭିଯୁକ୍ତ ଚମ୍ପଟ୍ ! ପରିସ୍ରା ଯିବା ବାହାନାରେ ଛୁ'... ସାଙ୍ଗରେ ସ୍ତ୍ରୀକୁ ନେଇକି ବି ଗଲା
ପୁରୀ: ଏମିତି ବି ଆସେ ମୃତ୍ୟୁ। ଶବ ସହିତ ଆସି ଶବ ପାଲଟିଗଲେ କୀର୍ତ୍ତନିଆ। ପୁରୀ ସ୍ବର୍ଗଦ୍ବାରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପୁରୀ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ହେଲେ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ରାମଚଣ୍ଡୀ ବାଲିଉପର ବସ୍ତିର ୫୨ ବର୍ଷୀୟ ପ୍ରଭାତ ସାହୁ।
ସୂଚନା ଅନୁଯାୟୀ, ଗଜପତି ନଗରର ବସନ୍ତ କୁମାର ଦାଶ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କର ଶବଦାହ ପାଇଁ ସ୍ବର୍ଗଦ୍ବାର ନିଆଯାଇଥିଲା। ମୃତଦେହ ସହିତ ପ୍ରଭାତ ଓ ତାଙ୍କ ସହଯୋଗୀ କୀର୍ତ୍ତନ କରି ଯାଉଥିଲେ। ହେଲେ ଦୁର୍ଭାଗ୍ୟର କଥା ସ୍ବର୍ଗଦ୍ବାରରେ ପହଞ୍ଚିବା ପରେ ପ୍ରଭାତ ବସିଥିବା ଅବସ୍ଥାରେ ଟଳି ପଡ଼ିଥିଲେ। ଶବ ବାହକ ଗାଡ଼ିରେ ତାଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
Also Read: ଜଳପ୍ରପାତରେ ଯୁବକ ନିଖୋଜ, ସେଲ୍ପି ନେବା ବେଳେ ଖସି ପଡ଼ିବାରୁ ଅଘଟଣ​​​​​​​
ନବରଙ୍ଗପୁର: ସ୍କୁଲରେ ପଶି ନବମ ଶ୍ରେଣୀ ଛାତ୍ରୀଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ ଅଭିଯୋଗ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳରେ। ଘଟଣାକୁ ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ପୋଲିସରେ ଅଭିଯୋଗ ପରେ ଦୁଷ୍କର୍ମ ଓ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଚଳାଇଥିବା ବେଳେ, ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।
ଅଭିଯୋଗ ଅନୁସାରେ, ଗତ ଶୁକ୍ରବାର ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳର ଏକ ହାଇସ୍କୁଲରେ ଘଟିଥିଲା ଏହି ଘଟଣା। ମଧ୍ୟାହ୍ନ ଭୋଜନ ପରେ ଷଷ୍ଠ ପିରିୟଡରେ ପାଠପଢ଼ା ଚାଲିଥିବା ବେଳେ ସ୍କୁଲର ଜଣେ ନବମ ଶ୍ରେଣୀର ଛାତ୍ରୀ ପରିସ୍ରା କରିବାକୁ ବାଳିକା ଶୌଚାଳୟକୁ ନଯାଇ ସ୍କୁଲ ପାଚେରୀ ନିକଟକୁ ଯାଇଥିଲେ। ହେଲେ ଏହି ସମୟରେ ସେହି ଗାଁର ଜଣେ ଯୁବକ ପାଚେରୀ ଡେଇଁ ସ୍କୁଲ ଭିତରକୁ ପଶିବା ସହ ଉକ୍ତ ଛାତ୍ରୀଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲା। ଏମିତିକି ଜୀବନରେ ମାରିଦେବାକୁ ଧମକ ଦେଇ ଫେରାର ହୋଇଥିଲା। ଏହାପରେ ନାବାଳିକା ଜଣକ ଭୟଭୀତ ହୋଇ କ୍ଲାସରୁମକୁ ଦୌଡ଼ିଆସି ଶିକ୍ଷକଙ୍କ ଜଣାଇଥିଲେ।
ଏହାପରେ ସ୍କୁଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଡାକି ଘଟଣା ବିଷୟରେ ଜଣାଇଥିଲେ ଏବଂ ପରିବାର ପକ୍ଷରୁ ତେନ୍ତୁଳିଖୁଣ୍ଟି ଥାନାରେ ଅଭିଯୋଗ କରାଯାଇଛି । ଏହି ଅଭିଯୋଗକୁ ଆଧାରକରି ତେନ୍ତୁଳିଖୁଣ୍ଟି ଥାନାରେ ଦୁଷ୍କର୍ମ ଓ ପୋକ୍ସ ଆକ୍ଟରେ ଏକ ମାମଲା ରୁଜୁ କରାଯିବା ସହ ପୀଡ଼ିତା ନାବାଳିକାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଥିଲା। ଏହା ସହ ସିସିଟିଭି ଫୁଟେଜ, ସିଡିଆର ଓ ଅଭିଯୁକ୍ତର ମୋବାଇଲ ଲୋକେସନ ଯାଞ୍ଚ କରୁଛି ପୋଲିସ । ତଦନ୍ତ ଜାରି ରହିଛି, ଦୋଷୀ ବିରୁଦ୍ଧରେ ଆଇନ ଅନୁସାରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ନବରଙ୍ଗପୁର ଏସଡିପିଓ କୃଷ୍ଣଚନ୍ଦ୍ର ଭତରା ।
ନୂଆଦିଲ୍ଲୀ: ଟେକ୍ନୋଲଜିର ଦୁନିଆରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସୀ (ଏଆଇ) ଏବେ କମ୍ପ୍ୟୁଟର ଓ ମୋବାଇଲରୁ ବାହାରି ସିଧା ଇୟରଫୋନକୁ ପହଞ୍ଚି ଯାଇଛି। ବଜାରରେ ‘ପ୍ଲାଉଡ୍ ୱାନ ଏଆଇ ଇୟରଫୋନ’ ଲଞ୍ଚ ହୋଇଛି। ଏହା କଲ ଓ ମିଟିଂ ରେକର୍ଡ କରିବା ସହିତ କଥାବାର୍ତ୍ତାକୁ ଟେକ୍ସଟ ରେ ବଦଳାଇବା ଓ ଏଆଇ ସହାୟତାରେ ଏହାର ସାରମର୍ମ ପ୍ରସ୍ତୁତ କରିବାକୁ ମଧ୍ୟ ସକ୍ଷମ। ଏହାର ସବୁଠୁ ଯାହା ଖାସ କଥା ତାହା ହେଉଛି ଚାର୍ଜିଂ କେସ୍ ରେ ଦିଆଯାଇଛିବା ଇ-ସିମ୍ ଓ ଫୋରଜି ଏଲଟିଇ ସପୋର୍ଟ। ଏହା ସାହାଯ୍ୟରେ କୌଣସି ଫିଚର ଲାଗି ଆଉ ସ୍ମାର୍ଟ ଫୋନ ସହ କନେକ୍ଟ ହେବା ଜରୁରି ନୁହେଁ।
ପ୍ଲାଉଡ ୱାନ୍ ର ଉଭୟ ଇୟରବଡରେ ୩ଟି ଏମଇଏମଏସ୍ ମାଇକ୍ରୋଫୋନ ଓ ଏକ ଭିପିୟୁ ମାଇକ୍ରୋଫୋନ ଦିଆଯାଇଛି। ସେହିପରି ଚାର୍ଜିଂ କେସ୍ ରେ ୪ଟି ମାଇକ୍ରୋଫୋନ ଓ ବିମଫର୍ମିଂ ଟେକ୍ନୋଲଜି ରହିଛି। ଏହି କେସ୍ ପାଖାପାଖି ୫ ମିଟର ଦୂରରେ ହେଉଥିବା କଥାବାର୍ତ୍ତାକୁ ରେକର୍ଡ କରିପାରିବ ବୋଲି କମ୍ପାନୀ ଦାବି କରୁଛି। ଇୟରଫୋନ କଲ୍ ଓ ଅନଲାଇନ୍ ମିଟିଂ ମଧ୍ୟ ରେକର୍ଡ କରିପାରିବ। ରେକର୍ଡ କରାଯାଇଥିବା କଥାବାର୍ତ୍ତାକୁ ପ୍ଲାଉଡ ଇଣ୍ଟେଲିଜେନ୍ସ ଟ୍ରାନ୍ସକ୍ରାଇବ କରିଥାଏ। ଏହା ପରେ ଏଆଇ ସେହି କଣ୍ଟେଣ୍ଟରୁ ସମରି, ଡକ୍ୟୁମେଣ୍ଟ, ପ୍ରେଜେଣ୍ଟେସନ, ସ୍ପ୍ରେଡସିଟ୍ ଓ ଟୁ-ଡୁ ଲିଷ୍ଟ ପ୍ରସ୍ତୁତ କରିପାରିବ।
କମ୍ପାନୀ ଜିମେଲ, ଗୁଗଲ କ୍ୟାଲେଣ୍ଡର, ଗୁଗଲ ଡ୍ରାଇଭ, ସ୍ଲାକ୍ ଓ ନୋସନ ଭଳି ସେବା ସହିତ ଇଣ୍ଟେଗ୍ରେସନ ମଧ୍ୟ ଦେବ। କିଛି ଫିଚର ଏବେ ବେଟାରେ ଅଛି ଓ ଭବିଷ୍ୟତର ଅପଡେଟ୍ ରେ ଆସିବ। ଇୟର ଫୋନରେ ୧୨ ଏମଏମ ଡ୍ରାଇଭର, ୪୦ ଡିବି ପର୍ଯ୍ୟନ୍ତ ଆଡପ୍ଟିଭ ଆକ୍ଟିଭ ନୟେଜ କ୍ୟାନସେଲେସନ, ଟ୍ରାନ୍ସପାରେନ୍ସୀ ମୋଡ ଓ ଏଲଡିଏସି କୋଡେକ୍ ସପୋର୍ଟ ମଧ୍ୟ ମିଳୁଛି। କନେକ୍ଟିଭିଟି ପାଇଁ ବ୍ଲୁଟୁଥ ୫.୪ ଦିଆଯାଇଛି। ରେକର୍ଡିଂ କାଳରେ ଇୟରଫୋନ ପାଖାପାଖି ୬ ଘଣ୍ଟା ଓ ଚାର୍ଜିଂ କେସ୍ ୨୫ ଘଣ୍ଟା ପର୍ଯ୍ୟନ୍ତ କାମ କରିପାରିବ। ମ୍ୟୁଜିକ୍ ପ୍ଲେବ୍ୟାକ୍ କେସ୍ ସହିତ ମୋଟ ୩୬ ଘଣ୍ଟା ଥିବା ଦାବି କରାଯାଉଛି।
ଫ୍ରି ପ୍ଲାନରେ ପ୍ରତିମାସରେ ୩୦୦ ମିନିଟ୍ ଟ୍ରାନ୍ସସ୍କ୍ରିପସନ ସୁବିଧା ମିଳିବ। ଏଥିରେ ପେଡ ପ୍ଲାନ ବାର୍ଷିକ ଆଧାରରେ ମାସିକ ୮.୩୩ ଡଲାରରୁ ଆରମ୍ଭ ହେଉଛି । ଲିମିଟେଡ ଏଡିସନ ପ୍ଲାଉଡର ଗୋଟିଏ ଏକ୍ସପ୍ଲୋରର ଏଡିସନର ମୂଲ୍ୟ ୨୪୯.୯୯ ଡଲାର। ଏଥିରେ ୨୦୦ ଡଲାରର ଏଆଇ କ୍ରେଡିଟ୍ ମଧ୍ୟ ସାମିଲ ରହିଛି। ଏଥିରୁ କମ୍ପାନୀ ମାତ୍ର ୨୦୦୦ଟି କିଟ୍ ତିଆରି କରିବ ଓ ୨୦୨୬ ଚତୁର୍ଥ ତ୍ରୈମାସିକ ସୁଦ୍ଧା ବିକ୍ରି ଆରମ୍ଭ ହେବ। ତେବେ ପ୍ରି-ଅର୍ଡର ଏବେ ଆମେରିକା, କାନାଡା, ବ୍ରିଟେନ ଓ କିଛି ଇୟୁରୋପୀୟ ଦେଶରେ ଉପଲବ୍ଧ।
ନୂଆଦିଲ୍ଲୀ: ଭାରତୀୟ ଗ୍ରାଣ୍ଡମାଷ୍ଟର ରମେଶବାବୁ ପ୍ରଜ୍ଞାନନନ୍ଦା ପୁଣି ଏକ ରେକର୍ଡ କରିଛନ୍ତି । ସେଣ୍ଟ ଲୁଇସରେ ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଜ୍ଞାନନନ୍ଦା, ଫାବିଆନୋ କାରୁଆନାଙ୍କୁ ପରାସ୍ତ କରି ଫାଇନାଲରେ ବିଜୟୀ ହୋଇଛନ୍ତି । ଏହା ତାଙ୍କର ପ୍ରଥମ ଗ୍ରାଣ୍ଡ ଚେସ୍ ଟୁର୍ ଫାଇନାଲ୍ସ ଟାଇଟଲ୍ । ଏହି ବିଜୟ ସହିତ ପ୍ରଜ୍ଞାନାନନ୍ଦ ଗ୍ରାଣ୍ଡ ଚେସ୍ ଟୁର୍ ଟାଇଟଲ୍ ଜିତିଥିବା ପ୍ରଥମ ଭାରତୀୟ ହୋଇ ଇତିହାସ କରିଛନ୍ତି ।
ଭାରତୀୟ ଗ୍ରାଣ୍ଡମାଷ୍ଟର କାରୁଆନାଙ୍କଠାରୁ ଛଅ ପଏଣ୍ଟ ପଛରେ ରହି ଦିନ ଆରମ୍ଭ କରିଥିଲେ । କିନ୍ତୁ ସେ ଶୀଘ୍ର ସ୍ଥିତିକୁ ବଦଳାଇ ଉଭୟ ରାପିଡ୍ ଗେମ୍ ଜିତି ଅଗ୍ରଣୀ ହୋଇଥିଲେ । ତା’ପରେ ସେ ବ୍ଲିଟଜ୍ ଗେମ୍ସରେ ସ୍କୋରକୁ ସମାନ କରି ୧୫-୧୩ ସ୍କୋର ସହିତ ଟାଇଟଲ୍ ଜିତିଥିଲେ । ପ୍ରଜ୍ଞାନନନ୍ଦାଙ୍କ ପାଖରେ ପ୍ରଥମ ବ୍ଲିଟଜ୍ ଗେମ୍ ଜିତିବାର ସୁଯୋଗ ଥିଲା, କିନ୍ତୁ ସମୟ ବିଭ୍ରାଟ ଯୋଗୁଁ ତାହା ହାତଛଡ଼ା ହୋଇଥିଲା । ତାଙ୍କର ସ୍ଥିତି ସମାନ୍ୟ ଦୁର୍ବଳ ହୋଇଥିଲା, କିନ୍ତୁ କାରୁଆନା ପୁଞ୍ଜିଭୂତ କରିବାରେ ବିଫଳ ହୋଇଥିଲେ, ଏବଂ ଶେଷରେ ମ୍ୟାଚ୍ ଡ୍ର’ରେ ଶେଷ ହୋଇଥିଲା ।
ନୂଆଦିଲ୍ଲୀ: ହର୍ମୁଜ ସଂକଟ ଭାରତର ତୈଳ ଓ ଗ୍ୟାସ୍ ଆମଦାନୀ ଖର୍ଚ୍ଚ ବଢାଇ ଦେଇଛି। ମାର୍ଚ୍ଚ-ଅଗଷ୍ଟ ୨୦୨୬ରେ ଭାରତ ହର୍ମୁଜ ରାସ୍ତାରେ ଆଣିଥିବା ଅଶୋଧିତ ତୈଳ, ଏଲଏନଜି ଓ ଏଲପିଜି ପାଇଁ ପାଖାପାଖି ୨୨ ବିଲିୟନ ଡଲାର ଅର୍ଥାତ ୧.୮ ଲକ୍ଷ କୋଟି ଟଙ୍କା ଅତିରିକ୍ତ ବ୍ୟୟ କରିଛି। ସିଆରଇଏ ରିପୋର୍ଟ ଅନୁସାରେ ଚୀନ୍ ପରେ କୌଣସି ଦେଶର ଏହା ଦ୍ୱିତୀୟ ସର୍ବାଧିକ ଅତିରିକ୍ତ ଆମଦାନୀ ଖର୍ଚ୍ଚ। ସିଆରଇଏ ଅନୁସାରେ ସବୁ ଜୀବାସ୍ମ ଇନ୍ଧନକୁ ମିଶାଇ ଭାରତର ନିଟ୍ ଏକ୍ସଟ୍ରା ଖର୍ଚ୍ଚ ୧୪.୪ ବିଲିୟନ ଡଲାରକୁ ପହଞ୍ଚିଛି।
ଏହା ଦେଶର ମୋଟ ଜିଡିପିର ୦.୩୮% ଅର୍ଥାତ ୧.୪ ଦିନର ଜାତୀୟ ଆୟ ସହ ସମାନ। ଏଥିରେ କେବଳ ଅଶୋଧିତ ତୈଳର ନେଟ୍ ଏକ୍ସଟ୍ରା ଖର୍ଚ୍ଚ ୨୦.୫ ବିଲିୟନ ଡଲାର ଥିଲା। ତେବେ କେବଳ ଭାରତ ନୁହେଁ ହର୍ମୁଜ ସଂକଟ ପରେ ୬ ମାସରେ ବିଶ୍ୱର ଜୀବାସ୍ମ ତୈଳ କ୍ରେତାମାନେ ମୋଟ ୩୩୦ ବିଲିୟନ ଡଲାର ଅତିରିକ୍ତ ବ୍ୟୟ କରିଛନ୍ତି। ଏଥିରେ ଅଶୋଧିତ ତୈଳ ବାବଦକୁ ୧୬୪.୧ ବିଲିୟନ ଡଲାର ଖର୍ଚ୍ଚ ହୋଇଛି। ଏହି ସଂକଟ ପରେ ବ୍ରେଣ୍ଟ କ୍ରୁଡ ମୂଲ୍ୟ ବଜାରର ପୁରୁଣା ଅନୁମାନ ତୁଳନାରେ ହାରାହାରି ୩୫% ଅଧିକ ରହିଛି। ମାର୍ଚ୍ଚରୁ ଅଗଷ୍ଟ ମଧ୍ୟରେ ବ୍ରେଣ୍ଟର ହାରାହାରି ଦର ପ୍ରତି ବ୍ୟାରଲ ୯୩ ଡଲାର ରହିଥିଲା, ଯାହା ଜୁଲାଇ ୨୩ତାରିଖରେ ବ୍ୟାରଲ ପିଛା ୧୦୫ ଡଲାରକୁ ପହଞ୍ଚି ଯାଇଥିଲା।
ସେହିପରି ଭାରତ ମାର୍ଚ୍ଚରୁ ଅଗଷ୍ଟ ମଧ୍ୟରେ ବାହାରୁ ଆମଦାନୀ କରୁଥିବା ଏଲପିଜି ପାଇଁ ପୁରୁଣା ଦରରୁ ୨୯% ଅଧିକ ପୈଠ କରିଛି। ଏହି ସମୟରେ ଏଲପିଜି ଆମଦାନୀ ପରିମାଣ ୨୬% କମ୍ ଥିଲା। ଏହି ୬ ମାସରେ କେବଳ ଏଲପିଜି ଆମଦାନୀ ବିଲ୍ ୪.୭ ବିଲିୟନ ଡଲାରକୁ ପହଞ୍ଚିଥିଲା। ଏଥିରେ ଏଲପିଜି ପାଇଁ ପୈଠ ହୋଇଥିବା ଅତିରିକ୍ତ ୧.୧ ବିଲିୟନ ଡଲାର ଚିନ୍ତାର କାରଣ ପାଲଟିଥିଲା। ମାର୍ଚ୍ଚରେ ଭାରତର ଏଲପିଜି ଆମଦାନୀ ପିଛିଲା ୨ ବର୍ଷ ତୁଳନାରେ ୪୯% ହ୍ରାସ ହୋଇଥିଲା। ସେହିପରି ଆମେରିକୀୟ ଏଲପିଜି ଆମଦାନୀ ଫେବୃଆରୀର ୮%ରୁ ବଢି ୩୨ %କୁ ପହଞ୍ଚିଥିଲା।
Himalayan glaciers melting: ନେପାଳରେ ସମ୍ପ୍ରତି ଘଟିଥିବା ଗ୍ଲେସିୟର ଦୁର୍ଘଟଣା ପରେ ହିମାଳୟରେ ଦ୍ରୁତ ବଦଳୁଥିବା ପରିସ୍ଥିତିକୁ ନେଇ ଚିନ୍ତା ପୁଣି ବଢ଼ିଛି। ଫାଇନାନ୍ସିଆଲ୍ ଟାଇମ୍ସର ଏକ ରିପୋର୍ଟ ଅନୁସାରେ, ହିମାଳୟର ଗ୍ଲେସିୟରଗୁଡ଼ିକ ତରଳିବାର ଗତି କ୍ରମାଗତ ଭାବେ ବଢ଼ୁଛି। ଜାତିସଂଘର ତଥ୍ୟ ଅନୁସାରେ, ଗତ ୩୦ରୁ ଅଧିକ ବର୍ଷ ମଧ୍ୟରେ ନେପାଳ ନିଜର ପ୍ରାୟ ଏକ-ତୃତୀୟାଂଶ ବରଫ ହରାଇଛି। ଅର୍ଥାତ୍ ପାହାଡ଼ିଆ ଅଞ୍ଚଳରେ ଥିବା ମୋଟ ବରଫ ଭଣ୍ଡାରରେ ପ୍ରାୟ ଏକ-ତୃତୀୟାଂଶ ହ୍ରାସ ଘଟିଛି।
ଜାତିସଂଘର ଆକଳନ ଅନୁସାରେ, ନେପାଳର ଗ୍ଲେସିୟରଗୁଡ଼ିକ ପୂର୍ବ ଦଶନ୍ଧି ତୁଳନାରେ ପରବର୍ତ୍ତୀ ଦଶନ୍ଧିରେ ପ୍ରାୟ ୬୫ ପ୍ରତିଶତ ଅଧିକ ଦ୍ରୁତ ଗତିରେ ତରଳିଛି। ଏହାର ପ୍ରଭାବ କେବଳ ନେପାଳ କିମ୍ବା ହିମାଳୟରେ ସୀମିତ ରହିବ ନାହିଁ, ଭାରତ ବି ଏହାର ପ୍ରଳୟକୁ ସାମ୍ନା କରିପାରେ। ଗଙ୍ଗା ଓ ବ୍ରହ୍ମପୁତ୍ର ଭଳି ପ୍ରମୁଖ ନଦୀର ଜଳପ୍ରବାହ ହିମାଳୟର ଗ୍ଲେସିୟର ଓ ବରଫ ସହ ଜଡ଼ିତ ଥିବାରୁ ଏହାର ପ୍ରଭାବ ଭାରତର ଅନେକ ରାଜ୍ୟରେ ପଡ଼ିପାରେ।
ପ୍ରାରମ୍ଭିକ ପର୍ଯ୍ୟାୟରେ ଦ୍ରୁତ ଗତିରେ ବରଫ ତରଳିବା ଯୋଗୁ କିଛି ଅଞ୍ଚଳରେ ନଦୀରେ ହଠାତ୍ ଅଧିକ ପାଣି ଆସିବା ସହ ବନ୍ୟା ବିପଦ ବଢ଼ିପାରେ। କିନ୍ତୁ ଦୀର୍ଘମିଆଦରେ ଗ୍ଲେସିୟରଗୁଡ଼ିକ ଛୋଟ ହୋଇଗଲେ ଗ୍ରୀଷ୍ମ ଋତୁରେ ନଦୀଗୁଡ଼ିକୁ ମିଳୁଥିବା ଜଳର ପରିମାଣ ହ୍ରାସ ପାଇପାରେ।
ହିମାଳୟ ଗରମ ହେଲେ ଭାରତ ପାଇଁ କଣ ବଦଳିବ?
ହିମାଳୟ ଅଞ୍ଚଳରେ ତାପମାତ୍ରା ବୃଦ୍ଧିର ଗତି ବିଶ୍ୱର ହାରାହାରି ବୃଦ୍ଧି ତୁଳନାରେ ପ୍ରାୟ ଦୁଇଗୁଣ ବୋଲି କୁହାଯାଉଛି। ବଢ଼ୁଥିବା ତାପମାତ୍ରା ଗ୍ଲେସିୟରଗୁଡ଼ିକୁ ପଛକୁ ଠେଲୁଥିବା ବେଳେ ପାହାଡ଼ର ସ୍ଥିରତାକୁ ମଧ୍ୟ ପ୍ରଭାବିତ କରୁଛି। ପର୍ମାଫ୍ରଷ୍ଟ ଅର୍ଥାତ୍ ବର୍ଷସାରା ଜମି ରହୁଥିବା ମାଟି ଓ ବରଫ ପାହାଡ଼ର ଚଟାଣ ଏବଂ କିଛି ଗ୍ଲେସିୟରକୁ ସ୍ଥିର ରଖିବାରେ ‘ଅଠା ଭଳି କାମ କରେ। ଏହା ଦୁର୍ବଳ ହେଲେ ଭୂସ୍ଖଳନ, ବରଫ ଖସିବା ଏବଂ ହଠାତ୍ ବନ୍ୟା ଭଳି ବିପଦ ବଢ଼ିପାରେ।
ଭାରତରେ ଏହାର ପ୍ରଥମ ପ୍ରଭାବ ହିମାଳୟକୁ ଛୁଇଁଥିବା ରାଜ୍ୟଗୁଡ଼ିକରେ ଦେଖାଯାଇପାରେ। ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଗ୍ଲେସିୟର ପଛକୁ ହଟିବା ଏବଂ ଗ୍ଲେସିୟାଲ୍ ହ୍ରଦର ଆକାର ବଢ଼ିବା ଯୋଗୁ ହଠାତ୍ ବନ୍ୟା ଓ ଭୂସ୍ଖଳନର ଆଶଙ୍କା ବଢ଼ିପାରେ। ସେହିପରି ସିକ୍କିମ ଓ ଅରୁଣାଚଳ ପ୍ରଦେଶ ଭଳି ପୂର୍ବ ହିମାଳୟ ଅଞ୍ଚଳରେ ମଧ୍ୟ ଗ୍ଲେସିୟାଲ୍ ହ୍ରଦ ଏବଂ ପ୍ରବଳ ବର୍ଷା ସହ ଜଡ଼ିତ ବିପଦ ବଢ଼ିପାରେ।
Also Read- ଜାତୀୟ ରାଜଧାନୀରେ ବଢୁଛି ସ୍ୱାଇନଫ୍ଲୁ ମାମଲା, ୧୭ ଦିନରେ ଦିଲ୍ଲୀରେ ୧୨୬୮ କେସ୍
ଗଙ୍ଗା-ବ୍ରହ୍ମପୁତ୍ରର ଗ୍ଲେସିୟର ୩୫ରୁ ୪୫% କମିଲେ କ’ଣ ହେବ?
ପୁରୁଣା ବୈଜ୍ଞାନିକ ଆକଳନଗୁଡ଼ିକ ହିମାଳୟ ଗ୍ଲେସିୟରର ଭବିଷ୍ୟତକୁ ନେଇ ଚିନ୍ତାଜନକ ଚିତ୍ର ଦେଖାଉଛି। Grida.no ଅନୁସାରେ, ୨୦୫୦ ସୁଦ୍ଧା ଗଙ୍ଗା ଓ ବ୍ରହ୍ମପୁତ୍ର ବେସିନ୍ରେ ଗ୍ଲେସିୟର ଅଞ୍ଚଳ ପ୍ରାୟ ୩୫ରୁ ୪୫ ପ୍ରତିଶତ ପର୍ଯ୍ୟନ୍ତ କମିପାରେ। ସେହିପରି ସିନ୍ଧୁ ବେସିନ୍ରେ ଏହି ହ୍ରାସ ପ୍ରାୟ ୨୦ରୁ ୨୮ ପ୍ରତିଶତ ହୋଇପାରେ।
ଗଙ୍ଗା-ବ୍ରହ୍ମପୁତ୍ର ବେସିନ୍ର ଗ୍ଲେସିୟର ସଙ୍କୁଚିତ ହେବାର ପ୍ରଭାବ କେବଳ ପାହାଡ଼ ଅଞ୍ଚଳରେ ରହିବ ନାହିଁ। ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ଭଳି ଗଙ୍ଗା ଅବବାହିକାର ରାଜ୍ୟଗୁଡ଼ିକରେ ନଦୀର ଜଳପ୍ରବାହ, କୃଷି ଓ ବନ୍ୟାର ଧାରା ଉପରେ ଦୀର୍ଘମିଆଦୀ ପ୍ରଭାବ ପଡ଼ିପାରେ। ଅନ୍ୟପଟେ ବ୍ରହ୍ମପୁତ୍ର ବେସିନ୍ରେ ଅରୁଣାଚଳ ପ୍ରଦେଶ ଓ ଆସାମ ବିଶେଷ ଭାବେ ସମ୍ବେଦନଶୀଳ ରହିପାରନ୍ତି।
ପ୍ରଥମେ ବନ୍ୟା, ପରେ ଜଳ ସଙ୍କଟର ଚିନ୍ତା
ଗ୍ଲେସିୟର ଦ୍ରୁତ ଗତିରେ ତରଳିବା ଯୋଗୁ ପ୍ରଥମ ପର୍ଯ୍ୟାୟରେ ନଦୀଗୁଡ଼ିକରେ ଅଧିକ ପାଣି ପହଞ୍ଚିପାରେ। ଏହା ସହ ଗ୍ଲେସିୟାଲ୍ ହ୍ରଦର ଆକାର ବଢ଼ିବାରୁ ଗ୍ଲୋଫ୍ ଅର୍ଥାତ୍ ଗ୍ଲେସିୟାଲ୍ ହ୍ରଦ ଫାଟି ହଠାତ୍ ବନ୍ୟା ଆସିବାର ବିପଦ ମଧ୍ୟ ବଢ଼ିପାରେ।
ହିମାଳୟରେ କୌଣସି ହ୍ରଦର ପ୍ରାକୃତିକ ବରଫ କିମ୍ବା ମାଟି-ପଥରର ବନ୍ଧ ଭାଙ୍ଗିଗଲେ ହଠାତ୍ ବିପୁଳ ପରିମାଣର ପାଣି ତଳକୁ ପ୍ରବାହିତ ହୋଇପାରେ। ଏହା ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ସିକ୍କିମ, ଅରୁଣାଚଳ ପ୍ରଦେଶ ଓ ଆସାମ ଭଳି ରାଜ୍ୟରେ ବନ୍ୟା, ପୋଲ ଓ ରାସ୍ତା ନଷ୍ଟ ହେବା ସହ ନଦୀକୂଳରେ ଥିବା ଜନବସତି ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ। ଏହାର ପ୍ରଭାବ ତଳମୁହାଁ ମୈଦାନୀ ଅଞ୍ଚଳ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିପାରେ।
ଦୀର୍ଘମିଆଦରେ ବଦଳିପାରେ ପୂରା ଚିତ୍ର
ସବୁଠାରୁ ବଡ଼ ଚିନ୍ତା ହେଉଛି, ଗ୍ଲେସିୟରଗୁଡ଼ିକ କ୍ରମାଗତ ଭାବେ ଛୋଟ ହୋଇଚାଲିଲେ ଦୀର୍ଘମିଆଦରେ ନଦୀଗୁଡ଼ିକ ପାଇଁ ମଧ୍ୟ ଏହା ବଡ଼ ସମସ୍ୟା ସୃଷ୍ଟି କରିପାରେ। ପ୍ରାରମ୍ଭିକ ସମୟରେ ଅଧିକ ବରଫ ତରଳିବା ଯୋଗୁ ନଦୀରେ ପାଣି ବଢ଼ିପାରେ। କିନ୍ତୁ ଗ୍ଲେସିୟରର ଆକାର କ୍ରମାଗତ ଭାବେ କମିବା ପରେ ଗ୍ରୀଷ୍ମ ଋତୁରେ ସେଥିରୁ ନଦୀକୁ ମିଳୁଥିବା ପାଣି ହ୍ରାସ ପାଇପାରେ।
ଏହାର ପ୍ରଭାବ ଗଙ୍ଗା-ବ୍ରହ୍ମପୁତ୍ର ବେସିନ୍ର କୃଷି, ପାନୀୟ ଜଳ ଏବଂ ଜଳବିଦ୍ୟୁତ୍ ପ୍ରକଳ୍ପ ଉପରେ ପଡ଼ିପାରେ। ବିଶେଷ କରି ଗ୍ରୀଷ୍ମ ସମୟରେ ହିମାଳୟ ସହ ଜଡ଼ିତ ନଦୀର ପାଣି ଉପରେ ଅଧିକ ନିର୍ଭରଶୀଳ ଅଞ୍ଚଳଗୁଡ଼ିକ ଏଥିରେ ଅଧିକ ପ୍ରଭାବିତ ହୋଇପାରନ୍ତି।
Also Read- ହିମାଚଳ ପ୍ରଦେଶ କୁଲ୍ଲୁରେ ବ୍ରେକ ଫେଲ ହୋଇ ପାହାଡ ସହ ଧକ୍କା ଲାଗିଲା ବସ୍, ୪୦ ଯାତ୍ରୀ ଆହତ
୨୦୫୦ ପରେ ଭାରତ ସାମ୍ନାରେ ଦୁଇଗୁଣ ଚ୍ୟାଲେଞ୍ଜ
Grida.noର ୨୦୧୫ ମସିହାର ଏକ ଆକଳନ ଅନୁସାରେ, ଏଭରେଷ୍ଟ ଅଞ୍ଚଳର ଦୁଧ କୋଶୀ ନଦୀ ଅବବାହିକା ମଧ୍ୟ କମ୍ ନିର୍ଗମନ ପରିସ୍ଥିତିରେ ୨୦୫୦ ସୁଦ୍ଧା ହାରାହାରି ପ୍ରାୟ ୩୯ ପ୍ରତିଶତ ବରଫ ନଷ୍ଟ ହୋଇପାରେ। ୨୧୦୦ ସୁଦ୍ଧା ଏହି କ୍ଷତି ପ୍ରାୟ ୮୩ ପ୍ରତିଶତରେ ପହଞ୍ଚିପାରେ ବୋଲି ଆକଳନ କରାଯାଇଥିଲା।
ତେଣୁ ହିମାଳୟ ଗ୍ଲେସିୟରର ସଙ୍କୁଚନ ଭାରତ ପାଇଁ କେବଳ ପରିବେଶ ସମସ୍ୟା ନୁହେଁ। ଆଗାମୀ ଦଶନ୍ଧିଗୁଡ଼ିକରେ ବନ୍ୟା ପରିଚାଳନା, କୃଷି, ପାନୀୟ ଜଳ, ବିଦ୍ୟୁତ୍ ଉତ୍ପାଦନ ଏବଂ ନଦୀ ଉପରେ ନିର୍ଭରଶୀଳ ଅର୍ଥନୀତି ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ।
ଗୋଟିଏ ପଟେ ହିମାଳୟ ରାଜ୍ୟଗୁଡ଼ିକରେ ହଠାତ୍ ବନ୍ୟା ଓ ଗ୍ଲୋଫର ବିପଦ ବଢ଼ିବା ଭୟ ରହିଥିବା ବେଳେ ଅନ୍ୟପଟେ ଦୀର୍ଘଦିନ ଧରି ଗଙ୍ଗା ଓ ବ୍ରହ୍ମପୁତ୍ର ଭଳି ପ୍ରମୁଖ ନଦୀର ଜଳ ଉପରେ ଚାପ ବଢ଼ିପାରେ। ହିମାଳୟର ତରଳୁଥିବା ଗ୍ଲେସିୟର ଭାରତ ପାଇଁ ଏହି ଦୁଇମୁହାଁ ବିପଦ ହିଁ ସବୁଠାରୁ ବଡ଼ ଚିନ୍ତାର କାରଣ।
ନୂଆଦିଲ୍ଲୀ: ସ୍ୱାଇନ ଫ୍ଲୁ ସଂକ୍ରମଣ ଏବେ କେବଳ ଜାତୀୟ ରାଜଧାନୀ ଦିଲ୍ଲୀ ମଧ୍ୟରେ ସୀମିତ ନାହିଁ। ବର୍ଷା ଋତୁ ଯୋଗୁ ଦିଲ୍ଲୀ ସମେତ ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ତାମିଲନାଡୁ, କେରଳ, ଗୁଜୁରାଟ ଓ ରାଜସ୍ଥାନ ସମେତ ଅନ୍ୟ ରାଜ୍ୟରେ ସଂକ୍ରମଣ ଦ୍ରୁତ ବଢୁଛି। ଦିଲ୍ଲୀରେ ଅଗଷ୍ଟ ୧୦ ତାରିଖ ସୁଦ୍ଧା ୧୩୪୪ଟି ସ୍ୱାଇନ ଫ୍ଲୁ ମାମଲା ଥିଲା। ଏହା ଅଗଷ୍ଟ ୨୦ ତାରିଖ ବେଳକୁ ୧୭୭୭ ଓ ୨୭ ତାରିଖ ବେଳକୁ ୨୬୧୨କୁ ପହଞ୍ଚି ଯାଇଛି। ଅର୍ଥାତ ୧୦ରୁ ୨୭ ଅଗଷ୍ଟ ୧୭ ଦିନରେ ୧୨୬୮ ଟି ମାମଲା ବଢିଛି। ଏହି ସମୟରେ ଇନଫ୍ଲୁଏଞ୍ଜା-ଏ ର ମୋଟ ମାମଲା ୩୩୦୦ରୁ ଅଧିକ ରିପୋର୍ଟ ହୋଇଛି।
ଭାରତରେ ଇନଫ୍ଲୁଏଞ୍ଜା ଗତିବିଦ୍ଧି ମୌସୁମୀ ଓ ଶୀତ ଉଭୟ ଋତୁରେ ବଢିଥାଏ। ଏଣୁ ଅଗଷ୍ଟର ବୃଦ୍ଧି ଦୃଷ୍ଟିରୁ ନଭେମ୍ବରରୁ ଫେବୃଆରୀ ମଧ୍ୟରେ ମାମଲା ଦ୍ରୁତ ବଢିବ ବୋଲି ଆଶଙ୍କା କରାଯାଉଛି। ଏହି କାରଣରୁ ଫ୍ଲୁ ଭେକ୍ସିନ ଚାହିଦା ଗତବର୍ଷର ସମାନ ଅବଧିରେ ପାଖାପାଖି ୩ ଗୁଣା ଓ ଜୁଲାଇ ତୁଳାରେ ୨ ଗୁଣାରୁ ଅଧିକ ବଢିଛି। ମହାରାଷ୍ଟ୍ରରେ ଅଗଷ୍ଟ ୨୧ ତାରିଖ ସୁଦ୍ଧା ୧୧୦୯ଟି ସ୍ୱାଇନଫ୍ଲୁ ମାମଲା ସାମ୍ନାକୁ ଆସିଛି। ଏହା ୨୦୨୫ର ୯୪୨ଟି ମାମଲରୁ ଅନେକ ଅଧିକ। ଏଥିରୁ ମୁମ୍ବାଇରେ ୪୮୮ଟି ଓ ପୁଣେର ୨୪୧ ମାମଲା ରହିଛି। ଏହା ରାଜ୍ୟର ମୋଟ ମାମଲାର ପାଖାପାଖି ୬୫ ପ୍ରତିଶତ ବୋଲି କୁହାଯାଇଛି।
କର୍ଣ୍ଣାଟକରେ ୨୨ ଅଗଷ୍ଟ ପର୍ଯ୍ୟନ୍ତ ୩୨ ଜିଲ୍ଲାରେ ୪୨୧୨ଟି ଲ୍ୟାବରେଟରୀ ଦ୍ୱାରା ପୁଷ୍ଟି ହୋଇଥିବା ଇନଫ୍ଲୁଏଞ୍ଜା ମାମଲା ମିଳିଛି। ଏଥିରୁ କେବଳ ବେଙ୍ଗାଲୁରୁର ୨ଟି କ୍ଷେତ୍ରରୁ ୩୦୮୧ଟି ମାମଲା ରହିଛି। ଉତ୍ତରପ୍ରଦେଶରେ ଅଗଷ୍ଟ ୨୫ ତାରିଖ ସୁଦ୍ଧା ୩୬୪ଟି ସ୍ୱାଇନ ଫ୍ଲୁ ମାମଲା ସାମ୍ନାକୁ ଆସିଛି। ଏଣୁ ରାଜ୍ୟର ସମସ୍ତ ୭୫ଟି ଜିଲ୍ଲାର ହସ୍ପିଟାଲମାନଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ଋତୁରେ ଲକ୍ଷ୍ମୌରେ ଜନୈକ ୫୦ ବର୍ଷ ବୟଷ୍କା ସ୍ୱାଇନ ଫ୍ଲୁରେ ପ୍ରାଣ ହରାଇଥିବା ସୂଚନା ଆସୁଛି। ହୁଏତ ଏହା ବର୍ଷର ପ୍ରଥମ ସ୍ୱାଇନ ଫ୍ଲୁ ମୃତ୍ୟୁ ହୋଇପାରେ ବୋଲି କୁହାଯାଉଛି।
ରାଜସ୍ଥାନରେ ଅଗଷ୍ଟରେ ୫୫ଟି ନୂଆ ମାମଲା ସାମ୍ନାକୁ ଆସିବା ପରେ ଆଲର୍ଟ ଜାରି କରାଯାଇଛି। ତେବେ ମାସକ ପୂର୍ବରୁ ତାମିଲନାଡୁରେ ୩୦୦୦ ମାମଲା ରେକର୍ଡ ହୋଇଛି। କେରଳ ଓ ଗୁଜରାଟରେ ମଧ୍ୟ ସଂକ୍ରମଣ ବଢୁଛି। ଆଇସିଏମଆର ମହାନିର୍ଦ୍ଦେଶକ ଡା. ରାଜୀବ ବହଲଙ୍କ ଅନୁସାରେ ଦେଶରେ ଯାଞ୍ଚ ହୋଇଥିବା ଇନଫ୍ଲୁଏଞ୍ଜା-ଏ ମାମଲାରେ ୯୭ରୁ ୯୮% ସ୍ୱାଇନ ଫ୍ଲ। ଏବେ ପ୍ରସରୁଥିବା ଭାଇରସ ନୂଆ ଷ୍ଟ୍ରେନ ନୁହେଁ ବରଂ ପରିଚିତ ମୌସୁମୀ ଏଚୱାନଏନୱାନ ପିଡିଏମ ଜିରୋ ନାଇନ୍। ଏଥିରୁ ଅଧିକାଂଶ ମାମଲା ହାଲୁକା ଓ ସ୍ୱୟଂ ଭଲ ହୋଇ ପାରୁଥିବା ବୋଲି ବହଲ କହିଛନ୍ତି।
ସ୍ୱାଇନ ଫ୍ଲୁ ଲକ୍ଷଣ
ଜ୍ୱରରେ ଅଧିକ ତାତି, କାସ ଓ ଗଳା ଖସଖସ ଲାଗିବା ସହ ମୁଣ୍ଡ ବିନ୍ଧା। ଥଣ୍ଡା ଲାଗିବା, ଦେହହାତ ଯନ୍ତ୍ରଣା, ଅତ୍ୟଧିକ ଥକ୍କା ଲାଗିବା ଓ ଦୁର୍ବଳ ଲାଗିବା। ଏଥିରେ ଯଦି ନିଶ୍ୱାସ ନେବାକୁ କଷ୍ଟ ହୁଏ ଅଥବା ଛାତିରେ ଯନ୍ତ୍ରଣା ହୁଏ ତୁରନ୍ତ ଡାକ୍ତରଙ୍କ ସହ ସମ୍ପର୍କ କରାଯିବା ବିଧେୟ। ଏଣୁ ଭିଡଭାଡ ଅଞ୍ଚଳକୁ ନ ଯିବାକୁ ଓ ଗଲେ ମୁହଁରେ ମାସ୍କ ପିନ୍ଧି ଯିବାକୁ ପରାମର୍ଶ ଦିଆଯାଇଛି। ସେହିପରି କାଶିବା ଛିଙ୍କିବା ସମୟରେ ମୁହଁକୁ ଢାଙ୍କିବା। ଲକ୍ଷଣ ଦେଖା ଦେଲେ ଘରେ ରହନ୍ତୁ ଅନ୍ୟମାନଙ୍କଠାରୁ ଦୂରତା ରକ୍ଷା କରନ୍ତୁ। ବିନା ଡାକ୍ତରଙ୍କ ପରାମର୍ଶରେ ଆଣ୍ଟିବୋୟାଟିକ୍ ଅଥବା ଆଣ୍ଟି ଭାଇରାଲ ଔଷଧ ନିଅନ୍ତୁ ନାହିଁ। ଶିଶୁ, ବୟଷ୍କ, ଗର୍ଭବତୀ ମହିଳା ଓ ଦୁର୍ବଳ ରୋଗ ପ୍ରତିଶୋଧକ ଶକ୍ତି ଥିବା ଲୋକଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯିବା ଆବଶ୍ୟକ।
ଭୁବନେଶ୍ବର: ନକଲି ସୁନା ଚେନ୍ ଦେଇ ଅସଲି ସୁନା ଠକେଇ ଅଭିଯୋଗ। ବନ୍ଧା ହେଲେ ନଣନ୍ଦ- ଭାଉଜ ଗ୍ୟାଙ୍ଗ। ଶୁକ୍ରବାର ଭୁବନେଶ୍ବର ରେଳ ଷ୍ଟେସନରୁ ମୁଖ୍ୟ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମାମଲାର ପର୍ଦ୍ଦାଫାଶ କରିଛି ଖାରବେଳେନଗର ଥାନା ପୋଲିସ। ମାମଲାରେ ପୂର୍ବରୁ ଅନ୍ୟ ଜଣେ ମହିଳାଙ୍କୁ ଗିରଫ କରିଥିଲା ପୋଲିସ।
ସୂଚନା ଅନୁସାରେ, ଏହି ଦୁଇ ମହିଳା ସମ୍ପର୍କରେ ନଣନ୍ଦ-ଭାଉଜ। ଏମାନେ ବିଭିନ୍ନ ସୁନା ଦୋକାନରେ ନକଲି ସୁନା ଦେଇ ଅସଲି ସୁନା ନେଉଥିଲେ। ନିକଟରେ ହୋଇଥିବା ଅଭିଯୋଗ ଆଧାରରେ ତଦନ୍ତ କରି ପୋଲିସ ଜାଣିବାକୁ ପାଇଥିଲା ଯେ, ୨୦୨୬ ଅଗଷ୍ଟ ୨୪ ତାରିଖ ସନ୍ଧ୍ୟାରେ ଦୁଇ ଜଣ ମହିଳା ଗ୍ରାହକ ବେଶରେ ସିଟି ଚନ୍ଦନ ଜୁଏଲର୍ସକୁ ଆସିଥିଲେ। ସେମାନେ ଜାଲ୍ ହଲମାର୍କ ଲାଗିଥିବା ପ୍ରାୟ ୨୨.୮୫୦ ଗ୍ରାମର ଏକ ନକଲି ସୁନା ଚେନ୍ ଦୋକାନରେ ଦେଇ ଏହା ବଦଳରେ ୨୨ କ୍ୟାରେଟର ଅସଲି ସୁନା ନେକଲେସ୍ ନେଇ ଫେରାର ହୋଇଯାଇଥିଲେ।
Also Read: ଆଉ ଚଳିବନି ମାଫିଆ ରାଜ୍, ଏଣିକି ସିଧା ଏନକାଉଣ୍ଟର.. STF-EOW ଆଇଜି ଭାବେ ଯୋଗଦେଲେ ହିମାଂଶୁ ଲାଲ
କମିନ୍ସ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ଯେ, ‘ମୁଁ ଜିସି (ଗ୍ରେଗ୍ ଚାପେଲ) ଏବଂ ଅନ୍ୟ ପୂର୍ବତନ ଅନ୍ତର୍ଜାତୀୟ ଅଧିନାୟକମାନଙ୍କୁ ସମର୍ଥନ କରୁଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଇମ୍ରାନଙ୍କ ଡାକ୍ତରୀ ଯାଞ୍ଚ ହେଉ, ପରିବାର ଲୋକଙ୍କୁ ସାକ୍ଷାତ କରିବାର ସୁଯୋଗ ମିଳୁ ଏବଂ ଜଣେ ସାଧାରଣ ନାଗରିକ ଭାବରେ ତାଙ୍କୁ ସମ୍ମାନର ସହ ବଞ୍ଚିବାକୁ ଦିଆଯାଉ।’
ସୁନିଲ ଗାଭାସ୍କର, କପିଲ ଦେବ, ଆଦାମ୍ ଗିଲଖ୍ରିଷ୍ଟ, କ୍ଲାଇଭ୍ ଲଏଡ୍, ମାଇକେଲ୍ ଆଥରଟନଙ୍କ ସମେତ ୨୨ ଜଣ ପୂର୍ବତନ ଅନ୍ତର୍ଜାତୀୟ ଅଧିନାୟକ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଚିଠି ଲେଖି ଇମ୍ରାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଚିନ୍ତା ପ୍ରକାଶ କରିଛନ୍ତି।
ସୁପ୍ରିମକୋର୍ଟ ଇମ୍ରାନଙ୍କୁ ଇସଲାମାବାଦର ଶିଫା ହସ୍ପିଟାଲରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ତାଙ୍କୁ ସରକାରୀ PIMS ହସ୍ପିଟାଲରେ ସାଧାରଣ ଯାଞ୍ଚ କରି ପୁଣି ଜେଲକୁ ପଠାଇ ଦିଆଯାଇଥିଲା। ତାଙ୍କ ଭଉଣୀ, ପୁଅ ଏବଂ ବ୍ୟକ୍ତିଗତ ଡାକ୍ତରଙ୍କ ଦ୍ୱାରା ଯାଞ୍ଚ କରିବାକୁ ଦିଆଯାଉ ନଥିବା ଅଭିଯୋଗ ହୋଇଛି। ଏହା ପୂର୍ବରୁ ଫେବୃଆରୀ ମାସରେ ୧୪ ଜଣ କ୍ରିକେଟର ଚିଠି ଲେଖିଥିଲେ ମଧ୍ୟ ପାକିସ୍ତାନ ସରକାର କୌଣସି ଜବାବ ଦେଇନଥିଲେ । ଏହା ପରେ ଏବେ ୨୨ ଜଣ ଅଧିନାୟକ ପୁଣି ଥରେ ଚିଠି ଲେଖିଛନ୍ତି।
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ୍ ସମ୍ ହସ୍ପିଟାଲ କ୍ୟାମ୍ପସ-୨, ଫୁଲନଖରାର ଏକ ବହୁବିଭାଗୀୟ ଚିକିତ୍ସକ ଦଳ ଜଣେ ଗୁରୁତର ଭାବେ ଅସୁସ୍ଥ ଥିବା ମହିଳାଙ୍କର ଏକ ବିରଳ ତଥା ଜୀବନ ପ୍ରତି ବିପଦଜନକ ମାମଲାକୁ ସଫଳତାର ସହ ଚିହ୍ନଟ ଓ ଚିକିତ୍ସା କରି ତାଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି । ସଂପୃକ୍ତ ମହିଳାଙ୍କର ଜୀବନ ପ୍ରତି ବିପଦ ଥିବା ବେଳେ ସେ ପ୍ରସବ ପରବର୍ତ୍ତୀ ବିଳମ୍ବିତ ରକ୍ତସ୍ରାବ ଯାହାକୁ କି ୟୁଟେରାଇନ୍ ଆର୍ଟେରୀ ସ୍ୟୁଡୋଆନ୍ୟୁରିଜମ୍ ସମସ୍ୟାରେ ପୀଡ଼ିତ ଥିବାର ଜଣାପଡ଼ିଥିଲା।
ସିଜରିଆନ୍ ପ୍ରକ୍ରିୟାରେ ପ୍ରସବର ତିନି ଦିନ ପରେ ମହିଳା ଜଣଙ୍କ ପରିସ୍ରାଦ୍ୱାରରେ ଅତ୍ୟଧିକ ଯନ୍ତ୍ରଣା ଓ ରକ୍ତସ୍ରାବର ସମସ୍ୟାରେ ଗୁରୁତର ହୋଇପଡ଼ିଥିଲେ। ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କର ଶାରୀରିକ ସ୍ଥିତି ଅସ୍ଥିର ହୋଇପଡ଼ିଥିବାରୁ ତୁରନ୍ତ ଚିକିତ୍ସା ଆବଶ୍ୟକ ହୋଇଥିଲା । ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇ ସ୍ଥିର କରାଯାଇଥିଲା । କ୍ରିଟିକାଲ୍ କେୟାର ବିଭାଗର ଡାକ୍ତର ଶୁଭଙ୍କର, ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଅଭିଜିତ୍ ଓ ନେଫ୍ରୋଲୋଜି ବିଭାଗର ଡାକ୍ତର ହାପି ପାତ୍ରଙ୍କ ନେତୃତ୍ୱରେ ଚିକିତ୍ସକମାନେ ମିଳିତ ଭାବେ ଚିକିତ୍ସା କରିବା ସହ ତାଙ୍କର ଜଟିଳ ପରିସ୍ଥିତିର ନିୟନ୍ତ୍ରଣ କରିଥିଲେ ।
ୟୁଟେରାଇନ୍ ଆର୍ଟେରୀ ସ୍ୟୁଡୋଆନ୍ୟୁରିଜମ୍ ଏକ ବିରଳ ଓ ଗୁରୁତର ରକ୍ତନଳୀଜନିତ ସମସ୍ୟା । ଏଥିରେ ଜରାୟୁ ଧମନୀର ପ୍ରାଚୀରରେ କ୍ଷତ ସୃଷ୍ଟି ହେବା ଫଳରେ ରକ୍ତ ଆଖପାଖର ଟିସ୍ୟୁରେ ଲିକ୍ ହୋଇଥାଏ, ଯାହା ଗୁରୁତର ଓ ଜୀବନ ପ୍ରତି ବିପଦଜନକ ରକ୍ତସ୍ରାବର କାରଣ ହୋଇପାରେ । ହସ୍ପିଟାଲରେ ଉପଲବ୍ଧ ଅତ୍ୟାଧୁନିକ ରୋଗ ନିରୂପଣ ସୁବିଧା ଓ ବିଶେଷଜ୍ଞ ଚିକିତ୍ସା ସେବା ଯୋଗୁଁ ରକ୍ତସ୍ରାବର ମୂଳ କାରଣକୁ ଶୀଘ୍ର ଚିହ୍ନଟ କରାଯାଇପାରିଥିଲା । ସିଟି ଆଞ୍ଜିଓଗ୍ରାଫି ପରୀକ୍ଷାରେ ୟୁଟେରାଇନ୍ ଆର୍ଟେରୀ ସ୍ୟୁଡୋଆନ୍ୟୁରିଜମ୍ ହିଁ ରକ୍ତସ୍ରାବର କାରଣ ବୋଲି ନିଶ୍ଚିତ ହୋଇଥିଲା ।
Also Read: ଆୟୁଷ୍ମାନ ଭାରତ ଓ BSKY/GJAY ଅନିୟମିତତା: ଦୁଇ ଘରୋଇ ହସ୍ପିଟାଲକୁ ସୋ କଜ୍ ନୋଟିସ୍, ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ କଡ଼ା ଚେତାବନୀ
ସେହିପରି ଡାକ୍ତର ଶ୍ରୀକାନ୍ତ ସୁନ୍ଦରାଙ୍କ ନେତୃତ୍ୱରେ ଇଂଟରଭେନସନାଲ୍ ରେଡିଓଲୋଜି ବିଭାଗର ଏକ ଟିମ୍ ତୁରନ୍ତ ୟୁଟେରାଇନ୍ ଆର୍ଟେରୀ ଏମ୍ବୋଲାଇଜେସନ୍ ପ୍ରକ୍ରିୟା ସଫଳତାର ସହ ସଂପାଦନ କରିଥିଲେ । ଏହି ଅତ୍ୟାଧୁନିକ ଓ ଅଳ୍ପ ଆକ୍ରମଣାତ୍ମକ ପ୍ରକ୍ରିୟା ମାଧ୍ୟମରେ ରକ୍ତସ୍ରାବକୁ ସଫଳତାର ସହ ନିୟନ୍ତ୍ରଣ କରାଯିବା ସହ ବଡ଼ ଧରଣର ଅସ୍ତ୍ରୋପଚାରର ଆବଶ୍ୟକତାକୁ ଏଡ଼ାଯାଇପାରିଥିଲା ।
ଚିକିତ୍ସା ପରେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ଘଟିଥିଲା ଏବଂ କୌଣସି ଜଟିଳତା ବିନା ସେ ସୁସ୍ଥ ହୋଇଥିଲେ । ପ୍ରାୟ ଏକ ସପ୍ତାହ ମଧ୍ୟରେ ସେ ସୁସ୍ଥ ଓ ସ୍ଥିର ଅବସ୍ଥାରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ଏହି ସଫଳ ଚିକିତ୍ସା ଦୁର୍ଲଭ ତଥା ଜୀବନ ପ୍ରତି ବିପଦଜନକ ପ୍ରସୂତିଜନିତ ଜରୁରୀକାଳୀନ ସ୍ଥିତିର ପରିଚାଳନାରେ ଅତ୍ୟାଧୁନିକ ଚିକିତ୍ସା ଭିତିଭୂମି, ସମୟୋପଯୋଗୀ ରୋଗ ନିରୂପଣ ଏବଂ ବିଭିନ୍ନ ବିଶେଷଜ୍ଞଙ୍କ ସୁସମନ୍ୱିତ ଟିମ୍ୱର୍କ କେତେ ଗୁରୁତ୍ୱପୂର୍ଣ୍ଣ, ତାହା ପୁଣିଥରେ ପ୍ରମାଣିତ କରିଛି ।
ରାଜପରିବାର ସହ ଜଡ଼ିତ ଚୋରି ହୋଇଥିବା ହାରର ଇତିହାସ
Also Read- King Harald dies: ୮୯ ବର୍ଷ ବୟସରେ ରାଜାଙ୍କ ପରଲୋକ, ବିବାଦ ମଧ୍ୟରେ ପୁଅ ପିନ୍ଧିବେ ମୁକୁଟ
ନୂଆଦିଲ୍ଲୀ: ୨୦୦ ବର୍ଷରୁ ଅଧିକ ସମୟ ଧରି ନେପାଳକୁ ତିବ୍ଦତ ସହିତ ଯୋଡ଼ୁଥିବା ହିମାଳୟର ଏକ ସଂକୀର୍ଣ୍ଣ ରାସ୍ତା କେବଳ ଗୋଟିଏ ପାହାଡ଼ିଆ ସଡ଼କ ହୋଇ ରହି ନ ଥିଲା । ପ୍ରାଚୀନ କାଳରେ ଏହି ରାସ୍ତା ଦେଇ ବ୍ୟବସାୟୀ, ତୀର୍ଥଯାତ୍ରୀ ଏବଂ ସେନା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତାୟାତ କରୁଥିଲେ । ସମୟ ସହିତ ଏହି ରାସ୍ତା ନେପାଳ ଏବଂ ଚୀନ୍ ମଧ୍ୟରେ ବ୍ୟବସାୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଲା ।
ଅଗଷ୍ଟ ୨୬ ତାରିଖରେ ଆସିଥିବା ଭୟଙ୍କର ବନ୍ୟା ରସୁୱାଗଢ଼ୀ-କେରୁଙ୍ଗ ଗୁରୁତର ଭାବେ କ୍ଷତିଗ୍ରସ୍ତ କରିଛି । ବନ୍ୟା ଯୋଗୁଁ ଅନେକ ପୋଲ, ସଡ଼କ ଏବଂ ଅନ୍ୟାନ୍ୟ ଜରୁରି ସୁବିଧା ସୁଯୋଗ ଭାସିଯାଇଛି । ଏହାଦ୍ୱାରା ନେପାଳ ଏବଂ ଚୀନ୍ ମଧ୍ୟରେ ଆସିବା-ଯିବା କରିବାର ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ବିଚ୍ଛିନ୍ନ ହୋଇଯାଇଛି ।
ରସୁୱାଗଢ଼ୀ-କେରୁଙ୍ଗ ମାର୍ଗ କାହିଁକି ଗୁରୁତ୍ୱପୂର୍ଣ୍ଣ ?
ରସୁୱାଗଢ଼ୀ ନେପାଳର ରସୁୱା ଜିଲ୍ଲାରେ ଅବସ୍ଥିତ ଏବଂ ତିବ୍ଦତ ସୀମାର ନିକଟତର । ଚୀନ ପଟେ ଏହି ରାସ୍ତାରେ କେରୁଙ୍ଗ ସୀମା ଯାଞ୍ଚ ଚୌକି ରହିଛି । ଦୁଇ ଦେଶ ମଧ୍ୟରେ ଗମନାଗମନ ଏବଂ ସାମଗ୍ରୀ ପରିବହନ ପାଇଁ ଏହି ମାର୍ଗ ବହୁତ ଗୁରୁତ୍ୱପୂର୍ଣ୍ଣ । ଏହି ରାସ୍ତା ଭୋଟେ କୋଶୀ ଏବଂ ତ୍ରିଶୂଳୀ ନଦୀର ଉପତ୍ୟକା ଦେଇ ଯାଇଛି । ଏଠାରେ ଉପତ୍ୟକାଗୁଡ଼ିକ ସଂକୀର୍ଣ୍ଣ । ଏହିସବୁ ଅଞ୍ଚଳରେ ଅନେକ ଗାଁ, ସଡ଼କ, ପୋଲ ଏବଂ ବ୍ୟବସାୟ ସମ୍ବନ୍ଧୀୟ ସୁବିଧାସୁଯୋଗ ଗଢ଼ିଉଠିଛି ।
ଏହି ଅଞ୍ଚଳର ଭୌଗୋଳିକ ସ୍ଥିତି ଗୋଟିଏ ପଟେ ଏହି ରାସ୍ତାକୁ ବହୁତ ଗୁରୁତ୍ୱପୂର୍ଣ୍ଣ କରିଥାଏ, ତ ଅନ୍ୟପଟେ ଏହାକୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ସମ୍ବେଦନଶୀଳ ମଧ୍ୟ କରିଥାଏ । ହିମାଳୟ ଅତିକ୍ରମ କରିବା ପାଇଁ ଏହାକୁ ଏକ ସହଜ ରାସ୍ତା ଭାବେ ବିଚାର କରାଯାଏ, କିନ୍ତୁ ନଦୀକୂଳରେ ନିର୍ମିତ ସଡ଼କ ଏବଂ ପୋଲଗୁଡ଼ିକ ବନ୍ୟା ଓ ଭୂସ୍ଖଳନ ଭଳି ଘଟଣାରେ ସହଜରେ କ୍ଷତିଗ୍ରସ୍ତ ହୋଇଥାନ୍ତି ।
Also Read:ନେପାଳ ବନ୍ୟା ବିଭୀଷିକା: ଭାରତ, ଚୀନ ସହଯୋଗ ନେବାକୁ କାହିଁକି ମନା କଲା କାଠମାଣ୍ଡୁ ?
