ଦୀପାବଳି ପାଇଁ ଅଗ୍ନିଶମ ବିଭାଗର ଆଡ଼ଭାଇଜରି : ‘ଅଧିକ ସାଉଣ୍ଡ ହେଉଥିବା ବାଣ ବ୍ୟବହାର କରନ୍ତୁନି, ଗ୍ରୀନ୍ ବାଣ ବ୍ୟବହାର କରନ୍ତୁ’

Published By : Prameya-News7 Bureau | October 29, 2024 IST

ଭୁବନେଶ୍ବର ୨୯।୧୦: ଆଗାମୀ ଦୀପାବଳିରେ ଜରୁରୀକାଳିନ ପରିସ୍ଥିତି ପାଇଁ ଆଡ଼ଭାଇଜରି ଜାରି କଲେ ଅଗ୍ନିଶମ ବିଭାଗ । ଅଧିକ ସାଉଣ୍ଡ ହେଉଥିବା ବାଣ ବ୍ୟବହାର କରନ୍ତୁ ନାହିଁ । ଗ୍ରୀନ୍ ବାଣ ବ୍ୟବହାର କରନ୍ତୁ । ଛୋଟ ପିଲାଙ୍କ ପାଖରେ ବାଣ ଫୁଟାନ୍ତୁ ନାହିଁ । ବାଣ ଫୁଟାଇବା ବେଳେ ପାଖରେ ବାଲି ଏବଂ ପାଣି ରଖିବା ଆବଶ୍ୟକ । ପରିବେଶ ସନ୍ତୁଳନ ରଖିବା ପାଇଁ ପଦକ୍ଷେପ ନିଅନ୍ତୁ । ସେଣ୍ଟ୍ରାଲ ରେଞ୍ଜ, ନର୍ଦନ୍ ରେଞ୍ଜ ଏବଂ ସାଉର୍ଦନ୍ ରେଞ୍ଜରେ ଆକ୍ଟିଭ୍ ରହିବ ଅଗ୍ନିଶମ ବିଭାଗ । ଦୀପାବଳି ପାଇଁ ସ୍ପେଶାଲ ଆରେଞ୍ଜମେଣ୍ଟ । କଟକରେ ୪ଟି ଭୁବନେଶ୍ଵରରେ ୩ଟି ଆଡ଼ିସନାଲ୍ ଫାୟାର ଷ୍ଟେସନ ହେବ । ଟ୍ବିନ୍ ସିଟିରେ ୭ଟି ଆଡ଼ିସନାଲ୍ ଫାୟାର ଷ୍ଟେସନ କରିବ ଅଗ୍ନିଶମବାହିନୀ । ଟ୍ବିନ୍ ସିଟିରେ ସବୁ କ୍ଲଷ୍ଟର୍ ନିକଟରେ ବୁଲିବେ ଅଗ୍ନିଶମ ଅଧିକାରୀ । ନିଆଁ ଲାଗିବାର ଗୋଲ୍ଡେନ୍ ମୋମେଣ୍ଟରେ ଲିଭିବ ନିଆଁ । ତୁରନ୍ତ ୧୧୨କୁ କଲ୍ କଲେ ମିଳିବ ସର୍ଭିସ୍ । ଏ ନେଇ ଚିଫ୍ ଫାୟାର ଅଫିସର ଦେବେନ୍ଦ୍ର କୁମାର ସ୍ବାଇଁ ସୂଚନା ଦେଇଛନ୍ତି ।

You Can Read:

ନୀଳଗିରି ଅଞ୍ଚଳରେ ହେଲା ପ୍ରଚଣ୍ଡ ଶବ୍ଦ, ଭୟଭୀତ ସ୍ଥାନୀୟ ବାସିନ୍ଦା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.