୩ ଦିନ ହେଲା ଇବ୍ ନଦୀ ଟାପୁରେ ଫସିରହିଥିବା ୫ ଜଣ ଉଦ୍ଧାର

Published By : Prameya-News7 Bureau | September 28, 2024 IST

ସୁନ୍ଦରଗଡ଼ ୨୮।୯: ୩ ଦିନ ହେଲା ଇବ୍ ନଦୀ ଟାପୁରେ ଫସିରହିଥିବା ୫ ଜଣ ଉଦ୍ଧାର । ଛତିଶଗଡ ଯଶପୁର ନାଗର ଜଙ୍ଗଲରେ ନିଜର ଗୋରୁ ଓ ଛେଳି ଚରାଇବାକୁ ଯାଇଥିବା ତିନି ଜଣ ଗ୍ରାମବାସୀ ଗତ ୩ ଦିନ ଧରି ଇବ୍ ଏବଂ ସାନ ନଦୀ ମଧ୍ୟରେ ଅବସ୍ଥିତ ଏକ ଟାପୁରେ ଫସି ରହିଥିଲେ । ଏହି ଘଟଣା ଜିଲ୍ଲାର ବାବୁସଜବାହର ଗ୍ରାମରେ ଘଟିଛି । 

ସୂଚନାଯୋଗ୍ୟ ଯେ, ଏହି ଗାଁର ତିନି ଗ୍ରାମବାସୀ ରାଜେନ୍ଦ୍ର ରାୟ, ସୁଲେମାନ ଏକକା ଏବଂ ସୀତା ଲୋହର ସେମାନଙ୍କର ଛେଳି ଓ ଗାଈ ଚରାଇବା ପାଇଁ ଇବ୍ ଏବଂ ସାନ ନଦୀ ମଧ୍ୟରେ ଅବସ୍ଥିତ ଟାପୁକୁ ଯାଇଥିଲେ । ହଠାତ ନଦୀରେ ପାଣି ଆସିବାରୁ ସେମାନେ ଆସିପରିନଥିଲେ । ପରେ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ଦୁଇ ଜଣ ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଟାପୁରେ ଫସି ରହିଥିଲେ । ଆଖପାଖ ଅଞ୍ଚଳରେ ଲଗାତାର ବର୍ଷା ହେତୁ ଉଭୟ ନଦୀ ଜଳସ୍ତର ବଢିଥିଲା । ଶନିବାର ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏସଡିଆରଏଫ୍ ଟିମ୍ ଯଶପୁର ଜିଲ୍ଲା ମୁଖ୍ୟାଳୟରୁ  ଯାଇ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ।

You Can Read:

ଶୁକ୍ରବାର ଠାରୁ କାମରେ ବାଧା ହୋଇଛି, ବେଶୀ କିଛି ଅସୁବିଧା ହେଉନାହିଁ : କ୍ୟାପିଟାଲ ହସ୍ପିଟାଲର ଉପ ଅଧୀକ୍ଷକ

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.