'ଟାଇମ୍ସ ଅଫ୍ ଇଣ୍ଡିଆ' ଅନୁଯାୟୀ, ଏହି ରାସ୍ତା ୨୬୦ ବର୍ଷରୁ ଅଧିକ ସମୟ ଧରି ନେପାଳ ଏବଂ ତିବ୍ଦତ ମଧ୍ୟରେ ବ୍ୟବସାୟ ପାଇଁ ବ୍ୟବହୃତ ହୋଇଆସୁଛି । ଆଧୁନିକ ସୀମା ଯାଞ୍ଚ ଚୌକି ଏବଂ କଷ୍ଟମ୍ସ ବ୍ୟବସ୍ଥା ଆରମ୍ଭ ହେବାର ବହୁ ପୂର୍ବରୁ ମଧ୍ୟ ହିମାଳୟ ଅଞ୍ଚଳର ଅର୍ଥବ୍ୟବସ୍ଥା ପାହାଡ଼ିଆ ଘାଟି ଦେଇ ହେଉଥିବା ବ୍ୟବସାୟ ଉପରେ ନିର୍ଭରଶୀଳ ଥିଲା । ପୁରୁଣା ଦସ୍ତାବିଜ ଅନୁଯାୟୀ, ୧୭୪୪ ମସିହାରେ ଗୋର୍ଖା ଶାସକମାନେ ନୁୱାକୋଟ୍ ଦଖଲ କରିଥିଲେ । ଏହା ପଛରେ ଏହି ଅଞ୍ଚଳର ରଣନୈତିକ ସ୍ଥିତି ସହିତ ତିବ୍ଦତ ଯାଉଥିବା ବ୍ୟବସାୟିକ ରାସ୍ତାର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମଧ୍ୟ ଅନ୍ୟତମ କାରଣ ଥିଲା । ପରବର୍ତ୍ତୀ ସମୟରେ ନେପାଳ ତିବ୍ଦତରେ କରିଥିବା ସାମରିକ ଅଭିଯାନ ସମୟରେ ମଧ୍ୟ ଏହି ହିମାଳୟ ମାର୍ଗର ବ୍ୟବହାର କରିଥିଲା । ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ଏହି ରାସ୍ତା ଶତାବ୍ଦୀ ଶତାବ୍ଦୀ ଧରି ବ୍ୟବସାୟ ସହିତ ସୁରକ୍ଷା ଏବଂ ରଣନୈତିକ ଦୃଷ୍ଟିକୋଣରୁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଆସିଛି ।
ନୂଆଦିଲ୍ଲୀ: ପେଟ୍ରୋଲରେ ଅପମିଶ୍ରଣ ଓ ଗାଡ଼ି ଇଞ୍ଜିନ ଖରାପ ହେବା ଅଭିଯୋଗରେ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଦେଶର ୨ହଜାର ୫୭୩ ରିଟେଲ ଫୁଏଲ ଆଉଟଲେଟ୍ ରେ ପେଟ୍ରୋଲ ବିକ୍ରି ଉପରେ ରୋକ ଲଗାଇ ଦିଆଯାଇଛି। ସରକାରଙ୍କ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ସେତେବେଳେ କରାଯାଇଛି ଯେତେବେଳେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ଏବଂ ସରକାରୀ ତୈଳ କମ୍ପାନୀମାନେ ପେଟ୍ରୋଲ ଅପମିଶ୍ରଣର ଗହନ ଯାଞ୍ଚ କରୁଛନ୍ତି।
ଦେଶର ପ୍ରାୟ ୯୦ ହଜାର ପେଟ୍ରୋଲ ପମ୍ପ ପେଟ୍ରୋଲିୟମ ମିନିଷ୍ଟ୍ରି ଓ ତୈଳ କମ୍ପାନୀଙ୍କ ପ୍ରତ୍ୟକ୍ଷ ନଜରରେ ଅଛନ୍ତି। ଯାଞ୍ଚ ଅଭିଯାନର ଉଦ୍ଦେଶ୍ୟ ମାଟି ତଳେ ତିଆରି ହୋଇଥିବା ପେଟ୍ରୋଲ ଷ୍ଟୋରେଜ ଟ୍ୟାଙ୍କରେ ପାଣି ମିଶିବା ଯୋଗୁ ହେଉଥିବା ଅପମିଶ୍ରଣ ରୋକିବା। ଗତ ଦିନରେ ଏହାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ସରକାରଙ୍କ ପକ୍ଷରୁ ଦେଶର ୮୯ ହଜାର ରିଟେଲ ଆଉଟଲେଟସ୍ ମାଟି ତଳେ ତିଆରି କରିଥିବା ଷ୍ଟୋରେଜ ଟ୍ୟାଙ୍କରେ ପାଣି ପଶିବା ଘଟଣାର ଯାଞ୍ଚ କରାଯାଉଛି। ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଟେଷ୍ଟିଂ ଗାଇଡଲାଇନ୍ସ ଅନୁସାରେ କେତେକ ପେଟ୍ରୋଲ ପମ୍ପ ଷ୍ଟୋରେଜ ଯାଞ୍ଚ ସକାଳ ୮ଟାରୁ ୧୨ ମଧ୍ୟରେ କରାଯାଉଛି। ଯାଞ୍ଚ କାଳରେ ମିଳୁଥିବା ମନିଟରିଂ ସିଷ୍ଟମରେ ଚିହ୍ନଟ କରି ତାହା ଠିକ କରିବା ଅଥବା ବଦଳେଇବା କାମ କରାଯାଉଛି।
ଉଲ୍ଲେଖଯୋଗ୍ୟ ଯେ ଏହି କ୍ୱାଲିଟି ଚେକ୍ କେବଳ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ସୀମିତ ନାହିଁ। ଅୟେଲ ମାର୍କେଟିଂ କମ୍ପାନୀମାନେ ସମ୍ପୂର୍ଣ୍ଣ ଡିଷ୍ଟ୍ରିବ୍ୟୁସନରେ ଟେଷ୍ଟିଂ ପରିସର ବଢାଇଛନ୍ତି। ଏଥିରେ ଇଥାନଲ ଟ୍ୟାଙ୍କର, ଷ୍ଟୋରେଜ ଟ୍ୟାଙ୍କ, ଡିପୋ ଓ ଟର୍ମିନାଲ ମଧ୍ୟ ଯାଞ୍ଚ ହେଉଛି। ଉଲ୍ଲେଖଯୋଗ୍ୟ ଯେ ଅଟୋମୋବାଇଲ ନିର୍ମାତାମାନେ ମଧ୍ୟ ଏହି ମାମଲା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଗତ ଦିନରେ ଇଣ୍ଡଷ୍ଟ୍ରି ଟେଷ୍ଟିଂରେ ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରୁ ସଂଗ୍ରହ କରାଯାଇଥିବା ୨୫୦ରୁ ଅଧିକ ଫୁଏଲ ସାମ୍ପୁଲରୁ କ୍ୱାଲିଟି ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚରେ ଦେଶର ସବୁଠୁ ବଡ଼ କାର ନିର୍ମାତା ମାରୁତି ସୁଜୁକି, ଟାଟା ମୋଟର୍ସ ଓ ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା କ୍ୱାଲିଟି ଟେଷ୍ଟିଂ କରିଥିଲେ।
ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ଲରମ୍ଭାଥାନା ଗୁଞ୍ଛାଡ଼ିହି ଗ୍ରାମରେ ଅଭାବନୀୟ ଘଟଣା । ବାରହା ମାରିବା ପାଇଁ ବିଛାଯାଇଥିବା ବିଦ୍ୟୁତ ତାରରେ ଲାଗି ଯୁବକ ମୃତ। ବଡ଼ କଥା ହେଲା ଯୁବକ ଜଣକ ନିଜ ଶାଳୀଙ୍କ ସହ ଫେରାର ମାରୁଥିବା ବେଳେ ତାଙ୍କ ସହ ଅଘଟଣ ଘଟିଥିଲା। ଆହୁରି ମଧ୍ୟ ଘଟଣାସ୍ଥଳରୁ ପ୍ରାୟ ୪ କିଲୋମିଟର ଦୂରରେ ମିଳିଛି। ଏମିତିରେ ପୋଲିସ ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ଲରମ୍ଭାଥାନା ଚନ୍ଦନଜୁରୀ ଗାଁର କ୍ଷେତ୍ର ବାଗ, ଗୁଞ୍ଛାଡ଼ିହି ଗ୍ରାମର ତାଙ୍କ ସମ୍ପର୍କୀୟ ଶାଳୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଫେରାର ମାରୁଥିଲେ। ହେଲେ ଜଙ୍ଗଲ ମଧ୍ୟରେ ଗଲାବେଳେ ବାରହା ପାଇଁ ବିଛାଇଥିବା ବିଦ୍ୟୁତ ତାରରେ ଲାଗି ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ପରେ ମୃତକଙ୍କ ଶାଳୀ ଘଟଣାସ୍ଥଳରୁ ଯାଇ ପରିବାର ଲୋକଙ୍କୁ ଜଣାଇଥିଲେ। ହେଲେ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ଶବ ଗାଏବ ହୋଇଯାଇଥିଲା।
Also Read: ଜଳପ୍ରପାତରେ ଯୁବକ ନିଖୋଜ, ସେଲ୍ଫି ନେବା ବେଳେ ଖସି ପଡ଼ିବାରୁ ଅଘଟଣ
ଏମିତିରେ ଲରମ୍ଭା ଥାନାରେ ଅଭିଯୋଗ ପରେ ପୋଲିସ, ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ଖୋଜାଖୋଜି ଆରମ୍ଭ କରିଥିଲେ। ପ୍ରାୟ ୧୫ ଘଣ୍ଟା ପରେ ଘଟଣାସ୍ଥଳରୁ ୪ କିଲୋମିଟର ଦୂର ପାହାଡ଼ ଗୁମ୍ଫାରୁ ମୃତଦେହ ଉଦ୍ଧାର ହୋଇଥିଲା। ତେବେ ମୃତଦେହ ଜବତ କରିବା ସହିତ ଶବକୁ କିଏ ଓ କାହିଁକି ଗାଏବ କରିଥିଲା ସେନେଇ ଅଧିକ ତଦନ୍ତ ଜାରି ରଖିଛି ଲରମ୍ଭା ପୋଲିସ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବେ ଅରବିନ୍ଦ କେଜରିୱାଲଙ୍କ ଠାରୁ ଅଭିଜିତ୍ ଦୀପକେଙ୍କୁ ଅଧିକ ପସନ୍ଦ କରୁଛନ୍ତି ଲୋକେ। ଇଣ୍ଡିଆଟୁଡେର ଏକ ସର୍ଭେରେ ଏହି ତଥ୍ୟ ସାମ୍ନାକୁ ଆସିଛି। ସର୍ଭେ ଅନୁସାରେ, ଆମ୍ ଆଦମୀ ପାର୍ଟି (ଆପ୍)ର ପୂର୍ବତନ କର୍ମୀ ଏବଂ କକ୍ରୋଚ ଜନତା ପାର୍ଟି (ସିଜେପି) ସଂସ୍ଥାପକ ଅଭିଜିତ ଦୀପକେ ପ୍ରଧାନମନ୍ତ୍ରୀ ହୁଅନ୍ତୁ, ଏକଥା ୧.୩% ଲୋକ ଚାହୁଁଛନ୍ତି।
ଇଣ୍ଡିଆ ଟୁଡେ-ସିଭୋଟର ମୁଡ୍ ଅଫ ନେସନ (MOTN) ସର୍ଭେ ଅନୁଯାୟୀ, ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଦୀପକେଙ୍କୁ ୧.୩ ପ୍ରତିଶତ ଲୋକ ପସନ୍ଦ କରିଥିବାବେଳେ କେଜ୍ରିୱାଲଙ୍କୁ ୧.୨ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି। ଦୁଇ ଜଣଙ୍କ ମଧ୍ୟରେ ମାତ୍ର ୦.୧ ପ୍ରତିଶତ ପଏଣ୍ଟର ଏକ ଛୋଟ ତଫାତ୍ ରହିଥିଲେ ମଧ୍ୟ ରାଜନୈତିକ ଦୃଷ୍ଟିରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ମୋଦି ଆଗରେ, ରାହୁଲ ଦ୍ୱିତୀୟ
ଏବେ ବି ଲୋକଙ୍କ ପସନ୍ଦର ପ୍ରଧାନମନ୍ତ୍ରୀ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବାଗ୍ରେ ଅଛନ୍ତି। ଆଉ ଦ୍ୱିତୀୟରେ ଅଛନ୍ତି ରାହୁଲ। ସର୍ଭେ ଅନୁସାରେ ୪୮.୭ ପ୍ରତିଶତ ଉତ୍ତରଦାତା ମୋଦିଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପାଇଁ ସବୁଠାରୁ ଉପଯୁକ୍ତ ବୋଲି ମତ ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୭.୧ ପ୍ରତିଶତ ସମର୍ଥନ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ୯.୨ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛନ୍ତି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨ ପ୍ରତିଶତ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ୧.୭ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି। ଏହାପରେ ଦୀପକେ ୧.୩ ପ୍ରତିଶତ ଏବଂ କେଜ୍ରିୱାଲ ୧.୨ ପ୍ରତିଶତ ସମର୍ଥନ ପାଇଛନ୍ତି।
କେଜ୍ରିୱାଲଙ୍କଠାରୁ ବିଜୟଙ୍କ ବଡ଼ ଲୋକପ୍ରିୟତା
ବିରୋଧୀ ମେଣ୍ଟର ନେତୃତ୍ୱ ପାଇଁ କିଏ ଉପଯୁକ୍ତ ବୋଲି ପ୍ରଶ୍ନ କରାଯିବାରେ ରାହୁଲ ଗାନ୍ଧୀ ୨୯ ପ୍ରତିଶତ ସମର୍ଥନ ସହ ଶୀର୍ଷରେ ରହିଛନ୍ତି। ଜାନୁଆରୀ ୨୦୨୬ରେ ତାଙ୍କ ସମର୍ଥନ ୨୮.୬ ପ୍ରତିଶତ ଥିଲା।
ଏହି ତାଲିକାରେ ପ୍ରଥମ ଥର ପାଇଁ ସାମିଲ ହୋଇଥିବା ବିଜୟ ୧୨.୨ ପ୍ରତିଶତ ସମର୍ଥନ ସହ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି। ମମତା ବାନାର୍ଜୀ ୮.୫ ପ୍ରତିଶତ ଏବଂ ଅରବିନ୍ଦ କେଜ୍ରିୱାଲ ୭.୫ ପ୍ରତିଶତ ସମର୍ଥନ ପାଇଛନ୍ତି।
ଦୁର୍ନୀତି ଓ ବେକାରୀ ନେଇ ସର୍ଭେରେ ଚିନ୍ତା
ଅଗଷ୍ଟ ୨୦୨୬ର ମୋସନ ସର୍ଭେରେ ୪୩ ପ୍ରତିଶତ ଲୋକ କହିଛନ୍ତି ଯେ ଏନଡିଏ ସରକାରଙ୍କ ଶାସନରେ ଦୁର୍ନୀତି ବଢ଼ିଛି। ଅନ୍ୟପକ୍ଷରେ ବେକାରୀକୁ ଏନଡିଏ ସରକାରର ସବୁଠାରୁ ବଡ଼ ବିଫଳତା ଭାବେ ଉତ୍ତରଦାତାମାନେ ଦର୍ଶାଇଛନ୍ତି। ନୀଟ ପେପର ଲିକ୍ ଓ ବେକାରୀ ଭଳି ପ୍ରସଙ୍ଗରେ ସିଜେପିର ଆନ୍ଦୋଳନ ଯୁବପିଢ଼ି ମଧ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିବାରୁ ଏହାର ପ୍ରଭାବ ସର୍ଭେରେ ଦେଖାଯାଇଥାଇପାରେ ବୋଲି ଚର୍ଚ୍ଚା ହେଉଛି।
୨୫,୧୮୪ ଲୋକଙ୍କୁ ନେଇ ହୋଇଥିଲା ସର୍ଭେ
ଇଣ୍ଡିଆ ଟୁଡେ-ସିଭୋଟରର ଏହି ମୋସନ ସର୍ଭେ ଦୁଇ ବର୍ଷର ଡାଟାକୁ ନେଇ କରାଯାଏ। ଅଗଷ୍ଟ ୨୦୨୬ ସଂସ୍କରଣ ପାଇଁ ଜୁଲାଇ ୧ରୁ ଅଗଷ୍ଟ ୨୫ ମଧ୍ୟରେ ୨୫,୧୮୪ ଜଣଙ୍କୁ ସିଧାସଳଖ ସର୍ଭେ କରାଯାଇଥିଲା। ଏହା ସହ ଗତ ୬ ମାସରେ ସି-ଭୋଟରର ନିୟମିତ ଟ୍ରାକିଂ ଅଧୀନରେ କରାଯାଇଥିବା ଆଉ ୯୧,୭୯୫ଟି ସାକ୍ଷାତକାରର ତଥ୍ୟକୁ ମଧ୍ୟ ସର୍ଭେର ଫଳାଫଳ ପ୍ରସ୍ତୁତିରେ ବ୍ୟବହାର କରାଯାଇଛି।
ଦୀପକେଙ୍କ ୧.୩ ପ୍ରତିଶତ ସମର୍ଥନ ପ୍ରମୁଖ ଦାବିଦାରଙ୍କ ତୁଳନାରେ ନିଶ୍ଚିତ ଭାବେ କମ୍। କିନ୍ତୁ ମାତ୍ର କିଛି ମାସ ମଧ୍ୟରେ ଏକ ବ୍ୟଙ୍ଗାତ୍ମକ ‘ପାର୍ଟି’ରୁ ଯୁବପିଢ଼ିର ଚାପ ସୃଷ୍ଟିକାରୀ ଆନ୍ଦୋଳନର ଚେହେରା ହୋଇଥିବା ଦୀପକେଙ୍କ କେଜ୍ରିୱାଲଙ୍କୁ ପଛରେ ପକାଇବା ଏହି ସର୍ଭେର ସବୁଠାରୁ ଚର୍ଚ୍ଚିତ ଦିଗ ଭାବେ ସାମ୍ନାକୁ ଆସିଛି।
ମୁମ୍ବାଇ: ପାର୍ବଣ ଋତୁ ପୂର୍ବରୁ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଲୋକଙ୍କୁ ମହଙ୍ଗା ମାଡ଼ ପଡିବ। ୧ ସେପ୍ଟେମ୍ବରରୁ ପାଇକାରୀ ଦୁଗ୍ଧ ମୂଲ୍ୟରେ ଲିଟର ପିଛା ୯ଟଙ୍କା ବୃଦ୍ଧି ହେବାକୁ ଯାଉଛି। ମୁମ୍ବାଇ ମିଲ୍କ ପ୍ରଡ୍ୟୁସର୍ସ ଆସୋସିଏସନ (ଏମଏମପିଏ) ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ତାଜା ମଇଁଷି ଦୁଗ୍ଧର ପାଇକାରୀ ମୂଲ୍ୟ ଲିଟର ପିଛା ୯୩ ଟଙ୍କାରୁ ବଢି ୧୦୨ ଟଙ୍କା ହୋଇଯିବ। ଏହି ନୂଆ ଦର ୧ ସେପ୍ଟେମ୍ବରରୁ ଲାଗୁ ହେବ ଓ ୨୮ ଫେବୃଆରୀ ୨୦୨୭ ପର୍ଯ୍ୟନ୍ତ ପ୍ରଭାବୀ ରହିବ। ଅର୍ଥାତ ମୁମ୍ବାଇବାସୀଙ୍କୁ ୬ ମାସ ପର୍ଯ୍ୟନ୍ତ ବର୍ଦ୍ଧିତ ଦରରେ ଦୁଗ୍ଧ କ୍ରୟ କରିବାକୁ ପଡିବ ଏହା ପରେ ଦ୍ୱିତୀୟବାର ଦର ସମୀକ୍ଷା ହେବ।
୭୦ ବର୍ଷ ଇତିହାସରେ ଏମଏମପିଏ ଲିଟର ପିଛା ଏକକାଳୀନ ୯ ଟଙ୍କା ବୃଦ୍ଧି କେବେ କରି ନଥିଲା। ଏହା ପୂର୍ବରୁ ଫେବୃଆରୀ ୨୦୨୬ରେ ପାଇକାରୀ ଦୁଗ୍ଧ ମୂଲ୍ୟ ଲିଟର ପିଛା ୯୧ ଟଙ୍କାରୁ ବଢାଇ ୯୩ ଟଙ୍କା କରାଯାଇଥିଲା। ଦୁଗ୍ଧ ଉତ୍ପାଦକଙ୍କ କହିବା କଥା ହେଉଛି ଗୋଖାଦ୍ୟ ଓ ଘାଷ କୁଟା ଦର ବୃଦ୍ଧି ଯୋଗୁ ମୂଲ୍ୟ ବୃଦ୍ଧି ପଦକ୍ଷେପ ନେବାକୁ ପଡୁଛି। ଗୋଖାଦ୍ୟ ମୂଲ୍ୟରେ ପାଖାପାଖି ୨୫% ବୃଦ୍ଧି ହୋଇଛି। ଏହାଛଡା ଦୁହାଁଳିଆ ଗାଈ ଓ ମଇଁଷି ପାଳନ ପୋଷଣ ଖର୍ଚ୍ଚ ମଧ୍ୟ ଢେର ବଢି ଯାଇଛି। ଏଣୁ କ୍ଷୀର ଉତ୍ପାଦନ ବାବଦ ଖର୍ଚ୍ଚ ମଧ୍ୟ ବଢିଛି।
ଏମଏମପିଏ ଚେୟାରମ୍ୟାନ ସି.କେ. ସିଂହ କହିଛନ୍ତି ଯେ ମୁମ୍ବାଇରେ ୩,୦୦୦ରୁ ଅଧିକ ଖୁଚୁରା ବିକ୍ରେତାଙ୍କ ଦ୍ୱାରା ଦୁଗ୍ଧ ଯୋଗାଣ ହେଉଛି। ଏଣୁ ପାଇକାରୀ ଦର ଲିଟର ପିଛା ୧୦୨ ଟଙ୍କାକୁ ପହଞ୍ଚିବା ପରେ ଖାଉଟିଙ୍କ ପର୍ଯ୍ୟନ୍ତ ପହଞ୍ଚୁଥିବା ଖୁଚୁରା ଦୁଗ୍ଧ ମୂଲ୍ୟ ମଧ୍ୟ ବଢିପାରେ। ଏହା ବିକ୍ରେତା ଓ ପରିବହନ ବାବଦ ଖର୍ଚ୍ଚ ଉପରେ ନିର୍ଭର କରିବ। ମୁମ୍ବାଇରେ ଗଣେଶୋତ୍ସବ ଓ ପରବର୍ତ୍ତି ପାର୍ବଣ ପୂର୍ବରୁ ଦୁଗ୍ଧ, ପନିର, ମିଠାଇ ଦର ବଢିବା ସାଧାରଣ ପରିବାରର ବଜେଟ ବିଗିଡିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି।
ତେବେ କେବଳ ଦୁଗ୍ଧ ନୁହେଁ ଏହା ପୂର୍ବରୁ ମୁମ୍ବାଇ ମହାନଗର କ୍ଷେତ୍ର ପରିବହନ ପ୍ରାଧିକରଣ (ଏମଏମଆରଟିଏ) ସିଏନଜି ଚାଳିତ ଅଟୋ ରିକ୍ସା ଓ ଟ୍ୟାକ୍ସି ଭଡ଼ା ବଢେଇବାକୁ ମଞ୍ଜୁରୀ ଦେଇଛନ୍ତି। ଏଣୁ ମୁମ୍ବାଇରେ ସାଧାରଣ ଜନତାଙ୍କ ଉପରେ ମୂଲ୍ୟବୃଦ୍ଧିର ଦୋହରା ମାଡ଼ ପଡିବାକୁ ଯାଉଛି। ଏମଏମଆରଟିଏଙ୍କ ନିଷ୍ପତ୍ତି ଅନୁସାରେ ମୁମ୍ବାଇରେ ସର୍ବ ନିମ୍ନ ଟ୍ୟାକ୍ସି ଭଡ଼ା ୩୧ ଟଙ୍କାରୁ ବଢି ୩୩ ଟଙ୍କା ହୋଇଯାଇଛି। ସେହିପରି ପରବର୍ତ୍ତି ପ୍ରତି କିଲୋମିଟର ଦର ୨୦ଟଙ୍କା ୬୬ ପଇସାରୁ ବଢି ୨୧ ଟଙ୍କା ୯୦ ପଇସା ହୋଇଯାଇଛି। ସେହିପରି ସର୍ବ ନିମ୍ନ ଅଟୋ ଭଡା ୧୭ଟଙ୍କା ୧୪ ପଇସାରୁ ବଢି ୧୮ ଟଙ୍କା୨୨ ପଇସା ହୋଇଯାଇଛି।
ଭୁବନେଶ୍ବର: ଭୁବନେଶ୍ୱର ଷ୍ଟେସନ ଭଳି ବ୍ୟସ୍ତ ବହୁଳ ରେଳ ଷ୍ଟେସନରେ ଯାତ୍ରୀଙ୍କ ସୁରକ୍ଷାକୁ ଆହୁରି ମଜଭୁତ କରିବା ଦିଗରେ ଆଉ ଏକ ପଦକ୍ଷେପ। ରେଳ ଷ୍ଟେସନରେ ପ୍ରଥମ ଥର ପାଇଁ ଇନଷ୍ଟଲ୍ ହୋଇଛି ବଡ଼ ପାର୍ସଲ ସ୍କାନର ମେସିନ୍। ଏହି ମେସିନ୍ ଦ୍ବାରା ଷ୍ଟେସନରୁ ଯାଉଥିବା ପାର୍ସଲଗୁଡ଼ିକୁ ଟିକିନିଖି ଯାଞ୍ଚ କରାଯିବ। ଏମିତିକି ପାର୍ସଲ ନଖୋଲି ବି ତା’ ଭିତରେ ଥିବା ସାମଗ୍ରୀର ଯାଞ୍ଚ କରାଯାଇପାରିବ। ଫଳରେ ପାର୍ସଲ ଭିତରେ ନିଶା କିମ୍ବା ବିସ୍ଫୋରକ ତଥା କୌଣସି ସନ୍ଦିଗ୍ଧ ସାମଗ୍ରୀ ରହିଛି ସହଜରେ ଜଣାପଡ଼ିବ।
ବିଭିନ୍ନ ରଙ୍ଗ ଓ କୋଡ୍ ଆଧାରରେ କମ୍ପ୍ୟୁଟରାଇଜ୍ଡ ପ୍ରଣାଳୀରେ ପାର୍ସଲ ଭିତରେ ଥିବା ସାମଗ୍ରୀର ଚିତ୍ର ମିଳିବ। ଗୋଟିଏ ପଟେ ପାର୍ସଲ ମେସିନ୍ ଭିତରକୁ ପ୍ରବେଶ କରିବ ଏବଂ ଅନ୍ୟପଟେ ଏହାର ସ୍କାନିଂ ହେବ। ଫଳରେ ସନ୍ଦେହଜନକ ସାମଗ୍ରୀ ଚିହ୍ନଟ କରିବା ଅଧିକ ସହଜ ହେବ।
Also Read: ଆଉ ଚଳିବନି ମାଫିଆ ରାଜ୍, ଏଣିକି ସିଧା ଏନକାଉଣ୍ଟର.. STF-EOW ଆଇଜି ଭାବେ ଯୋଗଦେଲେ ହିମାଂଶୁ ଲାଲ
ତେବେ ଆଗାମୀ ଦିନରେ ରାଜ୍ୟର ଅନ୍ୟ ପ୍ରମୁଖ ରେଲୱେ ଷ୍ଟେସନରେ ମଧ୍ୟ ଏଭଳି ପାର୍ସଲ ସ୍କାନର୍ ବ୍ୟବସ୍ଥା କରାଗଲେ ଚୋରାଚାଲାଣ ଓ ବେଆଇନ ସାମଗ୍ରୀ ପରିବହନ ଉପରେ ରୋକ୍ ଲଗାଇବାରେ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ।
ଭୁବନେଶ୍ୱର ୨୮।୮: ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭାଇ ଟିଏ ନିଜ ଭଉଣୀକୁ କିଛି ଉପହାର ଦେଇଥାଏ। ଓଡ଼ିଶାର ଶାସନ ମୁଖ୍ୟ ଭାବେ ରକ୍ଷା ବନ୍ଧନରେ ସୁଭଦ୍ରା ସହାୟତା ପ୍ରଦାନ କରି ମତେ ଏକ ଭାଇର କର୍ତ୍ତବ୍ୟ ସମ୍ପାଦନ କରିବା ଭଳି ଅନୁଭବ ହେଉଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୟାଗଡ଼ ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ଅବସରରେ କହିଛନ୍ତି ।
ନୟାଗଡ଼ ଜିଲ୍ଲା ଲାଠିପଡ଼ାଠାରେ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ଉପମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ଗହଣରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରାଯାଇଛି । ରାଜ୍ୟର ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ହିତାଧିକାରୀଙ୍କୁ ୫,୧୬୩ କୋଟି ର ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଛି । ଏଥିରେ ନୟାଗଡ଼ ଜିଲ୍ଲାର ୨ ଲକ୍ଷ ୩୩ ହଜାର ୫୮୫ ହିତାଧିକାରୀ ଅନ୍ତର୍ଭୁକ୍ତ ଅଛନ୍ତି ।
IIM ସମ୍ବଲପୁର ଓ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ସର୍ଭେ ରିପୋର୍ଟକୁ ଉଦ୍ଧୃତ କରି ସେ ପ୍ରକାଶ କରିଛନ୍ତି ଯେ ପ୍ରାୟ ୮୦ ପ୍ରତିଶତ ମହିଳା ସୁଭଦ୍ରା ସହାୟତାକୁ କେବଳ ଦୈନନ୍ଦିନ ଆବଶ୍ୟକତା ପାଇଁ ଖର୍ଚ୍ଚ ନକରି, ଦୀର୍ଘମିଆଦୀ ଆର୍ଥିକ ସୁରକ୍ଷା, ବ୍ୟବସାୟ ଓ ବିକାଶ କାର୍ଯ୍ୟରେ ନିୟୋଜିତ କରିଛନ୍ତି। ୮୭.୧୯ ପ୍ରତିଶତ ହିତାଧିକାରୀ ସୁଭଦ୍ରାକୁ ଅତ୍ୟନ୍ତ ଉପଯୋଗୀ ବୋଲି ମତ ଦେଇଛନ୍ତି । ମହିଳାଙ୍କ ଆକାଉଣ୍ଟ ବାଲାନ୍ସ ଓ ମାସିକ ଖର୍ଚ୍ଚରେ ବୃଦ୍ଧି ଘଟିଛି । ନୟାଗଡ଼ର ରଞ୍ଜୁବାଳା ଓ ସୌଦାମିନୀ ନନ୍ଦ, ଗଞ୍ଜାମର ଗୌରୀ ସାହୁ, ସୁବର୍ଣ୍ଣପୁରର ଭାରତୀ ଜଗଦଳ, ଏବଂ କୋରାପୁଟର ଆରତୀ ଖୋସଲାଙ୍କ ଭଳି ଉଦ୍ୟମୀ ଭଉଣୀମାନଙ୍କ ସଫଳତାର କାହାଣୀ ରାଜ୍ୟର ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛି ବୋଲି ସେ କହିଛନ୍ତି ।
ସଂସଦରେ ‘ନାରୀଶକ୍ତି ବନ୍ଦନ ଅଧିନିୟମ’ ମାଧ୍ୟମରେ ମହିଳାମାନଙ୍କୁ ରାଜନୈତିକ ସଂରକ୍ଷଣ ଦେବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମକୁ ସେ ପ୍ରଶଂସା କରିବା ସହ ଆଗାମୀ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିବସ ଅବସରରେ ସମସ୍ତଙ୍କୁ ଦୀପଟିଏ ଜାଳି ଆଶୀର୍ବାଦ ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।
ନୟାଗଡ଼ ଜିଲ୍ଲାର ୨ ଲକ୍ଷ ୩୩ ହଜାର ୫୮୫ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ପଞ୍ଚମ କିସ୍ତିରେ ୧୧୬ କୋଟି ୮୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ସେ ସୂଚନା ଦେଇଛନ୍ତି। ନୟାଗଡ଼ ଜିଲ୍ଲାବାସୀଙ୍କୁ ଆଶ୍ୱାସନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ସହଯୋଗରେ ଖୁବ୍ ଶୀଘ୍ର ନୟାଗଡ଼ ଚିନି କଳ ପ୍ରତିଷ୍ଠା ସହିତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଆରମ୍ଭ ହେବ ।
ଏହି ଅବସରରେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ କହିଥିଲେ ଯେ ଆମ ସରକାର ଦାୟିତ୍ୱ ନେବା ସମୟରେ ସଠିକ୍ ନିଷ୍ପତ୍ତି ନେଇ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆଜି ଏହି ସୁଭଦ୍ରା ଯୋଜନା ରାଜ୍ୟର ଏକ କୋଟିରୁ ଉର୍ଦ୍ଧ୍ୱ ମା ଓ ଭଉଣୀଙ୍କ ସାମାଜିକ ଓ ଆର୍ଥିକ ଜୀବନରେ ପରିବର୍ତ୍ତନ ଆଣିଛି । ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ସାଢ଼େ ଚାରି କୋଟି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ମୁଖ୍ୟମନ୍ତ୍ରୀ ଦିନ ରାତି କଠିନ ପରିଶ୍ରମ କରୁଛନ୍ତି । ନୟାଗଡ଼ର ଇଂରାଜୀ ବନାନକୁ ସଂଶୋଧନ କରି ନୟାଗଡ଼ ଜିଲ୍ଲାର ସ୍ୱାଭିମାନ ଓ ଅସ୍ମିତାକୁ ମୁଖ୍ୟମନ୍ତ୍ରୀ ସୁରକ୍ଷିତ କରିଛନ୍ତି ବୋଲି ସେ କହିଥିଲେ ।
ଏହି ଅବସରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ ଯେ ସୁଭଦ୍ରା ହେଉଛି ମା ଓ ଭଉଣୀ ମାନଙ୍କ ସ୍ୱପ୍ନ, ସମ୍ମାନ ଓ ସ୍ୱାବଲମ୍ବନର ପ୍ରତୀକ । ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆମ ବସ୍ ରେ ମା ଓ ଭଉଣୀ ମାନଙ୍କ ପାଇଁ ମାଗଣା ଯାତ୍ରା ସୁବିଧା କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ ସୁଭଦ୍ରା ଆଜି ମହିଳାମାନଙ୍କୁ ନିଜେ ନିଷ୍ପତ୍ତି ନେବାର ଓ ଉଦ୍ୟୋଗୀ ବନିବାର ସୁଯୋଗ ପ୍ରଦାନ କରିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସୁଭଦ୍ରା ହେବ ବିକାଶର ମୂଳପିଣ୍ଡ ବୋଲି ସେ କହିଥିଲେ।
ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର ଧାର୍ଯ୍ୟ ସମୟ ପୂର୍ବରୁ ଲକ୍ଷପତି ଦିଦି ଟାର୍ଗେଟ୍ ହାସଲ କରି ରେକର୍ଡ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇ କହିଥିଲେ ଯେ ଟେଲିଭିଜନରେ ମୁଖ୍ୟମନ୍ତ୍ରୀଙ୍କ ବୋଟ୍ ଓ ଖାଲିପାଦରେ ବନ୍ୟା ଗସ୍ତ ଦେଖି ସଂସଦ ରେ ସାଂସଦ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
କନ୍ଧମାଳ ସାଂସଦ ଶ୍ରୀ ସୁକାନ୍ତ ପାଣିଗ୍ରାହୀ କହିଥିଲେ ଯେ ମାତୃ ଶକ୍ତିର ଜାଗରଣ ହେଲେ ସମାଜର ବିକାଶ ହୁଏ । ଆଜି ଦେଶରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ମାତୃଶକ୍ତିର ସମ୍ମାନ କ୍ଷେତ୍ରରେ ଏକ ନୂଆ ଜାଗରଣ ସୃଷ୍ଟି ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଓ ଗଞ୍ଜାମ ଜିଲ୍ଲାର ସଫଳ ସୁଭଦ୍ରା ହିତାଧିକାରୀ ଓ ପ୍ରଶିକ୍ଷିତ ହିତାଧିକାରୀଙ୍କ ସହିତ ବାର୍ତ୍ତାଳାପ କରିଥିଲେ। Subhadra Annual report ୨୦୨୫-୨୬, SBI Survey Report ଏବଂ ସୁଭଦ୍ରା ସମୀକ୍ଷା ଉନ୍ମୋଚନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଡ଼ଃ ମୃଣାଳିନୀ ଦର୍ସ୍ୱାଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଖଣ୍ଡପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ସ୍ୱାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଏବଂ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
Watch Video:
ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀ ତଥା କଂଗ୍ରେସ ନେତା ବି. ନାଗେନ୍ଦ୍ର (B Nagendra) ରାଜ୍ୟ ମନ୍ତ୍ରୀମଣ୍ଡଳ ଏବଂ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। 'କର୍ଣ୍ଣାଟକ ମହର୍ଷି ବାଲ୍ମୀକି ଅନୁସୂଚିତ ଜନଜାତି ଉନ୍ନୟନ ନିଗମ' ରେ ହୋଇଥିବା ଆର୍ଥିକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗକୁ ନେଇ ସେ ଏହି ନିଷ୍ପତ୍ତି ନେଇଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀରେ ନାଗେନ୍ଦ୍ର କହିଛନ୍ତି ଯେ, ନିଜ ଦଳ (କଂଗ୍ରେସ) କୁ କୌଣସି ପ୍ରକାରର ଅସୁବିଧା କିମ୍ବା ଲଜ୍ଜାଜନକ ସ୍ଥିତିରୁ ରକ୍ଷା କରିବା ପାଇଁ ସେ ‘ସ୍ୱେଚ୍ଛାକୃତ ଭାବରେ’ ନିଜ ପଦବୀରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ନିଜକୁ ବିଜେପିର ‘ମନୁବାଦୀ ରାଜନୀତି’ ର ଶିକାର ବୋଲି ଅଭିଯୋଗ କରିଛନ୍ତି ଏବଂ ବିରୋଧୀ ଦଳ ତାଙ୍କୁ ଚକ୍ରାନ୍ତ କରି ଫସାଇବାକୁ ଚେଷ୍ଟା କରୁଛି ବୋଲି ଦାବି କରିଛନ୍ତି। ଏହା ସହ ସେ ସାମ୍ବାଦିକ ସମ୍ମିଳନୀରେ କାନ୍ଦୁଥିବା ମଧ୍ୟ ଦେଖିବାକୁ ମିଳିଛି ।
ବିଜେପି ଏବଂ ଜେଡିଏସ୍ ନାଗେନ୍ଦ୍ରଙ୍କ ଇସ୍ତଫା ଦାବିରେ ବିଧାନସଭା ଭିତରେ ଓ ବାହାରେ ଆନ୍ଦୋଳନ ଜାରି ରଖିଥିଲେ।
ବାରିପଦା ୨୮।୮: ଶିମିଳିପାଳ ପାଇଁ ଖୁସି ଖବର । ଶିମିଳିପାଳ ଅଭୟାରଣ୍ୟର ପରିବେଶ ସହ ସମ୍ପୂର୍ଣ୍ଣ ଭାବେ ଖାପଖୁଆଇ ନିଜ ବାସସ୍ଥଳୀ ଗଢ଼ିବା ସହ ୪ଟି ଶାବକଙ୍କୁ ଜନ୍ମ ଦେଇଥିବା ମହାବଳ ବାଘୁଣୀ ‘ଜିନ୍ନତ୍’ ଉପରୁ ଏବେ ନଜର ହଟାଇ ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନେଉଛନ୍ତି ବନ ବିଭାଗ । ବର୍ଷା ଋତୁ ପରେ ବିଚାର ବିମର୍ଶ କରି ବାଘୁଣୀ ‘ଜିନ୍ନତ୍’କୁ ସ୍ଥାୟୀ ଭାବରେ ଏନକ୍ଲୋଜର୍ରୁ ମୁକ୍ତ କରିବା ନେଇ ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ‘ଜିନ୍ନତ୍’ ଶିମିଳିପାଳରେ ସଫଳତାର ସହ ସ୍ଥିର ରହିବା ସହ ଶିମିଳିପାଳର ଅନ୍ୟ ବାଘ ମାନଙ୍କ ଭଳି ସାଧାରଣ ବିଚରଣ କରୁଥିବାରୁ ଏଭଳି ନିଷ୍ପତ୍ତି ନେବାକୁ ଯାଉଛନ୍ତି କର୍ତ୍ତୃପକ୍ଷ । କିନ୍ତୁ ବାଘୁଣୀ ଯମୁନା ଉପରେ ରହିବ ନଜର ।
ସବୁଠାରୁ ବଡ଼ କଥା ହେଉଛି ବିନା ଟ୍ରାଙ୍କୁଲାଇଜରେ ଖୋଲିବ କଲାର । ଏହି ରେଡିଓ କଲାରକୁ ରିମୋଟ୍ ଜରିଆରେ ସ୍ୱୟଂଚାଳିତ ଭାବେ ବାହାର କରାଯିବ । ଯାହା ଫଳରେ ବାଘୁଣୀକୁ ନିଶ୍ଚେତକ ଦେବାର ଆବଶ୍ୟକତା ପଡ଼ିବ ନାହିଁ। ପରେ ବନ କର୍ମଚାରୀ ମାନେ ଜଙ୍ଗଲରୁ ଏହାକୁ ସଂଗ୍ରହ କରିବେ । ଶିମିଳିପାଳରେ ମହାବଳ ବାଘ ସଂଖାରେ ବୃଦ୍ଧି ସହିତ କଳାବାଘ ସଂଖ୍ୟାରେ ନିୟନ୍ତ୍ରଣ ପାଇଁ ଏଭଳି ଏକ ନିଷ୍ପତ୍ତି ନିଆଯାଇଥିଲା ଯାହା ସମ୍ପୂର୍ଣ୍ଣ ଭାବେ ସଫଳତା ଆଡ଼କୁ ଗତି କରୁଛି ।
ମହାରାଷ୍ଟ୍ରର ତାଡୋବା-ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ୨୦୨୪ ମସିହାରେ ପ୍ରଥମେ ଯମୁନା ଏବଂ ପରେ ‘ଜିନ୍ନତ୍’କୁ ଶିମିଳିପାଳ ଅଣାଯାଇଥିଲା । ନଭେମ୍ବର ୨୦୨୪ରେ ଶିମିଳିପାଳ ଆସିଥିଲା ‘ଜିନ୍ନତ୍’ । ସେତେବେଳକୁ ତାକୁ ୪ବର୍ଷ ବୟସ ହୋଇଥିଲା । ‘ଜିନ୍ନତ୍’ ଗତ ମେ' ୨୦୨୬ରେ ୪ଟି ଶାବକଙ୍କୁ ଜନ୍ମ ଦେଇ ରାଜ୍ୟ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଏକ ବଡ଼ ସଫଳତା ଆଣିଦେଇଛି। ଅପରପକ୍ଷରେ, କୁଲଡିହା ଜଙ୍ଗଲରେ ଥିବା ଅନ୍ୟତମ ବାଘୁଣୀ 'ଯମୁନା' ଏପର୍ଯ୍ୟନ୍ତ ବଂଶବୃଦ୍ଧି କରିନଥିବାରୁ ତା' ଉପରେ ପୂର୍ବଭଳି ରେଡିଓ କଲାର ମାଧ୍ୟମରେ ନଜର ରଖାଯିବ ବୋଲି ସୂଚନା ଦେଇଛନ୍ତି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ (ଏସଟିଆର) କ୍ଷେତ୍ର ନିର୍ଦ୍ଦେଶକ ଡ଼ା. ପ୍ରକାଶ ଚାନ୍ଦ ଗୋଗିନେନୀ।
Watch Video:
ନୂଆଦିଲ୍ଲୀ: ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ବାପା, ଏପଟେ କିନ୍ତୁ କ୍ରିକେଟ୍ ପଡ଼ିଆରେ କମାଲ୍ କରି ସମସ୍ତଙ୍କ ନଜର ଆସିଛନ୍ତି ପୁଅ । ଦିଲ୍ଲୀ ପ୍ରିମିୟର ଲିଗ୍ ୨୦୨୬ରେ ଲୋକସଭା ସାଂସଦ ପପୁ ଯାଦବଙ୍କ ପୁଅ ସାର୍ଥକ ରଞ୍ଜନ ନିଜ ବ୍ୟାଟରେ କମାଲ୍ କରିଛନ୍ତି । ନର୍ଥ ଦିଲ୍ଲୀ ଷ୍ଟ୍ରାଇକର୍ସର ଅଧିନାୟକ ପୂରା ସିଜନରେ ନିରନ୍ତର ଭଲ ପ୍ରଦର୍ଶନ କରିଛନ୍ତି । ସାର୍ଥକଙ୍କ ନେତୃତ୍ୱରେ ନର୍ଥ ଦିଲ୍ଲୀ ଷ୍ଟ୍ରାଇକର୍ସ ଯଦିଓ ପ୍ଲେ-ଅଫ୍ ଦୌଡ଼ରୁ ବାହାରି ଯାଇଛି, କିନ୍ତୁ ସାର୍ଥକ ଏବେ ବି ଅରେଞ୍ଜ କ୍ୟାପ୍ ବଜାୟ ରଖିଛନ୍ତି ।
ସାର୍ଥକ ରଞ୍ଜନ ପ୍ରତିଟି ମ୍ୟାଚରେ ଟିମ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି ଏବଂ ଅଧିନାୟକ ଭାବେ ଆଗରେ ରହି ନେତୃତ୍ୱ ନେଇଛନ୍ତି । ଡାହାଣହାତୀ ବ୍ୟାଟର ସାର୍ଥକ ଡିପିଏଲ୍ ୨୦୨୬ରେ ୬୪, ୯୫, ୬୫, ୫୭, ୫୯, ୧୦, ୭୮, ୪୫ ଓ ୨୦ ରନ୍ ସ୍କୋର କରିଛନ୍ତି । ଅର୍ଥାତ୍ ସାର୍ଥକ ୯ଟି ପାଳିରେ ୪୯୩ ରନ୍ କରିଛନ୍ତି । ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୬୭.୬୯ ଏବଂ ଆଭରେଜ୍ ୫୪.୭୮ ରହିଥିଲା । ସାର୍ଥକ ଡିପିଏଲ ୨୦୨୬ରେ ମୋଟ ୩୩ଟି ଛକା ଓ ୪୪ଟି ଚୌକା ମାରିଛନ୍ତି ।
ଡିପିଏଲ୍ ୨୦୨୬ରେ ସବୁଠାରୁ ଅଧିକ ରନ୍ କରିଥିବା ବ୍ୟାଟରଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ସେଣ୍ଟ୍ରାଲ ଦିଲ୍ଲୀ କିଙ୍ଗସର ୟଶ ଧୁଲ୍ ଅଛନ୍ତି । ୟଶ ୯ଟି ମ୍ୟାଚରେ ୫୧.୨୫ ହାରରେ ୪୧୦ ରନ୍ କରିଛନ୍ତି । ୟଶଙ୍କ ଟିମ୍ ପ୍ଲେ-ଅଫ୍ରେ ପହଞ୍ଚିବାରେ ସଫଳ ହୋଇଛି । ହେଲେ ୟଶ ପ୍ଲେ-ଅଫ୍ ମ୍ୟାଚଗୁଡ଼ିକ ପାଇଁ ଉପଲବ୍ଧ ନାହାନ୍ତି, ଏଭଳି ପରିସ୍ଥିତିରେ ସେ ସାର୍ଥକ ରଞ୍ଜନଙ୍କୁ ପଛରେ ପକାଇ ପାରିବେ ନାହିଁ । ୟଶଙ୍କୁ ଦୁଲୀପ ଟ୍ରଫି ପାଇଁ ଇଷ୍ଟ ଜୋନ୍ ଟିମରେ ଚୟନ କରାଯାଇଛି ।
ସୂଚନାଯୋଗ୍ୟ ଯେ, ସାର୍ଥକ ରଞ୍ଜନଙ୍କ ବାପା ପପୁ ଯାଦବ ବିହାରର ପୂର୍ଣ୍ଣିଆ ଲୋକସଭା ଆସନରୁ ସାଂସଦ ଅଛନ୍ତି । ପପୁ ଯାଦବ ମୋଟ ଉପରେ ଚତୁର୍ଥ ଥର ପାଇଁ ଏଠାରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ସେ ଦୁଇଥର ମଧେପୁରା ଆସନରୁ ମଧ୍ୟ ଲୋକସଭା ସାଂସଦ ରହିସାରିଛନ୍ତି । ସାର୍ଥକଙ୍କ ମାଆ ରଞ୍ଜିତ ରଞ୍ଜନ ମଧ୍ୟ କଂଗ୍ରେସ ଟିକେଟରେ ରାଜ୍ୟସଭା ସାଂସଦ ଅଛନ୍ତି ।
ସାର୍ଥକ ରଞ୍ଜନ ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସର ଅଂଶ ଅଛନ୍ତି । କିନ୍ତୁ ତାଙ୍କୁ ଗତ ସିଜିନରେ ଗୋଟିଏ ହେଲେ ମ୍ୟାଚରେ ସୁଯୋଗ ମିଳି ନ ଥିଲା । ଏବେ ସାର୍ଥକ ଆଇପିଏଲର ଆଗାମୀ ସିଜିନରେ ସୁଯୋଗ ପାଇବା ଅପେକ୍ଷାରେ ଅଛନ୍ତି ।
ବିଳାଶପୁର: ଛତିଶଗଡ଼ ବିଳାଶପୁର ଚକ୍କରଭାଠା ଏୟାରପୋର୍ଟରେ ଶୁକ୍ରବାର ଏକ ଭୀଷଣ ବିମାନ ଦୁର୍ଘଟଣା ଅଳ୍ପକେ ଟଳିଛି। ଦିଲ୍ଲୀରୁ ବିଳାଶପୁର ଆସିଥିବା ଆଲାଏନ୍ସ ଏୟାର ଫ୍ଲାଇଟ ସଂଖ୍ୟା ୯୧୬୯୭ ରନୱେରେ ଲ୍ୟାଣ୍ଡିଂ କରୁଥିବା ବେଳେ ଅଚାନକ ବିମାନର ଏକ ଟାୟାର ଫାଟି ଯାଇଛି। ବିମାନ ଅବତରଣ ସହ ବିସ୍ଫୋରଣ ଶବ୍ଦ ବିମାନବନ୍ଦରରେ ଆତଙ୍କ ଖେଳାଇ ଦେଇଥିଲା। ବିମାନ ବନ୍ଦର ପ୍ରଶାସନ ଓ କର୍ମଚାରୀ ଆତଙ୍କିତ ହୋଇ ପଡିଥିଲେ। ତେବେ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ଭୀଷଣ ବିମାନ ଦୁର୍ଘଟଣା ଟଳି ପାରିଛି।
ଲ୍ୟାଣ୍ଡିଂ କାଲରେ ଜୋରଦାର ଶବ୍ଦ ସହ ଟାୟାର ଫାଟିବା ସତ୍ତ୍ୱେ ପାଇଲଟ ଅସାଧାରଣ ସାହସ ପ୍ରଦର୍ଶନ ପୂର୍ବକ ବିମାନକୁ ଅସନ୍ତୁଳିତ ହେବାକୁ ଦେଇ ନଥିଲେ ଓ ତତ୍ପରତାର ସହ ବିମାନକୁ ରନୱେ କଡରେ ରୋକି ଦେଇଥିଲେ। ସୂଚନା ପାଇ ଏୟାରପୋର୍ଟ ଫାୟାର ଓ ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ତେବେ ଏହି ଘଟଣାରେ ଯାତ୍ରୀ ଅଥବା ଚାଳକ ଦଳ ସଦସ୍ୟ ପ୍ରଭାବିତ ହୋଇ ନଥିବା ବେଳେ ସମସ୍ତେ ସୁରକ୍ଷିତ ବାହାରିଛନ୍ତି। ଏହି ଘଟଣା ପରେ ବିମାନରେ ଦେଖା ଦେଇଥିବା ବୈଷୟିକ ତ୍ରୁଟି ଯୋଗୁ ବିଳାଶପୁରରୁ ପ୍ରୟାଗରାଜ ଯିବାକୁ ଥିବା କନେକ୍ଟିଂ ଫ୍ଲାଇଟ ରଦ୍ଦ ହୋଇଯାଇଛି।
ଏଣୁ ବିମାନରେ ଥିବା ତଥା ଏୟାରପୋର୍ଟରେ ଅପେକ୍ଷା କରିଥିବା ପ୍ରୟାଗରାଜ ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ଘଟଣା ପରେ ଏୟାରପୋର୍ଟ ଅଥରିଟି ଓ ଆଲାଏନ୍ସ ଏୟାରର ଟେକ୍ନିକାଲ ଟିମ୍ ଘଟଣାର କାରଣ ଓ ଟାୟାର ଫାଟିବା ଯାଞ୍ଚ ଆରମ୍ଭ କରିଦେଇଛନ୍ତି। ବିମାନ ଏବେ ବିଳାଶପୁର ଏୟାରପୋର୍ଟରେ ଅଟକି ରହିଥିବା ବେଳେ ସମସ୍ତ ଯାତ୍ରୀ ଓ ଚାଳକଦଳ ସଦସ୍ୟ ସୁରକ୍ଷିତ ଥିବା କୁହାଯାଇଛି।
ନୂଆଦିଲ୍ଲୀ: ଏକ୍ସପ୍ରେସ୍ ୱେ ଏବଂ ନ୍ୟାସନାଲ ହାଇ ୱେ ପ୍ରୋଜେକ୍ଟସ୍ ରେ କାମର ମାନ ସୁଧାର ସହ ଅବହେଳା ରୋକିବାକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ବଡ଼ ନିଷ୍ପତ୍ତି ନେଇଛନ୍ତି। ମନ୍ତ୍ରାଳୟ ଦେଶର ପାଖାପାଖି ୫୦୦୦ କିଲୋମିଟର ଦୀର୍ଘ ଏକ୍ସପ୍ରେସ୍ ୱେ ଏବଂ ହାଇ ୱେ ନିର୍ମାଣ ଆରମ୍ଭରୁ ନେଇ ପ୍ରୋଜେକ୍ଟ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ନିରୀକ୍ଷଣ ଓ ଯାଞ୍ଚ ଲାଗି ଥାର୍ଡପାର୍ଟି ଅଡିଟକୁ ଅନିବାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛି। ଆରମ୍ଭରେ ତୃତୀୟପକ୍ଷ ନିରୀକ୍ଷଣ ଏଜେନ୍ସୀ (ଟିପିଏ)କୁ ୩ ବର୍ଷ ଅବଧି ନିମନ୍ତେ ନିଯୁକ୍ତ କରାଯିବ।
ଇଆଇଏଲକୁ ବାଛିବାକୁ ନିଷ୍ପତ୍ତି
ଏକ ଇଂରାଜୀ ୱେବସାଇଟରୁ ମିଳୁଥିବା ସୂଚନା ଆଧାରରେ ସଡ଼କ ପରିବହନ ମନ୍ତ୍ରାଳୟ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ଅନ୍ତର୍ଗତ ଇଞ୍ଜିନିୟରିଂ କନସଲଟାନ୍ସୀ ଫାର୍ମ ‘ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ’ (ଇଆଏଲ)କୁ ଏଥି ପାଇଁ ବାଛିବାକୁ ନିଷ୍ପତ୍ତି ନେଇଛି। ଏହି ଏଜେନ୍ସୀ ମୁଖ୍ୟରୂପେ ସାରା ଦେଶରେ ଏକ୍ସପ୍ରେସ୍ ୱେ, ସିକ୍ସ ଲେନ୍ ଓ ୪ ଲେନର ନ୍ୟାସନାଲ ହାଇୱେର ଅଡିଟ କରିବ।
ସ୍ୱତନ୍ତ୍ର ଅଡିଟରଙ୍କ ଦ୍ୱାରା କରାଯାଏ କ୍ୱାଲିଟି ଯାଞ୍ଚ
ବର୍ତ୍ତମାନ ନିର୍ମାଣ କାର୍ଯ୍ୟର କ୍ୱାଲିଟି ଯାଞ୍ଚ (ଥାର୍ଡ ପାର୍ଟି କ୍ୱାଲିଟି ଅଡିଟ) ସ୍ୱତନ୍ତ୍ର ଅଡିଟରଙ୍କ ଦ୍ୱାରା କରାଯାଉଛି। ଏଥିରେ ଅଧିକାଂଶ ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ (ଏନଏଚଏଆଇ) ଓ ଅନ୍ୟ ସରକାରୀ ଏଜେନ୍ସୀଙ୍କ ଦ୍ୱାରା ସୂଚୀବଦ୍ଧ ଅବସରପ୍ରାପ୍ତ ସରକାରୀ ଇଞ୍ଜିନିୟର ଥାଆନ୍ତି।
୫,୦୦୦ କିଲୋମିଟର ଦୀର୍ଘ ସଡ଼କ ନେଟୱାର୍କର ଦାୟିତ୍ୱ
ଏହି ଏଜେନ୍ସୀକୁ ମୋଟ ୫ ହଜାର କିଲୋମିଟର ଦୀର୍ଘ ସଡ଼କ ନେଟୱାର୍କର ନିରୀକ୍ଷଣ ଦାୟିତ୍ୱ ପ୍ରଦାନ କରାଯିବ। ଏଥିରେ ୭୭୦ କିଲୋମିଟର ଏକ୍ସପ୍ରେସ୍ ୱ, ୨,୨୦୦ କିଲୋମିଟର ୬ ଲେନ୍ ରାଜମାର୍ଗ ଓ ୪ ଲେନ ଓ ୨ଲେନ ରାଜମାର୍ଗର ୧ ହଜାର କିଲୋମିଟର ଲେଖାଏଁ ଅଂଶ ସାମିଲ ରହିବ। ନିର୍ମାଣର ମାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ସଡ଼କ ପରିବହନ ମନ୍ତ୍ରାଳୟକୁ ସ୍ୱତନ୍ତ୍ର ଥାର୍ଡପାର୍ଟି ଅଡିଟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଯୋଜନା ଅନୁସାରେ ଇଆଇଏଲର ଭୂମିକା ମୁଖ୍ୟ ରୂପେ ଅନୁବନ୍ଧରେ ନିର୍ଦ୍ଧାରିତ ଟେକ୍ନିକାଲ ମାନ ଓ ଗାଇଡଲାଇନ ପାଳନର ଯାଞ୍ଚ ଓ ନିରୀକ୍ଷଣ ମଧ୍ୟରେ ସୀମିତ ରହିବ।
ପୂର୍ବରୁ ବି ଦେଖୁଥିଲା ଥାର୍ଡପାର୍ଟି
ଏହା ପୂର୍ବରୁ ମଧ୍ୟ ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ ଏପରି ଯାଞ୍ଚ କରିଛି। ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳରେ ଯେତେବେଳେ ଦେଶର ସର୍ବ ପ୍ରଥମ ତଥା ସର୍ବ ବୃହତ୍ତ ‘ସ୍ୱର୍ଣ୍ଣ ଚତୁର୍ଭୁଜ’ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିଲା ସେତେବେଳେ ଇଆଇଏଲ ଥାର୍ଡ ପାର୍ଟି କ୍ୱାଲିଟି ଯାଞ୍ଚର ଦାୟିତ୍ୱ ନେଇଥିଲା।
ନୂଆଦିଲ୍ଲୀ: ଭାରତୀୟ ସେନା ଆମେରିକାଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍ ସିଷ୍ଟମ (ATGM) କିଣିବା ପାଇଁ ଲେଟର ଅଫ୍ ଅଫର୍ ଆଣ୍ଡ ଆକ୍ସେପ୍ଟାନ୍ସ (LOA)ରେ ସ୍ୱାକ୍ଷର କରିଛି। ଆମେରିକାର ଫରେନ ମିଲିଟାରି ସେଲ୍ସ ପ୍ରକ୍ରିୟା ମାଧ୍ୟମରେ ଏହି ପ୍ରତିରକ୍ଷା ସାମଗ୍ରୀ କ୍ରୟ କରାଯିବ।
ଏହି ଚୁକ୍ତି ଭାରତ-ଆମେରିକା ପ୍ରତିରକ୍ଷା ସହଯୋଗକୁ ଆହୁରି ମଜବୁତ କରିବ ବୋଲି ଆମେରିକା କହିଛି। ଶୁକ୍ରବାର, ଅଗଷ୍ଟ ୨୮ରେ ଭାରତରେ ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋର କହିଛନ୍ତି, “ଏହି ଚୁକ୍ତି ଏକ ଏଭଳି ପ୍ରତିରକ୍ଷା ସହଭାଗିତାକୁ ପ୍ରତିଫଳିତ କରୁଛି, ଯାହା ଅଧିକ ଗଭୀର, ଦକ୍ଷ ଓ ପ୍ରଭାବଶାଳୀ ହେଉଛି।”
୪୫.୭ ମିଲିୟନ୍ ଡଲାରର ଚୁକ୍ତି
ଜାଭେଲିନ୍ ମିସାଇଲ୍ ସିଷ୍ଟମର ସମ୍ଭାବ୍ୟ ବିକ୍ରିକୁ ଆମେରିକାର ଷ୍ଟେଟ୍ ଡିପାର୍ଟମେଣ୍ଟ ପ୍ରାୟ ୯ ମାସ ପୂର୍ବରୁ ଅନୁମୋଦନ କରିଥିଲା। ଏହି ସମ୍ଭାବ୍ୟ ଚୁକ୍ତିର ମୂଲ୍ୟ ପ୍ରାୟ ୪୫.୭ ମିଲିୟନ୍ ଡଲାର ବୋଲି କୁହାଯାଇଥିଲା। ଜାଭେଲିନ୍ ହେଉଛି ଏକ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍ ସିଷ୍ଟମ, ଯାହା ଆମେରିକୀୟ ସେନା, ଆମେରିକୀୟ ମେରିନ୍ କର୍ପସ୍ ସମେତ ଅନେକ ଦେଶର ସେନା ବ୍ୟବହାର କରୁଛନ୍ତି। ଏହି ମିସାଇଲ୍ ସିଷ୍ଟମକୁ ଟ୍ୟାଙ୍କ ଓ ଅନ୍ୟାନ୍ୟ ସଶସ୍ତ୍ର ଯାନ ସମେତ ବିଭିନ୍ନ ଲକ୍ଷ୍ୟ ଏବଂ ସୁରକ୍ଷିତ ସାମରିକ ସ୍ଥାନକୁ ଆକ୍ରମଣ କରିବା ପାଇଁ ଡିଜାଇନ୍ କରାଯାଇଛି।
ଜାଭେଲିନ୍ ମିସାଇଲ୍ର ନିର୍ମାଣ ଜାଭେଲିନି ଯୁଗ୍ମ ଉଦ୍ୟମ(ଜଏଣ୍ଟ ଭେଞ୍ଚର) ମାଧ୍ୟମରେ ହୋଇଥାଏ। ଏହି ଯୁଗ୍ମ ଉଦ୍ୟମରେ ଆମେରିକାର ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଆରଟିଏକ୍ସ ଓ ଲକହିଡ୍ ମାର୍ଟିନ ସାମିଲ ଅଛନ୍ତି। ଏହି ଚୁକ୍ତି ଗତ ବର୍ଷ ଭାରତ ଓ ଆମେରିକା ମଧ୍ୟରେ ସ୍ୱାକ୍ଷର ହୋଇଥିବା ୧୦ ବର୍ଷିଆ ପ୍ରତିରକ୍ଷା ଫ୍ରେମୱାର୍କ ପରେ ଦୁଇ ଦେଶର ବଢ଼ୁଥିବା ସାମରିକ ସହଯୋଗର ଆଉ ଏକ ଉଦାହରଣ ବୋଲି ଆମେରିକା ପକ୍ଷରୁ କୁହାଯାଇଛି।
କଣ କହିଲା ଆମେରିକା ?
