ମା’ ଭଟ୍ଟାରିକା ମନ୍ଦିର ବେଢ଼ାକୁ ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ

Published By : Prameya-News7 Bureau | July 30, 2024 IST

ଆଠଗଡ ୩୦: କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ । ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲାଯିବା ଯୋଗୁଁ ମନ୍ଦିର ବେଢାକୁ ଛୁଇଁଛି ବନ୍ୟାଜଳ । ମନ୍ଦିର ମଧ୍ୟରେ ବନ୍ୟାଜଳ ପ୍ରବେଶ କରେ ତେବେ ମା’ଙ୍କ ମନ୍ଦିର ପାଖରେ ଥିବା ମା’ଙ୍କ ଅସ୍ଥାୟୀ ଗୃହକୁ ମା’ଙ୍କୁ ସ୍ଥାନାନ୍ତର କରାଯିବ । ସେଥିପାଇଁ ମା’ଙ୍କ ପୂଜକ ସମିତି ଓ ବଡମ୍ବା ଦେବୋତ୍ତର ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ସେପଟେ ମା’ଙ୍କର ପୂଜା ରୀତିନୀତିରେ ଯେମିତି କୌଣସି ବ୍ୟାଘାତ ନଆସେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ସଜାଗ ରହିଥିବା ଦେବୋତ୍ତର ଅଧିକାରୀ ସୂଚନା ଦେଇଛନ୍ତି ।

You Can Read:

ନାଗପୁର ନୋଡାଲ ସ୍କୁଲରେ ପଡିଛି ତାଲା : ଫେରିଗଲେ ଛାତ୍ରଛାତ୍ରୀ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.