ଗଣେଶ ପୂଜା ବିସର୍ଜନବେଳେ ଅଘଟଣ, ବାଣ ଫୁଟି ଜଣେ ମୃତ

Published By : Prameya-News7 Bureau | September 29, 2024 IST

ଉମରକୋଟ: ଗଣେଶ ପୂଜା ବିସର୍ଜନ ବେଳେ ବାଣ ଫୁଟି ଜଣେ ମୃତ ଜଣେ ଆହତ ।  ଏଭଳି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସଦର ଶିବାଜୀ ନଗରରେ। ସୂଚନା ଅନୁଯାୟୀ, ରବିବାର ଶିବାଜୀ ନଗର ପୂଜା କମିଟିର ଗଣେଶ ବିସର୍ଜନ ଚାଲିଥିଲା।

ହେଲେ ବିସର୍ଜନ ସମୟରେ କମିଟି ସଦସ୍ୟ ବାଣ ଫୁଟାଉଥିବା ସମୟରେ ହଠାତ ଏକ କୁମ୍ପି ବାଣରୁ ନିଆଁ ଅନ୍ୟତ୍ର ରଖାଯାଇଥିବା ବାଣ ବସ୍ତା ଉପରେ ପଡ଼ିଥିଲା । ଯାହା ଫଳରେ ବସ୍ତାରେ ଥିବା ବାଣରେ ମଧ୍ୟ ନିଆଁ ଲାଗି ବିସ୍ପୋରଣ ହେଇଥିଲା।

ଆଉ ଏହି ବିସ୍ପୋରଣରେ ଦୀପକ ହରିଜନ ନାମକ ଯୁବକ ଗୁରୁତର ଆହତ ହୋଇପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଡାକ୍ତରଖାନାରେ କିଛି ସମୟ ଚାପ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ସୋମବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.