ଏନେଇ ଆମେରିକାର ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଜାଭେଲିନ୍ ଚୁକ୍ତି ଭାରତୀୟ ସେନା ପ୍ରତି ଆମେରିକାର ସମର୍ଥନର ଗଭୀରତାକୁ ପ୍ରଦର୍ଶନ କରୁଛି। ଏହା ଦୁଇ ଦେଶର ପ୍ରତିରକ୍ଷା ଶିଳ୍ପ ମଧ୍ୟରେ ମିଳିତ ଉତ୍ପାଦନ (co-production) ନେଇ ଆଲୋଚନାର ନୂଆ ସୁଯୋଗ ମଧ୍ୟ ସୃଷ୍ଟି କରିବ।
ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋର କହିଛନ୍ତି ଯେ, ଜାଭେଲିନ୍ ଚୁକ୍ତି ଭାରତୀୟ ସେନା ପ୍ରତି ଆମେରିକାର ଦୃଢ଼ ସମର୍ଥନକୁ ଦର୍ଶାଉଛି। ଏହା ସହିତ ଭବିଷ୍ୟତରେ ଦୁଇ ଦେଶର ପ୍ରତିରକ୍ଷା ଶିଳ୍ପ ମଧ୍ୟରେ ଅଧିକ ସହଯୋଗର ସମ୍ଭାବନା ରହିଛି। ଆମେରିକା-ଭାରତ ପ୍ରତିରକ୍ଷା ସମ୍ପର୍କକୁ ଆହୁରି ଦୃଢ଼ କରିବା ସହ ଉଭୟ ଦେଶର ପ୍ରତିରକ୍ଷା ଉତ୍ପାଦନ କ୍ଷମତାକୁ ମଜବୁତ କରିବା ଦିଗରେ ଏହି ଚୁକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଆମେରିକା ପକ୍ଷରୁ କୁହାଯାଇଛି।
​​​​​​​ମେଷ- କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଅଟକିଥିବା କାମ ଆଗକୁ ବଢ଼ିବ। ପରିବାରର ସହଯୋଗ ପାଇବେ। ଖର୍ଚ୍ଚ ନିୟନ୍ତ୍ରଣରେ ରଖନ୍ତୁ। ଚାକିରିରେ ନୂଆ ଦାୟିତ୍ୱ ମିଳିପାରେ। ଅଟକିଥିବା ଟଙ୍କା ଫେରି ପାଇବାର ସମ୍ଭାବନା ରହିଛି। ସନ୍ଧ୍ୟା ସମୟରେ ଶୁଭ ସମ୍ବାଦ ମନକୁ ଖୁସି କରିବ।
ବୃଷ- ଧନଲାଭର ଯୋଗ ରହିଛି। ବ୍ୟବସାୟରେ ଭଲ ଫଳ ମିଳିବ। ମନ ପ୍ରସନ୍ନ ରହିବ। ଗୁରୁଜନଙ୍କ ପରାମର୍ଶ ଲାଭଦାୟକ ହେବ। ଜମି ବା ସମ୍ପତ୍ତି କାମରେ ଅଗ୍ରଗତି ହେବ। ପୁରୁଣା ଗ୍ରାହକଙ୍କ ଠାରୁ ଲାଭ ମିଳିବ। ସଞ୍ଚୟ ବଢ଼ାଇବାର ଭଲ ସୁଯୋଗ ମିଳିବ।
ମିଥୁନ- ଅନାବଶ୍ୟକ ତର୍କରୁ ଦୂରେଇ ରୁହନ୍ତୁ। କାମରେ ଧୈର୍ଯ୍ୟ ରଖନ୍ତୁ। ଆର୍ଥିକ ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ। ସ୍ୱାସ୍ଥ୍ୟରେ ସତର୍କ ରୁହନ୍ତୁ। ଦସ୍ତାବିଜରେ ସହି କରିବା ପୂର୍ବରୁ ଯାଞ୍ଚ କରନ୍ତୁ। ସନ୍ଧ୍ୟାରେ ଶୁଭ ସମାଚାର ମିଳିବ। ନିକଟ ବନ୍ଧୁଙ୍କ ସହଯୋଗରେ କାମ ସହଜ ହେବ।
କର୍କଟ- ଭାଗ୍ୟର ସହଯୋଗ ମିଳିବ। ଚାକିରିରେ ପ୍ରଶଂସା ପାଇବେ। ପରିବାରରେ ଆନନ୍ଦ ବଢ଼ିବ। ପୁରୁଣା ଚିନ୍ତା ଦୂର ହେବ। ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗ ମିଳିପାରେ। ଘର ପାଇଁ ଶୁଭ ବସ୍ତୁ କ୍ରୟ କରିବେ। ମାତାପିତାଙ୍କ ଆଶୀର୍ବାଦରେ ଶୁଭ ଫଳ ପାଇବେ।
ସିଂହ- ସଂଯମ ରଖିବା ଆବଶ୍ୟକ। କାର୍ଯ୍ୟରେ ବିଳମ୍ବ ହୋଇପାରେ। ଉଚ୍ଚ ଅଧିକାରୀଙ୍କ ସହ ସାବଧାନରେ କଥା ହୁଅନ୍ତୁ। ଧନ ବ୍ୟୟ ବଢ଼ିପାରେ। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱୀ ସକ୍ରିୟ ରହିବେ। କ୍ରୋଧ ନିୟନ୍ତ୍ରଣ କଲେ କ୍ଷତି ଟଳିବ। ଅପରାହ୍ନ ପରେ ପରିସ୍ଥିତି ଧୀରେ ଧୀରେ ସୁଧୁରିବ।
କନ୍ୟା- ଶିକ୍ଷା ଓ ପ୍ରତିଯୋଗିତାରେ ସଫଳତା ମିଳିବ। ବୁଦ୍ଧିବଳରେ କଠିନ କାମ ସମାଧାନ କରିବେ। ଆୟର ନୂଆ ପଥ ଖୋଲିବ। ପରିବାରରେ ସମ୍ମାନ ବଢ଼ିବ। ଇଣ୍ଟରଭ୍ୟୁ ବା ପରୀକ୍ଷାରେ ଶୁଭ ଫଳ ମିଳିପାରେ। ଅନଲାଇନ୍ କାମରୁ ଲାଭ ହେବ। ଅଟକିଥିବା ଯୋଜନା ସଫଳ ହେବ।
ତୁଳା- ଦାମ୍ପତ୍ୟ ଓ ସମ୍ପର୍କରେ ମଧୁରତା ରହିବ। ବ୍ୟବସାୟରେ ଭଲ ଚୁକ୍ତି ହୋଇପାରେ। ଅଟକିଥିବା ଧନ ମିଳିବାର ସମ୍ଭାବନା ଅଛି। ମନୋବଳ ବଢ଼ିବ। ପାର୍ଟନରସିପ୍ କାମରେ ଲାଭ ମିଳିବ। ପ୍ରିୟ ବ୍ୟକ୍ତିଙ୍କ ସହ ଦୂରତା କମିବ। ସାମାଜିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ।
ବିଛା- କାର୍ଯ୍ୟଭାର ବଢ଼ିପାରେ। ସହକର୍ମୀଙ୍କ ସହଯୋଗ ମିଳିବ। ଧନ ସଞ୍ଚୟରେ ଧ୍ୟାନ ଦିଅନ୍ତୁ। ସ୍ୱାସ୍ଥ୍ୟରେ ସାମାନ୍ୟ କ୍ଲାନ୍ତି ରହିପାରେ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଯାତ୍ରାରେ ସତର୍କ ରୁହନ୍ତୁ। ପୁରୁଣା ବିବାଦର ସମାଧାନ ହେବ।
ଧନୁ- ଘାତ ଚନ୍ଦ୍ର ପ୍ରଭାବ ରହିବ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ବଡ଼ ଆର୍ଥିକ ନିଷ୍ପତ୍ତି ସ୍ଥଗିତ ରଖନ୍ତୁ। ଅନାବଶ୍ୟକ ବିବାଦରୁ ଦୂରେ ରୁହନ୍ତୁ। ଗାଡ଼ି ଚଳାଇବା ବେଳେ ବିଶେଷ ସତର୍କତା ରଖନ୍ତୁ। ହନୁମାନ ଚାଳିସା ପାଠ କଲେ ମାନସିକ ଶାନ୍ତି ମିଳିବ। ସନ୍ଧ୍ୟା ପରେ ପରିସ୍ଥିତି ଅନୁକୂଳ ହେବ।
ମକର- ପରିଶ୍ରମର ଉଚିତ ଫଳ ମିଳିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଘରେ ଶୁଭ ପରିବେଶ ରହିବ। ନୂଆ ଯୋଜନା ଆରମ୍ଭ କରିପାରନ୍ତି। ପଦୋନ୍ନତିର ଆଲୋଚନା ହୋଇପାରେ। ପରିବାରର ବୟସ୍କଙ୍କ ଆଶୀର୍ବାଦ ଲାଭଦାୟକ ହେବ। ଆର୍ଥିକ ନିଷ୍ପତ୍ତି ଲାଭକାରୀ ସାବିତ ହେବ।
କୁମ୍ଭ- ଚନ୍ଦ୍ର ଆପଣଙ୍କ ରାଶିରେ ରହିବାରୁ ଆତ୍ମବିଶ୍ୱାସ ବଢ଼ିବ। ଚାକିରି ଓ ବ୍ୟବସାୟରେ ଉନ୍ନତିର ଯୋଗ ଅଛି। ପୁରୁଣା ବିବାଦର ସମାଧାନ ହେବ। ଧନଲାଭର ସମ୍ଭାବନା ରହିଛି। ନୂଆ ପରିଚୟ ଭବିଷ୍ୟତରେ ବଡ଼ ସୁଯୋଗ ଦେବ। ମନରେ ଚାଲିଥିବା ଦ୍ୱନ୍ଦ୍ୱ ଦୂର ହେବ। ଇଚ୍ଛା କରିଥିବା କାମରେ ଶୁଭ ଆରମ୍ଭ ହେବ।
ମୀନ- ସୃଜନଶୀଳ କାର୍ଯ୍ୟରେ ସଫଳତା ମିଳିବ। ପ୍ରେମ ଓ ପାରିବାରିକ ସମ୍ପର୍କ ମଧୁର ରହିବ। ନୂଆ ପରିଚୟ ଲାଭଦାୟକ ହେବ। ଆତ୍ମବିଶ୍ୱାସ ବଢ଼ିବ। ବିଦେଶ ବା ଦୂରସ୍ଥ କାମରୁ ଶୁଭ ଖବର ମିଳିପାରେ। ଅଧୁରା କାମ ସମ୍ପୂର୍ଣ୍ଣ କରି ସନ୍ତୋଷ ପାଇବେ। ଗୁରୁଙ୍କ କୃପାରେ ଭାଗ୍ୟର ସହଯୋଗ ପ୍ରବଳ ରହିବ।
ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ – 8249826682
ଭୁବନେଶ୍ୱର: ବିଗତ କିଛି ଦିନରୁ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚାଲିଛି ଘନ ଘନ ରେଡ୍ । ନିମ୍ନମାନର ଖାଦ୍ୟ ଠାରୁ ଆରମ୍ଭ କରି ଅପମିଶ୍ରିତ ଖାଦ୍ୟର ଯାଞ୍ଚ କରି ନଷ୍ଟ କରାଯାଉଛି। ଆହୁରି ମଧ୍ୟ ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ କରାଯାଇଛି।
ଏହିକ୍ରମରେ ଖାଦ୍ୟ ସୁରକ୍ଷା କମିଶନର ଡ଼ ପୋମା ଟୁଡୁଙ୍କ ତତ୍ୱାବଧାନରେ ଏହି ଅଭିଯାନରେ ରାଜ୍ୟର ବିଭିନ୍ନ ଜିଲ୍ଲା, ଉପଖଣ୍ଡ, ପୌରାଞ୍ଚଳ ଆଦି ଅଞ୍ଚଳରେ ଖାଦ୍ୟ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରେ ଯାଞ୍ଚ କରାଯାଇ ଅପମିଶ୍ରିତ ଖରାପ ଖାଦ୍ୟ ସାମଗ୍ରୀଗୁଡ଼ିକ ନଷ୍ଟ କରାଯିବା ସହ ସମ୍ପୃକ୍ତ ପ୍ରତିଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏପର୍ଯ୍ୟନ୍ତ ଅଭିଯାନରେ ମୋଟ ୩,୬୦୫ କିଲୋଗ୍ରାମ ଖରାପ ଖାଦ୍ୟ ସାମଗ୍ରୀ ନଷ୍ଟ କରାଯାଇଥିବା ବେଳେ ୪୭୫ଟି ଖାଦ୍ୟ ନମୁନା ପରୀକ୍ଷା ନିମନ୍ତେ ସଂଗ୍ରହ କରାଯାଇଛି । ଏହାସହିତ ମୋଟ ୨,୮୪,୫୦୦ ଟଙ୍କାର ଜରିମାନା ଆଦାୟ କରାଯାଇଛି ।
Also Read: ରାକ୍ଷୀ ପୂର୍ଣ୍ଣିମାରେ ମହିଳାଙ୍କୁ ଉପହାର, କୋଟିରୁ ଅଧିକ ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା
ଜିଲ୍ଲାସ୍ତରରେ ମଧ୍ୟ ଜୋରଦାର ଅଭିଯାନ ମାଧ୍ୟମରେ ପୁରୀରେ ୧୨୦ କିଲୋଗ୍ରାମ, ବାଲେଶ୍ୱରରେ ୯୮ କିଲୋଗ୍ରାମ, ଢେଙ୍କାନାଳରେ ୯୫ କିଲୋଗ୍ରାମ, କେନ୍ଦ୍ରାପଡ଼ାରେ ୯୫ କିଲୋଗ୍ରାମ, ଏବଂ ସୁନ୍ଦରଗଡ଼ରେ ୭୦ କିଲୋଗ୍ରାମ ଖାଦ୍ୟ ସାମଗ୍ରୀ ନଷ୍ଟ କରାଯାଇଛି। କେନ୍ଦ୍ରାପଡ଼ାରେ ୪୪,୦୦୦ ଟଙ୍କା, ଢେଙ୍କାନାଳରେ ୨୮,୦୦୦ ଟଙ୍କା ଏବଂ ଭଦ୍ରକରେ ୩୧,୫୦୦ ଟଙ୍କା ଜରିମାନା ଲଗାଯାଇଛି ।
ଏହି ଅଭିଯାନ ମାଧ୍ୟମରେ ଉପଭୋକ୍ତାମାନଙ୍କୁ ସୁରକ୍ଷିତ ଓ ସ୍ୱଚ୍ଛ ଖାଦ୍ୟ ଯୋଗାଣ ନିଶ୍ଚିତ କରିବା ଏବଂ ଖାଦ୍ୟ ବ୍ୟବସାୟୀମାନଙ୍କ ମଧ୍ୟରେ ଖାଦ୍ୟ ସୁରକ୍ଷା ମାନଦଣ୍ଡ ପ୍ରତି ସଚେତନତା ବୃଦ୍ଧି କରିବା ଉପରେ ବିଭାଗ ଗୁରୁତ୍ୱ ଦେଇଛି । ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଆଗାମୀ ଦିନରେ ଏଭଳି ଯାଞ୍ଚ ଓ ନିରୀକ୍ଷଣ ଅଭିଯାନ ଜାରି ରହିବ। ଉପଭୋକ୍ତାମାନଙ୍କୁ ମଧ୍ୟ ଖାଦ୍ୟ କିଣିବା ସମୟରେ ଗୁଣବତ୍ତା, ପରିଷ୍କାର-ପରିଚ୍ଛନ୍ନତା ଓ ଲେବେଲିଂ ଯାଞ୍ଚ କରିବାକୁ ବିଭାଗ ପକ୍ଷରୁ ସଚେତନ କରାଯାଇଛି।
ନୂଆଦିଲ୍ଲୀ: ସୋନିଆ ଗାନ୍ଧୀଙ୍କ ବହୁପ୍ରତୀକ୍ଷିତ ଆତ୍ମଜୀବନୀ 'ବିଲଙ୍ଗିଂ: ଏ ଜର୍ନି ଅଫ୍ ଲଭ୍' (Belonging: A Journey of Love) ର ପ୍ରକାଶନକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ 'ପେଙ୍ଗୁଇନ୍ ରାଣ୍ଡମ ହାଉସ୍ ଇଣ୍ଡିଆ'( PRHI) ଶୁକ୍ରବାର ଦିନ ସ୍ପଷ୍ଟୀକରଣ ରଖିଛି। ସମ୍ପାଦନାଗତ ପରିବର୍ତ୍ତନକୁ ନେଇ ମତଭେଦ ହେବାରୁ ପ୍ରକାଶନ ସଂସ୍ଥା ବହି ପ୍ରକାଶ କରିବାକୁ ମନା କରିଦେଇଛି ବୋଲି ଗଣମାଧ୍ୟମରେ ଆସୁଥିବା ଖବରକୁ PRHI ଖଣ୍ଡନ କରିଛି।
PRHI ପକ୍ଷରୁ କୁହାଯାଇଛି ଯେ,‘ଆମେ ଭାରତରେ ଏହି ବହିର ପ୍ରକାଶକ ନୁହଁ। ଲେଖକ ସମ୍ପାଦନା ପରିବର୍ତ୍ତନ ଗ୍ରହଣ ନକରିବାରୁ ଆମେ ପ୍ରକାଶନରୁ ଓହରିଗଲୁ ବୋଲି କୁହାଯାଉଥିବା କଥା ସତ୍ୟ ନୁହେଁ। ବହିର ତଥ୍ୟ ଯାଞ୍ଚ କରିବା ଓ ଆବଶ୍ୟକ ସୁପାରିଶ କରିବା ପ୍ରକାଶନ ସଂସ୍ଥାର ନିୟମିତ ପ୍ରକ୍ରିୟା। ଆମେ ଏହି ବହିଟିକୁ ପ୍ରକାଶ କରିବାକୁ ସଦାସର୍ବଦା ଆଗ୍ରହୀ ଥିଲୁ।’
ଲେଖିକା (ସୋନିଆ ଗାନ୍ଧୀ) ଙ୍କ ସହ ହୋଇଥିବା ଆଲୋଚନା ଗୋପନୀୟ ହୋଇଥିବାରୁ ଏହାଠାରୁ ଅଧିକ କିଛି କହିବାକୁ ସଂସ୍ଥା ମନା କରିଦେଇଛି। ଏହି ବହିଟି ଆସନ୍ତା ନଭେମ୍ବର ୧୦ ରେ ଆନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଇବ। ପେଙ୍ଗୁଇନ୍ ରାଣ୍ଡମ ହାଉସର ଅନ୍ୟ ଏକ ସଂସ୍ଥା 'ଆଲଫ୍ରେଡ୍ ଏ. କ୍ନୋପ୍ଫ' ଏହାକୁ ପ୍ରକାଶ କରୁଛି ଏବଂ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ କପି ଛାପିବାକୁ ଲକ୍ଷ୍ୟ ରଖାଯାଇଛି।
ଏହି ଆତ୍ମଜୀବନୀରେ ସୋନିଆ ଗାନ୍ଧୀଙ୍କ ଇଟାଲୀର ବାଲ୍ୟକାଳ, ଭାରତ ଆଗମନ, ରାଜୀବ ଗାନ୍ଧୀଙ୍କ ସହ ବିବାହ ଏବଂ ସଞ୍ଜୟ ଗାନ୍ଧୀ, ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ବିୟୋଗ ପରି ଦୁଃଖଦ ଘଟଣା ସ୍ଥାନ ପାଇଛି। ଏହାସହ ଗତ ୬ ଦଶନ୍ଧିର ଭାରତୀୟ ସାମାଜିକ ଓ ରାଜନୈତିକ ପରିବର୍ତ୍ତନର ସେ ପ୍ରତ୍ୟକ୍ଷଦର୍ଶୀ ଭାବରେ ନିଜର ଅନୁଭୂତି ଲେଖିଛନ୍ତି।
Penguin Random House India official statement. pic.twitter.com/2g8y3F1p7m
— Penguin India (@PenguinIndia) August 28, 2026
ସୂଚନାଯୋଗ୍ୟ, ‘ଦି ଇଣ୍ଡିଆନ୍ ଏକ୍ସପ୍ରେସ୍’ରେ ଏକ ଖବର ପ୍ରକାଶ ପାଇଛି । ଏଥିରେ ଦାବି କରାଯାଇଛି ଯେ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁପ୍ରତୀକ୍ଷିତ ଆତ୍ମଜୀବନୀର ଭାରତୀୟ ସଂସ୍କରଣକୁ 'ପେଙ୍ଗୁଇନ୍ ରାଣ୍ଡମ ହାଉସ୍ ଇଣ୍ଡିଆ' ପ୍ରକାଶ କରିବ ନାହିଁ।  PRHI ପୁସ୍ତକର  କିଛି ଅଂଶରେ କିଛି ‘ସମ୍ପାଦନାଗତ ପରିବର୍ତ୍ତନ ଏବଂ କିଛି ଲେଖା ବାଦ୍ ଦେବା’ ପାଇଁ ପ୍ରସ୍ତାବ ଦେଇଥିଲା।
ସୋନିଆ ଗାନ୍ଧୀ ଏହି ପ୍ରସ୍ତାବିତ ପରିବର୍ତ୍ତନଗୁଡ଼ିକୁ ଗ୍ରହଣ କରିବାକୁ ସିଧାସଳଖ ମନା କରିଦେଇଥିଲେ, ଯାହା ଫଳରେ ଏହି ଚୁକ୍ତି ଭାଙ୍ଗିଯାଇଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଛି । ଏପରିକି  ହାର୍ପର କୋଲିନ୍ସ ଏହି ପୁସ୍ତକର ଭାରତୀୟ ପ୍ରକାଶନ ଓ ବିତରଣ ଅଧିକାର ପାଇବା ପାଇଁ ଚୁକ୍ତିର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଦାବି ହୋଇଛି  । ହେଲେ ଏହି ସବୁ ଦାବିକୁ ଖଣ୍ଡନ କରି ସ୍ପଷ୍ଟୀକରଣ ରଖିଛି‘ପେଙ୍ଗୁଇନ୍ ରାଣ୍ଡମ ହାଉସ୍ ଇଣ୍ଡିଆ’ ।
Also Read- Gold Price: ଭାରତରେ ୧୦ ଗ୍ରାମ ସୁନା ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ? ବିଶେଷଜ୍ଞଙ୍କ ଦାବି ଜାଣିଲେ ଆଶ୍ଚର୍ଯ୍ୟ ହେବେ
ରିଲାଏନ୍ସ HDFC ବ୍ୟାଙ୍କ ଓ ଅନ୍ୟ ଶେୟରରେ ବି ତୀବ୍ର ଉତ୍ଥାନ-ପତନ
ନୂଆ କ୍ଲୋଜିଂ ଅକ୍ସନ ସେସନକୁ ନେଇ ପ୍ରଶ୍ନ
ବଜାର ବନ୍ଦ ହେବା ପୂର୍ବରୁ ଏଭଳି ତୀବ୍ର ଅପଡାଉନ ହେବା ପରେ ନୂଆ Closing Auction Session (CAS) ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ (BSE) ଅଗଷ୍ଟ ୩ରୁ ଶେୟରର କ୍ଲୋଜିଂ ମୂଲ୍ୟ ନିର୍ଦ୍ଧାରଣ ପାଇଁ CAS ବ୍ୟବସ୍ଥା ଆରମ୍ଭ କରିଥିଲା। ମୂଲ୍ୟରେ କୃତ୍ରିମ ହସ୍ତକ୍ଷେପ ଓ ମାନିପୁଲେସନର ସମ୍ଭାବନା କମାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଥିଲା।
ଏହି ବ୍ୟବସ୍ଥା ବର୍ତ୍ତମାନ ଇକ୍ୱିଟି ଡେରିଭେଟିଭ୍ସ ଟ୍ରେଡିଂ ହେଉଥିବା ପ୍ରାୟ ୨୦୦ଟି ଶେୟରରେ ଲାଗୁ ହେଉଛି। ଅନ୍ୟ ଶେୟରଗୁଡ଼ିକରେ ପୂର୍ବର ଭଲ୍ୟୁମ୍-ୱେଟେଡ୍ ଆଭେରେଜ୍ ପ୍ରାଇସ୍ ପଦ୍ଧତି ଜାରି ରହିଛି। CAS ଲାଗୁ ହେବା ପରଠାରୁ ବଜାର ବନ୍ଦ ହେବାର ଠିକ୍ ପୂର୍ବରୁ, ଅର୍ଥାତ୍ ୩ଟା ୧୫ରୁ ୩ଟା ୩୦ ମଧ୍ୟରେ, ସେନସେକ୍ସ ଓ ନିଫ୍ଟିରେ ଅସାଧାରଣ ମୂଲ୍ୟ ପରିବର୍ତ୍ତନ ନଜରକୁ ଆସିଥିବା ଚର୍ଚ୍ଚା ହେଉଛି।
SEBIର ସମ୍ପ୍ରତିକ କାର୍ଯ୍ୟାନୁଷ୍ଠାନ ପରେ ଆହୁରି ବଢ଼ିଲା ଚର୍ଚ୍ଚା
ଏହି ଘଟଣା ଏଭଳି ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ସେନସେକ୍ସ ଓ ଏହାର ଅଂଶୀଦାର ଶେୟାରରେ ମାନିପୁଲେସନ୍ ଅଭିଯୋଗ ନେଇ ବଜାର ନିୟାମକ ସେବି ନିକଟରେ କାର୍ଯ୍ୟାନୁଷ୍ଠାନ ନେଇଛି। ଗୋଟିଏ ସପ୍ତାହ ପୂର୍ବରୁ ସେବି ଜେପି ମୋର୍ଗାନ ସହ ସମ୍ପର୍କିତ ସଂସ୍ଥା କପଥାଲ ମରିସିଅସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା। ସେନସେକ୍ସ ଓ ଏହାର ଅଂଶୀଦାର ଶେୟରରେ କଥିତ ମାନିପୁଲେସନର ଅଭିଯୋଗ ମଧ୍ୟ ଆସିଥିଲା। ମାନସୀ ଷ୍ଟକ୍ ଏବଂ ସେୟାର ବ୍ରୋକିଙ୍ଗ (Mansi Stock & Share Broking) ବିରୋଧରେ ମଧ୍ୟ ସମାନ ପ୍ରକାରର ଅଭିଯୋଗ ହୋଇଥିଲା। ନିୟାମକ ଉଭୟ ସଂସ୍ଥାକୁ ସମ୍ପୃକ୍ତ ବଜାର କାରବାରରୁ ବାରଣ କରିବା ସହ କଥିତ ଅବୈଧ ଲାଭର ପ୍ରାୟ ୩.୮ କୋଟି ଟଙ୍କା ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲା।
୧ ଲକ୍ଷରୁ ୪୪ ଲକ୍ଷ ଦାବି କେତେ ବାସ୍ତବ?
ଟ୍ରେଡରଙ୍କ ୧ ଲକ୍ଷ ଟଙ୍କାରୁ ୪୪ ଲକ୍ଷ ଟଙ୍କା ହେବାର ଦାବି ଏବେ ଚର୍ଚ୍ଚାର କେନ୍ଦ୍ରରେ ରହିଛି। କିନ୍ତୁ ଏହା ମନେ ରଖିବା ଜରୁରୀ ଯେ, ଏହା ଏକ କଳ୍ପନା କରାଯାଇଥିବା ହିସାବ, ବାସ୍ତବ ଟ୍ରେଡ୍ର ପ୍ରମାଣ ନୁହେଁ। ସେନସେକ୍ସର ଅତ୍ୟଧିକ ତୀବ୍ର ମୂଲ୍ୟ ପରିବର୍ତ୍ତନକୁ ଆଧାର କରି ଏହି ହିସାବ କରାଯାଇଛି। ତେଣୁ ପ୍ରକୃତରେ କୌଣସି ଟ୍ରେଡର ୫ ମିନିଟ୍ରେ ୧ ଲକ୍ଷ ଟଙ୍କାକୁ ୪୪ ଲକ୍ଷ ଟଙ୍କା କରିଥିଲେ ବୋଲି ଏଥିରୁ ନିଶ୍ଚିତ ହେଉନାହିଁ। ତେଣୁ ଟ୍ରେଡିଂ ବେଳେ ସବୁବେଳେ ସତର୍କ ରହି ଟ୍ରେଡିଂ କରିବା ଉଚିତ। ଏଭଳି କଳ୍ପନାଯୁକ୍ତ ଟ୍ରେଡିଂରେ ବିଶ୍ୱାସ କରି ଟଙ୍କା ନିବେଶ କରିବା ଉଚିତ୍ ନୁହେଁ।
ଢେଙ୍କାନାଳରୁ ଦୁଇଟି ଦନ୍ତା ହାତୀ କଳକଳା ଅଭିମୁଖେ ଆସୁଥିବା ବେଳେ ଡ୍ୟାମ୍ରେ ପାଣି ଥିବାରୁ ଦନ୍ତା ହାତୀ ଦୁଇଟି ଫସି ରହିଛନ୍ତି । ସକାଳୁ ହାତୀ ଦୁଇଟି ପାଣିରେ ଫସିଥିବା ଜଣାପଡିଛି । ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚି ହାତୀକୁ ପାଣିରୁ ଘଉଡ଼ାଇବା ପାଇଁ ଉଦ୍ୟମ ଚଳାଇଛି ।
Also Read:- ଆଉ ଚଳିବନି ମାଫିଆ ରାଜ୍, ଏଣିକି ସିଧା ଏନକାଉଣ୍ଟର.. STF-EOW ଆଇଜି ଭାବେ ଯୋଗଦେଲେ ହିମାଂଶୁ ଲାଲ
ବଇରୀ ଡାଳିଯୋଡ଼ା ରେଞ୍ଜ ର ରେଞ୍ଜର, ଅନ୍ୟ ଅଧିକାରୀ ଓ ଅଗ୍ନିଶମ ଟିମ୍ ବୋଟ୍ ସାହାଯ୍ୟରେ ପାଣିରେ ପଶି ହାତୀ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଡ୍ରୋନ୍ ସାହାଯ୍ୟରେ ହାତୀର ଗତିବିଧି ଉପରେ ନଜର ରଖାଯାଇଛି ।
Watch Video:
ନୂଆଦିଲ୍ଲୀ: ଦେଶରେ ଚିନି ଦର ହଠାତ୍ ବଢ଼ିଯିବା ଓ ଯୋଗାଣ କମିବା ପରେ ଗ୍ରାହକଙ୍କ ଚିନି କିଣା ଉପରେ କଟକଣା ଲାଗିଛି। ବ୍ଲିଙ୍କିଟ୍, ଜେପ୍ଟୋ ଭଳି କ୍ୱିକ୍-କମର୍ସ ପ୍ଲାଟଫର୍ମରେ ଏବେ ଜଣେ ଗ୍ରାହକ ଥରକରେ ସର୍ବାଧିକ ୨ରୁ ୫ କିଲୋ ପର୍ଯ୍ୟନ୍ତ ଚିନି କିଣିପାରିବେ। ଦେଶରେ ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ଚିନି ଯୋଗାଣ ହ୍ରାସ ଏବଂ ଦର ବୃଦ୍ଧି ଯୋଗୁ ଏଭଳି ପଦକ୍ଷେପ ନିଆଯାଇଛି।
ଉପଭୋକ୍ତା ବ୍ୟାପାର ବିଭାଗର ତଥ୍ୟ ଅନୁଯାୟୀ, ଅଗଷ୍ଟ ୨୬ରେ ଦେଶରେ ଚିନିର ହାରାହାରି ଖୁଚୁରା ଦର କିଲୋପିଛା ୬୫.୦୫ ଟଙ୍କାରେ ପହଞ୍ଚିଛି। ମାତ୍ର ଗୋଟିଏ ମାସ ପୂର୍ବରୁ, ଜୁଲାଇ ୨୬ରେ ଏହା କିଲୋପିଛା ୪୮ ଟଙ୍କା ଥିଲା। ଅର୍ଥାତ୍ ଏକ ମାସ ମଧ୍ୟରେ ଚିନି ଦର ପ୍ରାୟ ୩୫.୫% ବଢ଼ିଛି।
ଡିମାର୍ଟ, ରିଲାଏନ୍ସ ରିଟେଲରେ ମଧ୍ୟ କଟକଣା
କେବଳ ଅନଲାଇନ୍ କ୍ୱିକ୍-କମର୍ସ ନୁହେଁ, ଅଫଲାଇନ୍ ବଜାରରେ ମଧ୍ୟ ଚିନି କିଣା ଉପରେ ସୀମା ଲଗାଯାଇଛି। ଡିମାର୍ଟ ଓ ରିଲାଏନ୍ସ ରିଟେଲ ଭଳି ବଡ଼ ସୁପରମାର୍କେଟ୍ରେ ପ୍ରତି ଗ୍ରାହକ ୨ରୁ ୩ କିଲୋ ଚିନି କିଣିବାର ସୀମା ଧାର୍ଯ୍ୟ କରାଯାଇଛି। ପ୍ରମୁଖ ଚିନି ବ୍ରାଣ୍ଡ୍ର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଜମାଖୋରୀ ରୋକିବା ଏବଂ ପ୍ରତ୍ୟେକ ଗ୍ରାହକଙ୍କୁ ଚିନି ଉପଲବ୍ଧ କରାଇବା ପାଇଁ ରିଟେଲରମାନେ ଏଭଳି କଟକଣା ଲଗାଉଛନ୍ତି।
ଚିନିର ହୋଲସେଲ ଦରରେ ମଧ୍ୟ ବଡ଼ ବୃଦ୍ଧି ହୋଇଛି। କିଲୋପିଛା ପ୍ରାୟ ୪୫ ଟଙ୍କାରୁ ବଢ଼ି ଏହା ୬୦.୩୬ ଟଙ୍କାରେ ପହଞ୍ଚିଛି। ପିଆଇବିର ତଥ୍ୟ ଅନୁଯାୟୀ, ଜୁଲାଇ ୨୦ରୁ ଅଗଷ୍ଟ ୨୦ ମଧ୍ୟରେ ହିଁ ଚିନି ଦର ପ୍ରାୟ ୧୬% ବଢ଼ିଥିଲା। ଅଗଷ୍ଟର ଶେଷ ସପ୍ତାହରେ ଦର ବୃଦ୍ଧି ଆହୁରି ତୀବ୍ର ହୋଇଛି।
ଚିନି ଦର ବଢ଼ିବା ପଛରେ ୩ ପ୍ରମୁଖ କାରଣ
୧. ଚିନି ଉତ୍ପାଦନ କମିବା ଆଶଙ୍କା:ଇଣ୍ଡିଆନ୍ ସୁଗାର ଆଣ୍ଡ ବାୟୋ-ଏନର୍ଜି ମାନୁଫାକ୍ଚରର୍ସ ଆସୋସିଏସନ୍ (ISMA) ଅନୁମାନ ଅନୁଯାୟୀ, ୨୦୨୫-୨୬ ମାର୍କେଟିଂ ବର୍ଷରେ ଏଥାନଲ୍ ବ୍ଲେଣ୍ଡିଂ ପରେ ଦେଶର ଚିନି ଉତ୍ପାଦନ ପ୍ରାୟ ୨୭୯ ଲକ୍ଷ ଟନ୍ ହୋଇପାରେ।
୨. ଘରୋଇ ଚାହିଦା ଅଧିକ:ଭାରତରେ ବାର୍ଷିକ ଘରୋଇ ଚିନି ବ୍ୟବହାର ପ୍ରାୟ ୨୮୦ ଲକ୍ଷ ଟନ୍। ଚିନି ସିଜନ୍ ଆରମ୍ଭରେ ପ୍ରାୟ ୫୦ ଲକ୍ଷ ଟନ୍ର ଓପନିଂ ଷ୍ଟକ୍ ଥିଲା। ତେବେ ଘରୋଇ ଚାହିଦା ତୁଳନାରେ ନୂଆ ଉତ୍ପାଦନ କମ୍ ରହିବା ଆଶଙ୍କା ଯୋଗୁ ଯୋଗାଣ ଉପରେ ଚାପ ବଢ଼ିଛି।
୩. କ୍ଲୋଜିଂ ଷ୍ଟକ୍ କମିବା ଆଶଙ୍କା:ISMA ଅନୁଯାୟୀ, ସେପ୍ଟେମ୍ବର ଶେଷ ସୁଦ୍ଧା ଦେଶର ଚିନି କ୍ଲୋଜିଂ ଷ୍ଟକ୍ ପ୍ରାୟ ୩୫ ଲକ୍ଷ ଟନ୍କୁ ହ୍ରାସ ପାଇପାରେ। ଗତ କିଛି ବର୍ଷ ତୁଳନାରେ ଏହା ଯଥେଷ୍ଟ କମ୍।
Also Read- Global Oil Supply Crisis: ତୈଳ ସଂକଟ ଦୂର ହେବାର ଚିହ୍ନବର୍ଣ୍ଣ ଦେଖାଯାଉ ନାହିଁ, ବିଶ୍ୱରେ ୪୩%ରୁ ଅଧିକ ତୈଳ ରପ୍ତାନୀ ବାଧାପ୍ରାପ୍ତ !
ପାର୍ବଣ ଋତୁରେ ଘରୋଇ ବଜେଟ୍ ଉପରେ ପଡ଼ିବ ପ୍ରଭାବ
ରକ୍ଷାବନ୍ଧନ ପରେ ଗଣେଶ ପୂଜା, ନବରାତ୍ରି ଓ ଦୀପାବଳି ଭଳି ପର୍ବ ଆସୁଥିବାରୁ ଚିନିର ଚାହିଦା ଆହୁରି ବଢ଼ିବା ଆଶଙ୍କା ରହିଛି। ଏହି ସମୟରେ ମିଠା ଓ ବିଭିନ୍ନ ଚିନି ଭିତ୍ତିକ ଖାଦ୍ୟର ଚାହିଦା ବଢ଼ିଯାଏ। କିଲୋପିଛା ଚିନି ଦରରେ ପ୍ରାୟ ୧୭ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବାରୁ ଏହା ସିଧାସଳଖ ଭାବେ ସାଧାରଣ ପରିବାରର ମାସିକ ରାସନ୍ ବଜେଟ୍କୁ ପ୍ରଭାବିତ କରିପାରେ।
ଦର କମାଇବାକୁ ୧୦ ଲକ୍ଷ ଟନ୍ ଚିନି ଆମଦାନୀ
ଚିନି ଦର ନିୟନ୍ତ୍ରଣକୁ ଆଣିବା ପାଇଁ କେନ୍ଦ୍ର ସରକାର ଗତ ସପ୍ତାହରେ ୧୦ ଲକ୍ଷ ଟନ୍ ଚିନି ଆମଦାନୀକୁ ଅନୁମତି ଦେଇଛି। ଏହା ସହିତ ବଡ଼ ପରିମାଣରେ ଚିନି କିଣୁଥିବା ଗ୍ରାହକଙ୍କ ପାଇଁ ଷ୍ଟକ୍ ସୀମା ମଧ୍ୟ ଧାର୍ଯ୍ୟ କରାଯାଇଛି। ଚିନି ଜମାଖୋରୀ ଓ କୃତ୍ରିମ ଭାବେ ଦର ବଢ଼ାଇବା ରୋକିବା ପାଇଁ ବଜାରରେ ଯାଞ୍ଚ ବଢ଼ାଇବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି। ସରକାର ଚିନି ବ୍ୟବସାୟୀ ଓ ଡିଲରମାନଙ୍କ ଉପରେ ମଧ୍ୟ ଷ୍ଟକ୍ ସୀମା ଲାଗୁ କରିଛନ୍ତି। ନୂଆ ନିୟମ ଅନୁଯାୟୀ, ମାସକୁ ୧୦ ମେଟ୍ରିକ୍ ଟନ୍ରୁ ଅଧିକ ଚିନି ବ୍ୟବସାୟ କରୁଥିବା ଡିଲରମାନେ ୧୫ ଦିନରୁ ଅଧିକ ଖର୍ଚ୍ଚ ପାଇଁ ଚିନି ମହଜୁଦ ରଖିପାରିବେ ନାହିଁ।
ଏହାଛଡା ସରକାର ଦର ନିୟନ୍ତ୍ରଣ ପାଇଁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଯେମିତିକି- ଚିନି ଆମଦାନୀ ଉପରେ ଟିକସ ହଟାଯାଇଛି।
୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଚିନି ରପ୍ତାନି ଉପରେ ରୋକ୍ ଲଗାଯାଇଛି। ଡିଲରମାନଙ୍କ ପାଇଁ ୩୦ ନଭେମ୍ବର ପର୍ଯ୍ୟନ୍ତ ୪୦୦ ଟନ୍ ପର୍ଯ୍ୟନ୍ତ ଷ୍ଟକ୍ ସୀମା ଧାର୍ଯ୍ୟ କରାଯାଇଛି।
ଏହି ପଦକ୍ଷେପଗୁଡ଼ିକ ଫଳରେ ବଜାରରେ ଚିନି ଯୋଗାଣ ବଢ଼ିବା ସହ ଜମାଖୋରୀ ଉପରେ ରୋକ୍ ଲାଗିବ ଏବଂ ଆଗାମୀ ପାର୍ବଣ ଋତୁରେ ଚିନି ଦର କିଛି ମାତ୍ରାରେ ନିୟନ୍ତ୍ରଣକୁ ଆସିବ ବୋଲି ଆଶା କରାଯାଉଛି।
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ମହାରାଷ୍ଟ୍ର ସରକାର ଏବଂ ମୁମ୍ୱାଇ ପୋଲିସକୁ ଲଗାତାର ଦ୍ୱିତୀୟ ଦିନରେ ଭର୍ତ୍ସନା କରିଛନ୍ତି । ମୁମ୍ବାଇ ପୋଲିସର ତଦନ୍ତକୁ ବମ୍ବେ ହାଇକୋର୍ଟ କଡ଼ା ସମାଲୋଚନା କରି ଏହି ଅନୁସନ୍ଧାନକୁ "ବହୁ ପରିମାଣରେ ନିରର୍ଥକ" (largely futile) ବୋଲି ଅଭିହିତ କରିଛନ୍ତି । ଏକ ସଙ୍ଗୀନ ଅପରାଧ ଘଟିଥିବାର ଆଶଂକା ସତ୍ତ୍ୱେ କାହିଁକି ଆନୁଷ୍ଠାନିକ ଭାବେ ଏଫଆଇଆର୍ ରୁଜୁ କରାଗଲା ନାହିଁ, ସେ ନେଇ କୋର୍ଟ ପ୍ରଶ୍ନ ଉଠାଇଛନ୍ତି ।
ହାଇକୋର୍ଟ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ୧୪ ମହଲାରୁ ତଳକୁ ଖସିପଡ଼ିବା ସତ୍ତ୍ୱେ ଶରୀରରେ କୌଣସି ଗୁରୁତର ଆଘାତ ଚିହ୍ନ ନଥିବା ଏବଂ କେବଳ ଦାନ୍ତ ଭାଙ୍ଗିଥିବା ବିଷୟକୁ ନେଇ କୋର୍ଟ ପୋଲିସର ତଥ୍ୟ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି ।
ତଦନ୍ତରେ ଥିବା ବିସଙ୍ଗତିକୁ ଦର୍ଶାଇ କୋର୍ଟ ପ୍ରଶ୍ନ କରିଥିଲେ ଯେ ୧୪ ମହଲାରୁ ପଡ଼ିବା ପରେ କେବଳ ଦାନ୍ତ କିପରି ଭାଙ୍ଗିପାରେ ? ତାଙ୍କ ଶରୀର ଚାରିପାଖରେ ରକ୍ତ ଦାଗ ଏବଂ ଆଘାତ କଥା ଉଲ୍ଲେଖ କରାଯାଇଥିଲା । କୋର୍ଟ ପ୍ରଶ୍ନ କରିଥିଲେ, "ଏତେ ଉଚ୍ଚତାରୁ ପଡ଼ିବା ଦ୍ୱାରା କିପରି ଖପୁରୀ ଭାଙ୍ଗିଲା ନାହିଁ ଏବଂ କେବଳ ଦାନ୍ତ ଭାଙ୍ଗିଗଲା ? "
ଏଥିରେ ସରକାରୀ ଓକିଲ ଶିଶିର ହିରେ ଯୁକ୍ତି ଦେଇଥିଲେ ଯେ ମୁହଁ, ଖପୁରୀ ଏବଂ ପଞ୍ଜରାରେ ଗୁରୁତର ଆଘାତ ରେକର୍ଡ କରାଯାଇଛି ଏବଂ ରକ୍ତସ୍ରାବ ଆଘାତର ସ୍ଥାନ ଉପରେ ନିର୍ଭର କରେ । ରକ୍ତ ଦାଗ ନଥିବା କଥାକୁ, ହିରେ ଯୁକ୍ତି ଦେଇଥିଲେ ଯେ ମୌସୁମୀ ବର୍ଷା ରକ୍ତକୁ ଧୋଇ ଦେଇଥାଇପାରେ । କୋର୍ଟ ତୁରନ୍ତ ଜବାବ ଦେଇ କହିଥିଲେ ଯେ ଘଟଣା ଘଟିବାର ପ୍ରାୟ ଛଅ ଘଣ୍ଟା ପରେ ସକାଳ ୯ଟା ୪୦ ମିନିଟରେ ବର୍ଷା ହୋଇଥିଲା ।
ତା’ପରେ କୋର୍ଟ ସାଲିଆନଙ୍କ ପୋଷାକ ସମ୍ପର୍କରେ ସ୍ପଷ୍ଟ ଅସଙ୍ଗତି ଦର୍ଶାଇ କହିଥିଲେ ଯେ ପଞ୍ଚନାମା ଏବଂ ପୋଷ୍ଟମର୍ଟମ ରିପୋର୍ଟରେ ସାଲିଆନଙ୍କ ଶରୀରରେ କୌଣସି ପୋଷାକ ନଥିବା କୁହାଯାଇଛି, କିନ୍ତୁ ହସ୍ପିଟାଲ୍ ଏବଂ ବାଟରେ ନିଆଯାଇଥିବା ଫଟୋଗ୍ରାଫରେ ପୀଡିତା ପୋଷାକ ପିନ୍ଧିଥିବା ଦେଖାଯାଇଥିଲା । ହାଇକୋର୍ଟ କହିଥିଲେ, "ଏହି ସମସ୍ତ ଦିଗଗୁଡ଼ିକରେ ସନ୍ଦେହର ସ୍ଥାନ ଅଛି । ତଥାପି, ଆମେ ଏହି ପର୍ଯ୍ୟାୟରେ କୌଣସି ନିଷ୍କର୍ଷ ବାହାର କରୁନାହୁଁ ।"
ଦିଶା ସାଲିଆନଙ୍କ ପିତାଙ୍କ ଉଲ୍ଲେଖ
ଦିଶା ସାଲିଆନଙ୍କ ମୃତ୍ୟୁ ନେଇ ମୁମ୍ବାଇ ପୋଲିସ ଏକ ଦୁର୍ଘଟଣାଜନିତ ମୃତ୍ୟୁ ରିପୋର୍ଟ (ଏଡିଆର୍) ପଞ୍ଜୀକୃତ କରିଥିଲା । ପୋଲିସ ତଦନ୍ତ କରିବା ପରେ ଦାବି କରିଥିଲା ଯେ ତାଙ୍କର ମୃତ୍ୟୁ ଆତ୍ମହତ୍ୟା ଦ୍ୱାରା ହୋଇଛି, କିନ୍ତୁ ତାଙ୍କ ବାପା ସତୀଶ ସାଲିଆନ୍ ଗତ ବର୍ଷ ହାଇକୋର୍ଟରେ ଏକ ପିଟିସନ୍ ଦାୟର କରିଥିଲେ, ଯେଉଁଥିରେ ତାଙ୍କ ଝିଅକୁ ଗଣଦୁଷ୍କର୍ମ ଏବଂ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଥିଲା ।
Also Read: ହିଜାବ ବନାମ ସ୍କୁଲ୍ ଡ୍ରେସ୍: ଛାତ୍ରୀଙ୍କ ଆବେଦନ ଖାରଜ କଲେ ଆଲ୍ଲାହାବାଦ ହାଇକୋର୍ଟ
ସରକାରୀ ଓକିଲ କୋର୍ଟକୁ କହିଥିଲେ ଯେ ସାଲିଆନଙ୍କ ବାପା ୨୦୨୪ ଜାନୁଆରୀ ୧୫ରେ ଏକ ବୟାନ ଦେଇଥିଲେ ଯେ ତାଙ୍କ ଝିଅ ଆର୍ଥିକ ଅବସାଦ ଯୋଗୁଁ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଛି ଏବଂ ବାପାମାଆଙ୍କ କାହା ବିରୁଦ୍ଧରେ କୌଣସି ଅଭିଯୋଗ ନାହିଁ । ତାଙ୍କ ବୟାନରେ ଏହା ମଧ୍ୟ ସ୍ପଷ୍ଟ କରାଯାଇଥିଲା ଯେ ସେ କେବଳ ଆଦିତ୍ୟ ଠାକରେଙ୍କୁ ଜଣେ ରାଜନୈତିକ ବ୍ୟକ୍ତିତ୍ୱ ଭାବରେ ଜାଣନ୍ତି କାରଣ ପୋଲିସ ତାଙ୍କ ନାମ ଉଲ୍ଲେଖ କରିଛି, ଏବଂ ଏହି ମାମଲାରେ ତାଙ୍କର ଅନ୍ୟ କୌଣସି ସମ୍ପର୍କ ନାହିଁ ।
ହାଇକୋର୍ଟ ସିଆରପିସିର ଧାରା ୧୭୪ (ଅସ୍ୱାଭାବିକ ମୃତ୍ୟୁ ବିଷୟରେ) ଅନୁଯାୟୀ କରାଯାଇଥିବା ପୋଲିସ ତଦନ୍ତ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଥିଲେ । ଆଦିତ୍ୟ ଠାକରେଙ୍କ ପକ୍ଷ ରଖୁଥିବା ଓକିଲ ସୁଦୀପ ପାସବୋଲା ଯୁକ୍ତି ଦେଇଥିଲେ ଯେ ଆବେଦନକାରୀ ପ୍ରଥମେ ପୋଲିସ ଅଭିଯୋଗ ଦାଖଲ ନକରି ସିଧାସଳଖ ହାଇକୋର୍ଟକୁ ଯାଇ ଆଇନଗତ ପ୍ରତିକାରକୁ ଏଡାଇ ଦେଇଥିଲେ ।
ଭୁବନେଶ୍ବର ୨୮।୮: ମାଫିଆଙ୍କୁ ସାବାଡ ପାଇଁ ଏସଟିଏଫ ଓ ଇଓଡବ୍ଲୁ ଆଇଜି ଭାବେ ଯୋଗଦେଲେ ବରିଷ୍ଠ ଆଇପିଏସ୍ ହିମାଂଶୁ ଲାଲ । ୨୦୦୩ ବ୍ୟାଚର ଆଇପିଏସ୍ ଅଫିସର ହିମାଂଶୁ ଲାଲଙ୍କର ଏସଟିଏଫ ଡିଆଇଜି ଭାବେ ଅଭିଜ୍ଞତା ରହିଛି । ୨୦୧୮ ମସିହାରେ ଏସଟିଏଫ ଡିଆଇଜି ଭାବେ ଦାୟିତ୍ବ ତୁଲାଇଥିଲେ ହିମାଂଶୁ । ଏହା ସହିତ ସେ ପୂର୍ବରୁ ମଧ୍ୟ ଭୁବନେଶ୍ୱର ଡିସିପି ଭାବେ କାର୍ଯ୍ୟ କରିସାରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ସେ ରାଜ୍ୟରେ ଅପରାଧ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ସ୍ଥିତିକୁ ଅଧିକ ସୁଦୃଢ଼ କରିବା ନେଇ ନିଜର ପ୍ରାଥମିକତା ସ୍ପଷ୍ଟ କରିଛନ୍ତି ।
ମୁଖ୍ୟ ପ୍ରାଥମିକତା ଏବଂ କଠୋର କାର୍ଯ୍ୟାନୁଷ୍ଠାନ:
ନିଶା ମୁକ୍ତ ଓଡ଼ିଶା: ରାଜ୍ୟକୁ ନିଶାମୁକ୍ତ କରିବା ପାଇଁ ବେଆଇନ ନିଶା କାରବାର ଏବଂ ସଂପୃକ୍ତ ନେଟୱର୍କ ଉପରେ ଚଢ଼ାଉ ଜୋରଦାର କରାଯିବ।
ସଂଗଠିତ ଅପରାଧ: ସଂଗଠିତ ଅପରାଧୀ ଦଳ ଏବଂ ଗ୍ୟାଙ୍ଗଷ୍ଟରମାନଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଯିବ।
ଅବୈଧ ଗୋ-ଚାଲାଣ: ବେଆଇନ ଗୋ-ଚାଲାଣ ରୋକିବା ପାଇଁ ବିଶେଷ ପଦକ୍ଷେପ ନିଆଯିବ।
ବେଆଇନ ଅନୁପ୍ରବେଶ: ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ କଡ଼ା ନଜର ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ବେଆଇନ ଖଣି କାରବାର: ଖଣି ଅଞ୍ଚଳରେ ଚାଲିଥିବା ସମସ୍ତ ପ୍ରକାର ବେଆଇନ ମାଇନିଂ ଏବଂ ହେରଫେର ଉପରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Also Read:- ନେପାଳ ବନ୍ୟା: ଏବେବି ୫ ଓଡ଼ିଆ ନିଖୋଜ, କେନ୍ଦ୍ର ଓ ନେପାଳ ସରକାର ସହ ଯୋଗାଯୋଗ
ଏହାସହ ଦଣ୍ଡାଦେଶ ଉପରେ ମଧ୍ୟ ଗୁରୁତ୍ବାରୋପ କରିଛନ୍ତି । ସେ କହିଛନ୍ତି ଯେ, ନୂଆ ଆଇନ ବଳରେ ଆମ ପାଖରେ ସମସ୍ତ ଟେକ୍ନୋଲୋଜି ରହିଛି। ଯାହାଦ୍ବାରା ଦଣ୍ଡବିଧାନ ହାର ବଢାଇବାରେ ସାହାଯ୍ୟ କରିବ । ରାଜ୍ୟରେ କୌଣସି ବି ବେଆଇନ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ। STF ଏବଂ EOW ଦ୍ୱାରା ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜାରି ରହିବ।
Watch Video:
Also Read:- ନେପାଳ ବନ୍ୟା: ଏବେବି ୫ ଓଡ଼ିଆ ନିଖୋଜ, କେନ୍ଦ୍ର ଓ ନେପାଳ ସରକାର ସହ ଯୋଗାଯୋଗ
ଏ ନେଇ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ହୋଇଛି । ବିଶ୍ୱବ୍ୟାପୀ ଖାଦ୍ୟ, ସାର ଓ ଇନ୍ଧନ ଯୋଗାଣ ସଙ୍କଟର ପ୍ରଭାବକୁ ଦୃଷ୍ଟିରେ ରଖି ରନ୍ଧନ ତେଲର ବ୍ୟବହାର କମାଇବାକୁ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜକୁ ପରାମର୍ଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ଏନେଇ ବିଭାଗ ପକ୍ଷରୁ ସମସ୍ତ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଜାରି କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଅପିଲ୍ ମାନିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି ।
Watch Video:
ନୂଆଦିଲ୍ଲୀ: ମନୁସ୍ମୃତି (Manusmriti) ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ଲୋକସଭା ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଅସୁବିଧା ବୃଦ୍ଧି ପାଇବାରେ ଲାଗିଛି। ସୁପ୍ରିମକୋର୍ଟ ଓକିଲ ନାଜିଆ ଖାନ ରାହୁଲଙ୍କ ବିରୋଧରେ ପୁଲିସରେ ଏକ ଅଭିଯୋଗ ଦାଖଲ କରିଛନ୍ତି। ରାହୁଲ ପ୍ରାଚୀନ ଗ୍ରନ୍ଥର କିଛି ଅଂଶକୁ ଭୁଲ୍ ଭାବରେ ଉପସ୍ଥାପନ କରି ଲୋକଙ୍କ ଭାବନାକୁ ଆଘାତ ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି।
ଅଗଷ୍ଟ ୨୨ ରେ ପୁଣେଠାରେ ଆୟୋଜିତ 'ଛାତ୍ରୋଁ କି ଗୁଞ୍ଜ' କାର୍ଯ୍ୟକ୍ରମରେ ରାହୁଲ ନାରୀ ସ୍ୱାଧୀନତା ଓ ପିତୃସତ୍ତାତ୍ମକ ମାନସିକତା ଉପରେ ବକ୍ତବ୍ୟ ଦେଇଥିଲେ। ମନୁସ୍ମୃତିରୁ ଉଦ୍ଧୃତି ଦେଇ ସେ କହିଥିଲେ ଯେ, ‘ବାଲ୍ୟକାଳରେ ନାରୀ ପିତାଙ୍କ ଅଧୀନରେ, ଯୌବନରେ ସ୍ୱାମୀଙ୍କ ଅଧୀନରେ ଏବଂ ବାର୍ଦ୍ଧକ୍ୟରେ ପୁତ୍ରଙ୍କ ଅଧୀନରେ ରହେ; ନାରୀ କେବେ ସ୍ୱାଧୀନ ହେବା ଉଚିତ୍ ନୁହେଁ’ – ଏହିଭଳି ଶବ୍ଦ ଅତ୍ୟନ୍ତ ଲଜ୍ଜାଜନକ ଏବଂ ଏହା କଦାପି ଗ୍ରହଣୀୟ ନୁହେଁ। ନାରୀମାନେ ନିଜ ନିଜର ପରିଚୟ ସୃଷ୍ଟି କରିବା ଉଚିତ୍, ସେମାନେ କାହା ଅଧୀନରେ ନୁହନ୍ତି।
ନାଜିଆ ଖାନଙ୍କ ଅଭିଯୋଗ
ନାଜିଆ ଖାନ ANI କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଗୋଟିଏ ଅଧ୍ୟାୟର କିଛି ଶବ୍ଦକୁ ମୋଡ଼ିମାଡ଼ି ଉପସ୍ଥାପନ କରି ମନୁସ୍ମୃତିକୁ ବଦନାମ କରିବାକୁ ଚେଷ୍ଟା କରିଛନ୍ତି। ସେ ସାମ୍ବିଧାନିକ ଅଧିକାର ଓ ସ୍ୱାଧୀନତାକୁ ସମ୍ମାନ ଦିଅନ୍ତି, କିନ୍ତୁ ଭ୍ରାନ୍ତ ତଥ୍ୟ ପ୍ରସାରକୁ ବିରୋଧ କରନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ମୁଁ କଲମା  ପଢ଼େ ଏବଂ ବନ୍ଦେ ମାତରମ୍ ଗାଇବାରେ ଗର୍ବ ଅନୁଭବ କରେ।’
କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଫଟୋ କାହିଁକି ଲଗାଯାଇଥିଲା ବୋଲି ନାଜିଆ ପ୍ରଶ୍ନ କରିଛନ୍ତି। ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ ପ୍ରଧାନମନ୍ତ୍ରୀ କେବେବି ଲୋକଙ୍କୁ ମନୁସ୍ମୃତି ପଢ଼ିବାକୁ କହିଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ରାହୁଲ ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି କରିଥିବାରୁ ତାଙ୍କୁ ଜବାବ ଦେବାକୁ ପଡ଼ିବ ବୋଲି ସେ ଦାବି କରିଛନ୍ତି।
ପାରାଦୀପ: ଜାହାଜ ଏମଭି ଓସେନ୍ ଓ୍ବିନର ବୁଡ଼ିବା ଘଟଣାରେ ଉଦ୍ଧାର ହୋଇଥିବା ୨ କ୍ରୁ ସଦସ୍ୟଙ୍କ ଠାରୁ ମିଳିଛି ବଡ଼ ସୂଚନା। ଭାଷା ଅନୁବାଦକଙ୍କ ମାଧ୍ୟମରେ ଅଧିକାରୀଙ୍କ ସାମ୍ନାରେ ବଡ଼ ଖୁଲାସା କରିଛନ୍ତି ଏହି କ୍ରୁ ସଦସ୍ୟ। କହିଛନ୍ତି କେମିତି ଗଭୀର ସମୁଦ୍ର ଭିତରେ ବୁଡ଼ିଯାଇଥିଲା ଜାହାଜ ? ପାରାଦୀପରେ ପହଞ୍ଚିଥିବା ଜଣେ ଭାଷା ଅନୁବାଦକ, ଦୁଇ ଜଣ କନସୁଲେଟର, ଜଣେ ଆଡଭୋକେଟଙ୍କ ଏବଂ ବିଭିନ୍ନ ତଦନ୍ତକାରୀ ସଂସ୍ଥାର ଅଧିକାରୀଙ୍କ ସାମ୍ନାରେ ବଖାଣିଛନ୍ତି ସେଦିନର ଛାତିଥରା ଦୁର୍ଘଟଣା।
ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିବା ସୂଚନା ଅନୁସାରେ, ଏହି ୨ କ୍ରୁ ମେମ୍ବର ଭାଷା ଅନୁବାଦକଙ୍କ ମାଧ୍ୟମରେ କହିଛନ୍ତି ଯେ, ଜାହାଜରେ ୨୪ କ୍ରୁ ମେମ୍ବର ଥିଲେ। ଜାହାଜଟି ପାରାଦୀପ ଠାରୁ ୨୩୦ ନଟିକାଲ ମାଇଲ ଦୂରରେ ହଠାତ୍ ବୁଡ଼ିବା ଆରମ୍ଭ କରିଥିଲା। ବୁଡ଼ିବାର ମୁଖ୍ୟ କାରଣ ହେଉଛି ସମୁଦ୍ରରେ ଉଚ୍ଚ ରୋଲିଂ ବା ଉଚ୍ଚ ତରଙ୍ଗ ବୋଲି କହିଛନ୍ତି କ୍ରୁ ମେମ୍ବର। ସେମାନଙ୍କ ଅନୁସାରେ ଏହା ଯୋଗୁ ଜାହାଜ ଭାରସାମ୍ୟ ରକ୍ଷା କରି ପାରିନଥିଲା। ଆଉ ଗୋଟିଏ ପଟକୁ ଢଳିବା ସହ ଖୁବ୍ କମ୍ ସମୟ ମଧ୍ୟରେ ବୁଡ଼ିଯାଇଥିଲା। ଫଳରେ ମାତ୍ର ୧୦ ଜଣ କ୍ରୁ ସଦସ୍ୟ ହିଁ ବାହାରକୁ ଆସି ପାରିଥିଲେ। ହେଲେ ୧୪ ଜଣ ଜାହାଜ ଭିତରେ ହିଁ ରହିଯାଇଥିଲେ।
Also Read: ନେପାଳ ବନ୍ୟା: ଏବେବି ୫ ଓଡ଼ିଆ ନିଖୋଜ, କେନ୍ଦ୍ର ଓ ନେପାଳ ସରକାର ସହ ଯୋଗାଯୋଗ
'ଆମେ ଦୁଇ ଜଣ ଜାହାଜରୁ ଡେଇଁବା ପରେ ପାଖାପାଖି ୨୦ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ରରେ ଭାସୁଥିଲୁ ୨୦ ଘଣ୍ଟା ପରେ ଭାରତ ଆସୁଥିବା ଏକ ତୈଳ ଜାହାଜ ଉଦ୍ଧାର କରି କୋଷ୍ଟଗାର୍ଡର ଜାହାଜ "ଭରଦ"କୁ ହସ୍ତାନ୍ତର କରିଥିଲା' ବୋଲି କହିଛନ୍ତି ଏହି ଦୁଇ ଚୀନ ନାଗରିକ। ତେବେ ବିଭାଗୀୟ ଅଧିକାରୀମାନଙ୍କ ଠାରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଏପର୍ଯ୍ୟନ୍ତ ଦିଆଯାଇନାହିଁ।କିନ୍ତୁ ଏବେ ବି ପଚରାଉଚରା ଜାରି ରହିଥିବା ସୂଚନା ମିଳିଛି।
ପୁରୀ ୨୮।୮: ନେପାଳରେ ଘଟିଥିବା ଭୟଙ୍କର ଜଳପ୍ରଳୟରେ ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା ୪୭୨ ଛୁଇଁଛି । ୧୬ ଶହରୁ ଅଧିକ ଲୋକ ନିଖୋଜ ହୋଇଛନ୍ତି । ଯାହା ଭିତରେ ଅଛନ୍ତି ୨୯୦ରୁ ଅଧିକ ଭାରତୀୟ । ନିଖୋଜଙ୍କ ଭିତରେ ଅଛନ୍ତି ୩୦ ଦେଶର ନାରଗିକ । ଆମେରିକାର ୬୩ ଜଣ ଓ କାନାଡ଼ାର ୨୫ ଜଣ ପର୍ଯ୍ୟଟକ ନିଖୋଜ ଅଛନ୍ତି । ବିଭିନ୍ନ ସ୍ଥାନରୁ ମୃତଦେହ ମିଳିବାରେ ଲାଗିଛି । ଅନେକ ଲୋକ ନିଖେଳ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି ।
ତେବେ ନେପାଳ ପ୍ରଳୟଙ୍କାରୀ ବନ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ଏବେବି ଓଡ଼ିଶାରୁ ୫ ଜଣ ନିଖୋଜ ଅଛନ୍ତି । ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ନେପାଳ ଦୂତାବାସ ସହ ଯୋଗାଯୋଗରେ ଅଛନ୍ତି । ହେଲ୍ପ ଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି । ସମସ୍ତେ ସୁରକ୍ଷିତ ଭାବେ କିଭଳି ଉଦ୍ଧାର ହେବେ ସେ ନେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ ବୋଲି ମନ୍ତ୍ରୀ କହିଛନ୍ତି ।
ପ୍ରଳୟଙ୍କରୀ ବନ୍ୟାରେ ନେପାଳର ୪ ଜିଲ୍ଲା ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି । ଅନେକ ସହର, ଗାଁ, ଘର, ରାସ୍ତାଘାଟ ଓ ପୋଲ ଭାସିଯାଇଛି । ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ୧୩ ହଜାର ଯବାନ । ନିଖୋଜ ଲୋକମାନଙ୍କ ତଲାସୀ ଜାରି ରହିଛି । ନେପାଳ ସେନା, ପୋଲିସ ଓ ଅନ୍ୟ ଅର୍ଦ୍ଧସାମରିକ ବାହିନୀର ଯବାନ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ହେଲିକପ୍ଟରରୁ ଖାଦ୍ୟ ପ୍ୟାକେଟ, ଟେଣ୍ଟ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପକାଯାଉଛି। ବିଭିନ୍ନ ସ୍ଥାନରୁ ପାଣି କାଦୁଅ ଭିତରୁ ମୃତଦେହ ବାହାରିବାରେ ଲାଗିଛି। ପାଣି କାଦୁଅ ଭିତରେ ସୁରକ୍ଷିତ ଥିବା ଜୀବନ ବଞ୍ଚାଇବାକୁ ପ୍ରୟାସ ଜାରି ରହିଛି ।
Also Read:- ପ୍ରଳୟଙ୍କରୀ ବନ୍ୟାରେ ନେପାଳ ଛାରଖାର, ନିଖୋଜ ତାଲିକାରେ ୩ ଓଡ଼ିଆ
ବନ୍ୟା ଯୋଗୁ ଭିତ୍ତିଭୂମିକୁ ସର୍ବାଧିକ କ୍ଷତି ପହଞ୍ଚିଛି । ଏଥିରେ ୧୩ଟି ଜଳବିଦ୍ୟୁତ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି । ଅନେକ ଅଞ୍ଚଳରେ ପରିବହନ ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ୪୦ କିଲୋମିଟରର ରାସ୍ତା ସମ୍ପୂର୍ଣ୍ଣ ଧୋଇଯାଇଛି । ସରକାରୀ ତଥ୍ୟ ଅନୁସାରେ ୩୫ ବ୍ରିଜ୍ ଓ ୪୫ ସସ୍ପେନ୍ ସନ ବ୍ରିଜକୁ ବନ୍ୟାର ପ୍ରଖର ସ୍ରୋତ ଭସାଇ ନେଇଛି । ରାସ୍ତାଘାଟ ଓ ବ୍ରିଜ ଭାସିଯାଇଥିବାରୁ ଅନେକ ଅଞ୍ଚଳକୁ ଯାତାୟାତ ସମ୍ଭବ ହୋଇପାରି ନାହିଁ । ସେଠାରେ ଉଦ୍ଧାରକାରୀ ଦଳ ପହଞ୍ଚିବା କଷ୍ଟକର ହୋଇଛି । କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବା ସହ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି ।
Watch Video:
ଶୁକ୍ରବାର ଦିନ ମାଡ୍ରାସ ହାଇକୋର୍ଟର ବିଚାରପତି କେ. ଗୋବିନ୍ଦରାଜନ୍ ତିଲକାବତୀ ଏହି ମାମଲାର ଶୁଣାଣି କରି ଏମ. କେ. ଷ୍ଟାଲିନ ଏବଂ ଡିଏମକେର ଆଇଟି (IT) ୱିଙ୍ଗକୁ ନୋଟିସ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୫ ତାରିଖରେ ହେବା ପାଇଁ ଧାର୍ଯ୍ୟ କରାଯାଇଛି।
ଅର୍ଜୁନଙ୍କ ଅଭିଯୋଗ ଅନୁଯାୟୀ, ୮ ଜୁନ୍ ୨୦୨୬ ରେ DMK IT ୱିଙ୍ଗର X (ପୂର୍ବରୁ ଟ୍ୱିଟର) ହ୍ୟାଣ୍ଡେଲରୁ ତାଙ୍କ ବିରୋଧରେ ଏକ ମିଥ୍ୟା ଓ ଭିତ୍ତିହୀନ ସୂଚନା ପୋଷ୍ଟ କରାଯାଇଥିଲା, ଯାହା ତାଙ୍କର ପ୍ରତିଷ୍ଠା ଓ ସାମାଜିକ ସୁନାମକୁ କ୍ଷୁର୍ଣ୍ଣ କରିଛି।
ଆବେଦନକାରୀ ଦର୍ଶାଇଛନ୍ତି ଯେ, ଏହି ପୋଷ୍ଟଟି କୌଣସି ନିର୍ଦ୍ଦିଷ୍ଟ କର୍ମଚାରୀଙ୍କ ନିଜସ୍ୱ ନିଷ୍ପତ୍ତି ନୁହେଁ, ବରଂ ଷ୍ଟାଲିନଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶ ଓ ଯୋଜନା ଅନୁଯାୟୀ କରାଯାଇଛି। ତେଣୁ ଦଳର ସଭାପତି ଭାବରେ ସେ ଏଥିପାଇଁ ଦାୟୀ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) କାର୍ଯ୍ୟାନୁଷ୍ଠାନରେ ଉଲ୍ଲେଖ ଥିବା ବ୍ୟକ୍ତି ତାଙ୍କର କୌଣସି ଆତ୍ମୀୟ ନୁହଁନ୍ତି ବୋଲି ଅର୍ଜୁନ ସ୍ପଷ୍ଟ କରିଛନ୍ତି। ବିନା ସତ୍ୟାସତ୍ୟ ଯାଞ୍ଚରେ ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ବଦନାମ କରିବାକୁ ଏହି ସୂଚନା ପ୍ରସାରିତ କରାଯାଇଥିବା ସେ କୋର୍ଟରେ ଦର୍ଶାଇଛନ୍ତି। ଭବିଷ୍ୟତରେ ତାଙ୍କ ବିରୋଧରେ ଏପରି କୌଣସି ଭୁଲ ତଥ୍ୟ ପ୍ରକାଶ ନକରିବାକୁ ଅଦାଲତରେ ସେ ଆବେଦନ କରାଯାଇଛି।
ନୂଆଦିଲ୍ଲୀ: ରାକ୍ଷୀ ପୂର୍ଣ୍ଣିମାରେ ବି ସୁନା ମୂ୍ଲ୍ୟ ହ୍ରାସ ପାଇଛି। ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ଶୁକ୍ରାବର ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ₹୧୬୦ ହ୍ରାସ ପାଇ ₹୧.୫୮ ଲକ୍ଷ ହୋଇଛି। ଆଜି ଓ ଗତକାଲିର, ମାତ୍ର ଦୁଇ ଦିନରେ ସୁନା ₹୩,୦୦୦ ଶସ୍ତା ହେଲାଣି। କେବଳ ସୁନା ନୁହେଁ ରୁପା ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି। ଆଜି ଏକ କିଲୋଗ୍ରାମ ରୁପାର ମୂଲ୍ୟ ₹୮୮୨ ବୃଦ୍ଧି ପାଇ ₹୨.୪୦ ଲକ୍ଷ ହୋଇଛି।
ଏହି ବର୍ଷ ସୁନା ଏବଂ ରୁପାର ମୂଲ୍ୟରେ ନିରନ୍ତର ପରିବର୍ତ୍ତନ ହୋଇଛି। ୨୦୨୬ ମସିହାରେ ଏପର୍ଯ୍ୟନ୍ତ ସୁନା ୨୯ ହଜାର ଟଙ୍କା ମହଙ୍ଗା ହେଲାଣି। ୩୧ ଡିସେମ୍ବର ୨୦୨୫ ରେ ୧୦ ଗ୍ରାମ ସୁନାର ମୂଲ୍ୟ ୧.୩୩ ଲକ୍ଷ ଟଙ୍କା ଥିଲା, ଯାହା ଏବେ ୧.୫୮ ଲକ୍ଷ ଟଙ୍କାରେ ପହଞ୍ଚିଛି।
ଯଦିଓ ରୁପା ସୁନା ଭଳି ବଡ଼ ବୃଦ୍ଧି ହାସଲ କରି ନାହିଁ, ତେବେ ବି ଦର ସାଧାରଣ ଲୋକର ବଜେଟ୍ ବାହାରେ ରହିଛି। କାରଣ ୩୧ ଡିସେମ୍ବର ୨୦୨୫ ରେ ରୁପାର ମୂଲ୍ୟ କିଲୋଗ୍ରାମ ପ୍ରତି ୨.୩୦ ଲକ୍ଷ ଟଙ୍କା ଥିଲା, ଯାହା ଏବେ ୨.୪୦ ଲକ୍ଷ ଟଙ୍କାରେ ପହଞ୍ଚିଛି। ତେବେ ଆଶ୍ଚର୍ଯ୍ୟର କଥା ହେଲା ଚଳିତ ବର୍ଷ ଜାନୁଆରୀ ମାସରେ ସୁନା ଓ ରୁପା, ଏହି ଦୁଇ ମୂଲ୍ୟବାନ ଧାତୁ ରେକର୍ଡ ଦରବୃଦ୍ଧି ହାସଲ କରିଥିଲେ। ଜାନୁଆରୀ ୨୯ ରେ ସୁନା ୧.୭୬ ଲକ୍ଷ ଟଙ୍କା ଏବଂ ରୁପା ୩.୮୬ ଲକ୍ଷ ଟଙ୍କା ସର୍ବକାଳୀନ ସର୍ବାଧିକ ଦର ବୃଦ୍ଧି ହାସଲ କରିଥିଲା
​​​​​​​ଭରିଏ ସୁନା ହେବ ୧୫ ଲକ୍ଷ !
