ପାରାଦୀପରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡି ପାଉଁଶ

Published By : Prameya-News7 Bureau | March 06, 2025 IST

ପାରାଦୀପ ୬/୦୩:   ପାରାଦୀପରେ ଭୟାବହ ଅଗ୍ନିକାଣ୍ଡ ।ଜଳିଗଲା ଗ୍ୟାରେଜ ସହ ଦୋକାନ । ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡି ପାଉଁଶ । ବୁଧବାର ବିଳମ୍ବିତ ରାତିରେ ପାରାଦୀପ ସହରର ଦୋଛକି ନିକଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ପ୍ରଥମେ ଗ୍ୟାରେଜରେ ଥିବା ପୋଡା ମୋବିଲ ତେଲରେ ନିଆଁ ଲାଗିଯାଇଥିଲା ।ନିଆଁ ଏତେ ଶୀଘ୍ର ବ୍ୟାପିଗଲା ଯେ ଆୟତ୍ତ କରିବା କଷ୍ଟକର ହୋଇପଡିଲା ।

 ସେଠାରେ ଥିବା ବ୍ୟବସାୟୀ ମାନେ କୁଜଙ୍ଗ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତେବେ ନିଆଁଲିଭା ଗାଡି ଆସିବାକୁ ବିଳମ୍ବ ହୋଇଥିଲା । ଫଳରେ ନିଆଁ ନିକଟରେ ଥିବା ଦୋକାନ ଘର ଓ କ୍ୟାବିନକୁ ବ୍ୟାପିଯାଇଥିଲା । 

୩ଟି ଦୋକାନ ସଂପୂର୍ଣ୍ଣ ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡି ପାଉଁଶ ହୋଇଯାଇଛି । ନିଆଁ ଲିଭାଉଥିବାବେଳେ ଜଣେ ବ୍ୟବସାୟୀ ସାମାନ୍ୟ ଆହତ ହୋଇଛନ୍ତି । ସବୁ ସରିଗଲା ବେଳକୁ ଅଗ୍ନିଶମ ଗାଡି ଆସି ପହଞ୍ଚି ନିଆଁ ଲିଭାଇଥିଲା  । ତେବେ ଗ୍ୟାରେଜରେ ନିଆଁ କେମିତି ଲାଗିଲା କାରଣ ସ୍ପଷ୍ଟ ହୋଇନି । 

 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.