ଦେଶର ପ୍ରଥମ IAS ଅଧିକାରୀ, ମାତ୍ର ୨୧ ବର୍ଷ ପାଇଥିଲେ ଚାକିରୀ

Published By : Prameya-News7 Bureau | August 26, 2023 IST

ନୂଆଦିଲ୍ଲୀ ୨୬।୦୮ : ଦେଶର ଟପ୍‌ ଏକ୍ସାମ୍‌ ମଧ୍ୟରୁ ଗୋଟିଏ ଭାରତୀୟ ପ୍ରସାଶନିକ ସେବା ପରୀକ୍ଷା । ପ୍ରତିବର୍ଷ ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ଏଥିରେ ପରୀକ୍ଷା ଦେଇଥାନ୍ତି । କିନ୍ତୁ କିଛି ଅଳ୍ପ ପରୀକ୍ଷାର୍ଥୀ ହିଁ ଏଥିରେ ପାସ୍ ହୋଇଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ପ୍ରସାଶନିକ ସେବା ପରୀକ୍ଷା କେବେ ଆରମ୍ଭ ହୋଇଥିଲା ? ଆଉ ଭାରତର ପ୍ରଥମ IAS ଅଧିକାରୀ କିଏ ?

{"id":836062,"sizeSlug":"full","linkDestination":"none"}

ଯିଏକି କି ଏହି କଠିନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ବ୍ରିଟିଶ୍‌ ଶାସକମାନେ ୧୮୫୪ରେ ଯେତେବେଳେ IAS ପରୀକ୍ଷା ଆରମ୍ଭ କଲେ ସେତେବେଳେ ଭାରତୀୟଙ୍କ ପାଇଁ ଏହା ବହୁତ କଷ୍ଟସାଧ୍ୟ ଥିଲା । ସେତେବେଳେ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୩ ବର୍ଷ ରହିଥିଲା । ଆଉ ଏମିତି ଜଣେ ବ୍ୟକ୍ତି ଥିଲେ ଯିଏକି IAS ଅଫିସର୍‌ ହେବାରେ ପ୍ରଥମ ଭାରତୀୟ ହୋଇଥିଲେ । ତାଙ୍କ ନାଁ ହେଉଛି ସତୀନ୍ଦ୍ରନାଥ ଟାଗୋର । ମାତ୍ର ୨୧ ବର୍ଷ ବୟସରେ କ୍ରାକ୍‌ କରିଥିଲେ ICS ।

{"id":836058,"sizeSlug":"full","linkDestination":"none"}

() ୧୮୪୨ ମସିହା ଜୁନ୍ ୧ ତାରିଖରେ କୋଲକତାରେ ଜନ୍ମଗ୍ରହଣ କରିଥିଲେ ସତ୍ୟେନ୍ଦ୍ରନାଥ ଟାଗୋର । ସେ ହେଉଛନ୍ତି ରବୀନ୍ଦ୍ରନାଥ ଟାଗୋରଙ୍କ ବଡ ଭାଇ । ଯେତେବେଳେ ସେ IAS ଅଧିକାରୀ ହୋଇଥିଲେ ସେତେବେଳେ ତାଙ୍କୁ ମାତ୍ର ୨୧ ବର୍ଷ ହୋଇଥିଲା। ସେ କୋଲକାତାର ହିନ୍ଦୁ ବିଦ୍ୟାଳୟରୁ ତାଙ୍କ ପାଠପଢା ଶେଷ କରିଥିଲେ। ୧୮୫୭ ମସିହାରେ ସେ କଲିକତା ବିଶ୍ୱବିଦ୍ୟାଳୟରରୁ ପାଠପଢୁଥିବା  ପ୍ରଥମ ଛାତ୍ରମାନଙ୍କ ମଧ୍ୟରୁ ଜଣେ । ସତ୍ୟନ୍ଦ୍ରନାଥ ୧୮୬୩ରେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ସଫଳତା ହାସଲ କରିଥିଲେ । ଆଉ ହୋଇଯାଇଥିଲେ IAS ଅଫିସର୍ ।