ନୂଆଦିଲ୍ଲୀ: ନରୱେର ରାଜା ହାରାଲ୍ଡ ପଞ୍ଚମଙ୍କର ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଶୁକ୍ରବାର (ଅଗଷ୍ଟ ୨୮) ଓସଲୋ ବିଶ୍ୱବିଦ୍ୟାଳୟ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ନେଇ ରାଜପ୍ରାସାଦ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ବିୟୋଗ ପରେ ପୁଅ, କ୍ରାଉନ୍ ପ୍ରିନ୍ସ ହାକନ୍ ନୋରୱେର ପରବର୍ତ୍ତୀ ରାଜା ଭାବରେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି।
ରାଜା ହାରାଲ୍ଡ 'ହେମୋଲିଟିକ୍ ଆନେମିଆ' ରୋଗରେ ପୀଡ଼ିତ ହୋଇ ଅଗଷ୍ଟ ୧୭ ରୁ ଚିକିତ୍ସିତ ହେଉଥିଲେ। ପୂର୍ବରୁ ୨୦୦୩ରେ ତାଙ୍କର କର୍କଟ ଅପରେସନ୍ ହୋଇଥିଲା ଏବଂ ୨୦୨୪ରେ ପେସମେକର ଖଞ୍ଜା ଯାଇଥିଲା। ୧୯୯୧ରୁ ଶାସନ ଭାର ସମ୍ଭାଳିଥିବା ହାରାଲ୍ଡ ୟୁରୋପର ସବୁଠାରୁ ବୟସ୍କ ସମ୍ରାଟ ଥିଲେ। ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ନିଜ ଦାୟିତ୍ୱ ପାଳନ କରିଥିଲେ।
Also Read: ୨୦୦ ବର୍ଷର ପରମ୍ପରାରେ ପୂର୍ଣ୍ଣଚ୍ଛେଦ, ପ୍ୟାଲେସରେ ରହିବେନି ରାଜା
ରାଜପରିବାରରେ ବିବାଦ
ଏହି ସିଂହାସନ ଆରୋହଣ ଏପରି ସମୟରେ ହେଉଛି, ଯେତେବେଳେ କ୍ରାଉନ୍ ପ୍ରିନ୍ସେସ୍ ମେଟେ-ମାରିଟ୍ ଆମେରିକାର ବିବାଦୀୟ ବ୍ୟକ୍ତି ଜେଫ୍ରି ଏପଷ୍ଟିନଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। ୨୦୧୧ ରୁ ୨୦୧୪ ମଧ୍ୟରେ ସେମାନଙ୍କ ମଧ୍ୟରେ ଯୋଗାଯୋଗ ଥିଲା, ଯାହାକୁ ନେଇ ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଷ୍ଟୋର ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ।  ତେବେ ରାଜାଙ୍କ ବିୟୋଗକୁ ନେଇ ସମଗ୍ର ନୋରୱେରେ ଶୋକର ଛାୟା ଖେଳିଯାଇଛି।
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତଙ୍କ ଗତ କିଛିଦିନ ଧରି ଅନେକ ଲୋକଙ୍କ ସହ ବିବାଦ ଚାଲିଛି । ଏମାନଙ୍କ ମଧ୍ୟରେ ଯୋଗ ଗୁରୁ ବାବା ରାମଦେବ ମଧ୍ୟ ଅଛନ୍ତି । ସେ କଙ୍ଗନାଙ୍କ ନର୍ଦ୍ଦମା ବୟାନକୁ ନେଇ ତାଙ୍କୁ କଡ଼ା ସମାଲୋଚନା କରିଥିଲେ । ତାଙ୍କ ବୟାନରେ ଅଭିନେତ୍ରୀ ମଧ୍ୟ ନିଆଁବାଣ ହୋଇଥିଲେ । ଏହି ବିବାଦକୁ କିଛି ଦିନ ବିତିଥିବା ବେଳେ ପାର୍ବଣରେ ଏହାର ଅନ୍ତ ହୋଇଛି ।
ସ୍ୱାମୀ ରାମଦେବ ରକ୍ଷା ବନ୍ଧନ ଅବସରରେ କଙ୍ଗନା ରାଣାୱତଙ୍କ ସହ ବିବାଦକୁ ଭୁଲି ତାଙ୍କୁ ମିଠା ଏବଂ ଉପହାର ପଠାଇଥିଲେ । ସେ ବିବାଦ ଉପରେ ନିଜର ନୀରବତା ଭାଙ୍ଗି ଗଣମାଧ୍ୟମକୁ ବ୍ୟକ୍ତିଗତ ଭାବରେ ଏହା ଘୋଷଣା କରିଥିଲେ । ରାମଦେବ କହିଛନ୍ତି, "ଆମେ ଭଉଣୀ କଙ୍ଗନା ରାଣାୱତଙ୍କୁ ଡାକ ମାଧ୍ୟମରେ ଉପହାର ଏବଂ ମିଠା ପଠାଉଛୁ । ଦେଶରେ କୌଣସି କାରଣରୁ ଘ୍ରୁଣା କିମ୍ବା ଶତ୍ରୁତା ରହିବା ଉଚିତ୍ ନୁହେଁ । ତେଣୁ, ଆମେ ଘ୍ରୁଣାକୁ ପରିତ୍ୟାଗ କରିଛୁ ।"
ରାମଦେବ କହିଛନ୍ତି ଯେ ଉପହାର ଏବଂ ମିଠା ପଠାଇବା ସହିତ ସେ କଙ୍ଗନା ରାନାୱତଙ୍କୁ ମଧ୍ୟ ଫୋନ୍ କରିବେ । ସେ କହିଛନ୍ତି, "ସମ୍ପ୍ରତି ସ୍ୱାମୀ ରାମଦେବ ଏବଂ କଙ୍ଗନାଙ୍କ ମଧ୍ୟରେ ବିବାଦକୁ ନେଇ ଏକ ବିବାଦ ସୃଷ୍ଟି ହୋଇଛି । ଆସନ୍ତୁ ଆଲୋଚନା ମାଧ୍ୟମରେ ଏହି ବିବାଦର ସମାଧାନ କରିବା । ଆଜି, ଆମେ କଙ୍ଗନାଙ୍କୁ ମଧ୍ୟ ଫୋନ୍ କରି ରକ୍ଷା ବନ୍ଧନର ବହୁତ ଶୁଭେଚ୍ଛା ଜଣାଇବୁ ।"
ସ୍ୱାମୀ ରାମଦେବଙ୍କ ଠାରୁ ଏହି ବାର୍ତ୍ତା ପାଇ କଙ୍ଗନା ବହୁତ ଖୁସି ହୋଇଥିଲେ । ସେ ତାଙ୍କ ଭଲ ପାଇବାକୁ ଗ୍ରହଣ କରିଥିଲେ ଏବଂ ତାଙ୍କୁ ତାଙ୍କର ବଡ଼ ଭାଇ ବୋଲି କହିଥିଲେ । ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ, ବିଜେପି ସାଂସଦ ଲେଖିଛନ୍ତି, "ପର୍ବ ଦିନଗୁଡ଼ିକ ସମସ୍ତ ଭୁଲକୁ କ୍ଷମା କରିବା ପାଇଁ । ମୋ ଭାଇ ବାବା ରାମଦେବ ବହୁତ ଭଲ କହିଥିଲେ ଯେ ବିବାଦ ନୁହେଁ, ଆଲୋଚନା ହେବା ଉଚିତ । ଆଜି, ରକ୍ଷା ବନ୍ଧନରେ ମୁଁ ତାଙ୍କର ମିଠା ଏବଂ ତାଙ୍କ ଭାଇ ପ୍ରେମ ଉଭୟକୁ ଗ୍ରହଣ କରୁଛି । ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ଭଗବାନ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ ।"
Also read: "ମୁଁ ତୁଚ୍ଛ ଲୋକଙ୍କ ଉପରେ ମନ୍ତବ୍ୟ ଦେବାକୁ ଚାହୁଁନି", କଙ୍ଗନା ରଣାୱତଙ୍କୁ ବାବା ରାମଦେବଙ୍କ ପାଲଟା ଜବାବ
ଏହା ଉଲ୍ଲେଖନୀୟ ଯେ ଏକ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାର ଦେବା ସମୟରେ ରାମଦେବ କଙ୍ଗନାଙ୍କ ମନ୍ତବ୍ୟକୁ ସମାଲୋଚନା କରି କହିଥିଲେ ଯେ ସେ ମାନସିକ ସ୍ତରରେ ଅସ୍ଥିର ଏବଂ ଦଳକୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ । ସେ ତାଙ୍କ ପିଲାଦିନ ଏବଂ ଶିକ୍ଷା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ, ଯାହା କଙ୍ଗନାଙ୍କୁ ପାଲଟା ଆକ୍ରମଣ କରିବାକୁ ବାଧ୍ୟ କରିଥିଲା ।
କୁଲ୍ଲୁ: ହିମାଚଳ ପ୍ରଦେଶ କୁଲ୍ଲୁ ବ୍ୟାସର ମାର୍ଗରେ ଏକ ଯାତ୍ରୀବାହୀ ବସ୍ ବ୍ରେକ୍ ଫେଲ ହେବା ଯୋଗୁ ପାହାଡ଼ ସହ ଧକ୍କା ଲାଗିଛି। ଫଳରେ ବସ୍ ରେ ଯାତ୍ରା କରୁଥିବା ଚାଳକଦଳ ସଦସ୍ୟଙ୍କ ସମେତ ୪୦ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ ବସ୍ ଟି ହିମାଚଳ ପ୍ରଦେଶ ସଡ଼କ ପରିବହନ ନିଗମର ବୋଲି ଜଣାପଡିଛି। ବସ୍ ରେ କେବଳ ମହିଳା ଯାତ୍ରୀ ଥିଲେ ଓ ରକ୍ଷା ବନ୍ଧନ ଲାଗି ମହିଳାମାନେ ବ୍ୟାସରରୁ କୁଲ୍ଲୁ ଫେରୁଥିଲେ। ବସ୍ ବ୍ରେକ୍ ଫେଲ ହୋଇ ଖାଇକୁ ମୁହାଁଇଥିଲା। ତେବେ ଚାଳକ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ବସ୍ କୁ ପାହାଡ଼ ଦେହରେ ଲଗାଇ ଅଟକାଇ ଦେଇଥିଲ।
କୁହାଯାଉଛି ବସ୍ ରେ କ୍ଷମତାଠାରୁ ଅଧିକ ଯାତ୍ରୀଥିଲେ। ବସ୍ ଶୁକ୍ରବାର ସକାଳେ କୁଲ୍ଲୁରୁ ବ୍ୟାସର ଯାଇଥିଲା। ସେଠାରୁ ପୁଣି କୁଲ୍ଲୁ ଫେରିବା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ବସ୍ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଦୁର୍ଘଟଣା ସୂଚନା ମିଳିବାମାତ୍ରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। ଆହତଙ୍କୁ ଉଦ୍ଧାର ପରେ କୁଲ୍ଲୁ ହସ୍ପିଟାଲ ପହଞ୍ଚା ଯାଇଛି। ଯଦିଓ ବ୍ରେକ୍ ଫେଲ ହେବା ଯୋଗୁ ଦୁର୍ଘଟଣା ହୋଇଥିବା କୁହାଯାଉଛି ତେବେ ତାହା ସ୍ପଷ୍ଟ ହୋଇ ନାହିଁ। ପୋଲିସ ମାମଲାର ତଦନ୍ତ କରୁଛି। ପ୍ରାରମ୍ଭିକ ଯାଞ୍ଚରୁ ଚାଳକଙ୍କ ଦୁଃସାହାସ ଭୀଷଣ ଧନଜୀବନ ହାନୀକୁ ରୋକି ଦେଇଥିବା ଜଣାପଡିଛି।
ଦୁର୍ଘଟଣାଗ୍ରସ୍ତ ବସ୍ ଟି ହିମାଚଳ ପ୍ରଦେଶ ସଡ଼କ ପରିବହନ ନିଗମର ଏକ ୪୭ ସିଟର ବସ୍ ବୋଲି କୁହାଯାଉଛି। ତେବେ ଦୁର୍ଘଟଣା କାଳରେ ବସ୍ ରେ ୭୯ ଜଣ ଯାତ୍ରୀ ଥିଲେ। ଏଣୁ କ୍ଷମତାରୁ ଅଧିକ ଯାତ୍ରୀ ପରିବହନ ଯୋଗୁ ବସ୍ ଦୁର୍ଘଟଣା ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଛି। ଆହତ ଯାତ୍ରୀଙ୍କ ମଧ୍ୟରୁ ଅନେକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି। ତେବେ ଗୁରୁତର ଆହତ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତଙ୍କୁ ପ୍ରବୀଣ କୁମାର ଭାବେ ଚିହ୍ନଟ କରାଯାଇଛି।
Nepal Bhote Koshi Floods: ନେପାଳରେ ଭୋଟେ କୋଶୀ ନଦୀର ଭୟଙ୍କର ବନ୍ୟା ପରେ ନିଖୋଜ ଲୋକଙ୍କ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏଥିରେ ସହଯୋଗ କରିବାକୁ ଭାରତ, ଚୀନ, ଆମେରିକା ସମେତ ବିଭିନ୍ନ ଦେଶ ପକ୍ଷରୁ ଦିଆଯାଇଥିବା ହେଲିକପ୍ଟର ଓ ପ୍ରଶିକ୍ଷିତ ଉଦ୍ଧାରକାରୀ ଦଳର ସହାୟତା ନେବାକୁ ନେପାଳ ସରକାର ମନା କରିଦେଇଛନ୍ତି। ନିଜ ଦେଶର ସୁରକ୍ଷା ଏଜେନ୍ସିଗୁଡ଼ିକ ଉଦ୍ଧାର କାର୍ଯ୍ୟ ସମ୍ଭାଳିବାରେ ସକ୍ଷମ ବୋଲି କହିଛି କାଠମାଣ୍ଡୁ।
ବନ୍ୟାରେ ପ୍ରାୟ ୪୦୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୩୦୦ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ଶତାଧିକ ବିଦେଶୀ ନାଗରିକ ମଧ୍ୟ ରହିଛନ୍ତି। କୈଳାସ ମାନସରୋବର ଓ ଗୋସାଇଁକୁଣ୍ଡ ଯାତ୍ରାରେ ଯାଇଥିବା ଅନେକ ଭାରତୀୟ ମଧ୍ୟ ନିଖୋଜ ଅଛନ୍ତି। ଅନ୍ତତଃ ୮୪ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆହୁରି ଶତାଧିକ ଭାରତୀୟଙ୍କ ସମ୍ପର୍କ ମିଳୁନାହିଁ।
୨୦୧୫ ଭୂମିକମ୍ପରୁ ଶିକ୍ଷା
ବିଦେଶୀ ଉଦ୍ଧାରକାରୀ ଦଳକୁ ଅନୁମତି ନଦେବା ପଛରେ ୨୦୧୫ ମସିହାର ଭୟାବହ ଭୂମିକମ୍ପର ଅଭିଜ୍ଞତା ମୁଖ୍ୟ କାରଣ ବୋଲି ନେପାଳୀ ଅଧିକାରୀମାନେ କହିଛନ୍ତି। ୨୦୧୫ରେ ଭୂମିକମ୍ପ ପରେ ବିଭିନ୍ନ ଦେଶରୁ ବହୁ ସଂଖ୍ୟାରେ ଉଦ୍ଧାରକାରୀ ଦଳ, ସାମରିକ ବିମାନ ଓ ରିଲିଫ୍ ସଂଗଠନ ନେପାଳରେ ପହଞ୍ଚିଥିଲେ। ଏହା ନେପାଳର ଜରୁରୀକାଳୀନ କ୍ଷମତା ବଢ଼ାଇଥିଲା। କିନ୍ତୁ ଏକାସାଙ୍ଗରେ ଏତେ ବିଦେଶୀ ଦଳ ପହଞ୍ଚିବା ଯୋଗୁ ଲଜିଷ୍ଟିକ୍ସ ଓ ପ୍ରଶାସନିକ ସମନ୍ୱୟରେ ସମସ୍ୟା ସୃଷ୍ଟି ହୋଇଥିଲା।
Also Read- ଆରମ୍ଭ ହୋଇଗଲା ମହାପ୍ରଳୟ ! ଭୂମିକମ୍ପରେ ଥରିଲା ଆଉ ୨ ଦେଶ, ମାଡ଼ି ଆସିବ କି ସୁନାମି ?
ବିଦେଶୀ ଉଦ୍ଧାରକାରୀ ଦଳଗୁଡ଼ିକ ମଧ୍ୟରେ ସମନ୍ୱୟର ଅଭାବ ଏବଂ ସେମାନଙ୍କ ଗତିବିଧିକୁ ନିୟନ୍ତ୍ରଣ କରିବାରେ ଅସୁବିଧା ହୋଇଥିବାରୁ ଏଥର ନେପାଳ ସ୍ପଷ୍ଟ ଭାବେ ନିଜସ୍ୱ ଚେନ୍ ଅଫ୍ କମାଣ୍ଡ ମଧ୍ୟରେ ଉଦ୍ଧାର ଅଭିଯାନ ଚଳାଇବାକୁ ଚାହୁଁଛି।
ରିଲିଫ୍ ସାମଗ୍ରୀ ଓ ଆର୍ଥିକ ସହାୟତା ଗ୍ରହଣ କରୁଛି ନେପାଳ
ଉଦ୍ଧାରକାରୀ ଦଳକୁ ଅନୁମତି ନଦେଇଥିଲେ ମଧ୍ୟ ନେପାଳ ବିଦେଶୀ ଦେଶଗୁଡ଼ିକରୁ ରିଲିଫ୍ ସାମଗ୍ରୀ ଓ ଆର୍ଥିକ ସହାୟତା ଗ୍ରହଣ କରୁଛି। ଭାରତ ‘ପଡ଼ୋଶୀ ପ୍ରଥମ’ ନୀତି ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୧୦ ଟନ୍ ମାନବିକ ସହାୟତା ପଠାଇଥିଲା। ପରେ ସାମରିକ ପରିବହନ ବିମାନ ଯୋଗେ ଆଉ ୩୭.୫ ଟନ୍ ସାମଗ୍ରୀ ପଠାଯାଇଥିଲା।
ଭାରତୀୟ ବାୟୁସେନାର C-130J ଓ C-17 ବିମାନରେ ଅସ୍ଥାୟୀ ଆଶ୍ରୟସ୍ଥଳୀ, କମ୍ବଳ, ହାଇଜିନ୍ କିଟ୍, ସୋଲାର ଲ୍ୟାମ୍ପ, ଔଷଧ ଓ ଖାଦ୍ୟ ପ୍ୟାକେଟ୍ ପଠାଯାଇଛି। ବନ୍ୟାରେ ନଷ୍ଟ ହୋଇଥିବା ଛୋଟ-ବଡ଼ ଅନେକ ପୋଲର ପୁନର୍ନିର୍ମାଣ ପାଇଁ ଭାରତ ବେଲି ବ୍ରିଜ୍ ଓ ପ୍ରିଫାବ୍ରିକେଟେଡ୍ ଟ୍ରସ୍ ବ୍ରିଜ୍ ଯୋଗାଇବାକୁ ମଧ୍ୟ ପ୍ରସ୍ତାବ ଦେଇଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ନେପାଳ ଯେଉଁ ସହାୟତା ଚାହିଁଛି, ଭାରତ ସେହି ଅନୁଯାୟୀ କାର୍ଯ୍ୟ କରୁଛି।
ବିଦେଶୀ ସହାୟତା ପାଇଁ ‘ୱାନ୍-ଡୋର୍’ ବ୍ୟବସ୍ଥା
ବିଦେଶରୁ ମିଳୁଥିବା ଆର୍ଥିକ ସହାୟତାକୁ କେନ୍ଦ୍ରୀଭୂତ କରିବା ପାଇଁ ନେପାଳ ସରକାର ‘ୱାନ୍-ଡୋର୍ ମେକାନିଜମ୍’ ଲାଗୁ କରିଛି। ବିଦେଶରେ ଥିବା ନେପାଳୀ ଦୂତାବାସ ଓ ମିଶନଗୁଡ଼ିକୁ କେବଳ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡ୍ ମାଧ୍ୟମରେ ଆର୍ଥିକ ସହାୟତା ସଂଗ୍ରହ କରିବାକୁ କୁହାଯାଇଛି। ଗୋଟିଏ ସ୍ଥାନରୁ ସବୁ ଅପରେଟ ହେଲା ଯେଉଁଠାରେ ଅଧିକ ଆବଶ୍ୟକତା ରହିଛି, ସେଠାରେ ସମ୍ବଳ ପହଞ୍ଚାଇବା ସହଜ ହେବ ବୋଲି ସରକାର ଆଶା କରୁଛି।
ଆମେରିକା, ବ୍ରିଟେନ୍ ଓ ବିଶ୍ୱ ବ୍ୟାଙ୍କ ସହାୟତା ଘୋଷଣା କରିଥିବାବେଳେ ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ ଜରୁରୀକାଳୀନ ସହାୟତା ସହ ଭବିଷ୍ୟତରେ ବିପଦ ମୂଲ୍ୟାଙ୍କନ, ପ୍ରାରମ୍ଭିକ ସତର୍କତା ବ୍ୟବସ୍ଥା ଓ ଦୃଢ଼ ଭିତ୍ତିଭୂମି ପାଇଁ ସହଯୋଗର ପ୍ରସ୍ତାବ ଦେଇଛି।
ବିଦେଶୀ ନାଗରିକଙ୍କ ପାଇଁ ଗଠନ ହେଲା ବିଶେଷ ଟିମ୍
ବିଦେଶୀ ନାଗରିକଙ୍କ ସନ୍ଧାନ, ଉଦ୍ଧାର ଓ ସୂଚନା ସମନ୍ୱୟ ପାଇଁ ନେପାଳର ବୈଦେଶିକ ମନ୍ତ୍ରଣାଳୟ ଏକ Emergency Response Team (ERT) ଗଠନ କରିଛି। ଏହି ଟିମ୍ ବନ୍ୟା ପ୍ରଭାବିତ, ନିଖୋଜ କିମ୍ବା ଅନ୍ୟ ଭାବେ ପ୍ରଭାବିତ ବିଦେଶୀ ନାଗରିକଙ୍କ ସମ୍ପର୍କରେ ସୂଚନା ଯାଞ୍ଚ, ସନ୍ଧାନ-ଉଦ୍ଧାର ଓ କନସୁଲାର ସହାୟତାର କେନ୍ଦ୍ରୀୟ ସମନ୍ୱୟକାରୀ ଭାବେ କାର୍ଯ୍ୟ କରିବ।
ନେପାଳ ପର୍ଯ୍ୟଟନ ବିଭାଗର ତଥ୍ୟ ଅନୁଯାୟୀ, ୩୪ଟି ଦେଶର ୬୬୮ ଜଣ ପର୍ଯ୍ୟଟକଙ୍କ ସହ ବୁଧବାରଠାରୁ ସମ୍ପର୍କ ହୋଇପାରି ନାହିଁ। ଭାରତୀୟ ସୂଚନା ଅନୁଯାୟୀ, ନେପାଳରେ ଅନ୍ତତଃ ୨୯୦ ଭାରତୀୟ ନିଖୋଜ କିମ୍ବା ଯୋଗାଯୋଗ ବାହାରେ ଅଛନ୍ତି।
୨୦୧୫ରେ ‘ଅପରେସନ୍ ମୈତ୍ରୀ’ରେ ଭାରତର ବଡ଼ ଭୂମିକା
Also Read :-ନେପାଳ ବନ୍ୟା : ମୃତ୍ୟୁସଂଖ୍ୟା ୫୦୦ ଛୁଇଁବ ! ୧୫୦୦ ଜଣଙ୍କ ପତ୍ତା ମିଳୁନି
୨୦୧୫ରେ ନେପାଳରେ ହୋଇଥିବା ୭.୮ ତୀବ୍ରତାର ଭୂମିକମ୍ପ ପରେ ଭାରତ ଅଗ୍ରଣୀ ଭୂମିକା ନେଇଥିଲା। ‘ଅପରେସନ୍ ମୈତ୍ରୀ’ ଅଧୀନରେ ଭାରତୀୟ ବାୟୁସେନାର ବିମାନ ଓ ହେଲିକପ୍ଟର ରିଲିଫ୍ ସାମଗ୍ରୀ ପହଞ୍ଚାଇବା, ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ଓ ଭୂମିକମ୍ପରେ ବିଚ୍ଛିନ୍ନ ଅଞ୍ଚଳକୁ ସହାୟତା ପହଞ୍ଚାଇବାରେ ନିୟୋଜିତ ହୋଇଥିଲା। ଏହା ସହ ଭାରତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (NDRF), ଡାକ୍ତରୀ ଟିମ୍, ଇଞ୍ଜିନିୟର ଓ ସନ୍ଧାନୀ କୁକୁର ଦଳକୁ ମଧ୍ୟ ନେପାଳ ପଠାଇଥିଲା।
ତେବେ ଏଥର ନେପାଳ ସରକାର ବିଦେଶୀ ଉଦ୍ଧାରକାରୀ ଦଳକୁ ଅନୁମତି ନଦେଇ ନିଜ ସୁରକ୍ଷା ବଳ ମାଧ୍ୟମରେ ଅଭିଯାନ ଜାରି ରଖିଛି। ଅର୍ଥାତ୍, ବିଦେଶୀ ସହାୟତାକୁ ନା କୁହାଯାଇ ନାହିଁ; ବରଂ ଉଦ୍ଧାର ଅଭିଯାନରେ ବିଦେଶୀ ଦଳର ସିଧାସଳଖ ଭୂମିକାକୁ ନେପାଳ ଏଡ଼ାଇ ଦେଇଛି।
ରାଉରକେଲା: ବିଜେପିରେ ବଡ଼ ହଲଚଲ। ପ୍ରକାଶ ପାଶ୍ୱାନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବୟାନକୁ ନେଇ ଏବେ ରାଜନୀତି ସରଗରମ । ନିଜକୁ ବଦନାମ କରିବା ପାଇଁ କିଛି ଲୋକ ଟଙ୍କା ଖର୍ଚ୍ଚ କରୁଥିବା ଅଭିଯୋଗ ଆଣିବା ସହ ସିଧାସଳଖ ଚ୍ୟାଲେଞ୍ଜ ଦେଇଛନ୍ତି ଜୁଏଲ। କହିଛନ୍ତି—ତାଙ୍କୁ ବଦନାମ କରି କିଛି ଲୋକ କେନ୍ଦ୍ରରେ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି । ରାଉରକେଲାରେ ଗତ କିଛିଦିନ ଧରି ନିଜ ବିରୋଧରେ ଏକ ଷଡ଼ଯନ୍ତ୍ର ଚାଲିଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । କିଛି ଲୋକ ଟଙ୍କା ଖର୍ଚ୍ଚ କରି ତାଙ୍କୁ ବଦନାମ କରିବାକୁ ଉଦ୍ୟମ କରୁଥିବା ସେ କହିଛନ୍ତି । ତାଙ୍କୁ ବଦନାମ କରି ସେମାନେ କେନ୍ଦ୍ରରେ ମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଥିବା ଜୁଏଲ ଅଭିଯୋଗ କରିଛନ୍ତି ।
ନିଜ ଦଳ ସହ ସମ୍ପର୍କ ଓ ଦୀର୍ଘ ରାଜନୈତିକ ଯାତ୍ରାକୁ ନେଇ ମଧ୍ୟ ଜୁଏଲ ଓରାମ ନିଜ ମତ ରଖିଛନ୍ତି । ସେ କହିଛନ୍ତି, ରକ୍ତ ମାଂସ ଦେଇ ସେ ଦଳକୁ ଗଢ଼ିଛନ୍ତି ଏବଂ ଦଳକୁ ଭଲ ଭାବେ ଚିହ୍ନିଛନ୍ତି । ତାଙ୍କ ରେପୁଟେସନ୍ରେ କେହି ହାତ ଲଗାଇଲେ, ତାହାର ଜବାବ ଦେବାର ତାକତ ତାଙ୍କର ଅଛି ବୋଲି କହିଛନ୍ତି ।
ଅନ୍ୟ ଦଳରୁ କିଛି ନେତା ନିଜ ଟଙ୍କା ଖର୍ଚ୍ଚ କରି ବିଜେପିରେ ମିଶିଥିବା ମଧ୍ୟ ଜୁଏଲ ଅଭିଯୋଗ କରିଛନ୍ତି । ଏହି ନେତାମାନେ ତାଙ୍କୁ ଦଳରୁ ଡ୍ରପ୍ କରି କେନ୍ଦ୍ରରେ ମନ୍ତ୍ରୀ ହେବାକୁ ଚାହୁଁଥିବା ସେ କହିଛନ୍ତି । ତାଙ୍କୁ ଡିସ୍-ଷ୍ଟାବିଲାଇଜ୍ କରିବା ପାଇଁ ଉଦ୍ୟମ ଚାଲିଥିବା ମଧ୍ୟ ଜୁଏଲ କହିଛନ୍ତି ।
also read- ସମୂହ ଛୁଟିରେ ରେଭେନ୍ସା ଅଧ୍ୟାପକ-ଅଧ୍ୟାପିକା, କୁଳପତିଙ୍କ ଅଫିସ୍ ସାମ୍ନାରେ ଧାରଣା
ନିଜ ବିରୋଧରେ ଯେଉଁମାନେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ କଡ଼ା ଭାଷାରେ ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ନିଜ ପ୍ରତିଷ୍ଠା ଉପରେ ଆକ୍ରମଣକୁ ସେ କୌଣସି ପରିସ୍ଥିତିରେ ସହିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏନେଇ ରାଜ୍ୟ ନେତୃତ୍ୱଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଜୁଏଲ । ରାଜ୍ୟ ନେତୃତ୍ୱ ଘଟଣାକୁ ବୁଝିବେ ବୋଲି ସେ ଆଶା ରଖିଛନ୍ତି । ଯଦି ଏହାର ସମାଧାନ ନହୁଏ, ତେବେ ସେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବେ ବୋଲି କହିଛନ୍ତି ।
ପ୍ରକାଶ ପାଶ୍ୱାନ ପ୍ରସଙ୍ଗକୁ ନେଇ ରାଉରକେଲା ବିଜେପିରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଜୁଏଲ ଓରାମଙ୍କ ଏହି ବୟାନ ଦଳ ଭିତରେ ଥିବା ଅସନ୍ତୋଷକୁ ଆହୁରି ପଦାକୁ ଆଣିଛି । ଏବେ ରାଜ୍ୟ ଓ କେନ୍ଦ୍ରୀୟ ନେତୃତ୍ୱ ଏହି ପ୍ରସଙ୍ଗରେ କି ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।
ବରଗଡ଼ ୨୮।୮: ନେପାଳରେ ଘଟିଥିବା ଭୟଙ୍କର ଜଳପ୍ରଳୟରେ ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା ୪୭୨ ଛୁଇଁଛି । ୧୬ ଶହରୁ ଅଧିକ ଲୋକ ନିଖୋଜ ହୋଇଛନ୍ତି । ଯାହା ଭିତରେ ଅଛନ୍ତି ୨୯୦ରୁ ଅଧିକ ଭାରତୀୟ । ନିଖୋଜଙ୍କ ଭିତରେ ଅଛନ୍ତି ୩୦ ଦେଶର ନାରଗିକ । ଆମେରିକାର ୬୩ ଜଣ ଓ କାନାଡ଼ାର ୨୫ ଜଣ ପର୍ଯ୍ୟଟକ ନିଖୋଜ ଅଛନ୍ତି । ବିଭିନ୍ନ ସ୍ଥାନରୁ ମୃତଦେହ ମିଳିବାରେ ଲାଗିଛି । ଅନେକ ଲୋକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି ।
ତେବେ କିଛି ଓଡ଼ିଆ ମଧ୍ୟ ଏହି ଜଳ ପ୍ରଳୟରେ ନିଖୋଜ ଥିବା ସୂଚନା ରହିଛି । ପ୍ରଳୟଙ୍କରୀ ବନ୍ୟାରେ ବରଗଡ଼ରୁ ତିନି ଜଣ ନିଖୋଜ ଅଛନ୍ତି । ୩ ଜଣ ଗୋଟିଏ ପରିବାର ବୋଲି ସୂଚନା ଦେଲେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ । ବରଗଡ଼ ସରଲା ଜାମପାଲିର ଏହି ଦମ୍ପତି ନେପାଳରେ ଏକ ହାଇଡ୍ରୋ ପ୍ରୋଜେକ୍ଟରେ କାମ କରୁଥିଲେ । ନିଖୋଜ ତିନି ଜଣ ହେଉଛନ୍ତି ଗୁନମ ଜୟ କ୍ରିଷ୍ଣା, ଗୁନମ୍ ସାଇଁ ବିନ୍ଦୁ କୁମାରୀ, ଗୁନମ ହରେ କ୍ରିଷ୍ଣା । ଜିଲ୍ଲା ପ୍ରଶାସନ ତାଙ୍କୁ ଉଦ୍ଧାର କରିବା ପାଇଁ ଓଡ଼ିଶା ସରକାରଙ୍କୁ ସୂଚନା ଦେବା ସହିତ କିପରି ନେପାଳରୁ ତାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇପାରିବ ସେଥିପାଇଁ ପ୍ରୟାସ ଜାରି ରହିଛି ।
ପ୍ରଳୟଙ୍କରୀ ବନ୍ୟାରେ ନେପାଳର ୪ ଜିଲ୍ଲା ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି । ଅନେକ ସହର, ଗାଁ, ଘର, ରାସ୍ତାଘାଟ ଓ ପୋଲ ଭାସିଯାଇଛି । ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ୧୩ ହଜାର ଯବାନ । ନିଖୋଜ ଲୋକମାନଙ୍କ ତଲାସୀ ଜାରି ରହିଛି । ନେପାଳ ସେନା, ପୋଲିସ ଓ ଅନ୍ୟ ଅର୍ଦ୍ଧସାମରିକ ବାହିନୀର ଯବାନ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ହେଲିକପ୍ଟରରୁ ଖାଦ୍ୟ ପ୍ୟାକେଟ, ଟେଣ୍ଟ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପକାଯାଉଛି। ବିଭିନ୍ନ ସ୍ଥାନରୁ ପାଣି କାଦୁଅ ଭିତରୁ ମୃତଦେହ ବାହାରିବାରେ ଲାଗିଛି। ପାଣି କାଦୁଅ ଭିତରେ ସୁରକ୍ଷିତ ଥିବା ଜୀବନ ବଞ୍ଚାଇବାକୁ ପ୍ରୟାସ ଜାରି ରହିଛି ।
Also Read:- ରାକ୍ଷୀ ପୂର୍ଣ୍ଣିମାରେ ମହିଳାଙ୍କୁ ଉପହାର, କୋଟିରୁ ଅଧିକ ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା
ବନ୍ୟା ଯୋଗୁ ଭିତ୍ତିଭୂମିକୁ ସର୍ବାଧିକ କ୍ଷତି ପହଞ୍ଚିଛି । ଏଥିରେ ୧୩ଟି ଜଳବିଦ୍ୟୁତ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି । ଅନେକ ଅଞ୍ଚଳରେ ପରିବହନ ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ୪୦ କିଲୋମିଟରର ରାସ୍ତା ସମ୍ପୂର୍ଣ୍ଣ ଧୋଇଯାଇଛି । ସରକାରୀ ତଥ୍ୟ ଅନୁସାରେ ୩୫ ବ୍ରିଜ୍ ଓ ୪୫ ସସ୍ପେନ୍ ସନ ବ୍ରିଜକୁ ବନ୍ୟାର ପ୍ରଖର ସ୍ରୋତ ଭସାଇ ନେଇଛି । ରାସ୍ତାଘାଟ ଓ ବ୍ରିଜ ଭାସିଯାଇଥିବାରୁ ଅନେକ ଅଞ୍ଚଳକୁ ଯାତାୟାତ ସମ୍ଭବ ହୋଇପାରି ନାହିଁ । ସେଠାରେ ଉଦ୍ଧାରକାରୀ ଦଳ ପହଞ୍ଚିବା କଷ୍ଟକର ହୋଇଛି । କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବା ସହ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି ।
Watch Video:
ଆଲିଗଡ, ୨୮/୦୮: ‘ଟ୍ରକକୁ ଧକ୍କା ଦେଲା ବସ୍ । ୯ ବର୍ଷର ନାବାଳିକାଙ୍କ ସହ ଦୁଇ ମୃତ । ଏପରି ଅଭାବନୀୟ ଘଟଣା ଘଟିଛି ବୁଲନ୍ଦସହରରେ । ଘଟଣାରେ ଅନ୍ୟ ୨୪ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି ।
ରିପୋର୍ଟ ଅନୁସାରେ, ଶୁକ୍ରବାର ସକାଳେ ଏକ ଯାତ୍ରୀବାହୀ ବସ ଦିଲ୍ଲୀରୁ କାନପୁର ଅଭିମୁଖେ ଯାତ୍ରା କରୁଥିଲା । ସକାଳ ସାଢେ ୪ଟା ବେଳେ ଖୁରଜା ଅଞ୍ଚଳର ଶିଖରପୁର ଠାରେ ଏହା ଏକ ଟ୍ରକକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସବୁ କିଛି ଛିନଛତ୍ର ହୋଇଯାଇଥିଲା । ଏଥିରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ୯ ବର୍ଷୀୟ ନାବାଳିକା ଅଛନ୍ତି । ନାବାଳିକାଙ୍କ ପରିଚୟ ରାଧିକା ବୋଲି ଜଣା ପଡିଛି । ଅନ୍ୟ ମୃତକ ହେଲେ ବବଲି । ସେମାନଙ୍କୁ ହସ୍ପିଟାଲ ଆଣିବା ପୂର୍ବରୁ ହି ମୃତ୍ୟୁ ହୋଇଯାଇଥିବା ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
Also Read :- ମିଳିବନି ରୁମ୍, ଟେଣ୍ଟରେ ରହିବେ ବୈଭବ ! ଗାଧୋଇବା ପାଇଁ ଚାଲିଚାଲି ଯିବେ ୫୦୦ ମିଟର : ରାଗିଗଲା BCCI
ଅଘଟଣ ଘଟିବା ପରେ ତୁରନ୍ତ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା । ଆହତଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଉ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଆଲିଗଡର ଅନ୍ୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଅନ୍ୟଦିଗରେ ଜିଲ୍ଲାପାଳ କୁମାର ହର୍ଷ କହିଛନ୍ତି ଯେ, କେଉଁ କାରଣରୁ ଦୁର୍ଘଟଣା ଘଟିଲା ସ୍ପଷ୍ଟ ହୋଇନାହିଁ । ଘଟଣାର ତଦନ୍ତ ଚାଲିଛି । ଉଭୟ ବସ ଏବଂ ଟ୍ରକକୁ ଅଟକ ରଖାଯାଇଛି । ତେବେ ଡ୍ରାଉଭରଙ୍କ ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।
ଭୁବନେଶ୍ବର ୨୮।୮: ରାକ୍ଷୀ ପୂର୍ଣ୍ଣିମା ଅବସରରେ ମିଳିଲା ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି । ନୟାଗଡ଼ରେ ରାଜ୍ୟସ୍ତରୀୟ ଉତ୍ସବରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରିଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ।
ପଞ୍ଚମ କିସ୍ତିରେ ୧ କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଛି । ଏ ଭିତରେ ୨ ଲକ୍ଷ ୨୧ ହଜାର ୫୪ ଜଣ ନୂଆ ହିତାଧିକାରୀ ଅଛନ୍ତି । ୫ ହଜାର ୧୬୩ କୋଟିରୁ ଅଧିକ ଟଙ୍କା ଡିବିଟି ମାଧ୍ୟମରେ ହସ୍ତାନ୍ତର କରାଯାଇଛି । ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଯାଇଛି ।
Also Read:- ସମୂହ ଛୁଟିରେ ରେଭେନ୍ସା ଅଧ୍ୟାପକ-ଅଧ୍ୟାପିକା, କୁଳପତିଙ୍କ ଅଫିସ୍ ସାମ୍ନାରେ ଧାରଣା
ଏହି କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସାଂସଦ ସମ୍ବିତ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।
Watch Video:
ନୂଆଦିଲ୍ଲୀ, ୨୮/୦୮: ଏସିଆନ୍ ଗେମ୍ସ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପାଇଁ ବି-ଟିମ୍ ପଠାଇପାରେ ବିସିସିଆଇ । ଏସିଆନ କ୍ରିକେଟ୍ କାଉନସିଲ୍ ଏବଂ ବିସିସିଆଇ ମଧ୍ୟରେ ହୋଇଥିବା ଆଲାଚନା ପରେ ଭାରତୀୟ କ୍ରିକେଟ୍ ବୋର୍ଡ ଏପରି ନିଷ୍ପତ୍ତି ନେଇପାରେ । ଅନ୍ୟ ଏକ କଥା ହେଉଛି ଯେ, ଖେଳାଳିଙ୍କ ପାଇଁ ଭଲ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇ ନାହିଁ । ଜାପାନରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଏବେ ବିସିସିଆଇ ଚିନ୍ତାରେ ପଡି ଯାଇଛି । ତେଣୁ ବୋର୍ଡ ବି-ଟିମ୍ ପଠାଇବାକୁ ଯୋଜନା କରୁଛି ।
ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ମାସ ୨୪ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୩ ଯାଏଁ ଚାଲିବ । ଏସିଆନ ଗେମ୍ସ ଜାପାନର ଆଇଚି -ନାଗୋୟାରେ ସେପ୍ଟେମବର ୧୯ରୁ ଆରମ୍ଭ ହେବାକୁ ଯାଉଛି । ପୁରୁଷ ଟିମ୍ ୨୪ ତାରିଖରୁ ଅକ୍ଟୋବର ୩ ଯାଏଁ ମୁକାବିଲା ଖେଳିବ । ଅନ୍ୟ ଦିଗରେ ବିଭିନ୍ନ ଦେଶର ମହିଳା କ୍ରିକେଟ୍ ଟିମ୍ ସେପ୍ଟେମ୍ବର ୧୭ରୁ ୨୨ ତାରିଖ ମଧ୍ଯରେ ସମସ୍ତ ମ୍ୟାଚ୍ ଖେଳିବେ ।
Also Read :- ଶ୍ରୀଲଙ୍କା ବିପକ୍ଷରେ ଡ୍ର' ନା ଭାରତର ପରାଜୟ ? ଏବେ ଖେଳିପାରିବନି ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପ୍ ! ଚିନ୍ତାରେ ଗିଲ୍- ଗମ୍ଭୀର
ବିସିସିଆଇର ସୂତ୍ରାନୁସାରେ, ଏସିସି ବା ଏସିଆନ୍ କ୍ରିକେଟ୍ କାଉନସିଲ୍ ଏବଂ ଭାରତୀୟ କ୍ରିକେଟ୍ ବୋର୍ଡ ଜାପାନର ଆୟୋଜନ ନେଇ ଖୁସି ନାହାଁନ୍ତି । ଜାପାନରେ ବ୍ୟବସ୍ଥିତ ଢଙ୍ଗରେ କିଛି କରାଯାଇ ନାହିଁ । ଏଥିପାଇଁ ବିସିସିଆଇ ଜଣେ ଅଧିକାରୀଙ୍କୁ ସେଠାକୁ ପଠାଇପାରେ । ଯଦି ବ୍ୟବସ୍ଥା ଠିକ୍ ଭାବେ ନହୁଏ ତାହାଲେ ଟୁର୍ଣ୍ଣାମେଣ୍ଟ ପାଇଁ ବୋର୍ଡ୍ ନିଜର ବି-ଟିମ୍ କୁ ପଠାଇବ ।
ବିସିସିଆଇ ଅଧିକାରୀଙ୍କ କହିବାନୁସାରେ, ସେମାନେ କିଛି ଦିନ ତଳେ ଜାପାନ ଅଲମ୍ପିକ କମିଟିର ସଦସ୍ୟଙ୍କ ସହ ବୈଠକ କରିଥିଲେ । ଏଥିରେ ଖେଳାଳିମାନେ ଟେଣ୍ଟରେ ରହିବା କଥା ଉଠିଥିଲା । ଏହାସହ ଟେଣ୍ଟରୁ ବାଥରୁମର ଦୂରତା ୫୦୦ ମିଟର ଥିଲା । ଯାହା ଖେଳାଳିଙ୍କ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବ । ଏହାସହ ହୋଟେଲ ରୁମ୍ ମଧ୍ୟ ବହୁତ ସାନ । ଯାହା ସବୁଠୁ ବଡ ସମସ୍ୟା ଅଟେ । ଏସବୁ ସମସ୍ୟା ବାବଦରେ ଜାପାନ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ।
ସୂଚନାଯୋଗ୍ୟ, ୨୦୨୩ ଏସିଆନ୍ ଗେମ୍ସ ଚାଇନାର ହାଙ୍ଗଝୋଉ ସହରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତୀୟ ଦଳ ସ୍ୱର୍ଣ୍ଣ ପଦକ ଜିତିଥିଲା । ଏଥର ବୋର୍ଡ ସିନିୟର ଟିମ୍ ପଠାଇବାକୁ ଲକ୍ଷ୍ୟ ରଖିଛି । କିନ୍ତୁ ଯଦି ବ୍ୟବସ୍ଥା ଠିକ୍ ନରୁହେ ତାହାଲେ ବୋର୍ଡ ନିଜର ବି-ଟିମ୍ ପଠାଇବାକୁ ବାଧ୍ୟ ହେବ ବୋଲି ଜଣା ପଡିଛି ।
କଟକ ୨୮।୮: ସମୁହ ଛୁଟିରେ ଗଲେ ରେଭେନ୍ସା ଅଧ୍ୟାପକ ଓ ଅଧ୍ୟାପିକା । ଏହାସହ ଅଧ୍ୟାପକ, ଅଧ୍ୟାପିକା ମାନେ କୁଳପତିଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି । ରେଭେନ୍ସା ୟୁନିଭର୍ସିଟି ଟିଚର୍ସ ଆସୋସିଏସନ୍ ବା ରୁଟା ସହ ସମ୍ବନ୍ଧିତ ଅଧ୍ୟାପକ, ଅଧ୍ୟାପିକା ମାନେ ଏହି ଧାରଣାରେ ସାମିଲ ହୋଇଛନ୍ତି ।
ରେଭେନ୍ସା ହଷ୍ଟେଲ ଗୁଡିକର ଓ୍ବାର୍ଡେନ, ଡେପୁଟି ଓ୍ବାର୍ଡେନ ଓ ଡେପୁଟି ଚିଫ୍ ଓ୍ବାର୍ଡେନଙ୍କୁ ସମୂହ ବିଦା କରି ସେମାନଙ୍କ ସ୍ଥାନରେ ନୂଆ ଅଧ୍ୟାପକଙ୍କୁ ଦାୟିତ୍ଵ ଦେବା ଘଟଣାକୁ ରୁଟା ବିରୋଧ କରିଆସୁଛି । ଏହି ନିଷ୍ପତ୍ତିର ପୁନର୍ବିଚାର ପାଇଁ ରୁଟା ଦାବି କରିଆସୁଛି । ଏ ସମ୍ପର୍କରେ ରୁଟା କୁଳପତିଙ୍କୁ ଭେଟି ଆଲୋଚନା କରିବାକୁ ଚାହୁଁଥିଲେ ମଧ୍ୟ କୁଳପତି ଭେଟୁନଥିବା ରୁଟା ଅଭିଯୋଗ କରିଛି ।
Also Read:- ୧.୪୦ କୋଟି ଟଙ୍କା ହେରଫେର ଅଭିଯୋଗ : SCB ଅଧୀକ୍ଷକଙ୍କ ଅଫିସ୍ DEO ଗିରଫ
ରୁଟା ଅଧ୍ୟାପକ ଅଧ୍ୟାପିକା ମାନେ ସମୂହ ଛୁଟିରେ ଯିବାରୁ ରେଭେନ୍ସାରେ ସ୍ବାଭାବିକ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି ।
Watch Video:
ନୂଆଦିଲ୍ଲୀ ୨୮।୦୮; ରକ୍ଷାବନ୍ଧନ ଆସିଲେ ଭାଇ-ଭଉଣୀଙ୍କ ସ୍ନେହର ସ୍ମୃତି ପୁଣିଥରେ ତାଜା ହୋଇଯାଏ। ଏହି ଅବସରରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ମନେ ପକାଇ ଭାବୁକ ହୋଇଛନ୍ତି ତାଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି। ଶ୍ୱେତା ପିଲାଦିନର କିଛି ଅଭୁଲା ଫଟୋ ସେୟାର କରିବା ସହ ଭାଇଙ୍କ ସହ ବିତାଇଥିବା ସମୟକୁ ମନେ ପକାଇଛନ୍ତି। ଶ୍ୱେତା କହିଛନ୍ତି, ପିଲାଦିନରେ ସୁଶାନ୍ତଙ୍କ ସହ ନିଜ ପ୍ରିୟ ଖେଳନା ବାଣ୍ଟିବାରେ ତାଙ୍କୁ ବହୁତ ଖୁସି ମିଳୁଥିଲା। ନିଜର ଏକମାତ୍ର କଣ୍ଢେଇ ହେଉ କି ଛୋଟ କିଚେନ୍ ସେଟ୍, ସେ ସବୁକିଛି ଭାଇଙ୍କ ସହ ସେୟାର କରୁଥିଲେ। ସୁଶାନ୍ତ ସେହି ଖେଳନାରେ ଖେଳୁଥିବା ଦେଖି ତାଙ୍କ ଖୁସି ଆହୁରି ବଢ଼ିଯାଉଥିଲା।
ହେଲେ ମିଠା କଥା ଆସିଲେ ଶ୍ୱେତା ଥିଲେ ଖୁବ୍ ସତର୍କ। କାରଣ ଦୁହିଁଜଣଙ୍କୁ ମିଠା ବହୁତ ପସନ୍ଦ ଥିଲା। ତେଣୁ ମିଠାକୁ ସମାନ ଭାଗରେ ବାଣ୍ଟିବା ତାଙ୍କ ପାଇଁ ନିୟମ ଥିଲା। ରକ୍ଷାବନ୍ଧନରେ ସୁଶାନ୍ତଙ୍କୁ ମିଠା ଖୁଆଉଥିବା ପିଲାଦିନର ଏକ ଫଟୋ ସେୟାର କରି ଶ୍ୱେତା ଲେଖିଛନ୍ତି ଯେ, ଭାଇଙ୍କୁ ମିଠାର ଠିକ୍ ଅଧା ଭାଗ ଦେବା ନେଇ ସେ କେତେ ସତର୍କ ରହୁଥିଲେ। ଶ୍ୱେତା କହିଛନ୍ତି ଯେ, ଏହି ସ୍ମୃତିଗୁଡ଼ିକ ତାଙ୍କ ହୃଦୟରେ ସବୁବେଳେ ସ୍ୱତନ୍ତ୍ର ସ୍ଥାନ ନେଇ ରହିବ। ତାଙ୍କ ପାଇଁ ଏଗୁଡ଼ିକ କେବଳ ଫଟୋ ନୁହେଁ, ବରଂ ଭାଇଙ୍କ ସହ ବିତାଇଥିବା ଅମୂଲ୍ୟ ମୁହୂର୍ତ୍ତ।ମଶ୍ୱେତାଙ୍କ ପୋଷ୍ଟର ସବୁଠାରୁ ଭାବପ୍ରବଣ ଅଂଶ ହେଉଛି ତାଙ୍କ ପରଜନ୍ମର କଥା। ସେ ଲେଖିଛନ୍ତି ଯେ, ଯଦି ପରଜନ୍ମ ଥାଏ, ତେବେ ସୁଶାନ୍ତ ତାଙ୍କର ବଡ଼ ଓ ସ୍ନେହଭରା ଭଉଣୀ ହୁଅନ୍ତୁ ଏବଂ ସେ ତାଙ୍କ ଭାଇ ଭାବେ ସେହି ଦୁଷ୍ଟୁମିଭରା ପିଲାଦିନକୁ ପୁଣିଥରେ ବଞ୍ଚନ୍ତୁ।
ପୋଷ୍ଟର ଶେଷରେ ଶ୍ୱେତା ନିଜ ଭାଇଙ୍କୁ ରକ୍ଷାବନ୍ଧନର ଶୁଭେଚ୍ଛା ଜଣାଇବା ସହ ତାଙ୍କ ପାଇଁ ଭାବପ୍ରବଣ ବାର୍ତ୍ତା ଲେଖିଛନ୍ତି। ସେ ସୁଶାନ୍ତ ସବୁବେଳେ ଭଗବାନଙ୍କ କୋଳରେ ସୁରକ୍ଷିତ ରୁହନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି। ଶ୍ୱେତାଙ୍କ ଏହି ଭାବପ୍ରବଣ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ସୁଶାନ୍ତଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କ ପିଲାଦିନର ଫଟୋ ଦେଖି ଭାବୁକ ହୋଇଛନ୍ତି।
ନୂଆଦିଲ୍ଲୀ, ୨୮/୦୮: ନେପାଳରେ ଆତଙ୍କ କମିନି । ଶହଶହ ଶବର ପାହାଡ ବିଶ୍ୱକୁ ଦୋହଲାଇ ଦେଇଛି । ବୁଧବାର ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଏବେସୁଦ୍ଧା ୪୬୯ ଜଣଙ୍କ ପ୍ରାଣ ଯାଇଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିବ । କାରଣ ୧୫୦୦ରୁ ଅଧିକ ନିଖୋଜ ରହିଛନ୍ତି । ଏସବୁ ପଛରେ ଭୂମିକମ୍ପ, ହିମଖଣ୍ଡ ଆଦି କାରଣ ରହିଥିବା କୁହାଯାଉଛି । ଏସବୁ ଭିତରେ ପୁଣି ଆଉ ଦୁଇ ଦେଶ ଥରିଛି ।
ରିପୋର୍ଟ ଅନୁସାରେ, ଗଲଫ୍ ଅଫ୍ ଆଡେନରେ ଶୁକ୍ରବାର ସକାଳେ ବଡ ଧରଣର ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ବୋଲି କୁହାଯାଉଛି । ସୋମାଲିବା ଏବଂ ୟେମେନ୍ ମଧ୍ୟରେ ଏହି ଭୂମିକମ୍ପ ହୋଇଛି । ଫଳରେ ଦୁଇଟି ଦେଶରେ ଝଟକା ଅନୁଭୂତ ହୋଇଥିବା ଜଣାପଡିଛି । ଭୂମିକମ୍ପର କେନ୍ଦ୍ରସ୍ଥଳୀ ସୋମାଲିଆ ଉପକୂଳରୁ ୧୪୫ କିଲୋମିଟର ଦୂରରେ ବୋଲି ସୂଚନା ମିଳିଛି ।
ତେବେ ଇଜିପ୍ଟିଆନ୍ ଗ୍ୟାଜେଟ୍ ଭୂମିକମ୍ପକୁ ନେଇ ଅନ୍ୟ ଏକ ଆକଳନ କରଛି । ଇଜିପ୍ଟିଆନ୍ ଗ୍ୟାଜେଟର ରିପୋର୍ଟ ଅନୁସାରେ, ଭୂମିକମ୍ପର ତୀବ୍ରତା ୬.୨ । ଜର୍ମାନ୍ ରିସର୍ଚ୍ଚ ସେଣ୍ଟଟରର ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଛି ।
Also Read :- ନେପାଳ ବନ୍ୟା : ମୃତ୍ୟୁସଂଖ୍ୟା ୫୦୦ ଛୁଇଁବ ! ୧୫୦୦ ଜଣଙ୍କ ପତ୍ତା ମିଳୁନି
