ବାଙ୍କୀ ୧୫।୧୦: ପ୍ରଥମ ପତ୍ନୀଙ୍କୁୁ ଛାଡି ନୋଟାରୀରେ ଦ୍ୱିତୀୟ ବିବାହ ଉଦ୍ୟମ କରୁଥିଲେ ସ୍ବାମୀ । ପହଞ୍ଚିଗଲେ ପ୍ରଥମ ପତ୍ନୀ । କଲାର ଧରି ସ୍ବାମୀଙ୍କୁ ଭିଡ଼ି ଭିଡ଼ି ନେଲେ ଥାନାକୁ । ବାଙ୍କୀ ଥାନା କୋର୍ଟ ରୋଡ଼ ଉପରେ ଦେଖିବାକୁ ମିଳିଥିଲା ସ୍ୱାମୀ-ସ୍ତ୍ରୀଙ୍କ ଏଭଳି ହାଇଡ୍ରାମା । ସ୍ୱାମୀ-ସ୍ତ୍ରୀଙ୍କ ଏହି ହାଇଡ୍ରାମା ଶେଷରେ ପହଞ୍ଚିଥିଲା ଥାନାରେ ।
ସୂଚନାଯୋଗ୍ୟ ଯେ, ବାଙ୍କୀ ଥାନା ଗୋଳାଗଣ୍ଡ ପଞ୍ଚାୟତ ରଜୀବ ଗାଁର ଅର୍ଜୁନ ଧଳ ୨୦୨୨ ମସିହାରେ ବାଙ୍କୀ ଥାନା ଅନ୍ତର୍ଗତ କିଆପଲ୍ଲା ପଞ୍ଚାୟତ ନୂଆଗାଁ କମଳପୁର ଗାଁର ମଦନ ରାଉତଙ୍କ ପୁଅ ସନ୍ତୋଷ କୁମାର ରାଉତଙ୍କ ସହ ଝିଅର ବାହାଘର କରାଇଥିଲେ । ସ୍ୱାମୀ ସନ୍ତୋଷ ତାଙ୍କୁ କୌଣସି ସୂଚନା ନଦେଇ ନୋଟାରୀରେ ଅନ୍ୟ ଏକ ଝିଅକୁ ଦ୍ୱିତୀୟ ବିବାହ କରିବା ସମୟରେ ଖବର ପାଇ ପହଞ୍ଚି ଯାଇଥିଲେ ପତ୍ନୀ । ସ୍ୱାମୀଙ୍କର ଏଭଳି ନିଷ୍ପତ୍ତିକୁ ରାସ୍ତା ଉପରେ ବିରୋଧ କରିଥିଲେ । ଏପରିକି ସ୍ଵାମୀ ସନ୍ତୋଷଙ୍କ କଲାର ଧରି ତାଙ୍କୁ ରାସ୍ତା ଉପରେ ବେଇଜତ କରିଥିଲେ । ସ୍ୱାମୀ-ସ୍ତ୍ରୀଙ୍କ ହାଇଡ୍ରାମା ପହଞ୍ଚିଥିଲା ବାଙ୍କୀ ଥାନାରେ । ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସନ୍ତୋଷଙ୍କ ପତ୍ନୀ । ଯୌତୁକ ନିର୍ଯାତନା ସହ ସନ୍ତୋଷଙ୍କ ଦ୍ୱିତୀୟ ବିବାହ ନେଇ ସେ ଅଭିଯୋଗ କରିଛନ୍ତି । ବିଭିନ୍ନ ସମୟରେ ଶାଶୁଘର ଲୋକ ଯୌତୁକ ଦାବି କରି ତାଙ୍କୁ ନିର୍ଯାତନା ଦେଇ ଆସୁଥିଲେ । ଏମିତିକି ତାଙ୍କୁ ଘରୁ ବାହାର ମଧ୍ୟ କରିଦେଇଥିଲେ । ଏହାସହ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଛନ୍ତି ବୋଲି ସେ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ଅଭିଯୋଗ ଉପରେ ସ୍ୱାମୀ ସନ୍ତୋଷଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।
You Can Read:
ବର୍ଷିଲେ BMCର ଦୁଇ କର୍ପୋରେଟର, କହିଲେ- ଯେଉଁମାନେ ଅନ୍ୟାୟ କରିଛନ୍ତି ସେମାନଙ୍କୁ ଦଳ ନୋଟିସ୍ କରୁ