ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ନଗଦ ଟଙ୍କା ସହ ଗାଡି ମଧ୍ୟ ଜବତ

Published By : Prameya-News7 Bureau | October 10, 2024 IST

ଭୁବନେଶ୍ୱର ୧୦।୧୦ : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ । ବାଲିଅନ୍ତା ଥାନା ପୋଲିସ ନିରଞ୍ଜନ ରଣାଙ୍କୁ ଗିରଫ କରିଛି । ଗିରଫ ସହ ଟଙ୍କା ଏବଂ ଗାଡି ମଧ୍ୟ ଜବତ କରିଛି ପୋଲିସ । 

ଖବର ଅନୁଯାୟୀ, ଜମି ଦେବା ନାଁରେ ଲୋକଙ୍କୁ ଠକେଇ କରିଥିଲେ ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା । ଏପିରିକି ଏହି ଟଙ୍କାରେ ଫିଲ୍ମ ମଧ୍ୟ ନିର୍ମାଣ କରୁଥିବାର ଅଭିଯୋଗ ଆସିଥିଲା । ଏପିରିକି ଟଙ୍କା ନେବା ପରେ ଆଉ ଲୋକଙ୍କୁ ଧରାଛୁଆଁ ଦେଉଥିଲେ । ଶେଷରେ ବାଧ୍ୟ ହୋଇ ପୋଲିସରେ ଅଭିଯୋଗ କରିଥିଲେ ଲୋକେ । ଅଭିଯୋଗ ପରେ ପୋଲିସ ନିରଞ୍ଜନ ରଣାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ କରିଥିଲା । ଶେଷରେ ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣାଙ୍କୁ ଗିରଫ କରିବାରେ ସଫଳ ହୋଇଛି ବାଲିଅନ୍ତା ପୋଲିସ । ନିରଞ୍ଜନ ରଣା ଗିରଫ ହେବା ସହ ତାଙ୍କ ନିକଟରୁ ନଗଦ ଟଙ୍କା ଏବଂ ଗାଡି ଜବତ ହୋଇଛି ।

ଅନ୍ୟପଟେ ଠକେଇ ହୋଇଥିବା ଠଙ୍କା କେଉଁ ସବୁ ଫିଲ୍ମରେ ଲାଗିଛି । ଆଉ କାହାକୁ କାହାକୁ କେତେ ପରିମାଣର ଟଙ୍କା ଦିଆଯାଇଛି । ସେନେଇ ମଧ୍ୟ ଛାନ୍‌ଭିନ୍ ଜାରି ରଖିଛି ପୋଲିସ । ପୂର୍ବରୁ ମଧ୍ୟ ଥରେ ଗିରଫ ହୋଇଥିଲେ ନିରଞ୍ଜନ ରଣା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.