ତେବେ ଭୂକମ୍ପ ପରେ କ୍ଷତିକ୍ଷତିର କୌଣସି ସୂଚନା ମିଳିପାରି ନାହିଁ । ଏପରିକି ସୁନାମି ନେଇ ମଧ୍ୟ କିଛି ସତର୍କତା ଜାରି କରାଯାଇ ନାହିଁ । ସାଧାରଣତଃ ତୀବ୍ରତା ୬ ଉପରେ ହେଲେ ସୁନାମି ଆଲର୍ଟ ଜାରି କରାଯାଏ । କିନ୍ତୁ ଏଠାରେ ସେହିପରି କୌଣସି ଆଲର୍ଟ ଜାରି କରାଯାଇଥିବା ନେଇ ତଥ୍ୟ ମିଳିନି । ଅନ୍ୟ ଦିଗରେ ଝଟକା ଲାଗିବା ପରେ ଦୁଇ ଦେଶର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ସେମାନେ ଘରୁ ବାହାରି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି ।
କଟକ ୨୮।୮: SCB ଅଧୀକ୍ଷକଙ୍କ ଅଫିସ ଡିଇଓ ଗିରଫ । ଟଙ୍କା ହେରଫେର ଘଟଣାରେ ଡାଟା ଏଣ୍ଟ୍ରି ଅପରେଟର ଦିନେଶ ରାଉତଙ୍କୁ ଗିରଫ କରିଛି ମଙ୍ଗଳାବାଗ ପୋଲିସ ।
SCB ମେଡିକାଲରେ ଏକ ଏଜି ଅଡିଟ୍ ସମୟରେ ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କା ଅନିୟମିତତା ହୋଇଥିବା ଜଣାପଡିଥିଲା । ଏହି ଅର୍ଥ ହେରଫେରରେ DEO ଦିନେଶ ରାଉତଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା। ଡିଇଓ ଏହି ଟଙ୍କା ହେରଫେର କରିଥିବା ଜଣାପଡିଥିଲା ।
ଘଟଣା ସମ୍ପର୍କରେ SCB ଅଧୀକ୍ଷକ ଗତ ୨୬ ତାରିଖରେ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ । ଏହାର ତଦନ୍ତ କରି ଆଜି ମଙ୍ଗଳାବାଗ ପୋଲିସ ଅଭିଯୁକ୍ତ DEO ଦିନେଶ ରାଉତଙ୍କୁ ଗିରଫ କରିଛି।
Watch Video:
ଭୁବନେଶ୍ୱର: ପୋଷା କୁକୁର ରଖିବାକୁ ନେଇ ଆପତ୍ତି ନାହିଁ, ହେଲେ କୁକୁର ଯୋଗୁଁ ଯଦି ଅନ୍ୟ କାହାର ଅସୁବିଧା ହୁଏ, ତେବେ ଆଇନ ଅନୁଯାୟୀ ହେବ କାର୍ଯ୍ୟାନୁଷ୍ଠାନ । ପଟିଆଲାରେ ଦମ୍ପତିଙ୍କୁ କୁକୁର କାମୁଡ଼ିବା ଘଟଣା ପରେ ଭୁବନେଶ୍ୱରର କୁକୁର ମାଲିକଙ୍କୁ ଏଭଳି ସତର୍କ କରାଇଛନ୍ତି ମେୟର । ଭୁବନେଶ୍ୱରରେ ପୋଷା କୁକୁର ମାଲିକଙ୍କୁ ମେୟର ସୁଲୋଚନା ଦାସ ଦେଇଛନ୍ତି କଡ଼ା ଚେତାବନୀ ।
ପୋଷା କୁକୁର ରଖିବା ଆପଣଙ୍କ ସଉକ ହୋଇପାରେ । ହେଲେ ଏହି ସଉକ ଯେପରି ଅନ୍ୟମାନଙ୍କ ପାଇଁ ସମସ୍ୟାର କାରଣ ନହୁଏ, ସେଥିପ୍ରତି କୁକୁର ମାଲିକମାନେ ଦାୟିତ୍ୱବାନ ହେବା ଦରକାର । ପଟିଆଲାରେ ଦମ୍ପତିଙ୍କୁ କୁକୁର କାମୁଡ଼ିବା ଘଟଣା ପରେ ଏବେ ଭୁବନେଶ୍ୱରରେ ମଧ୍ୟ ପୋଷା କୁକୁର ମାଲିକଙ୍କୁ ସତର୍କ କରାଇଛି ବିଏମ୍ସି ।
ମେୟର ସୁଲୋଚନା ଦାସ କହିଛନ୍ତି, ଘରେ କିଏ ବାଘ କିମ୍ବା ଭାଲୁ ରଖନ୍ତୁ, ସେଥିରେ ତାଙ୍କର ଆପତ୍ତି ନାହିଁ । କିନ୍ତୁ ସେହି ପଶୁ କିମ୍ବା ପୋଷା କୁକୁର ଯୋଗୁଁ ଯଦି ଅନ୍ୟ କାହାର ଅସୁବିଧା ହୁଏ, ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ।
ପୋଷା କୁକୁର ରଖୁଥିବା ଲୋକେ ନିଜ ସଉକ ପାଇଁ ନିଜ ଦାୟିତ୍ୱରେ କୁକୁର ରଖନ୍ତୁ । ହେଲେ କୁକୁରକୁ ନିଜ ନିୟନ୍ତ୍ରଣରେ ରଖିବା ମାଲିକଙ୍କ ଦାୟିତ୍ୱ । ବାହାରେ କୁକୁରକୁ ମଳତ୍ୟାଗ କରାଇବା, ବିଏମ୍ସିର ସୌନ୍ଦର୍ଯ୍ୟକରଣକୁ ନଷ୍ଟ କରିବା କିମ୍ବା କୁକୁରକୁ ନିୟନ୍ତ୍ରଣରେ ନରଖିବା ଭଳି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ।
ବିଶେଷକରି କୁକୁର ଯେପରି ଅନ୍ୟ ଲୋକଙ୍କୁ ଆକ୍ରମଣ ନକରେ, ସେଥିପ୍ରତି ମାଲିକମାନେ ଯତ୍ନବାନ ହେବା ଆବଶ୍ୟକ । ଲିଫ୍ଟରେ କୁକୁରକୁ ନେବା ସମୟରେ ମଧ୍ୟ ଅନ୍ୟ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖିବାକୁ ମେୟର ପରାମର୍ଶ ଦେଇଛନ୍ତି ।
କୁକୁର ପାଳିବା ଉପରେ ବିଏମ୍ସିର କୌଣସି ଆପତ୍ତି ନାହିଁ । କିନ୍ତୁ ପୋଷା କୁକୁର ଯୋଗୁଁ ସାଧାରଣ ଲୋକ ହଇରାଣ ହେଲେ କିମ୍ବା କୌଣସି ଅଘଟଣ ଘଟିଲେ ମାଲିକଙ୍କୁ ଏଥିପାଇଁ ଦାୟୀ ରହିବାକୁ ପଡ଼ିପାରେ । ତେଣୁ କୁକୁର ମାଲିକମାନେ ଦାୟିତ୍ୱବାନ ହୋଇ ପୋଷା ପ୍ରାଣୀ ରଖନ୍ତୁ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି । ପଟିଆଲାର ଘଟଣା ପରେ ପୋଷା କୁକୁରକୁ ନେଇ ପୁଣିଥରେ ଚର୍ଚ୍ଚା ବଢ଼ିଥିବା ବେଳେ ଭୁବନେଶ୍ୱରରେ ମେୟରଙ୍କ ଏହି ଚେତାବନୀ କେତେ ପ୍ରଭାବ ପକାଉଛି, ତାହା ଉପରେ ଏବେ ନଜର ।
ବାଲିପାଟଣା: ସ୍ତ୍ରୀଙ୍କୁ ଖାଇବାକୁ ଦେଲେ ବୋଲି କାର୍ ଜାଳିଦେଲେ ଦୁର୍ବୃତ୍ତ । ପ୍ରଥମେ ଗାଳିଗୁଲଜ, ପରେ କଟୁରୀ ଧରି ହାଣିବାକୁ ଗୋଡ଼ାଇଲେ । ଜୀବନ ବଞ୍ଚାଇବାକୁ ଘର ଭିତରେ କବାଟ ବନ୍ଦ କରି ରହିଥିଲେ ଯୁବକ । ହେଲେ ରାଗ ଶାନ୍ତ ହେଲାନି । କାର୍ର କାଚ ଭାଙ୍ଗିବା ସହ ପେଟ୍ରୋଲ ଢାଳି ଜାଳିଦେଲେ କାର୍ । ଘଟଣାର ପୂରା ଦୃଶ୍ୟ କାରରେ ଲାଗିଥିବା କ୍ୟାମେରାରେ କଏଦ ହୋଇଛି । ଅଭିଯୋଗ ପରେ ବି ଅଭିଯୁକ୍ତକୁ ଧରିପାରିନି ପୋଲିସ । ଏପଟେ ଲୋନ୍ରେ କିଣିଥିବା କାର୍ର ମାସିକ ୩୭ ହଜାର ଟଙ୍କା EMI କେମିତି ଦେବେ, ପରିବାର କେମିତି ଚଳାଇବେ—ସେହି ଚିନ୍ତାରେ ମୁଣ୍ଡରେ ହାତ ଦେଇଛନ୍ତି କାର୍ ମାଲିକ । ଏଭଳି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ବାରିଲୋ ଗାଁରେ ।
ବାରିଲୋ ଗାଁରେ ପରିବାର ସହ ଭଡ଼ାରେ ରହୁଛନ୍ତି ସେଖ୍ ୟାକୁବ୍ ହୁସେନ୍ । ଲୋନ୍ରେ ଏକ କାର୍ କିଣି ଭୁବନେଶ୍ୱରରେ ଅନଲାଇନ୍ ଭଡ଼ାରେ ଚଳାଇ ପରିବାର ପୋଷଣ କରନ୍ତି । କାର୍ରୁ ମିଳୁଥିବା ଆୟରୁ ପ୍ରତିମାସ ପ୍ରାୟ ୩୭ ହଜାର ଟଙ୍କା EMI ଦେଇଥାନ୍ତି । ସେହି ଗାଁରେ ମନୋଜ ଭୋଇ ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ଭଡ଼ାରେ ରହୁଛନ୍ତି । କିଛି ଦିନ ପୂର୍ବେ ମନୋଜଙ୍କ ସ୍ତ୍ରୀଙ୍କୁ ୟାକୁବଙ୍କ ସ୍ତ୍ରୀ ଯମୁନା ଖାଇବାକୁ ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ମନୋଜ ଉତ୍ତ୍ୟକ୍ତ ହୋଇଥିବା ଅଭିଯୋଗ।
ଗତ ୨୩ ତାରିଖ ଭୋର୍ ସମୟରେ ମନୋଜ ୟାକୁବଙ୍କୁ ଗାଳିଗୁଲଜ କରିବା ସହ କଟୁରୀ ଧରି ହାଣିବାକୁ ଗୋଡ଼ାଇଥିବା ଅଭିଯୋଗ ହୋଇଛି । ଭୟରେ ୟାକୁବ ଘର ଭିତରକୁ ପଶି କବାଟ ବନ୍ଦ କରି ଦେଇଥିଲେ। ଏହାପରେ ମନୋଜ ୟାକୁବଙ୍କ କାର୍ ନିକଟକୁ ଯାଇ କଟୁରୀରେ କାର୍ର କାଚ ଭାଙ୍ଗିବା ସହ ପେଟ୍ରୋଲ ଢାଳି କାର୍ରେ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି ।
also read- ଆଜି ମିଳିବ 'ସୁଭଦ୍ରା' ଟଙ୍କା : ଚେକ୍ କରନ୍ତୁ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍
ଘଟଣାର ଏହି ଦୃଶ୍ୟ କାର୍ରେ ଲାଗିଥିବା କ୍ୟାମେରାରେ ରେକର୍ଡ ହୋଇଛି । ଭିଡିଓରେ ଜଣେ ବ୍ୟକ୍ତି କାର୍ ନିକଟରେ ପହଞ୍ଚି କାର୍ର କାଚ ଭାଙ୍ଗିବା ଏବଂ ପରେ ନିଆଁ ଲଗାଇବାର ଦୃଶ୍ୟ କଏଦ ହୋଇଥିବା କୁହାଯାଉଛି । ଘଟଣାକୁ ନେଇ ୟାକୁବଙ୍କ ସ୍ତ୍ରୀ ଯମୁନା ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗ ପରେ ମଧ୍ୟ ଅଭିଯୁକ୍ତ ମନୋଜଙ୍କୁ ପୋଲିସ ଏପର୍ଯ୍ୟନ୍ତ ଧରିପାରିନଥିବା ଅଭିଯୋଗ ହୋଇଛି । ଏପଟେ କାର୍ଟି ଲୋନ୍ରେ କିଣାଯାଇଥିବାରୁ ପ୍ରତିମାସ ପ୍ରାୟ ୩୭ ହଜାର ଟଙ୍କା EMI ଦେବାକୁ ପଡ଼ୁଛି । କାର୍ ଜଳିଯିବା ପରେ ଏବେ ଏହି EMI କିପରି ଦେବେ ଏବଂ ପରିବାର କିପରି ଚଳାଇବେ, ସେହି ଚିନ୍ତାରେ ଅଛନ୍ତି ୟାକୁବ୍ ।
ନୂଆଦିଲ୍ଲୀ, ୨୮/୦୮: ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ୍ ସିରିଜ୍ ଡ୍ର ରଖିଛି ଟିମ୍ ଇଣ୍ଡିଆ । ଦଳ ସିରିଜର ପ୍ରଥମ ମୁକାବିଲାରେ ବିଜୟୀ ହୋଇଥିଲା । ଦ୍ୱିତୀୟ ମୁକାବିଲାରେ ମଧ୍ୟ ଦଳ ବିଜୟୀ ହୋଇଥାନ୍ତା । କିନ୍ତୁ ଡ୍ର ରହିଛି ମ୍ୟାଚ୍ । ଯାହା ଫଳରେ ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପ ରାସ୍ତା କଠିନ ହୋଇ ପଡିଛି । କଲମ୍ବୋରେ ଭାରତ ବିଜୟଠୁ ମାତ୍ର କିଛି ପାଦ ଦୂରରେ ଥିଲା । କିନ୍ତୁ ସୋନାଲ ଦିନୁଶାଙ୍କ ଅପରାଜିତ ୧୩୩ ରନ୍ ପାଇଁ ଘରୋଇ ଟିମ୍ ମୁକାବିଲାକୁ ଡ୍ର କରିବାରେ ସଫଳ ହୋଇଥିଲା ।
ଭାରତ ଯଦି ଏହି ମ୍ୟାଚ୍ ଜିତିଥାନ୍ତା ତାହାଲେ ୧୨ ପଏଣ୍ଟ ପାଇଥାନ୍ତା । ଡ୍ର ରହିବା କାରଣରୁ ଦଳ ୪ ପଏଣ୍ଟ ପାଇଛି । ଫଳରେ ବାକି ଥିବା ଅନ୍ୟ ୭ଟି ଟେଷ୍ଟ୍ ମ୍ୟାଚ୍ ପୂର୍ବାପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇ ଯାଇଛି । ଭାରତ ମ୍ୟାଚର ପ୍ରଥମ ପାଳିରେ ୫୦୩ ରନ୍ କରିଥିଲା । ଜବାବରେ ଶ୍ରୀଲଙ୍କା ୨୯୦ ରନରେ ଅଲଆଉଟ୍ ହୋଇଯାଇଥିଲା । ଫଲୋଅନର ଶିକାର ହେଲା ପରେ ସିଂହଳ ଟିମ୍ ଲଢେଇ କରିଥିଲା । ଭାରତୀୟ ବୋଲର ଶ୍ରୀଲଙ୍କା ବ୍ୟାଟରଙ୍କୁ ଅଲଆଉଟ୍ କରିପାରିନଥିଲେ । ସୋନାଲ ମୋର୍ଚ୍ଚା ସମ୍ଭାଳି ଦଳକୁ ପରାଜୟରୁ ରକ୍ଷା କରିଥିଲେ ।
ଡବଲୁଟିସି ସମୀକରଣକୁ ଦେଖିଲେ ଟେଷ୍ଟ୍ ସିରିଜ୍ ୨-୦ରେ ଜିତିଥିଲେ ଭାରତର ପଏଣ୍ଟ ୫୧.୫୧ରୁ ୬୩.୩୩କୁ ବୃଦ୍ଧି ପାଇଥାନ୍ତା । କିନ୍ତୁ ଡ୍ର କାରଣରୁ ଏହା ୫୧.୫୧ ରହିଛି । ଭାରତ ଉପରେ ୫୫ ପଏଣ୍ଟ ସହ ବାଂଲାଦେଶ ରହିଛି । ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ପ୍ରଥମ ଦୁଇଟି ସ୍ଥାନରେ ରହିଛନ୍ତି । ନ୍ୟୁଜିଲାଣ୍ଡ ତୃତୀୟରେ ଥିବା ବେଳେ ବାଂଲାଦେଶ ଚତୁର୍ଥ ଏବଂ ଭାରତ ପଞ୍ଚମରେ ରହିଛି ।
ଚଳିତ ବର୍ଷ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଦୁଇଟି ଟେଷ୍ଟ୍ ଖେଳିବ । ଆସନ୍ତା ବର୍ଷ ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି ଟେଷ୍ଟ୍ ମ୍ୟାଚ୍ ଖେଳିବ ।ଏହି ୭ଟି ମୁକାବିଲାରେ ଭାରତକୁ ନିଜ ସ୍ଥିତି ବଦଳାଇବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି । କିନ୍ତୁ ଗୋଟିଏ ମ୍ୟାଚ୍ ହାରିଲେ ସମୀକରଣ ଗଡବଡ ହୋଇଯିବ ।
ଭାରତ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ୍ ହେବ ନ୍ୟୁଜିଲାଣ୍ଡ । କାରଣ କିଓ୍ୱି ମାଟିରେ ଗିଲ୍ ସେନା ସିରିଜ୍ ଖେଳିବ । ଯାହା ଡବଲୁଟିସି ଫାଇନାଲରେ ଭାରତର ଭବିଷ୍ୟତ ନିର୍ଧାରଣ କରିବ । ଯଦି ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ସମସ୍ତ ଟେଷ୍ଟ୍ ଜିତିବ ତାହାଲେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଭଲ ସ୍ଥିତିରେ ନଜର ଆସିବ । କିନ୍ତୁ ଗୋଟିଏ ମ୍ୟାଚ୍ ହାରିଲେ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ମୁକାବିଲାରେ ଦଳ ଉପରେ ଅତିରିକ୍ତ ଚାପ ରହିବ ।
Also Read :- ନେପାଳ ବନ୍ୟାରେ ହଜିଗଲାଣି ମାନବିକତା, ସାହାଯ୍ୟ ଆଳରେ ମୃତଦେହରୁ ଗହଣା ଲୁଟୁ ଥିଲେ ଦୁର୍ବୃତ୍ତ, ୨ ଜଣ ଗିରଫ
ଅନ୍ୟ ଦିଗରେ ଯଦି ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ସମସ୍ତ ଟେଷ୍ଟ୍ ହାରେ ତାହାଲେ ଡବଲୁଟିସି ଫାଇନାଲରୁ ଏକ ପ୍ରକାର ବିଦା ହୋଇଯିବ । ଅଷ୍ଟ୍ରେଲିଆକୁ ୫-୦ରେ ହରାଇଲା ପରେ ବି ଦଳ ସର୍ବାଧିକ ୬୦ ପଏଣ୍ଟ ପାଇବ । ଏପରି ହେଲେ ଦଳକୁ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର କରିବାକୁ ହେବ । ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ଦଳ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଅଟେ ।
ନୂଆଦିଲ୍ଲୀ ୨୮।୦୮; ନେପାଳରେ ଆସି ଥିବା ବିନାଶକାରୀ ବନ୍ୟା ସମସ୍ତଙ୍କ ହୃଦୟ ଥରାଇ ଦେଇଛି । ଆଉ ଏହାଠାରୁ ଖୁବ୍ ହୃଦୟ ବିଦାରକ ସାଜିଛି ସଦ୍ୟ ଏକ ଘଟଣା । ବନ୍ୟା ଜଳରେ ଭାସି ଆସି ଥିବା ମୃତଦେହରୁ ଅଳଙ୍କାର ଚୋରି ହେଉ ଥିବାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇ ଥିଲା । ଏହାକୁ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ପୂର୍ବକ ନେପାଳ ପୁଲିସ ,ଏଭଳି ଅମାନବୀୟ କାର୍ଯ୍ୟ କରୁଥିବା ଲୋକଙ୍କୁ କଷ୍ଟଡିକୁ ନେଇଛି । ନେପାଳ ପୁଲିସ ହେଡକ୍ୱାର୍ଟର ପକ୍ଷରୁ ' ଏକ୍ସ' ରେ ପୋଷ୍ଟ କରି ଏହି ବିଷୟରେ ସୂଚନା ଦିଆଯାଇଛି। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓରେ ଦୁଇଜଣ ଯୁବକ ବନ୍ୟା ପାଣିରେ ଭାସି ଆସି ଥିବା ଜଣେ ମୃତ ମହିଳାଙ୍କ ମୃତଦେହରୁ ଅଳଙ୍କାର କାଢ଼ୁ ଥିବାର ଦେଖିବାକୁ ମିଳି ଥିଲା । ଏହି ଘଟଣାକୁ ନେଇ ଲୋକେ କଡ଼ା ନିନ୍ଦା କରିବା ସହ ଏହାକୁ ଅତ୍ୟନ୍ତ ଅମାନବୀୟ କାର୍ଯ୍ୟ ଭାବେ ଦର୍ଶାଇଛନ୍ତି ।
ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି…
ଭାଇରାଲ୍ ଭିଡିଓରେ ଦେଖା ଯାଉଛି ଯେ , ନେପାଳ ପ୍ରଳୟ ପରେ ଜଣେ ମହିଳାଙ୍କ ମୃତଦେହ ଭାସି ଆସି କୂଳରେ ଲାଗିଛି। ଦୁଇଜଣ ଯୁବକ ଶବ ପାଖରେ ଛିଡ଼ା ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ବାଉଁଶ ସାହାଯ୍ୟରେ ମୃତଦେହକୁ ଉପରକୁ ଉଠାଉ ଥିବା ବେଳେ ଅନ୍ୟ ଯୁବକ ଜଣକ ମହିଳାଙ୍କ କାନରୁ ଗହଣା କାଢ଼ୁଛି। ଏହି ସମୟରେ ସେଠାରେ ଅନେକ ଲୋକ ଉପସ୍ଥିତ ଥିଲେ ମଧ୍ୟ କେହି ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରୁ ନାହାନ୍ତି। ଏପରିକି ମୃତଦେହଟିକୁ ପାଣିରୁ ବାହାର କରିବାକୁ ବି କେହି ଉଦ୍ୟମ କରୁ ନାହାନ୍ତି । ମୃତଦେହ ସମ୍ପର୍କରେ କେହି ପ୍ରଶାସନକୁ ସୂଚନା ଦେଇ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ଭିଡିଓ ଭାଇରାଲ୍ ହେବା କ୍ଷଣି ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ଚାଲିଛି ଉଦ୍ଧାର ଓ ସର୍ଚ୍ଚ ଅପରେସନ୍ :
ସୂଚନା ଯେ, ନେପାଳରେ ବୁଧବାର ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁସଂଖ୍ୟା ୩୫୯କୁ ବୃଦ୍ଧି ପାଇଛି। ଉଦ୍ଧାରକାରୀ ଦଳ ପ୍ରଭାବିତ ଜିଲ୍ଲାଗୁଡ଼ିକରୁ ଆହୁରି ଅନେକ ମୃତଦେହ ଉଦ୍ଧାର କରିବା ପରେ ଏହି ସଂଖ୍ୟା ବଢ଼ି ଥିବା ପୁଲିସ ଗୁରୁବାର ସ୍ପଷ୍ଟ କରିଛି। ତିବ୍ଦତରୁ ହଠାତ୍ ଆସି ଥିବା ଏହି ଭୀଷଣ ବନ୍ୟା ମଧ୍ୟ-ନେପାଳର ଏକାଧିକ ସହର ଓ ଗାଁରେ ବ୍ୟାପକ ସମ୍ପତ୍ତି କ୍ଷୟକ୍ଷତି କରିଛି। ପାଣିର ପ୍ରବଳ ସ୍ରୋତରେ ଗୁରୁତ୍ୱପୂର୍ଣ୍ଣ ପୋଲ ଗୁଡ଼ିକ ଭାସି ଯାଇଛି ଏବଂ ପ୍ରାୟ ଗୋଟିଏ ଡଜନ୍ ଜଳବିଦ୍ୟୁତ୍ ପ୍ରକଳ୍ପ ଠପ୍ ହୋଇ ଯାଇଛି। ନେପାଳ ସେନା ଓ ଅନ୍ୟ ସୁରକ୍ଷା ଏଜେନ୍ସି ଗୁଡ଼ିକ ଯଥାକ୍ରମେ ରସୁୱା, ଧାଦିଂ, ନୁୱାକୋଟ୍ ଏବଂ ଚିତୱାନ୍ ଭଳି ବନ୍ୟା ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ବ୍ୟାପକ ସର୍ଚ୍ଚ ଓ ରେସକ୍ୟୁ ଅପରେସନ୍ ଜାରି ରଖିଛନ୍ତି।
କାଠମାଣ୍ଡୁ, ୨୮/୦୮: ପ୍ରକୃତି ନିକଟରେ ମଣିଷ କେତେ ଅସହାୟ ତାର ପ୍ରମାଣ ନେପାଳରେ ଆସିଥିବା ଅଚାନକ ପ୍ରଳୟଙ୍କରୀ ବନ୍ୟାରେ ଦେଖିବାକୁ ମିଳିଛି। ଦେଶର ୪ ଜିଲ୍ଲା ରସୁୱା, ନୁଓ୍ବାକୋଟ୍, ଧାଡ଼ିଙ୍ଗ ଓ ଚିତଓ୍ୱନ ସମ୍ପୂର୍ଣ ଛାରଖାର ହୋଇଯାଇଛି। ଅନେକ ସହର, ଗାଁ, ଘର, ରାସ୍ତାଘାଟ ଓ ପୋଲ ଭାସିଯାଇଛି। ବନ୍ୟାରେ ଏପର୍ଯ୍ୟନ୍ତ ୪୬୯ ଜଣଙ୍କ ମୃତ୍ୟୁ ଘଟିଛି। କେବଳ ଚିତଓ୍ୱନ ଜିଲ୍ଲାରୁ ୧୩୨ରୁ ଅଧିକ ଶବ ମିଳିଛି। ଏଥିରେ ୫୦୦ରୁ ଅଧିକ ଆହତ ହୋଇଛନ୍ତି । ଆହୁରି ୮୦୦ ବିଦେଶୀଙ୍କ ସମେତ ୧୫୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରେ ୨୮୮ ଜଣ ଭାରତୀୟ ରହିଛନ୍ତି। ଆମେରିକାର ୬୩ ଜଣ ଓ କାନାଡ଼ାର ୨୫ ଜଣ ପର୍ଯ୍ୟଟକ ନିଖୋଳ ଅଛନ୍ତି। ବିଭିନ୍ନ ସ୍ଥାନରୁ ମୃତଦେହ ମିଳିବାରେ ଲାଗିଛି। ଅନେକ ଲୋକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି।
Also Read :- ଶ୍ରାବଣରେ ମଟନ୍ ଖାଇବାକୁ ଜିଦ୍ କଲା ପୁଅ , ଗଡ ଗଡ କରି ହାଣିଲା ବାପା
ନିଖୋଜ ଲୋକମାନଙ୍କ ତଲାସୀ ଜାରି ରହିଛି। ନେପାଳ ସେନା, ପୁଲିସ ଓ ଅନ୍ୟ ଅଦ୍ଧସାମରିକ ବାହିନୀର ୧୩ ହଜାରରୁ ଅଧିକ ଯବାନ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସେମାନେ ପ୍ରଭାବିତ ଅଞ୍ଚଳରୁ ହେଲିକପ୍ଟର ସହାୟତାରେ ୫୭୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ବିଦେଶୀ ନାଗରିକ ଅଛନ୍ତି। ଏଥିସହ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ହେଲିକପ୍ଟରରୁ ଖାଦ୍ୟ ପ୍ୟାକେଟ, ଟେଣ୍ଟ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରାଯାଉଛି । ବିଭିନ୍ନ ସ୍ଥାନରୁ ପାଣି କାଦୁଅ ଭିତରୁ ମୃତଦେହ ବାହାରିବାରେ ଲାଗିଛି। ପାଣି କାଦୁଅ ଭିତରେ ସୁରକ୍ଷିତ ଥିବା ଜୀବନ ବଞ୍ଚାଇବାକୁ ପ୍ରୟାସ ଜାରି ରହିଛି।
ଭୋଟେକୋଶୀ ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଅନେକ ଲୋକ ଭାସି ଯାଇଛନ୍ତି। ନଦୀ ତଳିଆ ଅଞ୍ଚଳରୁ ମୃତଦେହ ମିଳିବାରେ ଲାଗିଛି। ଭୋଟେକୋଶୀ ନଦୀର ଶାଖା ନାରାୟଣୀ ନଦୀରୁ ୬୨ଟି ମୃତଦେହ ମିଳିଛି। ସେଥିରେ ୨୬ ପୁରୁଷ, ୧୬ ମହିଳା, ୩ ବାଳକ ଓ ୭ ବାଳିକା ଅଛନ୍ତି। ସେହିଭଳି ଆଉ ୯ଟି ଏଭଳି ଶବ ରହିଛି ଯାହାକୁ ଚିହ୍ନଟ କରିବା ସମ୍ଭବ ହୋଇପାରିନାହିଁ । ଜବତ ମୃତଦେହକୁ ସ୍ଥାନୀୟ ହସ୍ପିଟାଲରେ ସଂରକ୍ଷିତ ରଖାଯାଇଥିବା ସେଠାକାର ଜିଲ୍ଲା ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଭାରତ ସୀମା ମଧ୍ୟକୁ କେତେକ ମୃତଦେହ ଭାସିଆସିଥିବା କୁହାଯାଉଛି।
ନେପାଳ ସରକାର ପୁଣି ବନ୍ୟା ଆଶଙ୍କାରେ ଲୋକମାନଙ୍କୁ ଆଲର୍ଟ ଜାରି କରିଛନ୍ତି। କହିଛନ୍ତି ତିବ୍ଦତ ସୀମାବର୍ତ୍ତୀ ରସୁଗଡି ଠାରୁ ୧୮ କି.ମି. ଉପରେ ଲେହେଦେ ନଦୀର ଜଳପ୍ରବାହ ସମ୍ପୂର୍ଣ ବନ୍ଦ ହୋଇଯାଇଛି। ଯାହାଫଳରେ ପାଣି ଜମାହୋଇ ତଟବର୍ତ୍ତୀ ଅଞ୍ଚଳରେ ୦.୧୧ ବର୍ଗ କି.ମିର ଏକ ଅସ୍ଥାୟୀ ହ୍ରଦ ସୃଷ୍ଟି ହୋଇଛି। ସେହି ହ୍ରଦରେ ପାଣି ଧିରେ ଧିରେ ଜମିବାରେ ଲାଗିଛି। ଯଦି ଅଧିକ ପାଣି ହୁଏ ତେବେ ଏହି ଅସ୍ଥାୟୀ ହ୍ରଦ ଭାଙ୍ଗିଯିବାର ସମ୍ଭାବନା ଅଛି। ଏଭଳି ହେଲେ ଭୋଟେକୋଶୀ ନଦୀରେ ପୁଣିଥରେ ଅଚାନକ ବନ୍ୟା ଆସିପାରେ। ତେଣୁ ଭୋଟେକୋଶୀ ନଦୀର ତଳିଆ ଅଞ୍ଚଳରେ ରହୁଥିବା ଲୋକମାନେ ଏବଂ ସେଠାରେ ବର୍ତ୍ତମାନ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସାମିଲ ସବୁ ସଂସ୍ଥାମାନଙ୍କୁ ସତର୍କ ରହିବାକୁ ଆଡଭାଇଜରି ଜାରି କରାଯାଇଛି। ଏଥିସହ ସେଠାକାର ସ୍ଥାନୀୟ ପ୍ରଶାସନକୁ ମଧ୍ଯ ଆଲର୍ଟ କରାଯାଇଛି। ଯଥାସମ୍ଭବ ନଦୀ ତଟବର୍ତ୍ତୀ ଅଞ୍ଚଳକୁ ନ ଯିବା ଲାଗି ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।
ବନ୍ୟା ଯୋଗୁ ଭିଭିଭୂମିକୁ ସର୍ବାଧିକ କ୍ଷତି ପହଞ୍ଚିଛି। ଏଥିରେ ୧୩ଟି ଜଳବିଦ୍ୟୁତ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି। ଅନେକ ଅଞ୍ଚଳରେ ପରିବହନ ଓ ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୪୦ କିଲୋମିଟରର ରାସ୍ତା ସମ୍ପୂର୍ଣ ଧୋଇଯାଇଛି । ସରକାରୀ ତଥ୍ୟ ଅନୁ ସାରେ ୩୫ ବ୍ରିଜ୍ ଓ ୪୫ ସସ୍ପେନ୍ସନ ବ୍ରିଜକୁ ବନ୍ୟାର ପ୍ରଖର ସ୍ରୋତ ଭସାଇ ନେଇଛି। ରାସ୍ତାଘାଟ ଓ ବ୍ରିଜ ଭାସିଯାଇଥିବାରୁ ଅନେକ ଅଞ୍ଚଳକୁ ଯାତାୟାତ ସମ୍ଭବ ହୋଇପାରିନାହିଁ । ସେଠାରେ ଉଦ୍ଧାରକାରୀ ଦଳ ପହଞ୍ଚିବା କଷ୍ଟକର ହୋଇଛି। ସେଠାକାର ସ୍ଥିତି କିଭଳି ରହିଛି ତାହା ଜାଣିବା ସମ୍ଭବ ହୋଇନାହିଁ।
ନୂଆଦିଲ୍ଲୀ ୨୮।୦୮; ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଆଜି ଅର୍ଥାତ୍ ୨୮ ଅଗଷ୍ଟରେ ଲାଗିବାକୁ ଯାଉଛି। ଜ୍ୟୋତିଷ ଅନୁସାରେ, ଏହି ଚନ୍ଦ୍ରଗ୍ରହଣ କୁମ୍ଭ ରାଶିରେ ଘଟିବ। ଏହି ସମୟରେ କୁମ୍ଭ ରାଶି ଉପରେ କେତୁଙ୍କ ପ୍ରଭାବ ରହିବା ସହ ସୂର୍ଯ୍ୟ ମଧ୍ୟ କେତୁଙ୍କ ପ୍ରଭାବରେ ରହିବେ। ସୂର୍ଯ୍ୟ ଓ କେତୁ ବର୍ତ୍ତମାନ ସିଂହ ରାଶିରେ ଏକାଠି ଗୋଚର କରୁଥିବାରୁ ଗ୍ରହଣର ପ୍ରଭାବ ଆହୁରି ବଢ଼ିପାରେ ବୋଲି ଜ୍ୟୋତିଷବିଦ୍ମାନେ ମତ ଦେଇଛନ୍ତି। ଚନ୍ଦ୍ରଗ୍ରହଣ ଏବଂ ରାହୁ-କେତୁଙ୍କ ପ୍ରଭାବ ଯୋଗୁ କର୍କଟ, ସିଂହ, ମକର, କୁମ୍ଭ ଓ ମୀନ ରାଶିର ଲୋକମାନେ କିଛି ସଂଘର୍ଷର ସାମ୍ନା କରିପାରନ୍ତି। ଅନାବଶ୍ୟକ ଖର୍ଚ୍ଚ, ଆର୍ଥିକ ଜଟିଳତା ଏବଂ ପାରିବାରିକ ମତଭେଦ ଦେଖାଦେଇପାରେ।
କର୍କଟ- କର୍କ ରାଶିର ସ୍ବାମୀ ଚନ୍ଦ୍ରମା। ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ରମା କୁମ୍ଭ ରାଶିରେ ରହିବେ ଏବଂ ରାହୁଙ୍କ ପ୍ରଭାବରେ ରହିପାରନ୍ତି। ଏହାର ପ୍ରଭାବରେ ସେପ୍ଟେମ୍ବରରେ ଆପଣଙ୍କୁ ଅନାବଶ୍ୟକ ଖର୍ଚ୍ଚର ସାମ୍ନା କରିବାକୁ ପଡ଼ିପାରେ। ଭୁଲ ନିଷ୍ପତ୍ତି ଯୋଗୁ ଆର୍ଥିକ କ୍ଷତି ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ମଧ୍ୟ ସତର୍କ ରହିବା ଆବଶ୍ୟକ। କୌଣସି ଅପ୍ରତ୍ୟାଶିତ ପରିସ୍ଥିତି ମାନସିକ ଚିନ୍ତା ବଢ଼ାଇପାରେ।
ସିଂହ- ଏହା ସପ୍ତମ ଭାବରେ ଚନ୍ଦ୍ରଗ୍ରହଣ ଘଟିବ। ଏହି ସମୟରେ ରାହୁଙ୍କ ପ୍ରଭାବ ରାଶି ଉପରେ ରହିବ ଏବଂ କେତୁ ମଧ୍ୟ ରାଶିରେ ରହିବେ। ତେଣୁ ଆଇନଗତ ମାମଲାରେ କୌଣସି ପ୍ରକାର ନିଷ୍ପତ୍ତି ନେବାରୁ ଦୂରେଇ ରହିବା ଭଲ। ସମ୍ପତ୍ତି ସମ୍ବନ୍ଧୀୟ ବିବାଦରେ ଜଡ଼ିତ ହେବାରୁ ବଞ୍ଚନ୍ତୁ। ଗାଡ଼ି ଚଳାଇବା ସମୟରେ ସତର୍କ ରୁହନ୍ତୁ, ଆଘାତର ଆଶଙ୍କା ରହିପାରେ। ଦାମ୍ପତ୍ୟ ଜୀବନରେ ଜୀବନସାଥୀଙ୍କ ସ୍ବାସ୍ଥ୍ୟ କିମ୍ବା ମତଭେଦ ଯୋଗୁ ଚିନ୍ତା ବଢ଼ିପାରେ।
ମକର- ଏହି ରାଶିରୁ ଦ୍ୱିତୀୟ ଭାବରେ ଚନ୍ଦ୍ରଗ୍ରହଣ ହେବ। ଏହି ସମୟରେ ସମ୍ପର୍କକୁ ନେଇ ସଂଯମ ଓ ଗମ୍ଭୀରତା ରଖିବା ଆବଶ୍ୟକ। କୌଣସି ନିକଟ ସମ୍ପର୍କୀୟଙ୍କ କାରଣରୁ ମାନସିକ ଚାପ ସହ ଆର୍ଥିକ ସମସ୍ୟା ମଧ୍ୟ ଦେଖାଦେଇପାରେ। ଭାବପ୍ରବଣ ହୋଇ ନିଷ୍ପତ୍ତି ନନେଇ ବ୍ୟବହାରିକ ଭାବେ ଚିନ୍ତା କରନ୍ତୁ। ଖର୍ଚ୍ଚ ବଢ଼ିପାରେ, କିନ୍ତୁ ଆୟ ଯୋଗୁ ସ୍ଥିତିକୁ ସମ୍ଭାଳି ନେଇପାରିବେ। ଶୁଣାକଥାରେ ବିଶ୍ୱାସ ନକରି ଭଲ ଭାବେ ଯାଞ୍ଚ କରି ନିଷ୍ପତ୍ତି ନେବା ଉଚିତ।
କୁମ୍ଭ- ଚନ୍ଦ୍ରଗ୍ରହଣ କୁମ୍ଭ ରାଶିରେ ହିଁ ଲାଗିବାକୁ ଯାଉଥିବାରୁ ଏହି ରାଶି ଉପରେ ଏହାର ପ୍ରଭାବ ଅଧିକ ରହିପାରେ। ସେପ୍ଟେମ୍ବର ମାସରେ ଅତ୍ୟନ୍ତ ସଂଯମ ଓ ସତର୍କତାର ସହ ଚାଲିବାକୁ ପଡ଼ିପାରେ। ସ୍ବାସ୍ଥ୍ୟରେ ଉତ୍ଥାନ-ପତନ ଦେଖାଦେଇପାରେ। ବଡ଼ ଆର୍ଥିକ ନିଷ୍ପତ୍ତି ନେବା ପୂର୍ବରୁ ସମସ୍ତ ଦିଗ ବିଚାର କରନ୍ତୁ। ଅଚାନକ ଭାବେ ସଞ୍ଚିତ ଟଙ୍କା ଖର୍ଚ୍ଚ ହୋଇପାରେ। ଶ୍ୱଶୁରଘର ପକ୍ଷର ସମ୍ପର୍କୀୟଙ୍କ ସହ ବିବାଦରୁ ଦୂରେଇ ରହିବା ଭଲ।
ମୀନ- ଏହି ରାଶି ଉପରେ ପୂର୍ବରୁ ହିଁ ସାଢ଼େସାତୀର ପ୍ରଭାବ ରହିଛି ବୋଲି ଜ୍ୟୋତିଷୀୟ ମତ ରହିଛି। ଏହି ସମୟରେ ରାଶିରୁ ଦ୍ୱାଦଶ ଭାବରେ ଚନ୍ଦ୍ରଗ୍ରହଣ ହେବ। ଏହାର ପ୍ରଭାବରେ ସଂକ୍ରମଣ ସମ୍ବନ୍ଧୀୟ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ଆର୍ଥିକ ମାମଲାରେ ସତର୍କ ରହିବା ଦରକାର, ନଚେତ ହାତକୁ ଆସିଥିବା ସୁଯୋଗ ହାତଛଡ଼ା ହୋଇପାରେ। ବିରୋଧୀଙ୍କଠାରୁ ସତର୍କ ରୁହନ୍ତୁ। ଘର ଓ ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ଅପ୍ରତ୍ୟାଶିତ ଖର୍ଚ୍ଚ ହୋଇପାରେ।
ନୂଆଦିଲ୍ଲୀ ୨୮।୦୮; ପୁଣେରୁ ଏକ ଦୁଃଖଦ ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ପବିତ୍ର ଶ୍ରାବଣ ମାସରେ ଘରେ ନିରାମିଷ ଖାଦ୍ୟ ପ୍ରସ୍ତୁତ ହେଉଥିବାବେଳେ, ମଦ୍ୟପ ପୁଅ ମଟନ୍ ଖାଇବାକୁ ଜିଦ୍ ଧରିଥିଲେ। ଏହି ସାମାନ୍ୟ କଥାକୁ ନେଇ ବାପା ଏବଂ ପୁଅଙ୍କ ମଧ୍ୟରେ ଏପରି ଉତ୍ତେଜନା ସୃଷ୍ଟି ହେଲା ଯେ, କ୍ରୋଧାତ ହୋଇ ବାପା ନିଜ ପୁଅର ଜୀବନ ନେଇଗଲେ।
ପୋଲିସ ସୂତ୍ରରୁ ପ୍ରକାଶ ପାଇଛି ଯେ, ମୃତକ ମହେଶ ଜଣେ ମଦ୍ୟପ ଥିଲେ ଏବଂ କୌଣସି କାମଧନ୍ଦା କରୁନଥିଲେ। ସେ ପ୍ରାୟତଃ ମଦ ପିଇ ସାରିବା ପରେ ରାତ୍ରୀଭୋଜନ ପାଇଁ ବାପା-ମାଆଙ୍କ ଘରକୁ ଆସୁଥିଲେ। ବର୍ତ୍ତମାନ ପବିତ୍ର ଶ୍ରାବଣ ମାସ ଚାଲିଥିବାରୁ ପରିବାରରେ ଆମିଷ ରନ୍ଧା ହେଉନଥିଲା। ଗତ ଅଗଷ୍ଟ ୨୪ ତାରିଖ ରାତିରେ ମହେଶ ମଦ ପିଇକି ଘରେ ପହଞ୍ଚିବା ପରେ ମଟନ୍ ଖାଇବା ପାଇଁ ଜିଦ୍ ଧରିଥିଲେ। ଘରେ ଏହାକୁ ବିରୋଧ କରାଯିବାରୁ ବାପା-ପୁଅଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଉତ୍ତ୍ୟକ୍ତ ହୋଇ ବାପା ଭାଗବତ ପୁଅର ମୁହଁ ଏବଂ ମୁଣ୍ଡରେ ନିର୍ମମ ଭାବେ ଆକ୍ରମଣ କରିଥିଲେ। ଯାହାଫଳରେ ଘଟଣାସ୍ଥଳରେ ହିଁ ମହେଶଙ୍କର ମୃତ୍ୟୁ ହୋଇଥିଲା।
ଏହି ଜଘନ୍ୟ ହତ୍ୟାକାଣ୍ଡ ପରେ ପୁଅର ମୃତ୍ୟୁ ବିଷୟ ଜାଣିବା ସତ୍ତ୍ୱେ ମାଆ ପାର୍ବତୀ ନିଜ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ଘଟଣାଟିକୁ ଲୁଚାଇ ରଖିଥିଲେ , ଯେଉଁଥିପାଇଁ ପୋଲିସକୁ ସୂଚନା ଦେଇନଥିଲେ। ତାଙ୍କ ବିରୋଧରେ ପ୍ରମାଣ ନଷ୍ଟ କରିବାର ଅଭିଯୋଗ ମଧ୍ୟ ରହିଛି। ମୃତକଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ପୋଲିସ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ଉଭୟ ବାପା ଏବଂ ମାଆଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।
କେନ୍ଦ୍ରାପଡ଼ା: ପବିତ୍ର ବଳଭଦ୍ର ଜନ୍ମ ଓ ରାଖୀ ପୂର୍ଣ୍ଣିମା ଅବସରରେ ତୁଳସୀକ୍ଷେତ୍ରର ଆରାଧ୍ୟ ମହାପ୍ରଭୁ ଶ୍ରୀଶ୍ରୀ ସିଦ୍ଧ ବଳଦେବଜିଉ ଗହ୍ମା ଅଭିଷେକ ଓ ଜନ୍ମ ଅଭିଷେକ ବେଶରେ ଦର୍ଶନ ଦେଇଛନ୍ତି। ଶ୍ରୀବଳଭଦ୍ରଙ୍କ ଜନ୍ମଭିଷେକ ଉତ୍ସବ ମହାଆଡ଼ମ୍ବର ସହକାରେ ପାଳିତ ହୋଇଥିଲା। ମନ୍ଦିରକୁ ରଙ୍ଗିନ ଆଲୋକମାଳା ଓ ପୁଷ୍ପରେ ସଜାଯାଇଥିଲା । ଆଖପାଖ ଅଞ୍ଚଳର ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ। ପରମ୍ପରା ଅନୁସାରେ, ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ପୂର୍ବ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହୋଇଥିଲା।
ସକାଳ ସାଢ଼େ ୫ଟାବେଳେ ଶ୍ରୀଜିଉଙ୍କର ପହୁଡ଼ ଫିଟାଯାଇ ପ୍ରଥମେ ମଙ୍ଗଳା ଆଳତି, ନୀତି ସ୍ନାନ ଏବଂ ଗୋପାଳବଲ୍ଲଭ ଧୂପ ବଢ଼ିଥିଲା। ୧୦ଟା ସୁଦ୍ଧା ଖେଚୁଡ଼ି ଧୂପ ଅନୁଷ୍ଠିତ ହୋଇଥିଲା। ପରେ ୩ ପଣ୍ଡାମାନେ ମହାପ୍ରଭୁଙ୍କୁ ବଡ଼ ଚିତା ଲାଗି କରାଇ ନୂତନ ଅଙ୍ଗବସ୍ତ୍ର, ପୁଷ୍ପମାଳରେ ସଜ୍ଜିତ କରିଥିଲେ। ତା' ପରେ ମୋଡ଼ା ମଉଳି ବେଶରେ ସଜ୍ଜିତ କରାଯାଇଥିଲା।
ତୁଳସୀରେ ସଜେଇ ହୋଇଥିଲେ ଶ୍ରୀଜିଉ । ପରେ ପରେ ୩ ଠାକୁରଙ୍କୁ କାଠିମୁକୁଟ ଲାଗି କରାଯାଇ ଗହ୍ମା ଅଭିଷେକ ଓ ଜନ୍ମ ଅଭିଷେକ ନୀତି ସମ୍ପନ୍ନ କରାଯାଇଥିଲା। ପୁରୀରୁ ଭଉଣୀ ସୁଭଦ୍ରାଙ୍କ ଦ୍ୱାରା ପ୍ରେରିତ ୨ଟି ପାଟରାଖୀ ଶ୍ରୀଜିଉମାନଙ୍କୁ ଅର୍ପଣ କରାଯାଇଥିଲା। ଏହା ପରେ ମହାପ୍ରଭୁଙ୍କ ଅଙ୍ଗଲାଗି ସେବାୟତମାନେ ଏକଲକ୍ଷ ତୁଳସୀ ଅର୍ପଣ କରିଥିଲେ। ନୀତିକାନ୍ତି ମଧ୍ୟରେ ତୁଳସୀ ଚଉରା ଆଗରେ ଯଜ୍ଞାଦି ଶୁଭକାର୍ଯ୍ୟ ଆରମ୍ଭ ହୋଇଥିଲା।
ଦ୍ବିପ୍ରହର ଧୂପ ନୀତି ବଢ଼ିଲା ପରେ ଶ୍ରୀଜିଉଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ହେଉଥିବା ହୋମଯଜ୍ଞ ପୂଜାପଣ୍ଡାଙ୍କ ଦ୍ୱାରା ସଂକଳ୍ପ କରାଯାଇଥିଲା । ଏହା ପରେ ମନ୍ଦିର ପୁରୋହିତ ଓ ରାଜପୁରୋହିତମାନଙ୍କ ଦ୍ବାରା ଯଜ୍ଞାନୁଷ୍ଠାନ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମ ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିଥିଲା। ଯଜ୍ଞନୁଷ୍ଠାନ ସରିଲା ପରେ ମହାପ୍ରଭୁଙ୍କ ଶ୍ରୀଛାମୁରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ପିଠା ଓ ଖିରି ଭୋଗ ମଣୋହି ହେଲା ପରେ ଶ୍ରୀଜିଉଙ୍କ ରାତ୍ରଧୂପ ବଢ଼ିଥିଲା।
also read-ଆଜି ମିଳିବ 'ସୁଭଦ୍ରା' ଟଙ୍କା : ଚେକ୍ କରନ୍ତୁ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍
ପରେ ଶ୍ରୀଜିଉଙ୍କର ବେଶ ଉଲାଗି କରାଯାଇ ବଡ଼ସିଂହାର ନୀତି ସମ୍ପନ୍ନ କରାଯାଇଥିଲା। ଏହା ପରେ ପଲଙ୍କ ଲାଗି କରାଯାଇ ପହୁଡ଼ ଲାଗି ହୋଇଥିଲା। ଟ୍ରଷ୍ଟବୋର୍ଡ ସଭାପତି ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ସଭ୍ୟ ପୂର୍ବତନ ପୌରାଧ୍ଯକ୍ଷ ଧୀରେନ କୁମାର ସାହୁ, ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ, ହୃଷିକେଶ ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ନୂଆଦିଲ୍ଲୀ, ୨୮/୦୮ : ନେପାଳରେ ଅଚାନକ ଆସିଥିବା ବନ୍ୟା ଯେଭଳି ବିପର୍ଯ୍ୟୟ ଆଣିଛି ବିନାଶକାରୀ ଶବ୍ଦ ତା ପାଇଁ କମ୍ ହେବ । ପ୍ରକୃତିର ପ୍ରକୋପ ନିକଟରେ ମଣିଷ କେବଳ ଅସହାୟ ହେବା ଛଡା ଆଉ କିଛି ନୁହେଁ । ଯାହା ନେପାଳ ବନ୍ୟା ପ୍ରମାଣିତ କରିଦେଇଛି। ଏଭଳି ସ୍ଥିତିରେ ପ୍ରଶାସନ ଭୋଟେକୋଶୀ ନଦୀରେ ପୁଣି ବନ୍ୟା ଆସିବାର ଆଶଙ୍କା ପ୍ରକାଶ କରି ସତର୍କ ସୂଚନା ଜାରି କରିଛି। ସେହିଭଳି ବିଶେଷଜ୍ଞଙ୍କ କହିବାନୁଯାୟୀ ବିପଦ ସମ୍ପୂର୍ଣ ଭାବେ ଯାଇନାହିଁ । ଆଗାମୀ ଦିନରେ ପୁଣି ବନ୍ୟା ଆସିବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ।
ବିଶେଷଜ୍ଞମାନେ ଚେତାବନୀ ଦେଇ କହିଛନ୍ତି ଯେ ଏଭଳି ଘଟଣା ପୁଣିଥରେ ଘଟିପାରେ । ସେଥିପାଇଁ ପ୍ରାକ୍-ପ୍ରସ୍ତୁତି ଓ ସମୟ ପୂର୍ବରୁ ଜରୁରି ଭିଭିଭୂମି ବ୍ୟବସ୍ଥାକୁ ମଜଭୁତ କରିବାର ଆବଶ୍ୟକତା ରହିଛି। ନେପାଳର ପାଣିପାଗ ବିଶେଷଜ୍ଞ ଡକ୍ଟର ନୀରା ଶ୍ରେଷ୍ଠ ପ୍ରଧାନଙ୍କ କହିବାନୁଯାୟୀ ଯେଉଁ ଅଞ୍ଚଳ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି ତାହା ବର୍ତ୍ତମାନ ସମ୍ପୂର୍ଣ ସୁରକ୍ଷିତ ବୋଲି କୁହାଯାଇପାରିବ ନାହିଁ । ନେପାଳରେ ଅଚାନକ ଏତେବଡ ବିପର୍ଯ୍ୟୟ କିଭଳି ଆସିଲା ତାହା ଉପରେ ବୈଜ୍ଞାନିକ ଓ ଗବେଷକମାନେ ଅନୁସନ୍ଧାନ ଜାରି ରଖିଛନ୍ତି।
ବିଶେଷଜ୍ଞଙ୍କ କହିବାନୁଯାୟୀ ଏହା ପଛରେ ଅନେକ ସମ୍ଭାବନା ରହିଛି । ପ୍ରଥମ ସମ୍ଭାବନା ହେଲା ପାହାଡର ଚଟାଣ କିମ୍ବା ବରଫର ବଡ ଅଂଶ ଖସି ନଦୀରେ ପଡିଛି। ଫଳରେ କିଛି ସମୟ ପାଇଁ ନଦୀର ବାଟ ବନ୍ଦ ହୋଇଛି ଓ ପାଣି ଜମା ହୋଇଯାଇଛି। ପରେ ସେହି ବାଟ ଭାଙ୍ଗିଯିବାରୁ ହଠାତ୍ ବନ୍ୟା ଆସିଛି। ସେହିଭଳି ଦ୍ଵିତୀୟ ସମ୍ଭାବନା ଭାବେ ସେମାନେ କହିଛନ୍ତି ଯେ ହିମହ୍ରଦ ବିସ୍ଫୋରଣ ଯୋଗୁ ଏଭଳି ବନ୍ୟା ଆସିଥାଇପାରେ। ପାହାଡ ଉପରେ ବରଫ ହ୍ରଦରେ ପ୍ରଚୁର ପରିମାଣର ପାଣି ଜମି ରହିଥାଇପାରେ। କୌଣସି କାରଣରୁ ହଠାତ୍ ହ୍ରଦ ଭାଙ୍ଗିଯିବାରୁ ପାହାଡ ଉପରୁ ପ୍ରଖର ବେଗରେ ବିପୁଳ ପରିମାଣର ପାଣି ତଳକୁ ଆସିଥାଇପାରେ।
ଉପଗ୍ରହ ଚିତ୍ରରୁ ଦେଖାଯାଇଛି କି ବନ୍ୟା ଆସିଥିବା ଅଞ୍ଚଳର ଉପରି ଭାଗରେ ୩ଟି ହିମହ୍ରଦ ରହିଛି। ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି ଯେ ସେହି ହ୍ରଦରୁ ଏଭଳି ବନ୍ୟାପାଣି ଆସି ନାହିଁ ତ। ବୈଜ୍ଞାନିକମାନେ ଏକଥା ମଧ୍ୟ ସ୍ବୀକାର କରିଛନ୍ତି ଯେ ବୁଧବାର ଯେଉଁ ସମୟରେ ଏହି ବନ୍ୟା ଆସିଲା ଠିକ୍ ସେହି ସମୟରେ ତିବତରେ ୪.୪ ତୀବ୍ରତାର ଭୂକମ୍ପ ହୋଇଥିଲା । ଡକ୍ଟର ପ୍ରଧାନଙ୍କ ଅନୁସାରେ ଏହି ଭୂକମ୍ପ ହିଁ ବନ୍ୟାର ହୁଏତ ଏକ କାରଣ ହୋଇଥାଇପାରେ। କିନ୍ତୁ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହା ଉପରେ ଅନୁସନ୍ଧାନ ଏବେ ବି ଜାରି ରହିଛି। ନେପାଳର ଅଧିକାଂଶ ନଦୀ ଉଚ୍ଚ ପାହାଡାରୁ ବାହାରିଛି। ସେହି କାରଣରୁ ନେପାଳକୁ ଅଚାନକ ବନ୍ୟା, ଭୂସ୍ଖଳନ ଓ ହିମହ୍ରଦ ସହ ଜଡିତ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ୁଛି ।
କୋଏଲିସନ ଫର ଡିଜାଷ୍ଟର ରେଜିଲିଏନ୍ସ ଇନଫ୍ରାଷ୍ଟ୍ରକଚରର ବିଶେଷଜ୍ଞ ରାମରାଜ ନରସିହ୍ନ ନେପାଳ ବନ୍ୟାକୁ ଅତ୍ୟନ୍ତ ଅସ୍ବାଭାବିକ ବୋଲି କହିଛନ୍ତି। ତାଙ୍କ ଅନୁଯାୟୀ ଏହି ବନ୍ୟା ଅଚାନକ ଓ ବହୁଶୀଘ୍ର ନିଜର କରାଳ ରୂପ ଦେଖାଇଥିଲା। ଯାହାଫଳରେ ଲୋକଙ୍କୁ ସତର୍କ କରାଇବାର ସୁଯୋଗ ମିଳିନଥିଲା। ସେ କହିଛନ୍ତି ପାହାଡରୁ ଆସିଥିବା ନଦୀର ଉପରି ଭାଗରେ ହୁଏତ ଏବେ ବି ଅବରୋଧ ରହିଥାଇପାରେ। ଯଦି ସେହି ଅବରୋଧ ଭାଙ୍ଗିଯିବ ତେବେ ପୁଣିଥରେ ପ୍ରଚଣ୍ଡ ବନ୍ୟା ଆସିବାର ସମ୍ଭାବନା ରହିଛି।
Also Read :- ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ଜାଣନ୍ତୁ ଭାରତରେ ଦେଖାଯିବ କି ନାହିଁ ?