{"id":836059,"width":838,"height":422,"sizeSlug":"full","linkDestination":"none"}

ସତ୍ୟନ୍ଦ୍ରନାଥ ୧୮୬୨ ମସିହାରେ ICS ପରୀକ୍ଷାର ପ୍ରସ୍ତୁତି ପାଇଁ ଇଂଲଣ୍ଡ ଯାଇଥିଲେ । ମାତ୍ର ଗୋଟିଏ ବର୍ଷ ପ୍ରସ୍ତୁତି ପରେ ସେ ୧୮୬୩ରେ ସିଭିଲ ସର୍ଭିସ ପାଇଁ ମନୋନୀତ ହୋଇଥିଲେ । ଏହାପରେ ସେ ଇଂଲଣ୍ଡରେ ଏକ ବର୍ଷର ଟ୍ରେନିଂ ଶେଷ କରି ୧୮୬୪ ମସିହାରେ ଭାରତକୁ ଫେରିଥିଲେ । ଦେଶକୁ ଫେରିବା ପରେ ସତ୍ୟେନ୍ଦ୍ରନାଥ ଟାଗୋରଙ୍କୁ ବମ୍ବେ ପ୍ରେସିଡେନ୍ସିରେ ଏବଂ କିଛି ମାସ ପରେ ଅହମ୍ମଦାବାଦ ସହରରେ ପୋଷ୍ଟିଂ ଦିଆଯାଇଥିଲା ।

{"id":836066,"width":840,"height":480,"sizeSlug":"full","linkDestination":"none"}

ଭାରତରେ ସିଭିଲ ସର୍ଭିସ ପରୀକ୍ଷା ୧୮୫୪ରେ ଆରମ୍ଭ କରିଥିଲେ ଇଂରେଜ । ୧୮୫୫ ମସିହାରେ ପ୍ରଥମ ଥର ପାଇଁ ଲଣ୍ଡନରେ ପରୀକ୍ଷା କରାଯାଇଥିଲା। । ICS ପରୀକ୍ଷା ଆରମ୍ଭ ବେଳେ ସରକାରୀ କର୍ମଚାରୀଙ୍କୁ ଇଷ୍ଟ ଇଣ୍ଡିଆ କମ୍ପାନୀର ନିର୍ଦ୍ଦେଶକମାନେ ମନୋନୀତ କରୁଥିଲେ । ପରେ ଟ୍ରେନିଂ ପାଇଁ ଲଣ୍ଡନର ହେଲିବେରୀ କଲେଜକୁ ପଠାଯାଉଥିଲା । ଆଉ ତା’ପରେ ହିଁ ଯାଇ ଭାରତରେ ଦିଆଯାଉଥିଲା ପୋଷ୍ଟିଂ ।

{"id":836069,"width":840,"height":560,"sizeSlug":"full","linkDestination":"none"}

କେବଳ ଏତିକି ନୁହେଁ, ଭାରତୀୟମାନଙ୍କୁ ୫୦ ବର୍ଷରୁ ଅଧିକ ସମୟ ଲାଗିଯାଇଥିଲା  UPSC ପରୀକ୍ଷାକୁ ଲଣ୍ଡନ ପରିବର୍ତ୍ତେ ଭାରତରେ କରାଇବା ପାଇଁ । ପ୍ରଥମ ବିଶ୍ୱଯୁଦ୍ଧ ପରେ ୧୯୨୨ ମସିହାରୁ ଭାରତରେ ଆରମ୍ଭ ହୋଇଥିଲା UPSC ପରୀକ୍ଷା ।

You Can Read:

wp:embed {"url":"https://www.prameyanews7.com/google-tech-expert-works-1-hour-a-day-and-get-more-than-rs-1-crore-salary/","type":"wp-embed","providerNameSlug":"prameya-news-7"}
https://www.prameyanews7.com/google-tech-expert-works-1-hour-a-day-and-get-more-than-rs-1-crore-salary/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.