ରାସ୍ତାରୁ ତଳକୁ ଖସିଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ଓ ହେଲପର

Published By : Prameya-News7 Bureau | June 09, 2024 IST

ଖଲ୍ଲିକୋଟ ୯।୬: ଦୁର୍ଘଟଣାଗ୍ରସ୍ତ ହେଲା ମାଛ ବୋଝେଇ ଟ୍ରକ୍ । ଭାରସାମ୍ୟ ହରାଇ ରାସ୍ତାରୁ ତଳକୁ ଖସିପଡିଲା ଟ୍ରକ୍ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥରୁ ତଳକୁ ଖସିଲା ମାଛ ବୋଝେଇ ଟ୍ରକ୍ । ଆନ୍ଧ୍ରପ୍ରଦେଶରୁ ମାଛ ବୋଝେଇ କରି ଆସୁଥିବା ମାଲବାହୀ ଟ୍ରକ୍ ହରିଡାମୂଳ ନିକଟସ୍ଥ ରାଜପଥରେ ଭାରସାମ୍ୟ ହରାଇ ରାସ୍ତାରୁ ତଳକୁ ଖସି ପଡ଼ିଥିଲା । ଦୁର୍ଘଟଣା ଫଳରେ ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ଓ ହେଲପର । ଘଟଣାସ୍ଥଳରେ ଖଲ୍ଲିକୋଟ ପୋଲିସ ପହଞ୍ଚି ଗାଡିଟିକୁ ଜେସିବି ଜରିଆରେ ସୁରକ୍ଷିତ ଭାବେ ଉଦ୍ଧାର କରିଛି ।

You Can Read : 

ଜେଲ୍‌ ବିଭାଗର ବଡ଼ଧରଣର ଅଦଳବଦଳ, ୧୯ ଜେଲ୍‌ରଙ୍କୁ ବଦଳି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.