ସାଧାରଣତଃ ବର୍ଷା ଯୋଗୁ ବନ୍ୟା ଆଶଙ୍କା ଥିବାରୁ ପୂର୍ବରୁ ଲୋକଙ୍କୁ ସୂଚୀତ କରାଯାଏ । ଫଳରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ଲାଗି ସମୟ ମିଳେ। କିନ୍ତୁ ନେପାଳରେ ଘଟିଥିବା ଏହି ଘଟଣା ଭିନ୍ନ ଥିଲା। ନେପାଳ ବନ୍ୟାକୁ ବୁଝିବାକୁ ହେଲେ ଏହାପଛରେ ରହିଥିବା ବୈଜ୍ଞାନିକ କାରଣକୁ ଜାଣିବା ନିହାତି ଜରୁରି। ଏଭଳି ଘଟଣାରେ କିଛି ଅଘଟଣ ପୂର୍ବରୁ ଚେତାବନୀ ଦେବା କିମ୍ବା ଲୋକଙ୍କୁ ସତର୍କ କରାଇବା ପାଇଁ ସମୟ ନଥାଏ I କିମ୍ବା ଯଦି ଥାଏ ବହୁତ କମ୍। ସେଥିପାଇଁ କେବଳ ଚେତାବନୀ ପ୍ରଣାଳୀ ଉପରେ ନିର୍ଭର କରିବା ବଦଳରେ ଏହାର ମୁକାବିଲା ଲାଗି ପ୍ରସ୍ତୁତି ଓ ଭିଭିଭୂମି ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରଯିବାର ଆବଶ୍ୟକତା ରହିଛି ।
ନୂଆଦିଲ୍ଲୀ ୨୮।୦୮; ଆଜି ଆକାଶରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ୨୦୨୬ ମସିହାର ଦ୍ୱିତୀୟ ତଥା ଶେଷ ଚନ୍ଦ୍ରଗ୍ରହଣ ଆଜି, ଅର୍ଥାତ୍ ୨୮ ଅଗଷ୍ଟରେ ଲାଗୁଛି । ଏହି ଦିନ ହିଁ ପାଳନ ହେଉଛି ଭାଇ-ଭଉଣୀଙ୍କ ପବିତ୍ର ପର୍ବ ରକ୍ଷାବନ୍ଧନ । ତେଣୁ ଚନ୍ଦ୍ରଗ୍ରହଣକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଓ ଦ୍ୱନ୍ଦ୍ୱ ରହିଛି । ଖଗୋଳୀୟ ଗଣନା ଅନୁସାରେ, ଭାରତୀୟ ସମୟ ସକାଳ ପ୍ରାୟ ୬ଟା ୫୫ ମିନିଟ୍ରେ ଗ୍ରହଣର ଉପଛାୟା ପର୍ଯ୍ୟାୟ ଆରମ୍ଭ ହେବ। ସକାଳ ୮ଟା ୪ ମିନିଟ୍ରେ ଆଂଶିକ ଚନ୍ଦ୍ରଗ୍ରହଣ, ସକାଳ ୯ଟା ୪୩ ମିନିଟ୍ରେ ପରମଗ୍ରାସ, ଏବଂ ୧୧ଟା ୨୧ ମିନିଟ ଆଂଶିକ ଗ୍ରହଣ ଶେଷ ହେବ। ଅପରାହ୍ନ ପ୍ରାୟ ୧୨ଟା ୩୦ ମିନିଟ୍ରେ ସମ୍ପୂର୍ଣ୍ଣ ଭାବେ ଗ୍ରହଣ ଶେଷ ହେବ।
ତେବେ ସବୁଠାରୁ ବଡ଼ କଥା ହେଉଛି ଭାରତରେ ଏହି ଚନ୍ଦ୍ରଗ୍ରହଣ ଦେଖାଯିବ ନାହିଁ। ଗ୍ରହଣ ସମୟରେ ଭାରତରେ ଦିନ ଥିବାରୁ ଚନ୍ଦ୍ର ଦିଗନ୍ତ ତଳେ ରହିବ। ତେଣୁ ଭାରତରୁ ଏହି ଖଗୋଳୀୟ ଘଟଣାକୁ ଦେଖିବା ସମ୍ଭବ ହେବ ନାହିଁ। ଏହା ଉତ୍ତର ଓ ଦକ୍ଷିଣ ଆମେରିକା ସମେତ ୟୁରୋପ ଓ ଆଫ୍ରିକାର କିଛି ଅଞ୍ଚଳରୁ ଦୃଶ୍ୟମାନ ହେବ। ଏବେ ଆସନ୍ତୁ ଜାଣିବା ସୂତକ କାଳକୁ ନେଇ କ’ଣ ରହିଛି ନିୟମ। ଧାର୍ମିକ ମାନ୍ୟତା ଅନୁସାରେ, କୌଣସି ଅଞ୍ଚଳରେ ଗ୍ରହଣ ଦୃଶ୍ୟମାନ ହେଲେ ସେଠାରେ ସୂତକ କାଳ ମାନ୍ୟ ହୁଏ। ଭାରତରେ ଏହି ଗ୍ରହଣ ଦେଖାଯାଉନଥିବାରୁ ଏଠାରେ ସୂତକ କାଳ ମାନ୍ୟ ହେବ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି। ଫଳରେ ମନ୍ଦିର ବନ୍ଦ, ଖାଦ୍ୟପାନୀୟ ଉପରେ ପ୍ରତିବନ୍ଧ ଭଳି ଗ୍ରହଣକାଳୀନ ନିୟମ ଭାରତରେ ଲାଗୁ ହେବ ନାହିଁ।
ରକ୍ଷାବନ୍ଧନ ଉପରେ ମଧ୍ୟ ଚନ୍ଦ୍ରଗ୍ରହଣର କୌଣସି ପ୍ରଭାବ ପଡ଼ିବ ନାହିଁ। ଭାରତରେ ଗ୍ରହଣ ଦୃଶ୍ୟମାନ ନହେବା ସହ ସୂତକ ମାନ୍ୟ ନଥିବାରୁ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବାରେ କୌଣସି ଗ୍ରହଣଜନିତ ବାଧା ନାହିଁ ବୋଲି କୁହାଯାଇଛି। ଏହା ସହ ରକ୍ଷାବନ୍ଧନ ପୂର୍ବରୁ ଭଦ୍ରା କାଳ ମଧ୍ୟ ଶେଷ ହୋଇଯାଇଥିବାରୁ ପର୍ବ ପାଳନକୁ ନେଇ ବିଶେଷ ସମସ୍ୟା ନାହିଁ। ଅର୍ଥାତ୍, ଗୋଟିଏ ପଟେ ଆକାଶରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ଅନ୍ୟପଟେ ଭାଇ-ଭଉଣୀଙ୍କ ପବିତ୍ର ବନ୍ଧନର ପର୍ବ ରକ୍ଷାବନ୍ଧ ନ। କିନ୍ତୁ ଭାରତରେ ଗ୍ରହଣ ଦୃଶ୍ୟମାନ ନହେବାରୁ ରାକ୍ଷୀ ପର୍ବ ଉପରେ ଏହାର କୌଣସି ବାଧା ରହିବ ନାହିଁ ।
ନୂଆଦିଲ୍ଲୀ, ୨୮/୦୮ : କ’ଣ ଚାହୁଁଛନ୍ତି ଦେଶବାସୀ । କେମିତି ଅଛି ଦେଶର ପଲିଟିକାଲ ମାହୋଲ । ସରକାରଙ୍କ ଉପରେ କେତେ ଖୁସି ଅଛନ୍ତି ଜନତା । ଜେନ-ଜି, ରାମମନ୍ଦିର ଦାନ ଅର୍ଥ ଲୁଟ୍ ଆଦି ପ୍ରସଙ୍ଗ ପ୍ରଭାବ ପକାଇଛି ନା ନାହିଁ । ଏନେଇ ସର୍ଭେ କରିଛି ଇଣ୍ଡିଆ ଟୁଡେ-ସିଭୋଟର୍ । ଯେଉଁଥିରେ ଦେଶ ସହ ବିଭିନ୍ନ ରାଜ୍ୟରେ ଏନଡିଏରେ ପଲ୍ଲା କେତେ ଭାରି ରହିଛି ତାହା ପ୍ରକାଶ ।
Also Read :- ଏବେ ଇଲେକ୍ସନ ହେଲେ କେତେ ସିଟ୍ ଜିତିବ BJP ? ସର୍ଭେରେ ଆସିଲା ଆଶ୍ଚର୍ଯ୍ୟ କଲା ଭଳି ନମ୍ବର !
ଦେଶକୁ ଦେଖିଲେ ଏବେବି ଏନଡିଏ ଶକ୍ତିଶାଳୀ ରହିଛି । ଯଦି ଆଜି ନିର୍ବାଚନ ହୁଏ ତାହାଲେ ନରେନ୍ଦ୍ର ମୋଦୀ ପୁଣି ଥରେ ସରକାର ଗଠନ କରି ପ୍ରଧାନମନ୍ତ୍ରୀ ହେବେ । ଏନଡିଏ ୩୨୬ଟି ସିଟ୍ ପାଇବ । ଅନ୍ୟ ଦିଗରେ ଇଣ୍ଡି ମେଣ୍ଟ ୧୮୫ଟି ଆସନରେ ବାଜିମାଚ କରିବ । ଅନ୍ୟମାନଙ୍କ ଖାତାରେ ୩୨ଟି ଆସନ ଯୋଡି ହୋଇପାରେ । ବିଜେପି ଏକାକି ୨୬୦ରୁ ଅଧିକ ସିଟ୍ ଜିତି ସର୍ବାଧିକ ସିଟ୍ ହାସଲକାରୀ ଦଳ ହେବ । ଏହାସହ କେଉଁ ରାଜ୍ୟରେ ଭାଜପା କେତେ ଆସନ ପାଇବ ତାହାର ମଧ୍ୟ ରିପୋର୍ଟ ଆସିଛି ।
ଉତ୍ତରପ୍ରଦେଶକୁ ଦେଖିଲେ ଏଠାରେ ବିଜେପିର ଦୁର୍ଗ ଦୋହଲିବାର ସମ୍ଭାବନା ରହିଛି । ଏଠାରେ ଇଣ୍ଡି ମେଣ୍ଟ ୪୦ ପ୍ରତିଶତ ଭୋଟ୍ ଏବଂ ଏନଡିଏ ୪୨ ପ୍ରତିଶତ ଭୋଟ୍ ପାଇପାରେ । କିନ୍ତୁ ସିଟକୁ ଦେଖିଲେ ଇଣ୍ଡିର ପଲ୍ଲା ଭାର ରହିବ । ଇଣ୍ଡି ମେଣ୍ଟ ୪୧ଟି ଆଶନ ଜିତିବା ନେଇ ସମ୍ଭାବନା ରହିଛି । ଅନ୍ୟ ଦିଗରେ ଏନଡିଏ ୩୮କୁ ଖସି ଆସିବ ।
ମହାରାଷ୍ଟ୍ରରେ ଏନଡିଏକୁ ୪୯ ପ୍ରତିଶତ ଏବଂ ଇଣ୍ଡିଆକୁ ୪୩ ପ୍ରତିଶତ ଭୋଟ୍ ମିଳିପାରେ । କିନ୍ତୁ ଏଠାରେ ଏନଡିଏ ୩୧ ସିଟ୍ ଜିତିବ । ଇଣ୍ଡିକୁ ୧୭ଟି ଆସନରେ ସନ୍ତୁଷ୍ଟ ରହିବାକୁ ହେବ ।ପଶ୍ଚିମବଙ୍ଗରେ ବିଜେପିକୁ ୪୬ ପ୍ରତିଶତ ଭୋଟ୍ ମିଳିବା ନେଇ ଅନୁମାନ କରାଯାଉଛି । ଇଣ୍ଡିକୁ ଏଠାରେ ୧୧ ପ୍ରତିଶତ ଭୋଟ୍ ମିଳିପାରେ । ଏନଡିଏରେ ବଙ୍ଗରେ ୩୫ଟି ଏବଂ ଇଣ୍ଡି ୭ଟି ସିଟ୍ ଜିତିପାରେ ।
ପଞ୍ଜାବରେ ଇଣ୍ଡିକୁ ୨୫ ପ୍ରତିଶତ ଏବଂ ଏନଡିଏକୁ ୧୬ ପ୍ରତିଶତ ଭୋଟ୍ ମିଳିପାରେ । ସିଟକୁ ଦେଖିଲେ ଇଣ୍ଡିଆ ଏଠାରେ ୧୧ଟି ସିଟ୍ ପାଇବା ନେଇ ଅନୁମାନ କରାଯାଉଛି । ସେହିପରି ଏନଡିଏ ମାତ୍ର ଗୋଟିଏ ସିଟ୍ ହାତେଇବ ।
ମୋଦୀଙ୍କ ପ୍ରଦର୍ଶନ
ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦର୍ଶନ ବାବଦରେ ଜନତାଙ୍କୁ ପଚରା ଯାଇଥିଲା । କାରଣ ଗତ କିଛି ଦିନ ହେଲା ଅନେକ ପ୍ରସଙ୍ଗରେ ସରକାର ଅଡୁଆରେ ପଡିଛନ୍ତି । ତଥାପି ମୋଦୀଙ୍କ କ୍ରେଜ୍ ବଳବତ୍ତର ରହିଛି । ଅଗଷ୍ଟ ମାସରେ ମୋଦୀଙ୍କ କାର୍ଯ୍ୟ ଉପରେ ୫୧ ପ୍ରତିଶତ ଖୁସି ବ୍ୟକ୍ତ କରିଛନ୍ତି । ୧୭ ପ୍ରତିଶତ ସରକାରଙ୍କ କାମକୁ ସାଧାରଣ କହିଛନ୍ତି । ଏହାସହ ୨୭ ପ୍ରତିଶତ ଖରାପ ବୋଲି ମତ ଦେଇଛନ୍ତି ।
ସେହିପରି ଏନଡିଏର ପ୍ରଦର୍ଶନକୁ ନେଇ ଗତ ଜାନୁଆରୀରେ ସର୍ଭେ କରାଯାଇଥିଲା । ସେତେବେଳେ ୫୨ ପ୍ରତିଶତ ଏନଡିଏର ପ୍ରଦର୍ଶନରେ ସନ୍ତୁଷ୍ଟ ଥିଲେ । କିନ୍ତୁ ଅଗଷ୍ଟରେ ଏହା ୫୦ ପ୍ରତିଶତକୁ ଖସି ଆସିଛି । ଅନ୍ୟ ଦିଗରେ ଅସନ୍ତୁଷ୍ଟଙ୍କ ପ୍ରତିଶତ ୨୯ ପ୍ରତିଶତ ରହିଛି ।
ପ୍ରଧାନମନ୍ତ୍ରୀ ଭାବେ କିଏ ଫେଭରେଟ୍
ଏବେବି ମୋଦୀ ପିଏମ୍ ଭାବେ ସବୁଠୁ ଅଧିକ ଫେଭରେଟ୍ ଅଛନ୍ତି । ସର୍ଭେରେ ୪୯ ପ୍ରତିଶତ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପସନ୍ଦ କରୁଛନ୍ତି । ଅନ୍ୟ ଦିଗରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ୨୭ ପ୍ରତିଶତ ଚାହାଁନ୍ତି । ସେହିପରି ତାମିଲନାଡୁ ସିଏମ୍ ବିଜୟଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ 9 ପ୍ରତିଶତ ଚାହାଁନ୍ତି । ଅର୍ଥାତ ମୋଦୀଙ୍କ ଲୋକପ୍ରିୟତା ସମସ୍ତଙ୍କଠୁ ଢେର୍ ଅଧିକ ରହିଛି ।
ନୂଆଦିଲ୍ଲୀ ୨୮।୦୮; ଦିଲ୍ଲୀର ବହୁଚର୍ଚ୍ଚିତ ମୁସ୍କାନ ହତ୍ୟାକାଣ୍ଡରେ ବଡ଼ ଆକ୍ସନ୍। ହତ୍ୟା ଅଭିଯୋଗରେ ଫେରାର ଥିବା ଅଭିଯୁକ୍ତ ଇମ୍ରାନଙ୍କୁ ଏନକାଉଣ୍ଟର ପରେ ଗିରଫ କରିଛି ଦିଲ୍ଲୀ ପୋଲିସ। ପୋଲିସର ଗୁଳି ଇମ୍ରାନଙ୍କ ଦୁଇ ଗୋଡ଼ରେ ବାଜିଥିବା ସୂଚନା ମିଳିଛି। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି।
ଘଟଣାଟି ଦିଲ୍ଲୀର ଟିଲକ ନଗର ଅଞ୍ଚଳର। ୨୧ ବର୍ଷୀୟା ମୁସ୍କାନ ଶର୍ମା ଛାତ୍ରୀ ହେବା ସହ ମଡେଲିଂ ମଧ୍ୟ କରୁଥିଲେ। ବୁଧବାର ସନ୍ଧ୍ୟାରେ ସେ ନିଜ ଘରେ ଏକା ଥିବାବେଳେ ତାଙ୍କ ଉପରେ ଛୁରୀରେ ଆକ୍ରମଣ ହୋଇଥିଲା। ଗୁରୁତର ଅବସ୍ଥାରେ ମୁସ୍କାନଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ହତ୍ୟା ଘଟଣା ପରେ ଜିମ୍ ଟ୍ରେନର ଇମ୍ରାନ ଫେରାର ଥିଲେ । ତାଙ୍କୁ ଧରିବା ପାଇଁ ଦିଲ୍ଲୀ ପୋଲିସର ଏକାଧିକ ଟିମ୍ ତଲାସୀ ଜାରି ରଖିଥିଲେ। ଶେଷରେ ପୁଲିସ ତାଙ୍କୁ ଟ୍ରାକ୍ କରି ଅଟକାଇବା ବେଳେ ଏନକାଉଣ୍ଟର ହୋଇଥିବା ଜଣାପଡ଼ିଛି ।
ଏନକାଉଣ୍ଟରରେ ଇମ୍ରାନଙ୍କ ଦୁଇ ଗୋଡ଼ରେ ଗୁଳି ବାଜିଥିବା ପରେ ତାଙ୍କୁ କାବୁ କରାଯାଇଛି । ପୋଲିସର ପ୍ରାଥମିକ ତଦନ୍ତରେ ମୁସ୍କାନ ଓ ଇମ୍ରାନଙ୍କ ମଧ୍ୟରେ ପରିଚୟ ଥିବା କଥା ସାମ୍ନାକୁ ଆସିଛି । ତାଙ୍କ ସମ୍ପର୍କରେ ବାରମ୍ବାର ଝଗଡ଼ା, ହଇରାଣ ଏବଂ ବିବାଦ ଥିବା ନେଇ ମଧ୍ୟ ତଦନ୍ତ ଚାଲିଛି । ହତ୍ୟା ପଛରେ ପ୍ରକୃତ କାରଣ କଣ ଏବଂ ଏହା ପୂର୍ବ ଯୋଜନା ଥିଲା କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି । ଏବେ ଇମ୍ରାନ ଗିରଫ ହେବା ପରେ ମାମଲାର ତଦନ୍ତ ଆହୁରି ଆଗକୁ ବଢ଼ିବ। ପୋଲିସ ତାଙ୍କୁ ପଚରାଉଚରା କରି ମୁସ୍କାନ ହତ୍ୟା ପଛର ପ୍ରକୃତ ରହସ୍ୟ ଏବଂ ଉଦ୍ଦେଶ୍ୟ ଜାଣିବାକୁ ଚେଷ୍ଟା କରିବ ।
ନୂଆଦିଲ୍ଲୀ, ୨୮/୦୮ : ଏବେ କେମିତି ଅଛି ଭୋଟରଙ୍କ ମୁଡ୍ । କେନ୍ଦ୍ର ସରକାରଙ୍କ ଉପରେ ଖୁସି ଅଛନ୍ତି ନା ବଦଳାଇବାକୁ ଚାହୁଁଛନ୍ତି ସରକାର । ନରେନ୍ଦ୍ର ମୋଦୀ ସରକାରଙ୍କ ଉପରେ ସେମାନଙ୍କର କେତେ ଭରସା ଅଛି । ନା ବିରୋଧୀ ଦଳଙ୍କୁ ସୁଯୋଗ ଦେବାକୁ ଚାହୁଁଛନ୍ତି ଜେନ୍-ଜିଙ୍କ ସମେତ ଭୋଟର । କିଛି ଏପରି ପ୍ରଶ୍ନକୁ ନେଇ ଆସିଛି ସର୍ଭେ ରିପୋର୍ଟ । ଯେଉଁଥିରେ ଜନତାଙ୍କ ମୁଡ୍ ଜଣାପଡିଛି ।
ରିପୋର୍ଟ ଅନୁସାରେ, ସର୍ଭେ କରିଛି ଇଣ୍ଡିଆ ଟୁଡେ ଏବଂ ସି ଭୋଟର୍ । ଯେଉଁଥିରେ ଜନତା ନିଜ ମତ ଦେଇଛନ୍ତି । ଏଥିରେ ଦର୍ଶାଯାଇଛି ଯେ, ଯଦି ଆଜି ନିର୍ବାଚନ ହୁଏ ତାହାଲେ ପୁଣି ଥରେ କେନ୍ଦ୍ରରେ ଏନଡିଏ ସରକାର ଗଠନ ହୋଇପାରେ । ଲୋକସଭାରେ ନିର୍ବାଚନ ହେଲେ ଏନଡିଏ ୩୨୬ଟି ସିଟ୍ ପାଇବ  । ଅନ୍ୟ ଦିଗରେ ଇଣ୍ଡି ମେଣ୍ଟ ୧୮୫ଟି ଆସନରେ ବାଜିମାଚ କରିବ । ଅନ୍ୟମାନଙ୍କ ଖାତାରେ ୩୨ଟି ଆସନ ଯୋଡି ହୋଇପାରେ ।
Also Read :- ଆଜି ମିଳିବ 'ସୁଭଦ୍ରା' ଟଙ୍କା : ଚେକ୍ କରନ୍ତୁ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍
ଭୋଟ୍ ସେୟାର ଉପରେ ନଜର ପକାଇଲେ, ଏଡିଏକୁ ୪୫ ପ୍ରତିଶତ ଭୋଟ୍ ମିଳିପାରେ । ଇଣ୍ଡି ମେଣ୍ଟକୁ ୩୯ ପ୍ରତିଶତ ଏବଂ ଅନ୍ୟମାନଙ୍କୁ ୧୬ ପ୍ରତିଶତ ଭୋଟ୍ ମିଳିପାରେ । ସର୍ଭେ ଅନୁସାରେ ଏକା ବିଜେପି ୨୬୧ଟି ଆସନରେ ଜିତିବ । କଂଗ୍ରେସ ୧୦୬ଟି ସିଟ୍ ହାସଲ କରିପାରେ । ଅନ୍ୟ ଦଳ ମୋଟ୍ ୧୭୬ ଆସନ ହାସଲ କରିବେ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ, ଜୁଲାଇ ୧ ତାରିଖରୁ ଅଗଷ୍ଟ ୨୫ ତାରିଖ ମଧ୍ୟରେ ସାରା ଦେଶରେ ସର୍ଭେ କରାଯାଇଥିଲା । ଏଥିରେ ସବୁ ବୟସ ବର୍ଗର ବ୍ୟକ୍ତିଙ୍କୁ କିଛି ପ୍ରଶ୍ ପଚରାଯାଇଥିଲା । ଏହାସହ ଗତ ୨୪ ସପ୍ତାହରେ ୯୧୭୯୫ଙ୍କ ରାୟ ନିଆଯାଇଥିଲା । ଏଭଳି ଭାବେ ମୋଟ୍ ୧,୧୬,୬୪୪ ଜଣଙ୍କ ମତ ସଂଗ୍ରହ କରାଯାଇ ସର୍ଭେର ରିପୋର୍ଟ ପ୍ରକାଶ ପାଇଛି ।
ଭୁବନେଶ୍ୱର, ୨୮/୦୮ : ଶୁକ୍ରବାର ରାଖୀ ପୂର୍ଣ୍ଣିମା ଅବସରରେ ମିଳିବ ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି । ଏଥର ନୟାଗଡ଼ରେ ରାଜ୍ୟସ୍ତରୀୟ ଉତ୍ସବରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରାଯିବ। ଏଥିପାଇଁ ନୟାଗଡ଼ ବ୍ଳକ୍ ଲାଠିପଡ଼ା ଗ୍ରାମ ଖେଳପଡ଼ିଆଠାରେ ରାଜ୍ୟସ୍ତରୀୟ ସମ୍ମିଳନୀର ଆୟୋଜନ କରାଯାଇଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମିଳନୀର ଉଦଘାଟନ କରିବେ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ମହିଳାମାନଙ୍କୁ ଉଦବୋଧନ ଦେବେ। ମୁଖ୍ୟମନ୍ତ୍ରୀ ୧୧ଟା ୧୫ରେ ହେଲିକପ୍ଟରରେ ଆସି ପହଞ୍ଚିବେ। ୧୧ଟା ୨୫ରେ ସଭା ଆରମ୍ଭ ହୋଇ ୧ଟା ୧୦ରେ ଶେଷ ହେବ । ସାଢ଼େ ଗୋଟିଏରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ମୁଖ୍ୟଖ୍ୟମନ୍ତ୍ରୀଙ୍କ ନୟାଗଡ଼ ଗସ୍ତ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ଚଳଚଞ୍ଚଳ ହୋଇଉଠିଛି।
Also Read :- ଆସୁଛି ଡବଲ ଲଘୁଚାପ ! ଛାଡିବନି ବର୍ଷା...ସାରା ଓଡି଼ଶାରେ ପ୍ରବଳ ବର୍ଷିବ
ପଞ୍ଚମ କିସ୍ତିରେ ମୋଟ ୧.୦୩ କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ସୂଚନା ମିଳିଛି। ତନ୍ମଧ୍ୟରେ ୨ ଲକ୍ଷ ୨୧ ହଜାର ୫୪ ଜଣ ନୂଆ ହିତାଧିକାରୀ ଅଛନ୍ତି। ମୋଟ ୫,୧୬୦ କୋଟିରୁ ଅଧିକ ଟଙ୍କା ଡିବିଟି ମାଧ୍ୟମରେ ହସ୍ତାନ୍ତର କରାଯିବ। ଯେଉଁମାନଙ୍କର ପୂର୍ବରୁ ଏକ ବା ଏକାଧିକ କିସ୍ତି ବାକି ଅଛି, କ୍ଷେତ୍ର ଯାଞ୍ଚ ପରେ ସମସ୍ତଙ୍କୁ ସୁଭଦ୍ରା ଟଙ୍କା ମିଳିବ। ୫ମ କିସ୍ତିର ମାସକ ପରେ ବଞ୍ଚିତ ହିତାଧିକାରୀଙ୍କୁ ଟଙ୍କା ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।
ଭୁବନେଶ୍ୱର, ୨୮/୦୮ : ପିଛା ଛାଡୁନି ଲଘୁଚାପ। ଗୋଟିଏ ପରେ ଆଉ ଗୋଟିଏ ଲଘୁଚାପ ଦାନା ବାନ୍ଧି ଓଡ଼ିଶା ମୁହାଁ ହେଉଛି। ତାଜା ଆକଳନ ହେଲା- ୨୯ ତାରିଖବେଳକୁ ଗୋଟିଏ ଲଘୁଚାପ ସୃଷ୍ଟି ହେଉଛି। ପୁଣି ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆଉ ଗୋଟିଏ ଆସିବା ସମ୍ଭାବନା ଅଛି। ଏହି ଆକଳନ ଅନୁସାରେ ଓଡ଼ିଶାରେ ବର୍ଷା ଲାଗି ରହିବ। ସେପ୍ଟେମ୍ବରରେ ଶୁଖିଲା ପାଗ ସମ୍ଭାବନା କମ୍।
ପାଣିପାଗ ବିଭାଗ କହିଛି, ଉତ୍ତର-ପଶ୍ଚିମ ବଙ୍ଗୋପ ସାଗର ଓ ନିକଟବର୍ତ୍ତୀ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ଉପକୂଳ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହା ପ୍ରଭାବରେ ୨୯ ତାରିଖ ବେଳକୁ ସେଇ ସ୍ଥାନରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନ ଅଛି। ଆଗାମୀ ଦୁଇ ସପ୍ତାହ ପାଇଁ ଜାରି ହୋଇଥିବା ବିସ୍ତାରିତ ପୂର୍ବାନୁମାନ ଅନୁସାରେ ଆସନ୍ତା ସେପ୍ଟେମ୍ବର ୩/୪ ତାରିଖବେଳକୁ ଉତ୍ତର ବଙ୍ଗୋପସାଗ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। । ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେବା ସମ୍ଭାବନା ଅଛି।
ଅନୁମାନ କରାଯାଉଛି, ବର୍ତ୍ତମାନ ରାଜ୍ୟରେ ବର୍ଷା ପ୍ରଭାବ ବଢ଼ିବ। ୨୮ ତାରିଖ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ପ୍ରବଳତର ଏବଂ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ ଜିଲ୍ଲାର ୧/୨ଟି ଜାଗାରେ ପ୍ରବଳ ବୃଷ୍ଟିପାତ ଆଶଙ୍କା ନେଇ ସତର୍କ ସୂଚନା ଜାରି କରାଯାଇଛି। ୨ ତାରିଖ ପର୍ଯ୍ୟନ୍ତ ବର୍ଷା ପ୍ରକୋପ ଅଧିକ ରହିବ । ତା’ପରେ ବି ବିଶେଷ ପରିବର୍ତ୍ତନ ସମ୍ଭାବନା ଏବେ ଦେଖାଯାଉନି।
Also Read :- Horoscope Today : ଅଗଷ୍ଟ ୨୮ ତାରିଖ, ଶୁକ୍ରବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ
ବର୍ଷା କମିଥିବାରୁ ଏବେ ବିଭିନ୍ନ ନଦୀର ଜଳସ୍ତର ଖସିଛି। କୌଣସି ସ୍ଥାନରେ ଜଳସ୍ତର ବିପଦ ସଙ୍କେତ ଉପରେ ନାହିଁ । ସବୁଠି ପାଣି କମୁଛି। ହୀରାକୁଦ ଜଳଭଣ୍ଡାରରେ ସନ୍ଧ୍ୟା ୬ଟାବେଳେ ଜଳସ୍ତର ୬୨୪.୦୮ ଫୁଟ୍ ଥିଲା। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୯ ହଜାର ୨୯ ଘନଫୁଟ ପାଣି ପ୍ରବେଶ କରୁଛି। ଅନ୍ୟପଟେ ପ୍ରତି ସେକେଣ୍ଡରେ ୨ ଲକ୍ଷ ୨୬ ହଜାର ୯୩୮ ଘନଫୁଟ ପାଣି ଜଳଭଣ୍ଡାରରୁ ଛଡ଼ାଯାଉଛି। ସକାଳ ୯ଟାବେଳେ ହୀରାକୁଦର ୧୬ଟି ଗେଟ୍ ଖୋଲା ଥିବାବେଳେ ଦିନ ଭିତରେ ୪ଟି ଗେଟ ବନ୍ଦ କରାଯାଇଛି। ଭୋର ୩ଟା ବେଳେ ମୁଣ୍ଡୁଳିରେ ୬ ଲକ୍ଷ ୪୯ ହଜାର ଘନଫୁଟ ପାଣି ଚାଲିଥିବାବେଳେ ଏହା କ୍ରମଶଃ କମି ସନ୍ଧ୍ୟା ୭ଟାରେ ୫ ଲକ୍ଷ ୬୮ ହଜାର ଘନଫୁଟ ଥିଲା।
ମେଷ- କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ବ୍ୟବସାୟରେ ପୁରୁଣା ବକେୟା ଆଦାୟର ସମ୍ଭାବନା ଅଛି। ପରିବାରରେ ଖୁସିର ପରିବେଶ ରହିବ। ଅନାବଶ୍ୟକ ତର୍କରୁ ଦୂରେଇ ରୁହନ୍ତୁ। ସନ୍ଧ୍ୟାରେ ଶୁଭ ଖବର ମିଳିପାରେ। ନୂଆ ପରିଚୟ ଭବିଷ୍ୟତରେ ଲାଭଦାୟକ ହେବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ।
ବୃଷ- ଆୟ ଅପେକ୍ଷା ବ୍ୟୟ ବଢ଼ିପାରେ। ଆର୍ଥିକ ନିଷ୍ପତ୍ତିରେ ସତର୍କ ରୁହନ୍ତୁ। ପରିବାରର ସହଯୋଗ ପାଇବେ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ଧୈର୍ଯ୍ୟ ରଖିଲେ ଲାଭ ମିଳିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଋଣ କାରବାରରେ ସତର୍କତା ଆବଶ୍ୟକ।
ମିଥୁନ- କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ନୂଆ ଯୋଜନା ଆରମ୍ଭ କରିପାରନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ। ପରିବାରରେ ମଧୁର ସମ୍ପର୍କ ରହିବ। ଅନାବଶ୍ୟକ ଖର୍ଚ୍ଚ କମାନ୍ତୁ। ଦୂରଯାତ୍ରାର ଯୋଜନା ହୋଇପାରେ। ବରିଷ୍ଠଙ୍କ ପରାମର୍ଶ ଲାଭଦାୟକ ହେବ।
କର୍କଟ- ଅଟକିଥିବା କାମ ଆଗକୁ ବଢ଼ିବ। ଘରେ ଧାର୍ମିକ ପରିବେଶ ରହିପାରେ। ଚାକିରିରେ ଦାୟିତ୍ୱ ବଢ଼ିବ। ବନ୍ଧୁଙ୍କ ପରାମର୍ଶ ଉପକାରୀ ହେବ। ସ୍ୱାସ୍ଥ୍ୟ ସାଧାରଣ ରହିବ। ଅନାବଶ୍ୟକ ଚିନ୍ତାରୁ ଦୂରେ ରୁହନ୍ତୁ। ପରିବାର ସହ ସମୟ କାଟିବେ।
ସିଂହ- ଆତ୍ମବିଶ୍ୱାସ ବଢ଼ିବ। ବ୍ୟବସାୟରେ ଭଲ ଲାଭର ସୁଯୋଗ ରହିଛି। ପରିବାରରେ ସମ୍ମାନ ବଢ଼ିବ। ନୂଆ ପରିଚୟ ଭବିଷ୍ୟତରେ ଲାଭଦାୟକ ହେବ। ଅହଙ୍କାର ଠାରୁ ଦୂରେଇ ରୁହନ୍ତୁ। ଧନ ପ୍ରାପ୍ତିର ନୂଆ ମାର୍ଗ ଖୋଲିପାରେ। ଅଧିକାରୀଙ୍କ ସହଯୋଗ ମିଳିବ।
କନ୍ୟା- କର୍ମରେ ପରିଶ୍ରମର ଫଳ ମିଳିବ। ଅନାବଶ୍ୟକ ଚିନ୍ତା ଛାଡ଼ନ୍ତୁ। ଧନ ସଞ୍ଚୟ ପ୍ରତି ଧ୍ୟାନ ଦିଅନ୍ତୁ। ପରିବାରରେ ଶାନ୍ତି ରହିବ। ଦୂରଯାତ୍ରା ଯୋଜନା ହୋଇପାରେ। ପୁରୁଣା କାମ ସମ୍ପୂର୍ଣ୍ଣ ହେବ। ନିଜ କଥାବାର୍ତ୍ତାରେ ସଂଯମ ରଖନ୍ତୁ।
ତୁଳା- ଚାକିରିରେ ନୂଆ ଦାୟିତ୍ୱ ମିଳିପାରେ। ବ୍ୟବସାୟରେ ସତର୍କତା ସହ କାମ କରନ୍ତୁ। କାହାକୁ ସହଜରେ ବିଶ୍ୱାସ କରନ୍ତୁ ନାହିଁ। ପରିବାରର ସହଯୋଗ ମିଳିବ। ଧୈର୍ଯ୍ୟ ରଖିଲେ ସଫଳତା ମିଳିବ। ସନ୍ତାନ ପକ୍ଷରୁ ଖୁସି ମିଳିପାରେ। ସନ୍ଧ୍ୟା ସମୟ ଶୁଭ ରହିବ।
ବିଛା- ମାନସିକ ଉତ୍ସାହ ବଢ଼ିବ। ଧନଲାଭର ସମ୍ଭାବନା ଅଛି। ବ୍ୟବସାୟରେ ନୂଆ ସୁଯୋଗ ଆସିପାରେ। ପରିବାରରେ ଖୁସିର ପରିବେଶ ରହିବ। ଅତି ରାଗରୁ ଦୂରେ ରୁହନ୍ତୁ। ଦୀର୍ଘଦିନର ଇଚ୍ଛା ପୂରଣ ହୋଇପାରେ। ନୂଆ କାର୍ଯ୍ୟ ଆରମ୍ଭ ପାଇଁ ସମୟ ଅନୁକୂଳ।
ଧନୁ- ଭାଗ୍ୟର ସହଯୋଗ ମିଳିବ। କର୍ମକ୍ଷେତ୍ରରେ ସମ୍ମାନ ବଢ଼ିବ। ପୁରୁଣା ବିବାଦର ସମାଧାନ ହୋଇପାରେ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ସନ୍ଧ୍ୟା ସମୟ ଶୁଭ ରହିବ। ଆର୍ଥିକ ଅବସ୍ଥାରେ ସୁଧାର ଦେଖାଯିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।
ମକର- ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଅଟକିଥିବା ଧନ ମିଳିବାର ଯୋଗ ଅଛି। ଚାକିରିରେ ଉନ୍ନତିର ସମ୍ଭାବନା ରହିଛି। ପରିବାରରେ ସୁଖ-ଶାନ୍ତି ରହିବ। ନୂଆ ବିନିଯୋଗ ପୂର୍ବରୁ ଭଲଭାବେ ଚିନ୍ତା କରନ୍ତୁ। ଭାଇଭଉଣୀଙ୍କ ସହଯୋଗ ପାଇବେ। ମାନସିକ ଚାପ କମିବ।
କୁମ୍ଭ- ନୂଆ ସମ୍ପର୍କରୁ ଲାଭ ମିଳିବ। ବ୍ୟବସାୟରେ ଅଗ୍ରଗତି ହେବ। ସାମାଜିକ କାର୍ଯ୍ୟରେ ସମ୍ମାନ ବଢ଼ିବ। ପରିବାର ସହ ସମୟ ବିତାଇବେ। ସ୍ୱାସ୍ଥ୍ୟ ଭଲ ରହିବ। ନୂଆ ଚୁକ୍ତି କିମ୍ବା ବ୍ୟବସାୟିକ ଆଲୋଚନା ସଫଳ ହୋଇପାରେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ।
ମୀନ- ଦିନଟି ସକାରାତ୍ମକ ରହିବ। ଶତ୍ରୁ ପକ୍ଷ ଦୁର୍ବଳ ହେବେ। ଚାକିରି ଓ ବ୍ୟବସାୟରେ ଭଲ ଫଳ ମିଳିବ। ପରିବାରରେ ଆନନ୍ଦମୟ ପରିବେଶ ରହିବ। ସନ୍ଧ୍ୟାରେ ଶୁଭ ସମ୍ବାଦ ମିଳିପାରେ। ଧାର୍ମିକ ସ୍ଥାନକୁ ଯିବାର ସୁଯୋଗ ମିଳିପାରେ। ପରିଶ୍ରମର ଉଚିତ ଫଳ ପ୍ରାପ୍ତ ହେବ।
ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ – 8249826682
ରାଉରକେଲା: ରାଉରକେଲା ସର୍କିଟ ହାଉସରୁ ଏକ ରୁମରୁ ବନ୍ଧୁକ ଓ ଗୁଳି ମିଳିବା ମାମଲାରେ ଗିରଫ ଯୁବ ନେତା ପ୍ରକାଶ ପାଶଓ୍ବାନ ଜେଲ ପଠାଇ ଦିଆଯାଇଛି। ପ୍ରକାଶଙ୍କୁ ବୁଧବାର ବିହାରର ସମସ୍ତିପୁରରୁ ଧରିଥିଲା ରାଉରକେଲା ପୋଲିସ । ତେବେ ଗୁରୁବାର ରାଉରକେଲା ସରକାରୀ ଡାକ୍ତରଖାନାରେ ଡାକ୍ତରୀ ମାଇନା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ହେଲେ କୋର୍ଟ ଜାମିନ ନାମଞ୍ଜୁର ହେବାରୁ ପ୍ରକାଶ ପାଶୱାନଙ୍କୁ ଜେଲ ପଠାଇ ଦିଆଯାଇଛି।
ସୂଚନାଥାଉକି, ଗତ ୧୪ ତାରିଖ ବିଳମ୍ବିତ ରାତିରେ ରାଉରକେଲା ସର୍କିଟ ହାଇସର ରୁମ ନମ୍ବର ୧୦୭ ଉପରେ ଚଢ଼ାଉ କରିଥିଲା ରାଉରକେଲା ରଘୁନାଥପାଲ୍ଲୀ ପୋଲିସ । ଏହି ଚଢ଼ାଉ ବେଳେ ସେଠାରୁ ୪ ପିସ୍ତଲ ୧୧ଟି ଜୀବନ୍ତ ଗୁଳି ସହ ତିନି ମାଗାଜିନ ଜବତ କରିଥିଲା । ମାମଲାରେ ପ୍ରଥମେ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ପରେ ଘଟଣାରେ ସଂପୃକ୍ତ ଥିବା ଦୁଇ ଅଭିଯୁ୍କ୍ତ ମୋଟ ୯ଜଣଙ୍କୁ ଗିରଫ କରି ଜେଲ ପଠାଇଦେଇଛି ।
Also Read: ଆୟୁଷ୍ମାନ ଭାରତ ଓ BSKY/GJAY ଅନିୟମିତତା: ଦୁଇ ଘରୋଇ ହସ୍ପିଟାଲକୁ ସୋ କଜ୍ ନୋଟିସ୍, ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ କଡ଼ା ଚେତାବନୀ
କିନ୍ତୁ ଏହାରି ଭିତରେ ପ୍ରକାଶ ପାଶୱାନ ଗତ ୧୭ ତାରିଖରୁ ଫେରାର ହୋଇଯାଇଥିଲେ । ପ୍ରକାଶ ପାଶୱାନ ବ୍ୟବହାର କରୁଥିବା କାରକୁ ପୋଲିସ ପୂର୍ବରୁ ଜବତ କରିଥିବା ବେଳେ ପ୍ରକାଶ ପାଶୱାନଙ୍କ ଭଉଣୀଙ୍କୁ ଥାନାକୁ ଡ଼ାକି ଜେରା କରିଥିଲା । ଏହା ସହ ପ୍ରକାଶ ପାଶୱାନଙ୍କୁ ଗିରଫ କରିବା ପାଇଁ ରାଉରକେଲା ପୋଲିସ ଗଠନ କରିଥିଲା ୬ଗୋଟି ଟିମ୍ । ବିଭିନ୍ନ ଟିମ ବିଭିନ୍ନ ରାଜ୍ୟ ଯାଇ ପ୍ରକାଶ ପାଶୱାନଙ୍କୁ ଗିରଫ ପାଇଁ ପ୍ରସ୍ତୁତ କରିଥିଲା ରୂପରେଖ । ଏମିତିକି ପ୍ରକାଶଙ୍କୁ ଗିରଫ କରିବା ପାଇଁ ଗତ ୨୫ ତାରିଖରେ ଜାରି ହୋଇଥିଲା ନନ ବେଲେବୁଲ ୱାରେଂଟ ଅର୍ଥାତ ଏନବିଡ୍ଳୁ ।
ଏହାରି ଭିତରେ ଗତ ୨୫ ତାରିଖ ସଂଧ୍ୟାରେ ପ୍ରକାଶ ପାଶୱାନ ଆଗୁଆ ଜାମିନ ପାଇଁ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । ଆବେଦନର ଶୁଣାଣି ହେବା ପୂର୍ବରୁ ବୁଧବାର ବିହାର ସମସ୍ତିପୁରରୁ ପ୍ରକାଶଙ୍କୁ ଗିରଫ କରିଛି ପୋଲିସ।
ନୂଆଦିଲ୍ଲୀ: ଇତିହାସ ରଚିଲା ଭାରତୀୟ ମହିଳା ହକି ଦଳ । ନେଦରଲ୍ୟାଣ୍ଡର ଆମଷ୍ଟେଲଭିନଠାରେ ଅନୁଷ୍ଠିତ ୨୦୨୬ ମହିଳା ହକି ବିଶ୍ୱକପ୍ରେ ଜର୍ମାନୀକୁ ୩-୧ ଗୋଲ୍ରେ ହରାଇ ଭାରତ ପଞ୍ଚମ ସ୍ଥାନ ହାସଲ କରିଛି। ୧୯୭୪ ମସିହା ପରେ ବିଶ୍ୱକପ୍ରେ ଏହା ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ପ୍ରଥମାର୍ଦ୍ଧରେ ଜର୍ମାନୀର ଦବଦବା ରହିଥିଲେ ମଧ୍ୟ ଦ୍ୱିତୀୟାର୍ଦ୍ଧରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ମ୍ୟାଚକୁ ନିଜ କବଜାକୁ ନେଇଥିଲେ।
ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ୩-୧ ଗୋଲରେ ଜର୍ମାନୀକୁ ପରାସ୍ତ କରି ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଥିଲା। ୧୯୭୪ ମସିହାରେ ଅନୁଷ୍ଠିତ ପ୍ରଥମ ବିଶ୍ୱକପରେ ଭାରତ ଚତୁର୍ଥ ସ୍ଥାନ ପାଇଥିଲା। ଏହାପରେ ଏହା ହେଉଛି ଭାରତର ଦ୍ୱିତୀୟ ଶ୍ରେଷ୍ଠ ପ୍ରଦର୍ଶନ। ଏହି ସଫଳତା ଭାରତୀୟ ମହିଳା ହକି ପାଇଁ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି।
ଭାରତୀୟ ଦଳର ମିଡଫିଲ୍ଡର ନେହା ଏହି ସଫଳତାରେ ଖୁସି ବ୍ୟକ୍ତ କରି କହିଛନ୍ତି, ‘ବିଶ୍ୱକପ୍ରେ ପଞ୍ଚମ ସ୍ଥାନ ପାଇବା ଏକ ବଡ଼ ସଫଳତା। ଆମେ ସେମିଫାଇନାଲ ଏବଂ ଫାଇନାଲ ଜିତିବାକୁ ଚାହୁଁଥିଲୁ, କିନ୍ତୁ ଏହି ଫଳାଫଳରେ ମଧ୍ୟ ଆମେ ଖୁସି।’ ନେହା କହିଛନ୍ତି ଯେ, ଆଗାମୀ ଏସୀୟ କ୍ରୀଡ଼ା ଭାରତୀୟ ଦଳ ପାଇଁ ଏକ ବଡ଼ ଆହ୍ୱାନ। ଏହି ଟୁର୍ଣ୍ଣାମେଣ୍ଟ ଅଲିମ୍ପିକ୍ସ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଚୀନ୍, ଜାପାନ ଏବଂ କୋରିଆ ଭଳି ଶକ୍ତିଶାଳୀ ଦଳଗୁଡ଼ିକ ସହିତ ମୁକାବିଲା କରିବାକୁ ହେବ।
ଆଜି ଉଭୟ ଦଳ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଭାରତ ସତର୍କତାର ସହ ଖେଳିଥିବା ବେଳେ ଅଧିନାୟିକା ସଲିମା ଟେଟେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ। ପ୍ରଥମ କ୍ୱାର୍ଟର ଶେଷ ଆଡ଼କୁ ଜର୍ମାନୀ ଏକ ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା, କିନ୍ତୁ ଭାରତୀୟ ଗୋଲକିପର ବିଚୁ ଦେବୀ ଚମତ୍କାର ଭାବରେ ଏହାକୁ ରୋକି ଦେଇଥିଲେ।
ଅନ୍ୟ ବିଶେଷଜ୍ଞଙ୍କ ମତ
‘ରିଚ୍ ଡାଡ୍ ପୁଅର୍ ଡାଡ୍’ ର ଲେଖକ ରୋବର୍ଟ କିୟୋସାକି ଏବଂ ଜିମ୍ ରୋଜର୍ସଙ୍କ ଭଳି ପ୍ରସିଦ୍ଧ ନିବେଶକମାନେ ମଧ୍ୟ ସୁନା ଏବଂ ରୂପା ଉପରେ ଦୀର୍ଘକାଳୀନ ବୃଦ୍ଧିକୁ ନେଇ ବେଶ ଆଶାବାଦୀ ଅଛନ୍ତି । ସ୍ୱଳ୍ପକାଳୀନ ସଂଶୋଧନ (Correction) ସତ୍ତ୍ୱେ ଦୀର୍ଘମିଆଦୀ ନିବେଶ ପାଇଁ ଏହି ବହୁମୂଲ୍ୟ ଧାତୁସବୁ ବହୁ ଗୁଣିତ ଲାଭ ଦେବ ବୋଲି ସେମାନେ ଆଶାପ୍ରକାଶ କରିଛନ୍ତି।
ଐତିହାସିକ ତଥ୍ୟରୁ ସ୍ପଷ୍ଟ ହୁଏ ଯେ, ବିଶ୍ୱ ବଜାରର ସଙ୍କଟ ଏବଂ ମୁଦ୍ରାସ୍ଫୀତି ସମୟରେ ସୁନା ଏକ ଦୀର୍ଘକାଳୀନ ନିରାପଦ ନିବେଶ ଭାବରେ କାର୍ଯ୍ୟ କରେ। ତେବେ ଏହାର ମୂଲ୍ୟ ବୃଦ୍ଧି ମୁଖ୍ୟତଃ ପ୍ରକୃତ ସୁଧ ହାର ଉପରେ ନିର୍ଭର କରେ। ଶେୟାର ବଜାରରେ ବଡ଼ ଧରଣର ହ୍ରାସ ଘଟିଲେ ସୁନା ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟ କରେ । ୧୯୮୭ ଅକ୍ଟୋବର ୧୯ ରେ ଯେତେବେଳେ ଡାଉ ଜୋନ୍ସ ଗୋଟିଏ ଦିନରେ ୨୨% ଖସିଯାଇଥିଲା, ସେତେବେଳେ ସୁନା ମୂଲ୍ୟ +୩.୨% ବୃଦ୍ଧି ପାଇଥିଲା। ୨୦୦୮ରେ ଲେହମ୍ୟାନ୍ ବ୍ରଦର୍ସ ବୁଡ଼ିଯିବା ପରେ ନିବେଶକମାନେ କ୍ଷତି ପୂରଣ ପାଇଁ ସୁନା ବିକ୍ରି କରିବାରୁ ୪ ସପ୍ତାହ ମଧ୍ୟରେ ସୁନା ଦର ପ୍ରାୟ ୨୦% ହ୍ରାସ ପାଇଥିଲା।
ରାୟଗଡ଼ା: ଜଳପ୍ରପାତ ବୁଲିବାକୁ ଯାଇ ସେଲ୍ଫି ନେଉଥିବା ବେଳେ ଗୋଡ଼ ଖସି ଜଣେ ଯୁବକ ନିଖୋଜ। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ତୟାଙ୍ଗିର ଜଳପ୍ରପାତରେ ଘଟିଛି ଏହି ଅଘଟଣ। ନିଖୋଜ ଯୁବକ ଗୋଡ଼ିବାଲି ପଞ୍ଚାୟତ ଜେରେକା ଗ୍ରାମର ଚେଙ୍କା ବିଶୋୟୀଙ୍କ ପୁଅ ଯୋକ ବିଶୋୟୀ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଗୁରୁବାର ଅପରାହ୍ନ ୫ ଟା ସମୟରେ ଯୁବକ ଜଣକ ତାଙ୍କ ୪/୫ ଜଣ ସାଙ୍ଗଙ୍କ ସହ ବୁଲିବାକୁ ଯାଇଥିଲେ। ସେଠାରେ ସେଲ୍ଫି ନେବା ସମୟରେ ଗୋଡ ଖସି ତଳକୁ ପଡ଼ିଯାଇଥିଲେ। ତେବେ ପାଖରେ ଥିବା ସାଙ୍ଗ ମାନେ ବହୁତ ଖୋଜା ଖୋଜି କରିବା ପରେ ମଧ୍ୟ ଯୁବକଙ୍କୁ ପାଇନଥିଲେ।
Also Read: ଅନ୍ଧାରର ରାଜୁତିରେ ଅଣନିଃଶ୍ୱାସୀ ଗ୍ରାମବାସୀ, ବିଜୁଳି ଆଲୁଅ ସାତ ସପନ
ଏହା ଏକ ଉପାନ୍ତ ଦୁର୍ଗମ ଅଞ୍ଚଳ ହୋଇଥିବା ବେଳେ ମାତ୍ରାଧିକ ଅନ୍ଧାର ଯୋଗୁ ଆଉ ଖୋଜିନପାରି ଯୁବକଙ୍କ ପରିବାର ଏବଂ କାଶୀପୁର ଥାନାଧିକାରୀ ଏବଂ ଅଗ୍ନିଶମ ବାହିନୀକୁ ଅବଗତ କରିଥିଲେ। ତେବେ ଅଗ୍ନିଶମ ବିଭାଗ ସହାୟତାରେ ଯୁବକଙ୍କୁ ଖୋଜିବାର ପ୍ରୟାସ କରାଯିବ ବୋଲି କାଶୀପୁର ଥାନା ଭାରପ୍ରାପ୍ତ ଅଧିକାରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି।
ଲଣ୍ଡନ: ବ୍ରିଟେନର ୩ ମୁଖ୍ୟ ଏୟାରପୋର୍ଟ ମଞ୍ଚେଷ୍ଟର, ଲଣ୍ଡନ ଷ୍ଟେନଷ୍ଟେଡ ଓ ଇଷ୍ଟ ମିଡଲ୍ୟାଣ୍ଡସ୍ ଉପରେ ଏକ ବଡ଼ ସାଇବର ଆକ୍ରମଣ ହୋଇଥିବାର ଖବର ସାମ୍ନାକୁ ଆସୁଛି। ‘ଦି ଗାର୍ଡିଆନ’ ରିପୋର୍ଟ ଅନୁସାରେ ଏହି ଆକ୍ରମଣରେ ହ୍ୟାକର୍ସ ୮୭ ଲକ୍ଷ ଯାତ୍ରୀଙ୍କ ବ୍ୟକ୍ତିଗତ ଡାଟା ଚୋରାଇ ନେଇଛନ୍ତି। ଏହି ୩ଟିଯାକ ଏୟାରପୋର୍ଟକୁ ସଞ୍ଚାଳନ କରୁଥିବା ମଞ୍ଚେଷ୍ଟର ଏୟାରପୋର୍ଟ ଗ୍ରୁପ (ଏମଏଜି) ଏହି ଘଟଣା ପୁଷ୍ଟି କରିଛନ୍ତି। ଏମଏଜିଙ୍କ ଅନୁସାରେ ଯେଉଁ ସୂଚନା ଲିକ୍ ହୋଇଛି ସେଥିରେ ଗ୍ରାହକଙ୍କ ଇ-ମେଲ, ଫୋନ ନମ୍ବର, ଗାଡି ରେଜିଷ୍ଟ୍ରେସନ ନମ୍ବର ଓ ପୋଷ୍ଟ କୋଡ ରହିଛି।
ଏହି ପ୍ରଭାବିତ ଡାଟା ମୁଖ୍ୟ ରୂପେ କାର ପାର୍କିଂ, ଏୟାରପୋର୍ଟ ଲାଉଞ୍ଜ, ଫାଷ୍ଟଟ୍ରାକ୍ ବୁକିଂ ଓ ଇନ-ଏୟାରପୋର୍ଟ ୱାଇ-ଫାଇ ଉପଯୋଗ ଲାଗି ସାଇନଅଫ କରିବା ସମୟରେ ଦିଆଯାଇଥିଲା। ତେବେ ଆଶ୍ୱସ୍ତିର କଥା ହେଉଛି ଏହି ସିଷ୍ଟମରେ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ ଅଥବା ପେମେଣ୍ଟ ସୂଚନା ସେଭ ନଥିଲା। ଏଣୁ ଯାତ୍ରୀଙ୍କ ଆର୍ଥିକ ଡାଟା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। ସେହିପରି ଅନ୍ୟ ଏକ ଆଶ୍ୱସ୍ତିର କଥା ହେଉଛି ଏହି ସାଇବର ଆକ୍ରମଣରେ ଏଭିଏସନ ସୁରକ୍ଷାର କୌଣସି କ୍ଷତି ହୋଇ ନାହିଁ। ଏଣୁ ଏୟାରପୋର୍ଟ ଗ୍ରୁପ ସ୍ପଷ୍ଟ କରିଛି ଯେ ଏହି ସାଇବର ଆକ୍ରମଣରେ ଯାତ୍ରୀ ସୁରକ୍ଷା ଅଥବା ଏଭିଏସନ ସୁରକ୍ଷା ଉପରେ କୌଣସି ପ୍ରଭାବ ପଡିନାହିଁ।
ଏୟାରପୋର୍ଟ କାମ ସମ୍ପୂର୍ଣ୍ଣ ସ୍ୱଭାବିକ ଚାଲିଥିବା ବେଳେ ଉଡାଣରେ ମଧ୍ୟ କୌଣସି ବାଧା ଉପୁଜି ନାହିଁ। ପାର୍କିଂ ଓ ଅନ୍ୟ ଗ୍ରାହକ ସେବା ମଧ୍ୟ ସ୍ୱଭାବିକ ରହିଛି। ଏମଏଜି କହିଛି ଯେ ଏହି ଘଟଣା ଗତ ୱିକେଣ୍ଡରେ ହୋଇଥିଲା ଓ ଜଣାପଡିବା ମାତ୍ରେ ସ୍ଥିତିକୁ ନିୟନ୍ତ୍ରଣକୁ ନିଆଯିବା ସହ ବିପଦ ଟଳା ଯାଇଥିଲା। କମ୍ପାନୀ ସାଇବର ସୁରକ୍ଷା ବିଶେଷ ବିଶେଷଜ୍ଞଙ୍କ ସହ ମିଶି ନିଜ ସିଷ୍ଟମ ସୁରକ୍ଷିତ କରିବା ସାଙ୍ଗକୁ ଗ୍ରାହକଙ୍କ ସୂଚନା ସୁରକ୍ଷିତ କରିବାକୁ ପଦକ୍ଷେପ ନେଇଛି।
ଏମଏଜି ମୁଖପାତ୍ର ଗୁରୁବାର କହିଛନ୍ତି ଯେ ସେ ସମ୍ପର୍କିତ ଅଧିକାରୀଙ୍କୁ ଏ ବାବଦେ ସୂଚନା ଦେଇଛନ୍ତି ଓ ସେମାନେ ଯାଞ୍ଚରେ ସହଯୋଗ କରୁଛନ୍ତି। ତେବେ ଏଥି ପାଇଁ କମ୍ପାନୀ ଗ୍ରାହକଙ୍କ ଚିନ୍ତା ଲାଗି କ୍ଷମାଯାଚନା କରିଛି। ତେବେ ଲଣ୍ଡନ ଷ୍ଟେନଷ୍ଟେଡ ଏୟାରପୋର୍ଟ ଏ ବାବଦେ ଏକ ପୃଥକ ଚେତାବନୀ ଜାରି କରି ଗ୍ରାହକଙ୍କୁ ଚୋରି ହୋଇଥିବା ସୂଚନା ଉପଯୋଗ କରି ଠକେଇରୁ ନିଜକୁ ରକ୍ଷା କରନ୍ତୁ ବୋଲି ସତର୍କ କରିଛନ୍ତି।
