କେନ୍ଦୁଝର ଜିଲ୍ଲା ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ପୁରୁଣା ଓଟି ରୁମ୍

Published By : Prameya-News7 Bureau | April 22, 2025 IST

କେନ୍ଦୁଝର: ହୁତୁହୁତୁ ହୋଇ ଜଳିଲା ହସ୍ପିଟାଲ । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଏତେ ଭୀଷଣ ଭାବେ ଲାଗିଛି ଯେ, ଦମକଳ ବାହିନୀର ଦୁଇ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ଲାଗିଥିଲେ   । ନିଆଁ ନିୟନ୍ତ୍ରଣ କରିବାକୁ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗିଥିବା କୁହାଯାଉଛି ।

ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ଘଟିଛି । ହସ୍ପିଟାଲର ଏକ୍ସରେ ବିଭାଗ ନିକଟରେ ଥିବା ପୁରୁଣା ଘର ଓ ପୁରୁଣା ଓଟି ରୁମରେ ନିଆଁ ଲାଗିଥିଲା । ତେବେ ଏହି ଅଗ୍ନିକାଣ୍ଡରେ ପୁରୁଣା ଘର ସମ୍ପୂର୍ଣ୍ଣ ଭାବେ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଏହାସହିତ ଜଣେ କର୍ମଚାରୀଙ୍କ ବାଇକ୍ ମଧ୍ୟ ପୋଡ଼ି ନଷ୍ଟ ହୋଇଛି । ତେବେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଛନ୍ତି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି  ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.