ବୈତରଣୀରେ ବଢୁଛି ଜଳସ୍ତର, ସତର୍କ ସଙ୍କେତ ଉପରେ ହେଉଛି ପ୍ରବାହିତ

Published By : Prameya-News7 Bureau | July 31, 2025 IST

ଭଦ୍ରକ ୩୧।୦୭ : ସତର୍କ ସଙ୍କେତ ଉପରେ ବୈତରଣୀ । ଭଦ୍ରକ ଜିଲ୍ଲା ଆଖୁଆପଦା ଆନିକଟ ଠାରେ ସତର୍କ ସଙ୍କେତ ୧୭.୮୩ ମିଟର ଓ ବିପଦ ସଙ୍କେତ ୧୮.୩୩ ମିଟର ରହିଛି । ହେଲେ ସକାଳ ୮ଟା ସୁଦ୍ଧା ଏହା ୧୮.୧୨ ମିଟରରେ ପ୍ରବାହିତ ହେଉଛି । ଜଳସ୍ତର ଧିରେ ଧୀରେ ବୃଦ୍ଧି ପାଉଥିବାର ସୂଚନା ମିଳିଛି । 

ଲଗାଣ ବର୍ଷା ଓ ଉପରମୁଣ୍ଡାରେ ପ୍ରବଳ ବର୍ଷା ଲାଗି ବୈତରଣୀରେ ଲଗାତର ଜଳସ୍ତର ବଢିବାରେ ଲାଗିଛି । ଯାହାକୁ ନେଇ ଭଦ୍ରକ ତଳିଆ ଅଞ୍ଚଳବାସୀ ଭୟଭୀତ ହୋଇ ରହିଛନ୍ତି । ଏସବୁ ଭିତରେ ଭଦ୍ରକ ଜିଲ୍ଲା ଆଖୁଆପଦା ଆନିକଟ ଠାରେ ଜଳସ୍ତର ବଢିବାରେ ଲାଗିଛି । ସତର୍କ ସଙ୍କେତ ୧୭.୮୩ ମିଟର ଓ ବିପଦ ସଙ୍କେତ ୧୮.୩୩ ମିଟର ରହିଛି । ହେଲେ ସକାଳ ୮ଟା ସୁଦ୍ଧା ଏହା ୧୮.୧୨ ମିଟରରେ ପ୍ରବାହିତ ହେଉଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଜିଲ୍ଲା ବନ୍ୟା ପରିସ୍ଥିତିର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆକାଶମାର୍ଗରୁ ହେଲିକପ୍ଟର ଯୋଗେ ବନ୍ୟା ସ୍ଥିତିର ସମୀକ୍ଷା କରିଥିଲେ । ବନ୍ୟା ସ୍ଥିତିରେ ସମୀକ୍ଷା ପରେ ତଳିଆ ଅଞ୍ଚଳବାସୀଙ୍କ ପାଇଁ ସହାୟତା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହାସହିତ ଘର ହରାଇଥିବା ଲୋକଙ୍କୁ ମାଗଣା ଖାଦ୍ୟ ଯୋଗାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.