କୋଲକାତା: କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାରଙ୍କ ବିରୋଧରେ କଟାକ୍ଷପୂର୍ଣ୍ଣ ମନ୍ତବ୍ୟ ଦେବା ଅଭିଯୋଗରେ ବିଜେପିର ଗଙ୍ଗାରାମପୁର ବିଧାୟକ ସତ୍ୟେନ୍ଦ୍ର ନାଥ ରୟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ବିଜେପି ରାଜ୍ୟ ଶୃଙ୍ଖଳା କମିଟି ଅଧ୍ୟକ୍ଷ ପ୍ରତାପ ବାନାର୍ଜୀ ଏହି ନୋଟିସ୍ ଜାରି କରି ୭ ଦିନ ମଧ୍ୟରେ ଲିଖିତ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ତୃଣମୂଳ କଂଗ୍ରେସର ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ବିପ୍ଲବ ମିତ୍ର ସୁକାନ୍ତ ମଜୁମଦାରଙ୍କ କାର୍ଯ୍ୟକୁ ପ୍ରଶଂସା କରି ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ। ଏହାର ରିପ୍ଲାଇ ଦେଇ ବିଧାୟକ ସତ୍ୟେନ୍ଦ୍ର ନାଥ ରୟ ଏକ ଭିଡିଓ ଜାରି କରି ସୁକାନ୍ତ ମଜୁମଦାର ଓ ବିପ୍ଲବ ମିତ୍ରଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେ ଦୁହିଁଙ୍କୁ ବଙ୍ଗାଳୀ ଲୋକକଥା ଅନୁସାରେ "ମାଉସୀପୁଅ ଭାଇ" (mastuto bhai) ବୋଲି ସମ୍ବୋଧନ କରି କଟାକ୍ଷ କରିଥିଲେ।
Also Read: ମୁଖ୍ୟମନ୍ତ୍ରୀ ଚୌକି ଛାଡ଼ି ମନ୍ତ୍ରୀଙ୍କ ପାଖରେ ବସିଲେ CM ବିଜୟ, ତାମିଲନାଡୁ ବିଧାନସଭାରେ ନିଆରା ଦୃଶ୍ୟ
ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଭାରତର ଋଣ ଆଦାୟ ପ୍ରକ୍ରିୟା ବ୍ୟବସ୍ଥା ଉପରେ ପୁଣି ଥରେ କଟାକ୍ଷ କରିଛନ୍ତି । ତାଙ୍କର ଦାବି ଅନୁଯାୟୀ, ସରକାରୀ ବ୍ୟାଙ୍କଗୁଡ଼ିକ ତାଙ୍କର ସମସ୍ତ ଋଣ ଆଦାୟ କରିସାରିଛନ୍ତି, ତଥାପି ତାଙ୍କୁ ନ୍ୟାୟ ମିଳିବାରୁ ବଞ୍ଚିତ କରାଯାଉଛି । ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍ (IBC) ଅଧୀନରେ ଏସେଲ୍ ଗ୍ରୁପର ଚେୟାରମ୍ୟାନ୍ ସୁଭାଷ ଚନ୍ଦ୍ରା ୨୨,୦୦୬.୫୭ କୋଟି ଟଙ୍କାର ଋଣ ଦାବିକୁ ମାତ୍ର ୬.୫ କୋଟି ଟଙ୍କାରେ ସେଟଲମେଣ୍ଟ କରିଥିବା ଗଣମାଧ୍ୟମ ରିପୋର୍ଟ ଉପରେ ପ୍ରତିକ୍ରିୟା ଦେଇ ମାଲ୍ୟା ପ୍ରଶ୍ନ ଉଠାଇଛନ୍ତି । ଭିନ୍ନ ଭିନ୍ନ କୋର୍ପୋରେଟ୍ ଋଣ ସମାଧାନ କିପରି ଭିନ୍ନ ଢଙ୍ଗରେ ପରିଚାଳିତ ହେଉଛି ବୋଲି ପ୍ରଶ୍ନ କରିଛନ୍ତି । ସେପଟେ କିନ୍ତୁ ଏସେଲ୍ ଗ୍ରୁପ୍ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ରା ଉକ୍ତ ଗଣମାଧ୍ୟମକୁ ବିଭ୍ରାନ୍ତିକର କରି ଖଣ୍ଡନ କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟ କରି ମାଲ୍ୟା ଲେଖିଛନ୍ତି, "ଯଦି ଏହା ସତ, ତେବେ ମୋ ବନ୍ଧୁ ସୁଭାଷଙ୍କୁ ଅନେକ ଅଭିନନ୍ଦନ । ବ୍ୟାଙ୍କ ଏବଂ ସରକାର ମୋ ଠାରୁ ୬,୨୦୩ କୋଟି ଟଙ୍କାର କୋର୍ଟ ଆଦେଶ ତୁଳନାରେ ୧୪,୧୦୦ କୋଟି ଟଙ୍କା ଆଦାୟ କରିସାରିଥିବା ସ୍ୱୀକାର କରିଛନ୍ତି । ଆଉ ଅନେକ ଋଣଦାତାଙ୍କ ମୂଳ ଋଣର ଅନେକ ଭାଗରେ ସେଟଲମେଣ୍ଟ କରିଛନ୍ତି । ମୁଁ ଭାବୁଛି ଏହା ହିଁ ଭାରତୀୟ ଋଣ ସମାଧାନ ନ୍ୟାୟ (Indian Debt Resolution Justice)। ଏହା ଉପରେ ଗଣମାଧ୍ୟମର କୌଣସି ପ୍ରଶ୍ନ ନାହିଁ ।"
If True many congratulations to my friend Subhash.Banks and Government have admitted having recovered Rs 14,100 crores from me against a Judgement debt of Rs 6203 crores. Many more borrowers have settled at a fraction. Indian Debt Resolution Justice I presume. No media questions. pic.twitter.com/5uwxYSAX8H
— Vijay Mallya (@TheVijayMallya) August 26, 2026
କିଙ୍ଗଫିସର ଏୟାରଲାଇନ୍ସର ପୂର୍ବତନ ପ୍ରମୋଟର ସମ୍ପତ୍ତି ଆଦାୟକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିବା ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ସରକାରୀ ବ୍ୟାଙ୍କଗୁଡ଼ିକ ମାଲ୍ୟାଙ୍କ ବାଜ୍ୟାପ୍ତ ସମ୍ପତ୍ତିରୁ ୧୪,୧୩୧.୬୦ କୋଟି ଟଙ୍କା ଆଦାୟ କରିଥିବା ସ୍ପଷ୍ଟ କରିବା ପରେ ସେ କ୍ଷୋଭ ପ୍ରକାଶ କରିଥିଲେ । ମାଲ୍ୟା ଯୁକ୍ତି କରିଥିଲେ ଯେ ଆଦାୟ କରାଯାଇଥିବା ଅର୍ଥ ଅଦାଲତ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଋଣ ପରିମାଣଠାରୁ ଦୁଇଗୁଣରୁ ଅଧିକ । କାହିଁକି ଏବେ ବି ଆର୍ଥିକ ଅପରାଧୀ ଭାବେ ଚିହ୍ନିତ ହୋଇ ରହିଛନ୍ତି ?  ସରକାରୀ ତଥ୍ୟରେ ଥିବା ଅସଙ୍ଗତିକୁ ଦର୍ଶାଇ ସେ ତାଙ୍କ ଋଣ ଏବଂ ଆଦାୟ ତଥ୍ୟ ସମ୍ପର୍କରେ ପରସ୍ପର ବିରୋଧୀ ତଥ୍ୟ ଉପସ୍ଥାପନ କରୁଥିବା ଅଭିଯୋଗରେ ସରକାର ଓ ସରକାରୀ ବ୍ୟାଙ୍କଗୁଡ଼ିକୁ ସମାଲୋଚନା କରିଥିଲେ ।
ତେବେ କୋର୍ପୋରେଟ୍ ଖିଲାପକାରୀ ଏବଂ ପଳାତକମାନଙ୍କ ବିରୋଧରେ କେନ୍ଦ୍ର ସରକାର ନିଜର କଠୋର ଆଭିମୁଖ୍ୟ ବଜାୟ ରଖିଛନ୍ତି । କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ପୂର୍ବରୁ ଲୋକସଭାରେ ଜଣାଇଥିଲେ ଯେ 'ଫ୍ୟୁଜିଟିଭ୍ ଇକୋନୋମିକ୍ ଅଫେଣ୍ଡର୍ସ ଆକ୍ଟ, ୨୦୧୮' ଅଧୀନରେ ୧୫ ଜଣ ବ୍ୟକ୍ତିଙ୍କୁ 'ଫେରାର ଆର୍ଥିକ ଅପରାଧୀ' ଭାବେ ଘୋଷଣା କରାଯାଇଛି ।
ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଗୁରୁବାର କହିଛନ୍ତି ଯେ ମୋଦି ସରକାର ଦେଶରେ ଦୁଇଟି ସିଷ୍ଟମ କରିଛନ୍ତି। ଏଥିରୁ ଗୋଟିଏ ହାତଗଣତି ବିଲେନିୟରଙ୍କ ଲାଗି ହୋଇଥିବା ବେଳେ ଅନ୍ୟଟି ବାକି ସମସ୍ତଙ୍କ ଲାଗି। ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ (ଏନସିଏଲଟି)କୁ ଆକ୍ଷେପ କରି ରାହୁଲ କହିଛନ୍ତି ଯେ ‘ଏହା ନେତା-କମ୍ପାନୀ ଲୁଟ୍ ଟ୍ରିବ୍ୟୁନାଲ’। ବ୍ୟାଙ୍କ ଓ ଫାଇନାନସିଆଲ ଇନିଷ୍ଟିଚ୍ୟୁସନ ସାଧାରଣ ନାଗରିକଙ୍କ ସହ କଡ଼ା ବ୍ୟବହାର କରୁଥିବା ଦେଖୁଥିଲେ ହେଁ ଟ୍ରିବ୍ୟୁନାଲ କିଛି ଖାସ ବିଲେନିୟରଙ୍କ ସହ ଉତ୍ତମ ବ୍ୟବହାର କରୁଛନ୍ତି।
ଏନସିଏଲଟି ଦ୍ୱାରା ୨୨,୦୦୦ କୋଟି ଟଙ୍କା ଡିଫଲ୍ଟଲୋନର ୯୯.୯୭% କ୍ଷମା କରିଦେବା ଓ ଏହାକୁ ମାତ୍ର ୬.୫ କୋଟି ଟଙ୍କାରେ ସମାଧାନ କରିବା ନେଇ ପ୍ରତିକ୍ରିୟାରେ ରାହୁଲ ଗାନ୍ଧି କହିଛନ୍ତି ଯେ ଏହା ଜନତାଙ୍କ ପଇସାର ପୁରାକୁ ପୁରା ଲୁଟ। ଏ ନେଇ ରାହୁଲ ଗାନ୍ଧି ଏକ୍ସ ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ଲେଖିଛନ୍ତି ଯଦି କୌଣସି ଚାଷୀ ୫୦,୦୦୦ ଟଙ୍କା ସୁଝି ନପାରୁଛି ବ୍ୟାଙ୍କ ତାର ଚାଷ ଜମି ନିଲାମ କରିଦେଉଛନ୍ତି। ସେହିପରି ଯଦି କୌଣସି ବେତନ ଭୋଗୀ କର୍ମଚାରୀ ବ୍ୟାଙ୍କର ଋଣ ଇଏମଆଇ ଖିଲାଫ କରୁଛି ବ୍ୟାଙ୍କ ଏଜେଣ୍ଟ ତାଙ୍କ ଦ୍ୱାରକୁ ପହଞ୍ଚି ଯାଉଛି, ଗରିବ ପିଲାଙ୍କ ପାଠ ପଢା ପାଇଁ ଋଣ ମିଳି ପାରୁନି ହେଲେ କିଛି ଖାସ ବନ୍ଧୁଙ୍କ ଲାଗି ବ୍ୟାଙ୍କର ପଇସା ପ୍ରାଇଭେଟ ପ୍ରପର୍ଟି ପାଲଟି ଯାଇଛି। ଯେତେ ଇଛା ନେଇଯାଅ ଓ ଯେତିକି ପାରୁଛ ଦିଅ ବୋଲି ଉଲ୍ଲେଖ କରିଛନ୍ତି।
NCLT - “नेता-कंपनी लूट ट्रिब्यूनल”
किसान 50 हज़ार न चुकाए तो ज़मीन नीलाम हो जाती है। Salaried एक EMI न भर पाएं तो घर पर बैंक के गुंडे पहुंच जाते हैं। गरीब छात्रों को तो शिक्षा तक के लिए लोन नहीं मिलता।
मगर, चुनिंदा "मित्रों" के लिए बैंक का पैसा निजी संपत्ति है - कितना भी… https://t.co/hFjtqdUimv
— Rahul Gandhi (@RahulGandhi) August 27, 2026
ଏପରି ସେଟେଲମେଟ୍ ଲାଗି ବ୍ୟାଙ୍କିଙ୍ଗ ଟର୍ମ ‘ହେୟାର କଟ୍’ର ଉଲ୍ଲେଖ କରି କଂଗ୍ରେସ ସାଧାରଣ ସମ୍ପାଦକ ଜୟାରାମ ରମେଶ କହିଛନ୍ତି ଯେ ଏହା ବାସ୍ତବରେ ‘ହେୟାର କଟ୍’ ନୁହେଁ ବରଂ ପୁରା ମସ୍ତକ ମୁଣ୍ଡନ ଓ ଏହା ଇନସଲଭେନ୍ସୀ ଓ ବ୍ୟାଙ୍କରପସୀ କୋଡ ୨୦୧୬ର ଉପହାସ କରୁଛି। ସେହିପରି କଂଗ୍ରେସ ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ରଣଦୀପ ସୁରଜେୱାଲା ଦାବି କରିଛନ୍ତି ଯେ ଅର୍ଥମନ୍ତ୍ରୀ ୧୨ ବର୍ଷର ତଥ୍ୟ ଆଣନ୍ତୁ ଯେଉଁଥିରେ ଏନସିଏଲଟି ହେୟାରକଟ୍ ରେ କେତେକୋଟି ଟଙ୍କା ଲୁଟେଇଛନ୍ତି। ସୂରଜେୱାଲା କହିଛନ୍ତି ଯେ ହେୟାର କଟ ନାମରେ ମୋଦି ସରକାର ଏନସିଏଲଟି ମାଧ୍ୟମରେ ଜନତା ଓ ବ୍ୟାଙ୍କ ପଇସା ଲୁଟ ହେବାକୁ ଦେଉଛନ୍ତି।
ସେ କହିଛନ୍ତି ଏହି ତଥ୍ୟ ୧୦ଲକ୍ଷ କୋଟି ଟଙ୍କାର ମଧ୍ୟ ଅଧିକ ହୋଇପାରେ। ଏହା କେବଳ ମୁଁ ଅନ୍ଦାଜରେ ନୁହେଁ ଏ ବାବଦେ ମୋ ପାଖରେ କିଛି ସୂଚନା ଥିବା କଥା ମଧ୍ୟ ସେ କହିଛନ୍ତି। ସେ କହିଛନ୍ତି ଯେ ଆପଣ ୫୦,୬୦, ୭୦,୮୦, ୯୦ ଓ ଏବେ ୯୯ % କିପରି ହେୟାର କଟ କରିବେ? ଯଦି ଏତେ ଋଣ କ୍ଷମା ଦେବାର ଅଛି ତେବେ ଏନସିଏଲଟି କାର୍ଯ୍ୟାନୁଷ୍ଠାନ କାହିଁକି କରୁଛନ୍ତି? ଏହା ହେୟାର କଟ ଆଢୁଆଳାରେ ଉଦ୍ୟୋଗପତିଙ୍କୁ ଋଣ କ୍ଷମା କରିବାର ଏକ ଯୋଜନା ବୋଲି ସୂରଜେୱାଲା କହିଛନ୍ତି।
ଭୁବନେଶ୍ବର: ସ୍ୱାସ୍ଥ୍ୟ ହିଁ ସମ୍ପଦ। ଆଉ ଏହି ସମ୍ପଦକୁ ସୁରକ୍ଷିତ ରଖିବା ପାଇଁ ନ୍ୟୁଜ୭ ର ନିରନ୍ତର ପ୍ରୟାସ ‘ଡକ୍ଟର ଙ୍କ ପାଠଶାଳା’। ଦର୍ଶକଙ୍କ ନିରବଚ୍ଛିନ୍ନ ଭଲପାଇବା ଏବଂ ବିଶ୍ୱାସ ବଳରେ ଏହି କାର୍ଯ୍ୟକ୍ରମ ଆଜି ସଫଳତାର ସହ ପୂରଣ କରିଛି ୫୦ ତମ ଏପିସୋଡ୍। ଯାହାକୁ ଏକ ବଡ଼ ଉପଲବ୍ଧି ବୋଲି ଅନୁଭବ କରି ନିଜର ବାର୍ତ୍ତା ରଖିଥିଲେ ଉପସ୍ଥିତ ଅତିଥି ଓ କାର୍ଯ୍ୟକ୍ରମ ସହ ଜଡ଼ିତ ସମସ୍ତ କର୍ମକର୍ତ୍ତା ।
ଡକ୍ଟର ଙ୍କ ପାଠଶାଳା’ କେବଳ ଏକ ଟିଭି ଶୋ’ ନୁହେଁ, ବରଂ ଏହା ଲୋକଙ୍କ ପାଇଁ ସ୍ୱାସ୍ଥ୍ୟର ଏକ ବିଶ୍ୱସ୍ତ ମାଧ୍ୟମ ସାଜିଛି । ହୃଦରୋଗ, ମଧୁମେହ, କ୍ୟାନ୍ସର, ସ୍ନାୟୁ ସମସ୍ୟା, ସ୍ତ୍ରୀ ଓ ଶିଶୁ ରୋଗ ଭଳି ଜଟିଳ ରୋଗ ସମ୍ପର୍କରେ ବିଶେଷଜ୍ଞ ଡାକ୍ତରମାନେ ଦ୍ବାରା ଦର୍ଶକ, ରୋଗୀଙ୍କ ପରିବାର ଓ ମେଡିକାଲ ଛାତ୍ରଛାତ୍ରୀମାନଙ୍କ ସନ୍ଦେହ ଦୂର କରୁଛନ୍ତି । ରୋଗର ପ୍ରାରମ୍ଭିକ ଲକ୍ଷଣ, ସଠିକ୍ ଆହାର, ଏବଂ ଆଧୁନିକ ଚିକିତ୍ସା ପଦ୍ଧତି ସମ୍ପର୍କରେ ଏଥିରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଉଛି ।
Also Read: କୃତ୍ରିମ ବୁଦ୍ଧିମତା ଓ ମାନବ ବିଜ୍ଞାନ ମଧ୍ୟରେ ସେତୁ ସ୍ଥାପନ ପାଇଁ ସୋଆରେ କମର୍ଶାଳା
ପ୍ରତିଦିନ ସାଧାରଣ ଲୋକଙ୍କ ମନରେ ଉଠୁଥିବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଦ୍ୱନ୍ଦ୍ୱ, ଜଟିଳ ରୋଗର ଲକ୍ଷଣ ଓ ଏହାର ସରଳ ସମାଧାନ ପାଇଁ ବିଭିନ୍ନ ବିଭାଗର ସୁନାମଧନ୍ୟ ଡାକ୍ତରଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଆସୁଛି ‘ଡକ୍ଟର ଙ୍କ ପାଠଶାଳା’। ଆଗକୁ ମଧ୍ୟ ଏହି ସ୍ୱାସ୍ଥ୍ୟ ସଚେତନତା ଅଭିଯାନ ଜାରି ରହିବ ବୋଲି ଟିମ୍ ପକ୍ଷରୁ କୁହାଯାଇଛି। ୫୦ ତମ ଏପିସୋଡର ଏହି ମାଇଲଖୁଣ୍ଟ ଅତିକ୍ରମ କରିବା ପରେ ଦର୍ଶକଙ୍କୁ ଆହୁରି ନୂଆ ଓ ଉପାଦେୟ ସ୍ୱାସ୍ଥ୍ୟ ତଥ୍ୟ ଯୋଗାଇଦେବାକୁ ଚେଷ୍ଟା ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଇଛି ସମ୍ପୂର୍ଣ୍ଣ ଟିମ୍ । ଏହି ସ୍ୱତନ୍ତ୍ର ଉତ୍ସବରେ ‘ଡକ୍ଟର ଙ୍କ ପାଠଶାଳା’ରେ ସାମିଲ ହୋଇଥିବା ସମସ୍ତ ଅଭିଜ୍ଞ ଡାକ୍ତରମାନଙ୍କୁ ସମ୍ମାନିତ କରାଯାଇଥିଲା । ସେହିଭଳି ପରଦା ପଛରେ ରହି କାର୍ଯକ୍ରମର ସମସ୍ତ କ୍ରିଉ ମେମ୍ବରମାନଙ୍କୁ ମଧ୍ୟ ସମ୍ମାନିତ କରିଥିଲେ ଉପସ୍ଥିତ ଅତିଥି।
ଦର୍ଶକଙ୍କ ଏହି ଅକୁଣ୍ଠ ଭଲପାଇବା ଓ ବିଶ୍ୱାସ ‘ଡକ୍ଟର ଙ୍କ ପାଠଶାଳା’କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇଛି । ଆଗାମୀ ଦିନରେ ଆହୁରି ନୂଆ ଓ ଉପାଦେୟ ସ୍ୱାସ୍ଥ୍ୟ ଭିତ୍ତିକ ତଥ୍ୟ ନେଇ ଆସିବ ନ୍ୟୁଜ୭ ।
ବାରିପଦା: ନେପାଳ- ତିବ୍ଦତ ସୀମାରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ବିଭୀଷିକାରେ ଫସିଛନ୍ତି ଅନେକ ଭାରତୀୟ। ସେହିଭଳି କିଛି ଓଡ଼ିଆ ମଧ୍ୟ ଏହି ଜଳ ପ୍ରଳୟ ଯୋଗୁ ନେପାଳରେ ଫସିଥିବା ଜଣାପଡ଼ିଛି। ଏହାରି ମଧ୍ୟରେ ବାରିପଦା ପୌରପାଳିକାର ୨୩ ନମ୍ବର ୱାର୍ଡ ଅଞ୍ଚଳର ୨୧ ବର୍ଷୀୟା କୁଲସୁମ ନିଗାରଙ୍କୁ ନେଇ ଚିନ୍ତିତ ପରିବାର ଲୋକେ। ନେପାଳର ପୋଖରା ଅଞ୍ଚଳକୁ ଟ୍ରେକିଂ ପାଇଁ ଯାଇଥିବା କୁଲସୁମଙ୍କ ସହ ଗତ ୨୫ ତାରିଖରୁ ଯୋଗାଯୋଗ ହୋଇପାରୁନାହିଁ । ଫଳରେ ପରିବାର ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।
ତେବେ ମିଳିଥିବା ସଦ୍ୟ ସୂଚନା ଅନୁସାରେ, ଗୁରୁବାର ଅପରାହ୍ଣରେ କୁଲସୁମ ନିଗାରଙ୍କ ସହ କଥା ହୋଇଛନ୍ତି ତାଙ୍କ ବଡ଼ ଭଉଣୀ। ତାଙ୍କ ବଡ଼ ଭଉଣୀଙ୍କ କହିବା ଅନୁସାରେ, କୁଲସୁମ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି। ଦୁର୍ଘଟଣା ସ୍ଥଳରୁ କୁଲସୁମ ସୁରକ୍ଷିତ ଦୂରତାରେ ଅଛନ୍ତି। ହେଲେ ନେଟଓ୍ବର୍କ ମିଳୁନଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇପାରୁନଥିଲା ବୋଲି କହିଛନ୍ତି କୁଲସୁମଙ୍କ ବଡ଼ ଭଉଣୀ।
Read More: ନେପାଳରେ ବାରିପଦା ଝିଅ ନିଖୋଜ ; ୨୫ରୁ ଫୋନ୍ ବନ୍ଦ, ବଢ଼ିଲା ପରିବାରର ଚିନ୍ତା
ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅପରାହ୍ନ ଅଧିବେଶନ ସମୟରେ ବିଜୟ ବାଚସ୍ପତି ଜେ. ସି. ଡି. ପ୍ରଭାକରଙ୍କ ଦକ୍ଷିଣ ପାର୍ଶ୍ବରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଆସନରୁ ଉଠି ମନ୍ତ୍ରୀ କେ. ଏ. ସେଙ୍ଗୋଟ୍ଟାୟନ୍ ଏବଂ ଆଧବ ଅର୍ଜୁନଙ୍କ ମଝିରେ ବସିଥିଲେ। ବିଧାନସଭା ନିୟମାନୁସାରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବାଚସ୍ପତିଙ୍କ ଆସନ ନିକଟରେ ଏକ ସ୍ୱତନ୍ତ୍ର ଓ ପ୍ରଶସ୍ତ ଆସନ ଥାଏ। ତେବେ ମୁଖ୍ୟମନ୍ତ୍ରୀ ଆସନ ଛାଡ଼ି ଅନ୍ୟ ମନ୍ତ୍ରୀଙ୍କ ସହ ସାଧାରଣ ସିଟରେ ବସିବା ତାମିଲନାଡୁ ବିଧାନସଭା ଇତିହାସରେ ଏକ ବିରଳ ଘଟଣା ବୋଲି କୁହାଯାଉଛି।
ବିଧାନସଭାରେ ଯୋଗଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଜୟ ନେପାଳରେ ଆସିଥିବା ଆକସ୍ମିକ ବନ୍ୟାରେ ଫସି ରହିଥିବା ତାମିଲନାଡୁ ନାଗରିକଙ୍କ ଉଦ୍ଧାର ପାଇଁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ସୂଚନା ଅନୁଯାୟୀ, ଦୁଇଟି ଦଳରେ ତାମିଲନାଡୁରୁ ମୋଟ ୧୦୩ ଜଣ ନେପାଳ ଗସ୍ତରେ ଯାଇଥିଲେ ।
Also Read: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିକଟରେ ଦୁଇଟି ବଡ଼ ଦାବି ରଖିଲେ ମୁଖ୍ୟମନ୍ତ୍ରୀ ବିଜୟ
ସେପଟେ ମୁଖ୍ୟମନ୍ତ୍ରୀ ଭାବରେ ୧୦୦ ଦିନ ପୂରଣ କରିଥିବା ବିଜୟ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ମହିଳା କର୍ମଚାରୀଙ୍କ ଲାଗି ତୃତୀୟ ସନ୍ତାନ ପାଇଁ ମାତୃତ୍ୱ ଛୁଟି ୧୨ ସପ୍ତାହରୁ ବୃଦ୍ଧି କରାଯାଇ ୩୬୫ ଦିନ (୧ ବର୍ଷ) କରାଯାଇଛି। ଦୁଗ୍ଧ ଚାଷୀଙ୍କ ଲାଗି କ୍ଷୀର କ୍ରୟ ମୂଲ୍ୟ ଲିଟର ପିଛା ୩୮ ଟଙ୍କାରୁ ୪୧ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ନିଷ୍ପତ୍ତି ୩.୧୬ ଲକ୍ଷରୁ ଅଧିକ ଚାଷୀଙ୍କୁ ଲାଭାନ୍ୱିତ କରିବ। ସମସ୍ତ ବିଧାୟକଙ୍କୁ ସରକାରୀ ଗାଡ଼ି ଏବଂ ମାସିକ ୧ ଲକ୍ଷ ଟଙ୍କାର ପ୍ୟାକେଜ୍ (୭୫,୦୦୦ ଟଙ୍କା ଗାଡ଼ି ଖର୍ଚ୍ଚ ଓ ୨୫,୦୦୦ ଟଙ୍କା ଅଫିସ୍ ସହାୟକ ପାଇଁ) ଘୋଷଣା କରାଯାଇଛି।
ନୂଆଦିଲ୍ଲୀ: ତାଇୱାନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ଅବୈଧ ସମ୍ପର୍କର ପର୍ଦ୍ଦାଫାଶ କରିବା ପାଇଁ ଏକ ରୋବଟ୍ ଭ୍ୟାକ୍ୟୁମ୍ କ୍ଲିନରର ବ୍ୟବହାର କରିଥିଲେ। ସେ ସିଭିଲ୍ କୋର୍ଟରେ ମାମଲା ଜିତି ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ପାଇଥିଲେ ମଧ୍ୟ, ତାଙ୍କୁ ୫ ମାସ ଜେଲ ଯିବାକୁ ପଡ଼ିଛି । ହେଲେ କାହିଁକି ? ଆସନ୍ତୁ ଜାଣିବ ।
କୋର୍ଟ ସ୍ବାମୀଙ୍କ ବୈବାହିକ ଅଧିକାର ଭଙ୍ଗ ହୋଇଥିବା ସ୍ୱୀକାର କରି ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ପ୍ରାୟ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେପଟେ ସ୍ତ୍ରୀଙ୍କ ଅଭିଯୋଗ ଆଧାରରେ କୋର୍ଟ କହିଥିଲେ ଯେ, ବୈବାହିକ ସମ୍ପର୍କ ବ୍ୟକ୍ତିଗତ ଗୋପନୀୟତା ଅଧିକାରକୁ ଭଙ୍ଗ କରିପାରିବ ନାହିଁ। ବେଆଇନ ଭିଡିଓ ରେକର୍ଡିଂ ପାଇଁ ସ୍ବାମୀଙ୍କୁ ୫ ମାସର ଜେଲ୍ ଏବଂ ପ୍ରାୟ ୪.୫ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ତାଇୱାନ ନିୟମ ଅନୁଯାୟୀ, କୌଣସି ବ୍ୟକ୍ତିଙ୍କ ବିନା ଅନୁମତିରେ ତାଙ୍କର ବ୍ୟକ୍ତିଗତ କାର୍ଯ୍ୟକଳାପ କିମ୍ବା ଗୁପ୍ତ ଫୋଟୋ/ଭିଡିଓ ରେକର୍ଡ କରିବା ଅପରାଧ, ସେଥିପାଇଁ ସର୍ବାଧିକ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶର ପ୍ରାବଧାନ ରହିଛି।
ନୂଆଦିଲ୍ଲୀ: ଦେଶର ୩୬ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ମଧ୍ୟରୁ ୨୭ ପ୍ରଦେଶ ବିପର୍ଯ୍ୟୟ ଦୃଷ୍ଟିରୁ ଅତ୍ୟଧିକ ସମ୍ୱେଦନଶୀଳ କିମ୍ୱା ବିପଜ୍ଜନକ ସ୍ଥିତିରେ ରହିଛି । ହିମନଦୀ ହ୍ରଦ ଫାଟିବା ଦ୍ୱାର ହେବାକୁ ଥିବା ବନ୍ୟା (ଜିଏଲଓଏଫ୍) ସ୍ଥିତିରେ ବିପଦର ଆକଳନ କରିବା ପ୍ରଯୁକ୍ତି ବିକଶିତ ହୋଇସାରିଛି, କିନ୍ତୁ ଏହାଠୁ ସୁରକ୍ଷା ଏବେ ବି ସବୁଠୁ ବଡ଼ ଆହ୍ୱାନ ହୋଇରହିଛି । ଦେଶରେ ବିଭିନ୍ନ ସ୍ଥାନରେ ବନ୍ୟା ପ୍ରତ୍ପୀଡ଼ିତ ଅଞ୍ଚଳ ଜବରଦଖଲରେ ରହିଛି । ନଦୀ ତଳିଆ ଅଞ୍ଚଳରେ  ବେଆଇନ ଗତିବିଧି ଜାରି ରହିଛି । ନଦୀ ବେସିନ ସମ୍ୱନ୍ଧୀୟ ଯୋଜନାର ଅଭାବ ରହିଛି । ଏପରି ସ୍ଥିତିରେ ଯଦି ଜିଏଲଓଏଫ୍ ପରି କିଛି ଘଟେ, ତେବେ ତାହାର ମୁକାବିଲା ପାଇଁ କୌଣସି ଠୋସ୍ ସମାଧାନ ନଜର ଆସୁ ନାହିଁ । ରିପୋର୍ଟ ଅନୁସାରେ ଦେଶରେ ୨୫ରୁ ଅଧିକ ଗ୍ଲାସିୟର ହ୍ରଦ ସମ୍ୱେଦନଶୀଳ ସ୍ଥିତିରେ ଅଛି ଏବଂ ହିମାଳୟର ୪୦୦ରୁ ଅଧିକ ଗ୍ଲାସିୟର ହ୍ରଦ ଦ୍ରୁତ ଗତିରେ ତରଳିବାରେ ଲାଗିଛି ।
ଦେଶର ଅନେକ ଭାଗରେ ବାରମ୍ବାର ଆସୁଥିବା ବନ୍ୟା ସମସ୍ୟା ଏହି କାରଣରୁ ଗମ୍ଭୀର ହୋଇପଡ଼ୁଛି, କାରଣ ବନ୍ୟା ପ୍ଲାବିତ ଅଞ୍ଚଳରେ ଜବରଦଖଲ ହୋଇସାରିଛି । ନଦୀ ଶଯ୍ୟାରେ ଅନିୟନ୍ତ୍ରିତ କାର୍ଯ୍ୟକଳାପ ଜାରି ରହିଛି ଏବଂ ନଦୀ ବେସିନ୍ ଯୋଜନାର ଅଭାବ ରହିଛି । ଏହାଯୋଗୁଁ ଯେତେବେଳେ ବନ୍ୟା ଆସେ, ସେତେବେଳେ ଭୟଙ୍କର କ୍ଷତି ହୁଏ । ଯଦି ଏହା ଉପରେ ଗାମ୍ଭୀରତା ସହ କାମ କରାଯାଏ, ତେବେ ଜନ, ଧନ ଏବଂ ସମ୍ପତ୍ତିର କ୍ଷତିକୁ ଏଡ଼ାଯାଇପାରିବ । ବିପର୍ଯ୍ୟୟ ପରିଚାଳନା ଉପରେ ଡଃ ରାଧା ମୋହନଦାସ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ ମନ୍ତ୍ରଣାଳୟର ସଂସଦୀୟ କମିଟିର ୨୬୧ତମ ରିପୋର୍ଟରେ ଏହି କଥା କୁହାଯାଇଛି ।
କେନ୍ଦ୍ରୀୟ ଜଳ ଆୟୋଗ ରିମୋଟ୍ ସେନ୍ସିଂ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ହିମବାହ ହ୍ରଦଗୁଡ଼ିକର ନିରୀକ୍ଷଣ କ୍ଷେତ୍ରରେ ନିଜର ଆଭ୍ୟନ୍ତରୀଣ କ୍ଷମତା ବିକଶିତ କରିଛି । ଏହା ହିମବାହ ହ୍ରଦ ଫାଟିବା (GLOF) ସ୍ଥିତିରେ ବିପଦର ଆକଳନ କରିବାରେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । ଏହିପରି ମାନଚିତ୍ରଗୁଡ଼ିକୁ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, ଅନୁଷ୍ଠାନ ଏବଂ ସାର୍ବଜନୀନ ଉଦ୍ୟୋଗଗୁଡ଼ିକ ସହିତ ସେୟାର କରାଯାଉଛି ।
କେନ୍ଦ୍ରୀୟ ଜଳ ଆଯୋଗ ପ୍ରତିମାସରେ ନିରୀକ୍ଷଣ ରିପୋର୍ଟ ପ୍ରସ୍ତୁତ କରେ । ଏହା ମାଧ୍ୟମରେ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ହିମବାହ ହ୍ରଦଗୁଡ଼ିକର ନିରୀକ୍ଷଣ ସମ୍ବନ୍ଧୀୟ ପରାମର୍ଶ ଦିଆଯାଇଥାଏ । ଭାରତୀୟ ହିମାଳୟରେ ଅବସ୍ଥିତ ହିମବାହ ହ୍ରଦଗୁଡ଼ିକର ବିପଦ ଆକଳନ ପାଇଁ ମାପଦଣ୍ଡ ନିର୍ଦ୍ଧାରଣ କରାଯାଇଛି । ଯେଉଁ ହ୍ରଦଗୁଡ଼ିକ ଅଧିକ ସମ୍ବେଦନଶୀଳ, ସେଗୁଡ଼ିକୁ ଚିହ୍ନଟ କରି ବିପଦ ଆଧାରରେ ବର୍ଗୀକୃତ କରାଯାଉଛି ।
ଦେଶରେ ବିପର୍ଯ୍ୟୟର ବିପଦ ସ୍ଥିତି
୭୫୧୬ କିଲୋମିଟର ଦୀର୍ଘ ଉପକୂଳ ମଧ୍ୟରୁ ପ୍ରାୟ ୫୭୦୦ କିଲୋମିଟର ଉପକୂଳ ବାତ୍ୟା ଏବଂ ସୁନାମି ବିପଦ ମୁହଁରେ ରହିଛି । କୃଷି ଉପଯୋଗୀ ଜମିର ପ୍ରାୟ ୬୮ ପ୍ରତିଶତ ଭାଗ ମରୁଡ଼ି ପ୍ରବଣ । ପାହାଡ଼ିଆ ଅଞ୍ଚଳଗୁଡ଼ିକ ଭୂସ୍କଳନ ଏବଂ ହିମସ୍କଳନ ବିପଦରେ ରହିଛନ୍ତି । ଏଥିମଧ୍ୟରୁ ପ୍ରାୟ ୧୫ ପ୍ରତିଶତ ଭୂଭାଗ ଭୂସ୍କଳନ ବିପଦ କ୍ଷେତ୍ରରେ ଆସେ । ୫୧୬୧ଟି ସହରାଞ୍ଚଳ ପୌର ସଂସ୍ଥା ବନ୍ୟା ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ।
ନୂଆଦିଲ୍ଲୀ: ଜନ୍ତର-ମନ୍ତରରେ ହୋଇଥିବା ବଡ଼ ଛାତ୍ର ଆନ୍ଦୋଳନ ପରେ କକ୍ରୋଚ ଜନତା ପାର୍ଟି (ସିଜେପି) ସାରା ଦେଶରେ ଚର୍ଚ୍ଚାର ପାତ୍ର ପାଲଟିଛି। ସିଜେପି ସେପ୍ଟେମ୍ବର ୫ ତାରିଖଦିନ ଦିଲ୍ଲୀରେ ପୁଣି ଥରେ ଶାନ୍ତିପୂର୍ଣ୍ଣ ବିରୋଧ ମାର୍ଚ୍ଚ ଲାଗି ଘୋଷଣା କରିଛି। ଏଥି ମଧ୍ୟରେ ସି-ଭୋଟର ଦେଶରେ ଯୁବାଙ୍କ ମୁଡ ଓ ନିର୍ବାଚନୀ ପ୍ରସଙ୍ଗକୁ ନେଇ ଏକ ଖାସ ସର୍ଭେ କରିଛି। ସର୍ଭେରେ ସିଜେପି ଯଦି ନିର୍ବାଚନ ଲଢେ ଲୋକେ ଭୋଟ ଦେବେକି? ବୋଲି ପ୍ରଶ୍ନ କରାଯାଇଥିଲା। ହେଲେ ଏଥିରୁ ଯାହା ଫଳାଫଳ ଆସିଛି ତାହା ବାସ୍ତବିକ୍ ଆଶ୍ଚର୍ଯ୍ୟଜନକ।
ସିଜେପି କୁ ଭୋଟ ଦେବେନି ବୋଲି ୪୩% ଲୋକେ ସଫା ସଫା ମନା କରିଦେଇଛନ୍ତି। ୩୩% ଭୋଟ ଦେବେ ବୋଲି କହିଥିବା ବେଳେ ୩୯% ଲୋକେ ଏହା ଏକ ପ୍ରେସର ଗ୍ରୁପ (ଚାପ ଗୋଷ୍ଠୀ) ଭାବେ କାମ କରୁ ବୋଲି ଚାହାନ୍ତି। ତେବେ ସିଜେପି ସଂସ୍ଥାପକ ଅଭିଜିତ ଦିପକେ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ ସଙ୍ଗଠନ ନିଜକୁ ରାଜନୈତିକ ଦଳ ଭାବେ ପଞ୍ଜିକୃତ କରିବ ନାହିଁ। ଏହି ସର୍ଭେରେ କେବଳ ରାଜନୀତି ଅଥବା ନିର୍ବାଚନ ପ୍ରସଙ୍ଗ ନଥିଲା। ଏଥିରେ ଯୁବା ବର୍ଗଙ୍କୁ ରୋଜଗାର ଯୋଗ୍ୟ କରିବାର ଦାୟିତ୍ୱ ନେଇ ମଧ୍ୟ ପ୍ରଶ୍ନ କରାଯାଇଥିଲା।
ଏଥିରେ ୬୩% ଲୋକେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଦୋଷାରୋପଣ କରିଥିବା ବେଳେ ୧୪% ସ୍କୁଲକଲେଜ ଓ ୯% ଘରୋଇ କମ୍ପାନୀମାନଙ୍କୁ ଦାୟି କରିଛନ୍ତି। ସେହିପରି ରୋଜଗାର ସଂକଟକୁ ନେଇ ୩୨%, ଚାକିରି ଅଭାବକୁ ନେଇ ୧୮%, ସ୍ୱଳ୍ପ ବେତନ ପାଇଁ ୧୭% ଓ ଡିଗ୍ରି ଅନୁରୂପ ନିଯୁକ୍ତି ମିଳୁନଥିବା ନେଇ ୧୭% ଓ ସରକାରୀ ନିଯୁକ୍ତିର ଧିମା ପ୍ରକ୍ରିୟାକୁ ୧୭% ଦାୟି କରିଛନ୍ତି।
ଏହି ସର୍ଭେରେ ଯେତେବେଳେ ଦେଶର ସବୁଠୁ ବଡ଼ ସମସ୍ୟା କଣ ବୋଲି ପ୍ରଶ୍ନ କରାଗଲା ଜନତା ‘ରୋଜଗାର’କୁ ଶୀର୍ଷରେ ରଖିଛନ୍ତି। ୨୨.୭% ବେକାରୀକୁ ସବୁଠୁ ବଡ଼ ସମସ୍ୟା ବୋଲି କହିଛନ୍ତି। ୧୮.୧% ମୂଲ୍ୟବୃଦ୍ଧିକୁ ବଡ଼ ସମସ୍ୟା କହିଥିବା ବେଳେ ୭.୩% ଚାଷୀଙ୍କ ସମସ୍ୟାକୁ ବଡ଼ ସମସ୍ୟା ବୋଲି କହିଛନ୍ତି। ତେବେ ଖାସ କରି ପ୍ରସଙ୍ଗରେ ଯେବେ ଜେନ-ଜେଡ୍ ଙ୍କ ରାୟ ନିଆଗଲା ୫୩% ସିଧାସଳଖ ଚାକିରୀରୁ ପ୍ରାଥମିକତା ଦେଇଛନ୍ତି। ଏହା ଛଡା ୨୨% ଶିକ୍ଷା, ୧୨% ଜୀବନ ଯାପନ ବାବଦ ବଢୁଥିବା ଖର୍ଚ୍ଚ ଓ ୪% ମାନସିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି।
ତିରୁଅନନ୍ତପୁରମ: କେରଳମର ସବୁଠୁ ବଡ଼ ପାର୍ବଣ ଓଣମ ଅବସରରେ ମଦ ବିକ୍ରି ରେକର୍ଡ ଭାଙ୍ଗିଛି। କେରଳ ଷ୍ଟେଟ ବିଭରେଜ କର୍ପୋରେସନ (କେଏସବିସି) ଅନୁସାରେ ଓଣମ ଉତ୍ସବ ପ୍ରାରମ୍ଭ ହେବା ଦିନରୁ ୮ ଦିନ ମଧ୍ୟରେ (୧୮ରୁ ୨୫ ଅଗଷ୍ଟ) ୭୭୧ କୋଟି ଟଙ୍କାର ଅଧିକ ମଦ ବିକ୍ରି ହୋଇଛି। ୧୦ ଦିନ ଧରି ଚାଲିବାକୁ ଥିବା ଓଣମ କେରଳମ ଲୋକଙ୍କ ସବୁଠୁ ବଡ଼ ପର୍ବ। ଏହି ସମୟରେ ପୁରା କେରଳରେ ଉଲ୍ଲାସ ଓ ଉତ୍ସାହର ପରିବେଶ ଥାଏ। କେରଳମରେ ଓଣମ କାଳରେ ମଦ ବିକ୍ରି ବୃଦ୍ଧି କୌଣସି ନୂଆ କଥା ନୁହେଁ। ହେଲେ ଏଥରର ବିକ୍ରି ସବୁ ପୁରୁଣା ରେକର୍ଡ ଭାଙ୍ଗି ଦେଇଛି।
ତଥ୍ୟ ଅନୁସାରେ ମଦ୍ୟପାନ କରିଥିବା ପ୍ରତ୍ୟେକ ବ୍ୟକ୍ତି ଓଣମ ସମୟରେ ୧,୨୮୫ ଟଙ୍କାରୁ ଆରମ୍ଭ କରି ୧,୫୪୨ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିଛନ୍ତି। ଏଥିରେ କେବଳ ଉଥରାଦମ ଦିନ ୧୨୬ କୋଟି ଟଙ୍କାରୁ ଅଧିକ ଟଙ୍କାର ମଦ ବିକ୍ରି ହୋଇଥିବା ଜଣାପଡିଛି। ମଦ ବିକ୍ରିର ଏହି ତଥ୍ୟ ୮ ଦିନର ଓଣମ ଆଉ ଦୁଇ ଦିନ ବାକି ଅଛି। ଗତବର୍ଷ ବିଭରେଜ କର୍ପୋରେସନ ଓଣମ ସିଜିନରେ ୮୨୬.୩୮ କୋଟି ଟଙ୍କାର ମଦ ବିକ୍ରି କରିଥିଲା। ଏବେ ଏହି ପାର୍ବଣରେ ଆଉ ଦୁଇ ଦିନର କାରବାର ମିଶିବ। ଏଣୁ ଅବକାରୀ ବିଭାଗ ଅଧିକାରୀ ଆକଳନ କରିଛନ୍ତି ଯେ ଯେବେ ୧୦ ଦିନ ମୋଟ ସେଲ ତଥ୍ୟ ଆସିବ ତାହା ଗତବର୍ଷର ବିକ୍ରି ରେକର୍ଡକୁ ଭାଙ୍ଗିଦେବ।
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେକ୍ଷଣ (ଏନଏଚଏଫଏସ୍) ଓ ଅବକାରୀ ବିଭାଗର ତଥ୍ୟ ଅନୁସାରେ କେରଳମର ମୋଟ ଜନସଂଖ୍ୟାରୁ ୫୦ରୁ ୬୦ ଲକ୍ଷ ଲୋକେ ମଦ୍ୟପାନ କରନ୍ତି। ଏହି ସଂଖ୍ୟା ରାଜ୍ୟର ମୋଟ ଜନସଂଖ୍ୟାର ପାଖାପାଖି ୧୨.୪% ହେବ। ଓଣମ କାଳରେ କେରଳମରେ ମଦ ବିକ୍ରିରୁ ୭୭୧.୨୯ କୋଟି ଟଙ୍କା ମିଳିଲାଣି। ଏହାକୁ ଯଦି ୫୦ ଲକ୍ଷ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଏ ତେବେ ପ୍ରତି ବ୍ୟକ୍ତି ହାରାହାରି ୧,୫୪୨.୫୮ ପଇସାର ମଦ କିଣି ପିଇଛନ୍ତି। ଯଦି ଏହାକୁ ୬୦ ଲକ୍ଷ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଏ ତେବେ ଏହା ୧,୨୮୫.୪୮ ଟଙ୍କା ପ୍ରତି ବ୍ୟକ୍ତି ପଡିବ।
କଲମ୍ବୋ: କଲମ୍ବୋ ଟେଷ୍ଟରେ ବିଶାଳ ସ୍କୋର ଏବଂ ବିପକ୍ଷ ଦଳକୁ ଫଲୋଅନ୍ ଦେବା ପରେ ବି ବିଜୟରୁ ବଞ୍ଚିତ ହୋଇଛି ଭାରତ। ପ୍ରଥମ ଇନିଂସରେ ୫୦୩/୯ ରନ୍ କରି ଇନିଂସ ଘୋଷଣା କରିବା ପରେ ଟିମ୍ ଇଣ୍ଡିଆର ବିଜୟ ପ୍ରାୟ ସୁନିଶ୍ଚିତ ମନେ ହେଉଥିଲା। ହେଲେ ଶେଷରେ ମ୍ୟାଚଟି ଡ୍ର’ରେ ଶେଷ ହୋଇଛି। ଏହି ନିରାଶାଜନକ ପ୍ରଦର୍ଶନ ଯୋଗୁଁ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍ (WTC) ତାଲିକାର ୫ମ ସ୍ଥାନରେ ହିଁ ଅଟକି ରହିଛି ଭାରତ। ତେବେ ଜିତିବା ମ୍ୟାଚକୁ ଭାରତ ହାତରୁ ଖସାଇବା ପଛରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ନିଷ୍ପତ୍ତି ଓ ଅଧିନାୟକ ଶୁଭମନ ଗିଲଙ୍କ ରଣନୀତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଭାରତର ଏହି ପରାଜୟ ସଦୃଶ ଡ୍ର’ ପଛରେ ରହିଛି ୩ଟି ମୁଖ୍ୟ କାରଣ
୧. କୁଲଦୀପ ୱାଦବଙ୍କୁ ବାଦ୍ ଦେବା ମହଙ୍ଗା ପଡ଼ିଲା
ଗାଲେ ଟେଷ୍ଟ ପରେ ଦ୍ୱିତୀୟ ଟେଷ୍ଟରୁ ମୁଖ୍ୟ ସ୍ପିନର କୁଲଦୀପ ଯାଦବଙ୍କୁ ବାଦ୍ ଦେଇ ଅଲରାଉଣ୍ଡର ସାରାଂଶ ଜୈନଙ୍କୁ ଦଳରେ ସାମିଲ କରାଯାଇଥିଲା। ଯଦିଓ କୁଲଦୀପ ଅସୁସ୍ଥ ଥିବା କୁହାଗଲା, ହେଲେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଜଣେ ମୁଖ୍ୟ ୱିକେଟ୍-ଟେକର ସ୍ପିନରଙ୍କୁ ନଖେଳାଇବା ଗମ୍ଭୀରଙ୍କ ଏକ ବଡ଼ ଭୁଲ୍ ନିଷ୍ପତ୍ତି ସାବ୍ୟସ୍ତ ହେଲା। କୁଲଦୀପଙ୍କ ସ୍ଥାନରେ ଆସିଥିବା ସାରାଂଶ ଜୈନ ଶ୍ରୀଲଙ୍କା ବ୍ୟାଟରଙ୍କ ଉପରେ କୌଣସି ବିଶେଷ ପ୍ରଭାବ ପକାଇପାରି ନଥିଲେ।
୨. ଶୁଭମନ ଗିଲଙ୍କ ରକ୍ଷଣାତ୍ମକ ଅଧିନାୟକତ୍ଵ
ଚତୁର୍ଥ ଦିନରେ ଯେତେବେଳେ ପାସିନ୍ଦୁ ସୂର୍ଯ୍ୟବନ୍ଦାରା ଓ କାମିନ୍ଦୁ ମେଣ୍ଡିସ୍ ଶତକୀୟ ଭାଗୀଦାରୀ ଗଢ଼ୁଥିଲେ, ସେତେବେଳେ ଅଧିନାୟକ ଗିଲ୍ ଆକ୍ରମଣାତ୍ମକ ଫିଲ୍ଡିଂ ସେଟିଂ କରିବା ପରିବର୍ତ୍ତେ ରକ୍ଷଣାତ୍ମକ ମୁଦ୍ରା ଆପଣାଇଥିଲେ। ପୂର୍ବତନ ଭାରତୀୟ ବ୍ୟାଟର ଚେତେଶ୍ୱର ପୂଜାରା ମଧ୍ୟ ଗିଲ୍ଙ୍କ ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ଶ୍ରୀଲଙ୍କା ବ୍ୟାଟରମାନେ କାଉଣ୍ଟର-ଅଟାକ୍ କରିବା ମାତ୍ରେ ଭାରତୀୟ ଦଳ ଚାପରେ ଆସିଯାଇଥିଲା। ଏହି ସମୟରେ ବୋଲରଙ୍କୁ ୱିକେଟ୍ ନେବା ପାଇଁ ଉତ୍ସାହିତ କରିବା ପରିବର୍ତ୍ତେ ଗିଲ୍ ରନ୍ ରୋକିବା ଉପରେ ଧ୍ୟାନ ଦେଇଥିଲେ।
୩. ତଳକ୍ରମ ବ୍ୟାଟରଙ୍କୁ ଆଉଟ୍ କରିବାରେ ବୋଲର ଫ୍ଲପ୍
ପଞ୍ଚମ ଦିନର ଖେଳ ଆରମ୍ଭ ବେଳକୁ ଶ୍ରୀଲଙ୍କାର ୬ଟି ୱିକେଟ୍ ଖସିସାରିଥିଲା ଏବଂ ସେମାନଙ୍କ ପାଖରେ ମାତ୍ର ୧୬ ରନ୍ର ଅଗ୍ରଣୀ ଥିଲା। ଲାଗୁଥିଲା ଭାରତୀୟ ବୋଲର ଶ୍ରୀଲଙ୍କାର ନିମ୍ନକ୍ରମକୁ ଖୁବ୍ଶୀଘ୍ର ଅଉଟ୍ କରିଦେବେ। ହେଲେ କେଶରା ନୁୱାନ୍ଥା ଓ ସୋନାଲ ଦିନୁଷାଙ୍କ ଯୋଡ଼ିକୁ ଭାଙ୍ଗିବାରେ ବୋଲରମାନେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ।
ନୁୱାନ୍ଥା ଆଉଟ୍ ହେବା ପରେ ମଧ୍ୟ ଟେଲଏଣ୍ଡର ବୋଲର ପ୍ରଭାତ ଜୟସୂର୍ଯ୍ୟ (୨୮ ବଲ୍) ଓ ଲାହିରୁ କୁମାରା (୯୦ ବଲ୍) କ୍ରିଜରେ ଜମି ରହିଥିଲେ। ଲାହିରୁ ଓ ଦିନୁଷା ମିଶି ପ୍ରାୟ ୨୮ ଓଭର ବ୍ୟାଟିଂ କରି ଭାରତର ବିଜୟ ଆଶାକୁ ଧୂଳିସାତ୍ କରିଦେଇଥିଲେ। ଶେଷ ଦିନରେ ନିମ୍ନକ୍ରମର ୩ଟି ୱିକେଟ୍ ନେବା ପାଇଁ ୯୦ ଓଭରରୁ ଉଦ୍ଧ୍ୱର୍ ବୋଲିଂ କରିବାକୁ ପଡ଼ିବା ଭାରତୀୟ ବୋଲିଂ ରଣନୀତିର ପୋଲ୍ ଖୋଲିଦେଇଛି।
ବାଲିପାଟଣା: ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଛେନା ପନିର ବ୍ୟବସାୟୀ ତଥା ଦୋକାନ ଉପରେ ଚାଲିଛି ଘନ ଘନ ରେଡ୍। ଏହି ରେଡ୍ କ୍ବିଣ୍ଟାଲ କ୍ବିଣ୍ଟାଲ ଅପମିଶ୍ରିତ ଛେନା ଓ ପନିରକୁ ନଷ୍ଟ କରାଯାଉଛି। ଏମିତିକି ଏଭଳି ଅପମିଶ୍ରିତ ଛେନା ପନିର ପ୍ରସ୍ତୁତ କରୁଥିବା ବ୍ୟବସାୟୀଙ୍କ ଉପରେ ମଧ୍ୟ ଆକ୍ସନ ହେଉଛି। ହେଲେ ଏସବୁ ଭିତରେ କ୍ଷତି ସହୁଛନ୍ତି ଗୋପାଳ ଭାଇ। ଭେଜାଲ ଛେନା ପନିର ବ୍ୟବସାୟୀଙ୍କ ଯୋଗୁ ଏବେ ସେମାନଙ୍କ ବ୍ୟବସାୟ ସଙ୍କଟରେ। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛି ଗୋପାଳ ସଂଘ ।
ଏହି କ୍ରମରେ ଗୁରୁବାର ଅଲ୍ ଓଡ଼ିଶା ଗୋପାଳ ସମାଜର ସଦସ୍ୟମାନେ ବାଲିପାଟଣା ବ୍ଲକ୍ ଅଭୟମୁଖିଠାରେ ପହଁଞ୍ଚି ସେମାନଙ୍କର ଦାବି ଉପସ୍ଥାପନ କରିଛନ୍ତି। ଏନେଇ ଅଲ୍ ଓଡ଼ିଶା ଗୋପାଳ ସମାଜର ସାଧାରଣ ସମ୍ପାଦକ ନାରାୟଣ ଡାଳୁଆ କହିଛନ୍ତି। ଅସାଧୁ ବ୍ୟବସାୟୀଙ୍କ ଉପରେ ପ୍ରଶାସନର ଚଢ଼ାଉ ସ୍ବାଗତଯୋଗ୍ୟ। ମାତ୍ର ଏହାଦ୍ବାରା ବର୍ତ୍ତମାନ ୧୫ ଦୁଗ୍ଧ ଚାଷୀଙ୍କର ଜୀବନ ଜୀବିକା ଏବେ ସଙ୍କଟରେ। ସେ କହିଛନ୍ତି ନକଲି ପାଉଡର ତଥା ଏଥିରୁ ଛେନା ପନିର ପ୍ରସ୍ତୁତ କରୁଥିବା ବ୍ୟବସାୟୀଙ୍କ ଉପରେ ରେଡ୍ କରାଯାଉ। ଯାହଦ୍ବାରା ଏହାକୁ ରୋକାଯାଇପାରିବ। ଏହା ସହ ସେ ଦାବି କରିଛନ୍ତି ଯେ, ବିଶୁଦ୍ଧ ଛେନା ପନିରର ମୂଲ୍ୟ ବୃଦ୍ଧି କରି ୩୯୫ ଟଙ୍କା କରାଯାଉ ।
Also Read: ରାଜଧାନୀର ବିଭିନ୍ନ ମିଠା ଦୋକାନରେ ଚଢାଉ, ଚାଲିଛି ବାସୀ ଓ ଅପମିଶ୍ରିତ ମିଠାର ଯାଞ୍ଚ
ପୁଲିସ ଓ କେଏମସିର ଅଧିକାରୀମାନେ ବିଲବୋର୍ଡ ହଟାଇବାକୁ ଆସିବା ପରେ ଅଭିଷେକ ବାନାର୍ଜୀ ଏହାର ଦୃଢ଼ ପ୍ରତିବାଦ କରିଥିଲେ। ଏହି କାର୍ଯ୍ୟାନୁଷ୍ଠାନ ପାଇଁ କୌଣସି ସରକାରୀ ନିର୍ଦ୍ଦେଶନାମା କିମ୍ବା ଲିଖିତ ଅଭିଯୋଗ ଅଛି କି ନାହିଁ ଦେଖାଇବାକୁ ସେ ଦାବି କରିଥିଲେ। ଅଧିକାରୀମାନେ କୌଣସି ବୈଧ ନିର୍ଦ୍ଦେଶନାମା ଦେଖାଇବାରେ ବିଫଳ ହେବାରୁ ସେଠାରୁ ସେମାନଙ୍କୁ ଫେରିବାକୁ ପଡ଼ିଥିଲା। ପୁଲିସ୍ ଅଧିକାରୀମାନେ ବେଆଇନ ଭାବରେ କାର୍ଯ୍ୟାଳୟ ପରିସରକୁ ପଶିବାକୁ ଚେଷ୍ଟା କରୁଥିଲେ ବୋଲି ଅଭିଷେକ ଅଭିଯୋଗ ଆଣିଛନ୍ତି।
ଏହି ଘଟଣାରେ ସଂପୃକ୍ତ ପୁଲିସ୍ ଅଧିକାରୀଙ୍କ ବିରୋଧରେ ସେ ହାଇକୋର୍ଟରେ ମାମଲା ଦାୟର କରିବେ ବୋଲି ସ୍ପଷ୍ଟ କରିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ସମାଲୋଚନା କରିଛନ୍ତି ଅଭିଷେକ । ଘଟଣା ପରେ ଅଭିଷେକ ବାନାର୍ଜୀ ସାମ୍ବାଦିକ ସମ୍ମିଳନୀରେ ଶାସକ ଦଳ ଓ ପ୍ରଶାସନ ଉପରେ ବର୍ଷିଛନ୍ତି ।
