LIVE TV

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ପୁଣି ରିମାଣ୍ଡରେ ଯିବେ ଉମା ଓ ଯୋଗେନ୍ଦ୍ର

NEWS7
firing-at-excise-department-employees-in-sundargarh

ବ୍ରହ୍ମପୁର ୦୮/୧୧: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା । ପୁଣି ରିମାଣ୍ଡରେ ଯିବେ ଉମା, ଯୋଗେନ୍ଦ୍ର । ମାମଲାରେ ପୋଲିସ ପୂର୍ବରୁ ୬ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଜେରା କରିସାରିଛି। ଏବେ ପୁଣି ଦୁଇ ଅଭିଯୁକ୍ତ ଉମା ବିଶୋୟୀ ଓ ଯୋଗେନ୍ଦ୍ର ରାଉତକୁ ରିମାଣ୍ଡରେ ନେଇ ଅଧିକ ଜେରା କରାଯିବ ବୋଲି ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।

ପୂର୍ବରୁ କର୍ପୋରେଟର୍ ମଳୟ ବିଶୋୟୀ ଓ ଆଇନଜୀବୀ ମଦନ ଦଳେଇଙ୍କ ସମେତ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଉମା ବିଶୋୟୀ, ଯୋଗେନ୍ଦ୍ର ରାଉତ ଓ ସୁଟର୍ କୁରୁପତି ଭୂୟାଁ ସମେତ ଚିଣ୍ଟୁ ପ୍ରଧାନକୁ ଦୁଇଦିନିଆ ରିମାଣ୍ଡରେ ନେଇ ପୋଲିସ ଜେରା କରିଥିଲା । କ୍ରାଇମସ୍ପଟକୁ ନେଇ କ୍ରାଇମ ସିନ ରିକ୍ରିଏସନ ମଧ୍ୟ କରି ତଥ୍ୟ ଓଗାଳିଥିଲା ।

ସମସ୍ତଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ଜେଲକୁ ପଠାଇ ଦିଆଯାଇଥିଲା । ଦୁଇ ଦିନିଆ ରିମାଣ୍ଡ ସରିବା ପୂର୍ବରୁ ମଳୟ ବିଶୋୟୀ ଓ ମଦନ ଦଳେଇଙ୍କୁ ପୋଲିସ ଜେଲକୁ ପଠାଇ ଦେଇଥିଲା । ଉମା ଓ ଯୋଗେନ୍ଦ୍ରଙ୍କୁ ରିମାଣ୍ଡରେ ନେବା ପାଇଁ ପୋଲିସ ପକ୍ଷରୁ ଏସଡିଜେ ଏମଙ୍କ କୋର୍ଟରେ ଆବେଦନ କରିବ ବୋଲି ଏସପି ସୂଚନା ଦେଇଛନ୍ତି।