ନୂଆଦିଲ୍ଲୀ: ଅଗଷ୍ଟ ୨୮ ଶୁକ୍ରବାର ଏକ ଗଭୀର ତଥା ଆଂଶିକ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ଖଗୋଳୀୟ ଦୃଷ୍ଟିକୋଣରୁ ଏହି ଗ୍ରହଣ ଭାରତୀୟ ସମୟଅନୁସାରେ ୨୮ ଅଗଷ୍ଟ ପୂର୍ବାହ୍ନ ୯ଟା ୪୩ ମିନିଟ୍ ରେ ନିଜର ଚରମ ପର୍ଯ୍ୟାୟରେ ଥିବ। ଏହି ସମୟରେ ଚନ୍ଦ୍ରଙ୍କ ଅଧିକାଂଶ ଅଞ୍ଚଳ ପୃଥିବୀ ଛାୟା ମଧ୍ୟକୁ ପ୍ରବେଶ କରିସାରିଥିବ। ଏଣୁ ଏହା ଏକ ବିଶେଷ ଗଭୀର ଓ ଆଂଶିକ ଚନ୍ଦ୍ରଗ୍ରହଣ ହେବ। ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବନି। ଅର୍ଥାତ ଗ୍ରହଣ ସମୟରେ ଭାରତରେ ଦିନ ହୋଇଥିବ। ଜ୍ୟୋତିଷ ଅନୁସାରେ ଏହି ଗ୍ରହଣ କୁମ୍ଭ ରାଶି ଓ ରାହୁଙ୍କ ସ୍ୱାମୀତ୍ୱରେ ଥିବା ଶତଭିଷା ନକ୍ଷତ୍ରରେ ଲାଗିବ।
ରାଜନୀତିରେ ଆସିବ ବଡ଼ ପରିବର୍ତ୍ତନ
କୁମ୍ଭ ରାଶିର ସମ୍ପର୍କ ସମାଜ, ଟେକ୍ନୋଲଜି, ଗଣମାଧ୍ୟମ, ସାମୂହିକ ଆନ୍ଦୋଳନ ଓ ସାର୍ବଜନିକ ବ୍ୟାପାର ସହ ରହିଛି। ଏଣୁ ଜ୍ୟୋତିଷୀୟ ଦୃଷ୍ଟିକୋଣରୁ ଏହି ଗ୍ରହଣର ସମ୍ପର୍କକୁ ଦେଶ ଦୁନିଆର ରାଜନୀତି, ଆର୍ଥିକ ନୀତି, ଟେକ୍ନୋଲଜି ଓ ସାମାଜିକ ହଲଚଲ ସହ ଯୋଡି ଦେଖା ଯାଉଛି। ଚନ୍ଦ୍ରଙ୍କୁ ଜନତାଙ୍କ ମନ ଓ ଭାବନାର କାରକ ମନେ କରାଯାଏ। ଏଥିରେ କୁମ୍ଭ ରାଶି ସାମାଜିକ ଓ ସାମୁହିକ ବ୍ୟବସ୍ଥା ସହିତ ଜଡିତ। ଏଣୁ ଗ୍ରହଣ ଯୋଗୁ ଜନମତ, ରାଜନୈତିକ ରଣନୀତି ଓ ସରକାରୀ ନୀତିରେ ପରିବର୍ତ୍ତନ ହୋଇପାରେ ବୋଲି ଅନୁମାନ କରାଯାଉଛି।
ଆର୍ଥିକ ଅନିଶ୍ଚିତତାର ଆଶଙ୍କା
ଏହି ଗ୍ରହଣ ଯୋଗୁ ବିଭିନ୍ନ ଦେଶରେ ସରକାରମାନେ ଜନତାଙ୍କ ପ୍ରସଙ୍ଗ ଉପରେ ଅଧିକ ଧ୍ୟାନ ଦେବେ। ପୁରୁଣା ନୀତିର ସମୀକ୍ଷା ହୋଇପାରେ ଓ ନୂଆ ସୁଧାର ଚର୍ଚ୍ଚାର ବିଷୟ ହୋଇପାରେ। ଜ୍ୟୋତିଷୀୟ ଦୃଷ୍ଟିରୁ ଏହି ଗ୍ରହଣ ଆର୍ଥିକ ମାମଲାରେ ଅନିଶ୍ଚିତତାର ସଂକେତ ଦେଉଛି। ସେୟାରବଜାର, ବୈଷୟିକ କମ୍ପାନୀ, ସଞ୍ଚାର କ୍ଷେତ୍ର ଓ ଡିଜିଟାଲ ବିଜନେସ୍ ରେ ଅସନ୍ତୁଳନ ଦେଖା ଦେଇପାରେ। ଏଣୁ ନିବେଶକ ଭାବନାରେ ଭାସି ନଯାଇ ନିବେଶ୍ ନିଷ୍ପତ୍ତି ନେବାରୁ ବର୍ତ୍ତିବା ଆବଶ୍ୟକ। କୌଣସି ବଡ଼ ନିବେଶ ପୂର୍ବରୁ ବଜାରର ତଥ୍ୟ ଓ ଦୀର୍ଘ ସମୟର ସଠିକ ମୂଲ୍ୟାଙ୍କନ କରିବା ବୁଦ୍ଧିମାନର କାମ ହେବ।
ଆଇଟିକୁ ନେଇ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା
କୁମ୍ଭରାଶିର ସମ୍ପର୍କ ଆଧୁନିକ ବୈଷୟିକ ଜ୍ଞାନକୌଶଳ, ନୂଆ ବିଚାର ଓ ବୈଜ୍ଞାନିକ ପ୍ରଣାଳୀ ସହ ସମ୍ବଦ୍ଧିତ। ଏହି ଗ୍ରହଣ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସୀ, ଇଣ୍ଟରନେଟ୍ ଟେକ୍ନୋଲଜି, ଦୂରସଞ୍ଚାର ଓ ବୈଜ୍ଞାନିକ ଗବେଷଣାରେ ବଡ଼ ପରିବର୍ତ୍ତନର ସମୟ ହୋଇପାରେ। ଡିଜିଟାଲ ଟେକ୍ନୋଲଜି ସମ୍ପର୍କିତ ନୂଆ ନିୟମ ଅଥବା ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇପାରେ। ଜ୍ୟୋତିଷରେ ଚନ୍ଦ୍ର ମନର ସ୍ଥିତିକୁ ପ୍ରତିନିଧିତ୍ୱ କରନ୍ତି। ଚନ୍ଦ୍ରଗ୍ରହଣ ପ୍ରଭାବ ଯୋଗୁ ଲୋକଙ୍କ ପ୍ରତିକ୍ରିୟା ଓ ସାମାଜିକ ଚର୍ଚ୍ଚା ବଢିପାରେ। ସୋସିଆଲ ମିଡିଆରେ ପ୍ରମୁଖ ପ୍ରସଙ୍ଗକୁ ନେଇ ବିତର୍କ ବଢିପାରେ। ସାମାଜିକ ନ୍ୟାୟ, ଜନକଲ୍ୟାଣ, ସ୍ୱାସ୍ଥ୍ୟ ସେବା ଓ ପରିବେଶ ସମ୍ପର୍କିତ ବିଷୟ ଆଡକୁ ଲୋକେ ଅଧିକ ଧ୍ୟାନ ଦେବେ।
ଭାରତ ଉପରେ ପଡିବନି ସିଧା ପ୍ରଭାବ
ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଗ୍ରହଣର ସମ୍ପର୍କକୁ ପ୍ରାକୃତିକ ପରିସ୍ଥିତିରେ ପରିବର୍ତ୍ତନ ସହ ଯୋଡା ଯାଏ। ଏହି ସମୟରେ କିଛି ଜ୍ୟୋତିଷ ପାଣିପାଗର ମିଜାଜ ଓ ପରିବେଶିୟ ପରିବର୍ତ୍ତନକୁ ଇଶାରା କରୁଛନ୍ତି। ବିଜ୍ଞାନ ଅନୁସାରେ ଚନ୍ଦ୍ରଗ୍ରହଣର ସମ୍ପର୍କ ପ୍ରାକୃତିକ ବିପର୍ଯ୍ୟୟ ଅଥବା ପାଣିପାଗ ସହିତ ସିଧା ସମ୍ପର୍କ ନାହିଁ। ଏଣୁ ଏହାକୁ କେବଳ ଏକ ଜ୍ୟୋତିଷୀୟ ବିଚାର ରୂପେ ଦେଖା ଯାଉଛି। ଚନ୍ଦ୍ରଗ୍ରହଣ ଭାରତରେ ଦେଖାଯିବନି। ଏଣୁ ଦେଶରେ ଏହାକୁ ସିଧା ଦେଖି ହେବନି। ଏହି ଖଗୋଳୀୟ ଘଟଣା ଏଥି ପାଇଁ ଖାସ ଯେ କାରଣ ଚନ୍ଦ୍ରର ଏକ ବୃହତ୍ତ ଅଂଶ ପୃଥିବୀ ଛାଇରେ ଢାଙ୍କି ହୋଇଯିବ। ଏଣୁ ଚନ୍ଦ୍ରର ସେହି ଭାଗ ଇସତ ଲାଲ ଅଥବା ନାରଙ୍ଗୀ ରଙ୍ଗ ଧାରଣ କରିବ।
କୋରାପୁଟ: ସାରା ରାଜ୍ୟରେ ଆନନ୍ଦ ଓ ଉତ୍ସାହର ସହ ପାଳିତ ହେଉଛି ପବିତ୍ର ରକ୍ଷାବନ୍ଧନ। ଗାଁରୁ ସହର ସବୁଠି ସ୍ନେହ ଆଉ ଭଲପାଇବାର ଡୋର ବନ୍ଧା ହେଉଥିବା ବେଳେ, ଏହି ଅବସରରେ କୋରାପୁଟ ମଣ୍ଡଳ କାରାଗାରରେ ଦେଖିବାକୁ ମିଳିଛି ଏକ ଅତ୍ୟନ୍ତ ଭାବବିହ୍ୱଳ ପରିବେଶ। ସ୍ନେହର ଏହି ବିଶେଷ ପର୍ବ ଆଗରେ ହାର୍ ମାନିଛି ଜେଲର କଠୋର ନିୟମ ଓ ଚାରିକାନ୍ଥ। କାରାଗାରର ସୀମା ମଧ୍ୟ ଭାଇ-ଭଉଣୀର ପବିତ୍ର ସମ୍ପର୍କ ଓ ସ୍ନେହକୁ ରୋକିବାରେ ଅସମର୍ଥ ହୋଇଛି।
ଜେଲ୍ ଝରକାରେ ବନ୍ଧାହେଲା ସୁରକ୍ଷାର ଡୋର
ରକ୍ଷାବନ୍ଧନ ଉପଲକ୍ଷେ ଜେଲରେ ଥିବା କଏଦୀ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଅନେକ ଭଉଣୀ କୋରାପୁଟ କାରାଗାରରେ ପହଞ୍ଚିଥିଲେ। ଜେଲର ଲୁହା ଝରକା ସେପାଖେ ଥିବା ଭାଇର କାବଜିରେ ରାକ୍ଷୀ ବାନ୍ଧିବା ସମୟରେ ଉଭୟ ଭାଇ ଓ ଭଉଣୀ ନିଜ ଲୁହକୁ ରୋକି ପାରିନଥିଲେ। ଭଉଣୀ ହାତରୁ ସ୍ନେହର ରାକ୍ଷୀ ପିନ୍ଧିବା ପରେ ଭାଇମାନେ ମଧ୍ୟ ଆଶୀର୍ବାଦ ଦେବା ସହ ଜୀବନସାରା ସୁରକ୍ଷା ଦେବାର ସଂକଳ୍ପ ନେଇଥିଲେ।
ଜେଲ୍ କର୍ତ୍ତୃପକ୍ଷଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା
ଏହି ପବିତ୍ର ଦିନରେ କୌଣସି ଭାଇ-ଭଉଣୀ ଯେପରି ସ୍ନେହର ଆଦାନପ୍ରଦାନରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ କୋରାପୁଟ ଜେଲ୍ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସୁବିଧା କରାଯାଇଥିଲା। କଏଦୀମାନେ ଯେପରି ନିଜ ଆପଣାର ଲୋକଙ୍କୁ ଭେଟି ମନଖୁସିରେ ରକ୍ଷାବନ୍ଧନ ପାଳନ କରିପାରିବେ, ସେଥିପାଇଁ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ପ୍ରତ୍ୟକ୍ଷ ତଦାରଖରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ଶ୍ରଦ୍ଧାର ଏହି ପର୍ବରେ କେବଳ ବାହାରୁ ଆସିଥିବା ଭଉଣୀ ନୁହନ୍ତି, ବରଂ କାରାଗାର ମଧ୍ୟରେ ଥିବା ମହିଳା କଏଦୀମାନେ ମଧ୍ୟ ପୁରୁଷ କଏଦୀଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇ-ଭଉଣୀର କର୍ତ୍ତବ୍ୟ ସମ୍ପାଦନ କରିଥିଲେ। ଜେଲ୍ ପ୍ରଶାସନର ଏହି ଆବେଗପୂର୍ଣ୍ଣ ଆଭିମୁଖ୍ୟ ଯୋଗୁଁ କାରାଗାର ପରିସରରେ ଏକ ଆଧ୍ୟାତ୍ମିକ ଓ ସ୍ନେହପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା।
ନ୍ୟୁୟର୍କ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ ଶନିବାର ନ୍ୟୁୟର୍କରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିବେ । କିନ୍ତୁ ଏହାର ଦିନକ ପୂର୍ବରୁ ଆମେରିକୀୟ ହିନ୍ଦୁମାନଙ୍କ ପାଇଁ ଏନଗେଜମେଣ୍ଟ ଆଣ୍ଡ ଡାଏଲଗ୍ (AHEAD ଫୋରମ୍)ର ଏକ୍ସ ଆକାଉଣ୍ଟକୁ ସସପେଣ୍ଡ ହୋଇଛି । ଏହା ସେହି ଆମେରିକାରେ ଘଟିଛି, ଯିଏ ମାନବାଧିକାର ଏବଂ ଅଭିବ୍ୟକ୍ତିର ସ୍ୱାଧୀନତାର ଚାମ୍ପିଅନ୍ ବୋଲି ଆତ୍ମପ୍ରତାର କରିବୁଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏକ୍ସ ପକ୍ଷରୁ ଏହି ସସପେଣ୍ଡର କୌଣସି କାରଣ ଦିଆଯାଇନାହିଁ । AHEAD ଫୋରମ୍ ଅଗଷ୍ଟ ୨୯ରେ "ୟୁନିଭର୍ସାଲ୍ ୱାନନେସ୍ ସେଲିବ୍ରେସନ୍" ନାମରେ ଏକ କାର୍ଯ୍ୟକ୍ରମ ଆୟୋଜନ କରୁଛି, ଯେଉଁଠାରେ ଭାଗବତ ମ୍ୟାଡିସନ୍ ସ୍କୋୟାର ଗାର୍ଡେନ୍ର ଇନଫୋସିସ୍ ଥିଏଟରରେ ସମ୍ବୋଧିତ କରିବେ । ଆକାଉଣ୍ଟ ସସପେଣ୍ଡ ହେବା ପରେ, AHEAD ଆକାଉଣ୍ଟକୁ ପୁନରୁଦ୍ଧାର କରିବା ପାଇଁ ଏକ୍ସକୁ ଅପିଲ୍ କରିଛି ।
AHEAD ନ୍ୟୁୟର୍କ କାର୍ଯ୍ୟକ୍ରମକୁ ଏକତା, ପାରସ୍ପରିକ ବୁଝାମଣା, ସମନ୍ୱୟ ଏବଂ ବିଭିନ୍ନ ଧର୍ମ ମଧ୍ୟରେ ଆଲୋଚନା ଉପରେ କେନ୍ଦ୍ରିତ ରକ୍ଷା ବନ୍ଧନ ଉତ୍ସବ ଭାବରେ ବର୍ଣ୍ଣନା କରିଛି । AHEAD କହିଛି ଯେ ୨୦୦ରୁ ଅଧିକ ହିନ୍ଦୁ-ଆମେରିକୀୟ ସଂଗଠନ ଏହି ବହୁସାଂସ୍କୃତିକ ଉତ୍ସବକୁ ସମର୍ଥନ କରୁଛନ୍ତି । ସଂଗଠନ ଯୁକ୍ତି ରଖିଛି ଯେ ଏହାର କମ୍ୟୁନିକେସନ ଏକ୍ସର ନୀତି ଅନୁରୂପ ଥିଲା । ସେମାନେ କହିଛନ୍ତି ଯେ ଏହାର ପୋଷ୍ଟଗୁଡ଼ିକ "ସାର୍ବଜନୀନ ଶାନ୍ତି, ଏକତା, ସମନ୍ୱୟ" ଏବଂ ସମ୍ପ୍ରଦାୟ ମଧ୍ୟରେ ଗଠନମୂଳକ ଆଲୋଚନା ଉପରେ କେନ୍ଦ୍ରିତ ଥିଲା ।
ଏକ୍ସ କାହିଁକି AHEADର ଆକାଉଣ୍ଟକୁ ସସପେଣ୍ଡ କଲା ?
ଅଗଷ୍ଟ ୨୯ରେ ନ୍ୟୁୟର୍କ ସିଟି ମେୟର ଜୋରାନ ମାମଦାନିଙ୍କ ଦ୍ୱାରା ବିରୋଧ ବିବାଦ ମଧ୍ୟରେ AHEADର ଏକ୍ସ ଆକାଉଣ୍ଟକୁ ନିଲମ୍ବନ କରାଯାଇଛି । ଭାଗବତ ଏବଂ ଆରଏସଏସର ସମାଲୋଚନାକାରୀ ଗୋଷ୍ଠୀଗୁଡ଼ିକ ଏହାକୁ ବିରୋଧ କରିଥିଲେ । ଏହି ବିବାଦ ସହିତ ଆକାଉଣ୍ଟ ସସପେଣ୍ଡର କୌଣସି ସାର୍ବଜନୀନ ପ୍ରମାଣ ନାହିଁ ।
ସୁରକ୍ଷା ପରାମର୍ଶ ଜାରି କରିଛି ହିନ୍ଦୁ ସଂଗଠନ
ହିନ୍ଦୁ ଆମେରିକୀୟ ଫାଉଣ୍ଡେସନ କାର୍ଯ୍ୟକ୍ରମ ପୂର୍ବରୁ ଏକ ସୁରକ୍ଷା ପରାମର୍ଶଦାତା ଜାରି କରିଛି । ଏଥିରେ ଲୋକମାନଙ୍କୁ ସତର୍କ ରହିବାକୁ, ପରିସ୍ଥିତି ଉପରେ ନଜର ରଖିବାକୁ ଏବଂ ଆଲୋଚନା ସମୟରେ ସଂଯମତା ବଜାୟ ରଖିବାକୁ ଅନୁରୋଧ କରାଯାଇଛି । ସଂଗଠନ ପକ୍ଷରୁ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ଲୋକଙ୍କ ସୁରକ୍ଷା ଏବଂ ନାଗରିକ ଅଧିକାର ସୁନିଶ୍ଚିତ କରିବାକୁ ମେୟର ମାମଦାନୀଙ୍କୁ ମଧ୍ୟ ଅନୁରୋଧ କରିଛି । ଏଚଏଏଫ୍ ଚେତାବନୀ ଦେଇଛି ଯେ ମ୍ୟାଡିସନ୍ ସ୍କୋୟାର ଗାର୍ଡେନର ଇନଫୋସିସ୍ ଥିଏଟରରେ ଶନିବାର ହେବାକୁ ଥିବା "ୟୁନିଭର୍ସାଲ୍ ୱାନନେସ୍ ସେଲିବ୍ରେସନ୍" କାର୍ଯ୍ୟକ୍ରମକୁ ବାଧା ଦେବା କିମ୍ବା ବାତିଲ କରିବାକୁ ଚେଷ୍ଟା କରାଯାଇପାରେ ।
ଭାଗବତଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ USCIRF ଦାବି କରିଛି
ଧାର୍ମିକ ସ୍ୱାଧୀନତା ଉପରେ ଆମେରିକୀୟ କଂଗ୍ରେସର ଏକ ପରାମର୍ଶଦାତା କମିଟି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ମୋହନ ଭାଗବତଙ୍କୁ ପ୍ରଦାନ କରାଯାଇଥିବା ଭିସା ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛି । ଭାଗବତ ତିନି ରାଷ୍ଟ୍ର ଗସ୍ତର ଅଂଶ ଭାବରେ ନ୍ୟୁୟର୍କରେ ଅଛନ୍ତି । ଆମେରିକୀୟ ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା କମିଶନ ଏକ ବିବୃତ୍ତିରେ କହିଛି, "ସଂଗଠନ ମୋହନ ଭାଗବତଙ୍କ ଆମେରିକା ଗସ୍ତକୁ ନେଇ ଗଭୀର ଚିନ୍ତିତ ।" USCIRF ଅଭିଯୋଗ କରିଛି ଯେ ଆରଏସଏସ ସହ ଜଡ଼ିତ ସଂଗଠନର ସଦସ୍ୟମାନେ "ଧାର୍ମିକ ସଂଖ୍ୟାଲଘୁ" ବିରୁଦ୍ଧରେ "ହିଂସାତ୍ମକ ଆକ୍ରମଣ" କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ USCIRF ଅଧ୍ୟକ୍ଷ ଆସିଫ୍ ମହମୁଦ ହେଉଛନ୍ତି ପାକିସ୍ତାନୀ ବଂଶୋଦ୍ଭବ । ସେ ତାଙ୍କର ଭାରତ ବିରୋଧୀ ଚିନ୍ତାଧାର ପାଇଁ ବିବାଦୀୟ ।
ମେଷ- କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ବ୍ୟବସାୟରେ ପୁରୁଣା ବକେୟା ଆଦାୟର ସମ୍ଭାବନା ଅଛି। ପରିବାରରେ ଖୁସିର ପରିବେଶ ରହିବ। ଅନାବଶ୍ୟକ ତର୍କରୁ ଦୂରେଇ ରୁହନ୍ତୁ। ସନ୍ଧ୍ୟାରେ ଶୁଭ ଖବର ମିଳିପାରେ। ନୂଆ ପରିଚୟ ଭବିଷ୍ୟତରେ ଲାଭଦାୟକ ହେବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ।
ବୃଷ- ଆୟ ଅପେକ୍ଷା ବ୍ୟୟ ବଢ଼ିପାରେ। ଆର୍ଥିକ ନିଷ୍ପତ୍ତିରେ ସତର୍କ ରୁହନ୍ତୁ। ପରିବାରର ସହଯୋଗ ପାଇବେ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ଧୈର୍ଯ୍ୟ ରଖିଲେ ଲାଭ ମିଳିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଋଣ କାରବାରରେ ସତର୍କତା ଆବଶ୍ୟକ।
ମିଥୁନ- କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ନୂଆ ଯୋଜନା ଆରମ୍ଭ କରିପାରନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ। ପରିବାରରେ ମଧୁର ସମ୍ପର୍କ ରହିବ। ଅନାବଶ୍ୟକ ଖର୍ଚ୍ଚ କମାନ୍ତୁ। ଦୂରଯାତ୍ରାର ଯୋଜନା ହୋଇପାରେ। ବରିଷ୍ଠଙ୍କ ପରାମର୍ଶ ଲାଭଦାୟକ ହେବ।
କର୍କଟ- ଅଟକିଥିବା କାମ ଆଗକୁ ବଢ଼ିବ। ଘରେ ଧାର୍ମିକ ପରିବେଶ ରହିପାରେ। ଚାକିରିରେ ଦାୟିତ୍ୱ ବଢ଼ିବ। ବନ୍ଧୁଙ୍କ ପରାମର୍ଶ ଉପକାରୀ ହେବ। ସ୍ୱାସ୍ଥ୍ୟ ସାଧାରଣ ରହିବ। ଅନାବଶ୍ୟକ ଚିନ୍ତାରୁ ଦୂରେ ରୁହନ୍ତୁ। ପରିବାର ସହ ସମୟ କାଟିବେ।
ସିଂହ- ଆତ୍ମବିଶ୍ୱାସ ବଢ଼ିବ। ବ୍ୟବସାୟରେ ଭଲ ଲାଭର ସୁଯୋଗ ରହିଛି। ପରିବାରରେ ସମ୍ମାନ ବଢ଼ିବ। ନୂଆ ପରିଚୟ ଭବିଷ୍ୟତରେ ଲାଭଦାୟକ ହେବ। ଅହଙ୍କାର ଠାରୁ ଦୂରେଇ ରୁହନ୍ତୁ। ଧନ ପ୍ରାପ୍ତିର ନୂଆ ମାର୍ଗ ଖୋଲିପାରେ। ଅଧିକାରୀଙ୍କ ସହଯୋଗ ମିଳିବ।
କନ୍ୟା- କର୍ମରେ ପରିଶ୍ରମର ଫଳ ମିଳିବ। ଅନାବଶ୍ୟକ ଚିନ୍ତା ଛାଡ଼ନ୍ତୁ। ଧନ ସଞ୍ଚୟ ପ୍ରତି ଧ୍ୟାନ ଦିଅନ୍ତୁ। ପରିବାରରେ ଶାନ୍ତି ରହିବ। ଦୂରଯାତ୍ରା ଯୋଜନା ହୋଇପାରେ। ପୁରୁଣା କାମ ସମ୍ପୂର୍ଣ୍ଣ ହେବ। ନିଜ କଥାବାର୍ତ୍ତାରେ ସଂଯମ ରଖନ୍ତୁ।
ତୁଳା- ଚାକିରିରେ ନୂଆ ଦାୟିତ୍ୱ ମିଳିପାରେ। ବ୍ୟବସାୟରେ ସତର୍କତା ସହ କାମ କରନ୍ତୁ। କାହାକୁ ସହଜରେ ବିଶ୍ୱାସ କରନ୍ତୁ ନାହିଁ। ପରିବାରର ସହଯୋଗ ମିଳିବ। ଧୈର୍ଯ୍ୟ ରଖିଲେ ସଫଳତା ମିଳିବ। ସନ୍ତାନ ପକ୍ଷରୁ ଖୁସି ମିଳିପାରେ। ସନ୍ଧ୍ୟା ସମୟ ଶୁଭ ରହିବ।
ବିଛା- ମାନସିକ ଉତ୍ସାହ ବଢ଼ିବ। ଧନଲାଭର ସମ୍ଭାବନା ଅଛି। ବ୍ୟବସାୟରେ ନୂଆ ସୁଯୋଗ ଆସିପାରେ। ପରିବାରରେ ଖୁସିର ପରିବେଶ ରହିବ। ଅତି ରାଗରୁ ଦୂରେ ରୁହନ୍ତୁ। ଦୀର୍ଘଦିନର ଇଚ୍ଛା ପୂରଣ ହୋଇପାରେ। ନୂଆ କାର୍ଯ୍ୟ ଆରମ୍ଭ ପାଇଁ ସମୟ ଅନୁକୂଳ।
ଧନୁ- ଭାଗ୍ୟର ସହଯୋଗ ମିଳିବ। କର୍ମକ୍ଷେତ୍ରରେ ସମ୍ମାନ ବଢ଼ିବ। ପୁରୁଣା ବିବାଦର ସମାଧାନ ହୋଇପାରେ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ସନ୍ଧ୍ୟା ସମୟ ଶୁଭ ରହିବ। ଆର୍ଥିକ ଅବସ୍ଥାରେ ସୁଧାର ଦେଖାଯିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।
ମକର- ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଅଟକିଥିବା ଧନ ମିଳିବାର ଯୋଗ ଅଛି। ଚାକିରିରେ ଉନ୍ନତିର ସମ୍ଭାବନା ରହିଛି। ପରିବାରରେ ସୁଖ-ଶାନ୍ତି ରହିବ। ନୂଆ ବିନିଯୋଗ ପୂର୍ବରୁ ଭଲଭାବେ ଚିନ୍ତା କରନ୍ତୁ। ଭାଇଭଉଣୀଙ୍କ ସହଯୋଗ ପାଇବେ। ମାନସିକ ଚାପ କମିବ।
କୁମ୍ଭ- ନୂଆ ସମ୍ପର୍କରୁ ଲାଭ ମିଳିବ। ବ୍ୟବସାୟରେ ଅଗ୍ରଗତି ହେବ। ସାମାଜିକ କାର୍ଯ୍ୟରେ ସମ୍ମାନ ବଢ଼ିବ। ପରିବାର ସହ ସମୟ ବିତାଇବେ। ସ୍ୱାସ୍ଥ୍ୟ ଭଲ ରହିବ। ନୂଆ ଚୁକ୍ତି କିମ୍ବା ବ୍ୟବସାୟିକ ଆଲୋଚନା ସଫଳ ହୋଇପାରେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ।
ମୀନ- ଦିନଟି ସକାରାତ୍ମକ ରହିବ। ଶତ୍ରୁ ପକ୍ଷ ଦୁର୍ବଳ ହେବେ। ଚାକିରି ଓ ବ୍ୟବସାୟରେ ଭଲ ଫଳ ମିଳିବ। ପରିବାରରେ ଆନନ୍ଦମୟ ପରିବେଶ ରହିବ। ସନ୍ଧ୍ୟାରେ ଶୁଭ ସମ୍ବାଦ ମିଳିପାରେ। ଧାର୍ମିକ ସ୍ଥାନକୁ ଯିବାର ସୁଯୋଗ ମିଳିପାରେ। ପରିଶ୍ରମର ଉଚିତ ଫଳ ପ୍ରାପ୍ତ ହେବ।
ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ – 8249826682
ନୂଆଦିଲ୍ଲୀ: ନେପାଳରେ ଆସିଥିବା ଜଳ ପ୍ରଳୟରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ଏବେବି ହଜାର ହଜାର ଲୋକ ଫସିଥିବା ଆଶଙ୍କା କରାଯାଉଛି। ହେଲେ ଏହି ବିପଦ ସମୟରେ ବି ସୁଯୋଗ ଖୋଜୁଛନ୍ତି ଲୋକେ। ନେପାଳରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଏବେ ବିହାରର ଗଣ୍ଡକ ନଦୀ କୂଳରେ ରହୁଥିବା ଲୋକଙ୍କ ପାଇଁ ରୋଜଗାରର ମାଧ୍ୟମ ପାଲଟିଛି। ବଡ଼ କଥା ହେଲା ନିଜ ଜୀବନକୁ ବାଜି ଲଗାଇ ସ୍ଥାନୀୟ ବାସିନ୍ଦା ଉଛୁଳା ନଦୀ ଗର୍ଭରେ ପଶୁଛନ୍ତି। ଆଉ ଏଭଳି କରିବାର କାରଣ ହେଉଛି ନେପାଳରୁ ଭାସି ଆସୁଥିବା କାଠ, ଗ୍ୟାସ ସିଲିଣ୍ଡର ଏବଂ ବିଭିନ୍ନ ଗୃହୋପକରଣ ସାମଗ୍ରୀ ସଂଗ୍ରହ କରିବା ପାଇଁ ଏହି ଉପକୂଳବର୍ତ୍ତୀ ଅଞ୍ଚଳରେ ଏବେ ପ୍ରତିଯୋଗିତା ଚାଲିଛି।
ରିପୋର୍ଟ ଅନୁସାରେ, ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାର ବାଲ୍ମୀକିନଗର, ବଗହା ଏବଂ ମଧୁବନୀ ଭଳି ଅଞ୍ଚଳରେ ଗୁରୁବାର ସକାଳୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଲୋକେ ଟ୍ୟୁବ୍ ଏବଂ ଛୋଟ ଡଙ୍ଗା ସାହାଯ୍ୟରେ ନଦୀ ମଝିକୁ ଯାଇ ଭାସି ଆସୁଥିବା ସାମଗ୍ରୀ କୂଳକୁ ଆଣୁଛନ୍ତି। କିଛି ସ୍ଥାନୀୟ ଲୋକଙ୍କ ଦାବି ଅନୁଯାୟୀ, ବିଭିନ୍ନ ଘାଟରୁ ଏପର୍ଯ୍ୟନ୍ତ ପ୍ରାୟ ୧୦୦ରୁ ଅଧିକ ଏଲପିଜି ଗ୍ୟାସ ସିଲିଣ୍ଡର ଉଦ୍ଧାର କରାଯାଇ ସାରିଲାଣି। ଏହି ସାମଗ୍ରୀଗୁଡ଼ିକୁ ଲୋକେ ନିଜ ଘରୋଇ ବ୍ୟବହାରରେ ଲଗାଉଛନ୍ତି କିମ୍ବା ବଜାରରେ ବିକ୍ରି କରି ଦେଉଛନ୍ତି।
Also Read: ତିବ୍ଦତ ସୀମାରେ ଅଟକି ରହିଛନ୍ତି DRDOର ପୂର୍ବତନ ମୁଖ୍ୟ ସତୀଶ ରେଡ୍ଡୀ ଓ ତାଙ୍କ ପତ୍ନୀ, ସାଙ୍ଗରେ ଥିବା ୩୧ ଯାତ୍ରୀ ମଧ୍ୟ ସୁରକ୍ଷିତ
ଅବଶ୍ୟ ଏଭଳି ଦୁଃସାହସିକ କାର୍ଯ୍ୟ ଯୋଗୁ କୌଣସି ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ଦେଖାଦେଇଛି। ଏଥିପାଇଁ ସତର୍କତା ଦୃଷ୍ଟିରୁ ସ୍ଥାନୀୟ ଏସଡିଏମ ଚାନ୍ଦନୀ କୁମାରୀ ଜନସାଧାରଣଙ୍କୁ ନଦୀ କୂଳକୁ ନଯିବା ପାଇଁ ସତର୍କ କରାଇ ଦେଇଛନ୍ତି। ବିନା କାରଣରେ ନଦୀକୁ ଓହ୍ଲାଉଥିବା ଲୋକଙ୍କୁ ଚିହ୍ନଟ କରାଯିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ନଦୀର ଜଳସ୍ତର ସ୍ୱାଭାବିକ ଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ପୋଲିସ ଓ ପ୍ରଶାସନିକ ଟିମ୍ ସମ୍ପୂର୍ଣ୍ଣ ଆଲର୍ଟ ଅଛନ୍ତି ଏବଂ ଲୋକଙ୍କୁ ବାରଣ କରାଯାଉଛି। ନିୟମ ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।
କୋଲକାତା: ବଙ୍ଗୋପସାଗରରେ ଗତ ୩ ସପ୍ତାହରୁ ଅଧିକ ସମୟ ଧରି ନିଖୋଜ ଥିବା ଆନ୍ଧ୍ରପ୍ରଦେଶର ୭ ଜଣ ମତ୍ସ୍ୟଜୀବୀଙ୍କୁ ପଶ୍ଚିମବଙ୍ଗ ଉପକୂଳରୁ ଉଦ୍ଧାର କରାଯାଇଛି। କୋଲକାତାର ଏକ ମାଛଧରା ଡଙ୍ଗା ବୁଧବାର ସେମାନଙ୍କୁ ସମୁଦ୍ର ମଝିରେ ଦେଖି ସୁରକ୍ଷିତ ଭାବରେ ଶଙ୍ଖପୁର ବନ୍ଦରକୁ ନେଇ ଆସିଥିଲା।
ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀମାନେ ହେଉଛନ୍ତି, ରାମକୃଷ୍ଣ ବର୍ମା (ଡଙ୍ଗା ମାଲିକ), କୋଲ୍ଲାଟି ଶ୍ରୀନୁବାବୁ, ୟେଶୁଦାସ, ପାଲେପୁ ଶାନ୍ତାରାଓ, କାର୍ଯ୍ୟ ରାମୁଡୁ, କାଟାଡି ସତୀଶ କୁମାର ଏବଂ ସଙ୍ଗାଡି ତାତା ରାଓ। ସେମାନେ ଆନ୍ଧ୍ରପ୍ରଦେଶର ବି. ଆର. ଆମ୍ବେଦକର କୋନାସୀମା ଜିଲ୍ଲାର । ଅଗଷ୍ଟ ୩ ରେ ଓଡାଲାଭୁରୁ ବାହାରିବା ପରେ ଅଗଷ୍ଟ ୪ ରେ ଡଙ୍ଗାର କ୍ଲଚ୍-ପ୍ଲେଟ୍ ଏବଂ ଇଞ୍ଜିନ୍ ଗିୟରବକ୍ସ ଖରାପ ହୋଇଯାଇଥିଲା। ସମୁଦ୍ର ମଝିରେ ଇଞ୍ଜିନ୍ ସମ୍ପୂର୍ଣ୍ଣ ଅଚଳ ହୋଇଯିବାରୁ ଡଙ୍ଗାଟି ପ୍ରବଳ ପବନ ଯୋଗୁଁ  ଭାସି ଭାସି ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଚାଲିଯାଇଥିଲା ।
୧୫ ଦିନର ଖାଦ୍ୟ ସାମଗ୍ରୀ ସରିଯିବା ପରେ ସେମାନେ ଦୁଇ ଦିନରେ ଥରେ ଖାଇ ରହିଥିଲେ। ମୋବାଇଲ ନେଟୱର୍କ ନଥିବାରୁ ପରିବାର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ବୁଧବାର ସକାଳେ କୋଲକାତାର ଏକ ଡଙ୍ଗା ସେମାନଙ୍କୁ ଉଦ୍ଧାର କରି ଶଙ୍ଖପୁର ଫିସିଂ ହାର୍ବରକୁ ଆଣିଥିଲା। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ସ୍ୱତନ୍ତ୍ର ଭାବରେ ଏହି ଉଦ୍ଧାର କାର୍ଯ୍ୟର ତଦାରଖ କରୁଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉଦ୍ଧାର ମତ୍ସ୍ୟଜୀବୀଙ୍କ ସହ କଥା ହୋଇ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସମସ୍ତ ୭ ଜଣ ମତ୍ସ୍ୟଜୀବୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ସେମାନଙ୍କୁ ନିଜ ନିଜ ଗାଁକୁ ଫେରାଇ ନେବା ପାଇଁ ବ୍ୟବସ୍ଥା କରାଯାଉଛି।
ବାରିପଦା ୨୭।୮: ନେପାଳ-ତିବ୍ଦତ ସୀମାରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ବିଭୀଷିକା ପରେ ନିଖୋଜ ଅଛନ୍ତି ବାରିପଦା ପୌରପାଳିକାର ୨୩ ନମ୍ବର ୱାର୍ଡ ଅଞ୍ଚଳର ୨୧ ବର୍ଷୀୟା କୁଲସୁମ ନିଗାର । ନେପାଳର ପୋଖରା ଅଞ୍ଚଳକୁ ଟ୍ରେକିଂ ପାଇଁ ଯାଇଥିବା କୁଲସୁମଙ୍କ ସହ ଗତ ୨୫ ତାରିଖରୁ ଯୋଗାଯୋଗ ହୋଇପାରୁନାହିଁ । ଫଳରେ ପରିବାର ଲୋକଙ୍କ ମଧ୍ୟରେ ଚିନ୍ତା ଓ ଆତଙ୍କ ବଢ଼ିଛି ।
୧୨ ଜଣିଆ ଟିମ୍ ଯାଇଥିଲେ
ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅଗଷ୍ଟ ୨୧ ତାରିଖରେ କୁଲସୁମ ବାରିପଦାରୁ ବସ୍ ଯୋଗେ କୋଲକାତା ଯାଇଥିଲେ । ସେଠାରେ ଭୁବନେଶ୍ୱରରୁ ଯାଇଥିବା ତାଙ୍କ ସାଙ୍ଗ ଦୀପିକା ଏକ୍କାଙ୍କ ସହ ମିଥିଳା ଏକ୍ସପ୍ରେସ୍ ଯୋଗେ ବିହାରର ରକ୍ସୋଲରେ ପହଞ୍ଚିଥିଲେ । ରକ୍ସୋଲରୁ ଏକ ୧୨ ଜଣିଆ ଟିମ୍ ସହ ଟ୍ୟାକ୍ସି ଯୋଗେ ନେପାଳର ପୋଖରା ଯାଇଥିଲେ ।
୨୫ରୁ ହୋଇପାରୁନି ଯୋଗାଯୋଗ
ଅଗଷ୍ଟ ୨୫ ତାରିଖ ସକାଳ ପ୍ରାୟ ୧୧ଟା ସମୟରେ କୁଲସୁମ ଟ୍ରେକିଂ ପାଇଁ ବାହାରିଥିଲେ । ବାହାରିବା ପୂର୍ବରୁ ସେ ଘରକୁ ଫୋନ୍ କରି ଜଣାଇଥିଲେ ଯେ, ଟ୍ରେକିଂ ଅଞ୍ଚଳରେ ମୋବାଇଲ୍ ନେଟୱାର୍କ ଉପଲବ୍ଧ ନ ହୋଇପାରେ । ତେଣୁ ଫେରିବା ପରେ ହିଁ ପରିବାର ସହ ଯୋଗାଯୋଗ କରିବେ ବୋଲି କହିଥିଲେ । ତେବେ ନେପାଳରେ ଘଟିଥିବା ସାମ୍ପ୍ରତିକ ଦୁଃଖଦ ଘଟଣା ସମ୍ପର୍କରେ ଖବର ପାଇବା ପରେ ପରିବାର ଲୋକଙ୍କ ଚିନ୍ତା ବଢ଼ିଯାଇଛି । କୁଲସୁମଙ୍କ ଭଉଣୀ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନାହିଁ ।
Also Read:- ଓସିଏ ନିର୍ବାଚନକୁ ନେଇ ହାଇକୋର୍ଟରେ ମାମଲା, ଗ୍ରହଣୀୟତା ଉପରେ ଜାରି ରହିଲା ଶୁଣାଣି
ଝିଅକୁ ଫେରାଇ ଆଣିବାକୁ ନିବେଦନ
କୁଲସୁମଙ୍କ ସୁରକ୍ଷାକୁ ନେଇ ଆଶଙ୍କା ପ୍ରକାଶ କରି ପରିବାର ଲୋକେ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି । ନେପାଳ ପ୍ରଶାସନ ସହ ଯୋଗାଯୋଗ କରି ନିଖୋଜ କୁଲସୁମଙ୍କୁ ଶୀଘ୍ର ଖୋଜି ବାହାର କରି ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି । କୁଲସୁମ କେଉଁଠି ଅଛନ୍ତି, ତାଙ୍କ ସୁରକ୍ଷା ନେଇ ପରିବାର ଅନିଶ୍ଚିତତାରେ । ଏବେ ପ୍ରଶାସନିକ ତତ୍ପରତା ହିଁ ପରିବାରକୁ ଆଶ୍ୱସ୍ତ କରିପାରିବ ।
Watch Video:
ଚନ୍ଦ୍ର ଗ୍ରହଣ: ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଅଗଷ୍ଟ ୨୮ରେ ଲାଗିବାକୁ ଯାଉଛି । ଏହି ଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ । ଏହି କାରଣରୁ ଏହାର ସୂତକ କାଳ ଭାରତରେ ମାନ୍ୟ ହେବ ନାହିଁ । କିନ୍ତୁ ଜ୍ୟୋତିଷୀୟ ଦୃଷ୍ଟିକୋଣରୁ ଏହି ଚନ୍ଦ୍ର ଗ୍ରହଣକୁ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଉଛି । ଏହି ଗ୍ରହଣ କୁମ୍ଭ ରାଶି ଏବଂ ଶତଭିଷା ନକ୍ଷତ୍ରରେ ଲାଗିବ । ରାହୁ ସହ ଜଡ଼ିତ ନକ୍ଷତ୍ରରେ ଗ୍ରହଣ ହେଉଥିବା ହେତୁ ଏହାର ପ୍ରଭାବ ରାଶିଗୁଡ଼ିକ ଉପରେ ମଧ୍ୟ ଦେଖିବାକୁ ମିଳିବ । ଏହି ସମୟରେ କିଛି ରାଶିର ବ୍ୟକ୍ତିଙ୍କୁ କ୍ୟାରିୟରରେ ଭଲ ଫଳାଫଳ ପ୍ରାପ୍ତ ହେବ । ଏହା ବ୍ୟତୀତ ଚାକିରି ଏବଂ ବ୍ୟବସାୟରେ ଉନ୍ନତି ସହିତ ଧନ ଲାଭର ସୁଯୋଗ ମଧ୍ୟ ମିଳିପାରେ ।
ମେଷ ରାଶି
ମେଷ ରାଶିର ବ୍ୟକ୍ତିମାନଙ୍କୁ ବିଶେଷ ଲାଭ ହୋଇପାରେ । କୌଣସି ଅଟକି ରହିଥିବା କାମ ପୂରଣ ହେବ ଏବଂ ପରିବାରରେ ଖୁସି ବଜାୟ ରହିବ । ଧନ ଲାଭର ସୁଯୋଗ ଆପଣଙ୍କୁ ପ୍ରାପ୍ତ ହେବ । ବିଦେଶ ସହ ଜଡ଼ିତ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିପାରେ । କର୍ମଜୀବୀ ଲୋକଙ୍କୁ କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ କିମ୍ବା କୌଣସି ଭଲ ସୁଯୋଗ ମିଳିପାରେ । ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଏବଂ ନେତୃତ୍ୱ ନେବାର କ୍ଷମତା ମଧ୍ୟ ମଜବୁତ୍ ହେବ ।
କନ୍ୟା ରାଶି
କନ୍ୟା ରାଶି ପାଇଁ ସମୟ ପ୍ରଭାବଶାଳୀ ରହିବ । ନୂଆ ଲୋକଙ୍କୁ ଭେଟିବା ଦ୍ୱାରା କିଛି ସମସ୍ୟାର ସମାଧାନ ବାହାରିପାରେ । ପାରିବାରିକ ଜୀବନରେ ମତଭେଦ ଦୂର ହେବ ଏବଂ ବାଦ-ବିବାଦର ନିଷ୍ପତ୍ତି ହେବ । କର୍ମକ୍ଷେତ୍ରରେ ଆପଣଙ୍କ କାମର ପ୍ରଶଂସା ହୋଇପାରେ । ଅଚାନକ ଲାଭର ସୁଯୋଗ ବୃଦ୍ଧି ପାଇବ । ଦୀର୍ଘ ସମୟରୁ ଚାଲିଆସୁଥିବା କୌଣସି ସମସ୍ୟାରୁ ମୁକ୍ତି ମିଳିବାର ସମ୍ଭାବନା ରହିଛି । ଆୟ ବୃଦ୍ଧିର ଭଲ ଯୋଗ ରହିଛି । ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍ ମିଳିବ ।
ତୁଳା ରାଶି
ତୁଳା ରାଶିର ବ୍ୟକ୍ତିମାନେ ନୂଆ ଲୋକଙ୍କୁ ଭେଟି ଖୁସି ହେବେ । କୌଣସି ବଡ଼ ଖୁସି ଖବର ଆପଣଙ୍କୁ ମିଳିପାରେ । ବ୍ୟବସାୟରେ ଆଗାମୀ ସମୟରେ ଆପଣଙ୍କୁ କୌଣସି ଭଲ ଡିଲ୍ ମିଳିପାରେ । ବ୍ୟବସାୟରେ ନୂଆ ସୁଯୋଗ ମିଳିବା ସହିତ ଆୟ ବୃଦ୍ଧିର ରାସ୍ତା ମଧ୍ୟ ଖୋଲିପାରେ । କର୍ମଜୀବୀଙ୍କୁ କ୍ୟାରିୟରରେ ଆଗକୁ ବଢ଼ିବାର ସୁଯୋଗ ମିଳିବ ଏବଂ ଆପଣଙ୍କ ପରିଶ୍ରମର ଭଲ ଫଳାଫଳ ପ୍ରାପ୍ତ ହେବାର ସମ୍ଭାବନା ଅଛି । ସନ୍ତାନ ପକ୍ଷରୁ କୌଣସି ଭଲ ଖବର ଶୁଣିବାକୁ ମିଳିପାରେ ।
ମକର ରାଶି
ମକର ରାଶିର ବ୍ୟକ୍ତିମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଆଶ୍ୱସ୍ତି ମିଳିବ । ସୁଖ-ସମୃଦ୍ଧିରେ ବୃଦ୍ଧି ହେବ । ନୂଆ ଚୁକ୍ତିରୁ ଲାଭ ମିଳିବାର ଯୋଗ ହେଉଛି । ପରିବାର ସହିତ ଉତ୍ତମ ସମୟ ବିତାଇବାର ସୁଯୋଗ ମିଳିବ ଏବଂ ଘରର ପରିବେଶ ସକାରାତ୍ମକ ରହିବ । ଯେଉଁମାନେ ବେକାର ଅଛନ୍ତି, ସେମାନଙ୍କୁ ଲାଭର ସୁବର୍ଣ୍ଣ ସୁଯୋଗ ମିଳିପାରେ । ଆପଣଙ୍କ ସାମାଜିକ ପଦ-ପ୍ରତିଷ୍ଠା ବୃଦ୍ଧି ପାଇବ । ବ୍ୟବସାୟରେ କରାଯାଇଥିବା ପ୍ରଚେଷ୍ଟାର ଭଲ ଫଳାଫଳ ମିଳିପାରେ ।
(ସୂଚନା: ଏଠାରେ ଦିଆଯାଇଥିବା ତଥ୍ୟ ସାଧାରଣ ମାନ୍ୟତା ଏବଂ ଜ୍ୟୋତିଷୀୟ ଆକଳନ ଉପରେ ଆଧାରିତ ।)
ନୂଆଦିଲ୍ଲୀ:ନେପାଳରେ ବୁଧବାର ସକାଳେ ହୋଇଥିବା ଭୀଷଣ ବନ୍ୟା ବ୍ୟାପକ କ୍ଷୟକ୍ଷତି କରିଛି। ଏହି ପ୍ରାକୃତିକ ବିପର୍ଯ୍ୟରେ ଏ ପର୍ଯ୍ୟନ୍ତ ୨୭୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦୦ରୁ ଅଧିକ ଲୋକେ ନିଖୋଜ ଅଛନ୍ତି। ଏଥି ମଧ୍ୟରେ ଏକ ଖବର ସାମ୍ନାକୁ ଆସୁଛି ରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ)ର ପୂର୍ବତନ ମୁଖ୍ୟ ସତୀଶ ରେଡ୍ଡୀ ଓ ତାଙ୍କ ପତ୍ନୀ କୈଳାସ ମାନସରୋବର ଯାତ୍ରାରେ ଯାଇ ଫଶି ରହିଛନ୍ତି। ସେମାନେ ଏବେ ତୀବ୍ବଦ ସଗା କାଉଣ୍ଟିରେ ଅଛନ୍ତି ଓ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ପରିବାରକୁ ସୂଚିତ କରିଛନ୍ତି।
ସେମାନେ ବୁଧବାର ସକାଳେ ବନ୍ୟା ଆସିବା ପୂର୍ବରୁ ପ୍ରଭାବିତ ଅଞ୍ଚଳ ଛାଡି ସାରିଥିଲେ। ଏଣୁ ସତୀଶ ରେଡ୍ଡୀ ଓ ତାଙ୍କ ପତ୍ନୀଙ୍କ ସମେତ ତାଙ୍କ ଦଳରେ ଥିବା ସମସ୍ତ ୩୧ ଜଣ ମାନସୋରବାର ଯାତ୍ରୀ ସୁରକ୍ଷିତ ବର୍ତ୍ତି ଯାଇଛନ୍ତି। ଏମାନେ ଏବେ ତୀବ୍ବତ-ଚୀନ ରାସ୍ତାରେ ଭାରତ ଫେରିବାକୁ ଯୋଜନା କରୁଛନ୍ତି। ତେବେ ସେମାନଙ୍କ ଫେରିବା ଚୀନ ସରକାରଙ୍କ ଉପରେ ନିର୍ଭର କରୁଛି। ଚୀନ୍-ତୀବ୍ବତ ସୀମା ଖୋଲିଲେ ସେମାନେ ଚୀନ୍ ରାସ୍ତାରେ ଭାରତ ଫେରିବେ।
ଏଥି ମଧ୍ୟରେ କାଠମାଣ୍ଡୁରେ ଅନୁଷ୍ଠିତ ଏନଟିଡିଭି ୱାର୍ଲଡ ଅନ୍ୱିକ୍ଷା ସମ୍ମିଟରେ ନେପାଳ ବିଦେଶ ମନ୍ତ୍ରୀ ଶିଶିର ଖନାଲେ କହିଛନ୍ତିଯେ କୈଳାଶ ମାନସରୋବର ଯାତ୍ରା ପାଇଁ ଅନେକ ବିଦେଶୀ ଓ ଭାରତୀୟ ଯାତ୍ରୀ ପ୍ରଭାବିତ କ୍ଷେତ୍ରରେ ଯାତ୍ରା କରୁଥିଲେ। ତେବେ ଏମାନଙ୍କ ମଧ୍ୟରୁ ୩୦୦ ଭାରତୀୟ ଯାତ୍ରୀ ନିଖୋଜ ଥିବା ସେ କହିଛନ୍ତି। ସେମାନଙ୍କ ସହ ସମ୍ପର୍କ କରିବା ପାଇଁ ଲଗାତାର ଉଦ୍ୟମ ଜାରିଥିବା ସେ ସୂଚିତ କରିଛନ୍ତି। ତେବେ ଭାରତୀୟ ବିଦେଶ ମନ୍ତ୍ରାଳୟ ଅନୁସାରେ ଏପର୍ଯ୍ୟନ୍ତ ୨୧ ଜଣ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ୨୮୮ ଭାରତୀୟ ନିଖୋଜ ଥିବା ବେଳେ ସେମାନଙ୍କ ସନ୍ଧାନ ଜାରି ରହିଛି।
ଭୁବନେଶ୍ବର: ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀଠାରେ ନିଜ ଷ୍ଟୁଡିଓରେ ଏକ ହୃଦୟସ୍ପର୍ଶୀ ବାଲୁକା ଆନିମେସନ ସୃଷ୍ଟି କରି ଭୟାବହ ବନ୍ୟାରେ ପ୍ରଭାବିତ ନେପାଳବାସୀଙ୍କ ପାଇଁ ପ୍ରାର୍ଥନା ଓ ଏକତାର ବାର୍ତ୍ତା ଦେଇଛନ୍ତି। ମାତ୍ର ୧୫ ମିନିଟରେ ତିଆରି କରିଥିବା ବାଲୁକା ଆନିମେସନ ମାଧ୍ୟମରେ କରୁଣା, ଏକତା ଓ ମାନବିକତାର ଦୃଢ଼ ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ।
“ନେପାଳ ପାଇଁ ପ୍ରାର୍ଥନା। ଆସନ୍ତୁ, ମାନବିକତା ପାଇଁ ଏକାଠି ଠିଆ ହେବା।” ବାର୍ତ୍ତା ସହ ଏହି କଠିନ ସମୟରେ ନେପାଳବାସୀଙ୍କ ସହ ଠିଆ ହେବା ଏବଂ ପ୍ରଭାବିତ ଲୋକମାନଙ୍କ ପାଇଁ ପ୍ରାର୍ଥନା, ସହଯୋଗ ଓ ମାନବିକତାର ହାତ ବଢ଼ାଇବାକୁ ମାନସ ସାହୁ ସମଗ୍ର ବିଶ୍ୱବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି।
କଟକ ୨୭।୮: ଓଡ଼ିଶା କ୍ରିକେଟ୍ ଆସୋସିଏସନ କର୍ମକର୍ତ୍ତା ନିର୍ବାଚନ ମାମଲା ଉପରେ ଆଜି ବି ପୂର୍ଣ୍ଣାଙ୍ଗ ଶୁଣାଣି ହୋଇପାରିଲା ନାହିଁ । ବରଂ ଦାୟର ମାମଲାର ଗ୍ରହଣୀୟତାକୁ ନେଇ ଶୁଣାଣି ଜାରି ରହିଛି । ଆବେଦନକାରୀ ତଥା ଭେଟେରାନ ରଣଜୀ ପ୍ଲେୟାର ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ହାଇକୋର୍ଟରେ ଏଭଳି ଏକ ରିଟ୍ ଆବେଦନ କରିପାରିବେ କି ନାହିଁ । ତାକୁ ନେଇ ଆଜି ପ୍ରତିପକ୍ଷ ଯୁକ୍ତି ଉପସ୍ଥାପନ କରିଛନ୍ତି । ନିଜ ଯୁକ୍ତିରେ ସେ ଦର୍ଶାଇଛନ୍ତି କି ଆବେଦନକାରୀ ଲଲାଟେନ୍ଦୁ ମହାପାତ୍ର ଓସିଏ ସାଧାରଣ ପରିଷଦର ସଦସ୍ୟ ନୁହନ୍ତି । ଏପରିକି ସେ ଯେଉଁ କ୍ଲବକୁ ପ୍ରତିନିଧିତ୍ୱ କରୁଛନ୍ତି, ୧୦ ବର୍ଷ ହେଲା ସେହି କ୍ରିକେଟ କ୍ଲବର କର୍ମକର୍ତ୍ତା ନିର୍ବାଚନ ହୋଇନାହିଁ ।
Also Read:- ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ଗୋଟିଏ ଘରୁ ୨ ମୃତଦେହ ଉଦ୍ଧାର
ସେହିପରି ଓସିଏ ଭଳି ଏକ କ୍ରୀଡ଼ା ସଂଗଠନ ବିରୁଦ୍ଧରେ ରିଟ୍ ଆବେଦନ କରାଯାଇ ପାରିବନାହିଁ ବୋଲି ମଧ୍ୟ ପ୍ରତିପକ୍ଷ ଯୁକ୍ତି ଦର୍ଶାଇଛନ୍ତି । ଗତ ବର୍ଷ ସେପ୍ଟେମ୍ବର ମାସରେ ଓସିଏ ବା ଓଡ଼ିଶା କ୍ରିକେଟ୍ ଆସୋସିଏସନ କର୍ମକର୍ତ୍ତା ନିର୍ବାଚନ ହେବାର ଥିଲା । ତେବେ ବିଭିନ୍ନ କାରଣ ବଶତଃ ନିର୍ବାଚନ ହୋଇ ପାରୁନାହିଁ । ଯାହାକୁ ଚ୍ୟାଲେଞ୍ଜ କରି ଲଳିତେନ୍ଦୁ ବିଦ୍ୟାଧର ହାଇକୋର୍ଟରେ ମାମଲା ଦାୟର କରିଛନ୍ତି । ଆସନ୍ତା ମଙ୍ଗଳବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆଜି ଦିନ ଧାର୍ଯ୍ୟ କରୁଛନ୍ତି ହାଇକୋର୍ଟ ।
Watch Video:​​​​​​​​​​​​​​