ପ୍ରେମିକ ଆଗରେ ପ୍ରେମିକାକୁ ଗଣଦୁଷ୍କର୍ମ, ପାପ କାମ ପରେ ଟଙ୍କା ମାଗିଲେ ୭ ଯୁବକ

NEWS7
flood-water-enters-into-nine-houses-in-rourkela

ନୂଆଦିଲ୍ଲୀ, ୨୬/୦୨: ଦୁଷ୍କର୍ମର ଶିକାର ହେଲେ । ଦୁଷ୍କର୍ମକାରୀଙ୍କୁ ୧୦ ହଜାର ଟଙ୍କା ଦେଲେ । ପ୍ରେମିକ ଆଗରେ ଜଘନ୍ୟ କାଣ୍ଡ କଲେ ଦୁଷ୍କର୍ମକାରୀ । ଏପରି ଅଭାବନୀୟ ଘଟଣା ଘଟଛି ଆସାମରେ । ଆସାମର କାଚର ଜିଲ୍ଲାର ସିଲଚାର ଅଞ୍ଚଳରେ ଜଣେ ୨୮ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।

ଏହି ଖବରଟି ପଢନ୍ତୁ... ଭାରତ-ଜିମ୍ବାଓ୍ୱେ ମୁକାବିଲା ପୂର୍ବରୁ ସ୍ପଷ୍ଟ ହୋଇଯିବ ସେମି ଚିତ୍ର ! ଟିମ୍ ଇଣ୍ଡିଆ ପାଇଁ ଜରୁରୀ ଆଫ୍ରିକା-ଇଣ୍ଡିଜ୍ ମ୍ୟାଚ୍

ରିପୋର୍ଟ ଅନୁସାରେ, ଫେବ୍ରୁଆରୀ ୧୯ ତାରିଖରେ ଯୁବତୀଜଣଙ୍କ ନିଜ ପ୍ରେମିକଙ୍କ ସହ କାରରେ ବୁଲିବାକୁ ଯାଉଥିଲେ । ସିଲଚାର ସହରଠୁ କିଛି କିଲୋମିଟର ଦୂରରେ ଥିବା ଏକ ବାଇପାସ୍ ରାସ୍ତାରେ ସେମାନେ କାର୍ ପାର୍କ କରି ବସିଥିଲେ । ଏହି ସମୟରେ ଏକ ଏସୟୁଭିରେ କିଛି ଯୁବକ ଆସି ପ୍ରେମୀଯୁଗଳଙ୍କ କାରକୁ ଘେରି ଯାଇଥିଲେ । ପ୍ରଥମେ ସେମାନେ ପ୍ରେମିକ-ପ୍ରେମିକାଙ୍କୁ ଘର ଏବଂ ଠିକଣା ବାବଦରେ ପ୍ରଶ୍ନ କରିଥିଲେ । ଏହାପରେ ଯୁବତୀଙ୍କୁ କାରରୁ ଟାଣି ନେଇଥିଲେ । ପ୍ରାୟ ୭ ଜଣ ଯୁବକ ଜଣଙ୍କ ପରେ ଜଣେ ହୋଇ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ । ଏସବୁ ପ୍ରେମିକଙ୍କ ସାମ୍ନାରେ ଘଟିଥିଲେ ବି ସେ ନିରୁପାୟ ଥିଲେ । କେବଳ ଏତିକି ନୁହେଁ ଦୁଷ୍କର୍ମ ପରେ ଅଭିଯୁକ୍ତମାନେ ପୀଡିତାଙ୍କଠୁ ୧୦ ହଜାର ଟଙ୍କା ଅନଲାଇନରେ ନେଇଥିଲେ ।

ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଅନ୍ୟମାନେ ଫେରାର ଅଛନ୍ତି । ସେମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଉଛି । ପୋଲିସ ଅଧିକାରୀଙ୍କ କହିବାନୁସାରେ, ଯୁବତୀଙ୍କ ମେଡିକାଲ ପରୀକ୍ଷା କରାଯାଇ ବୟାନ ରେକର୍ଡ ହୋଇଛି ।

ପୋଲିସର ବେପାରୁଆ କାର୍ଯ୍ୟ

ଘଟଣା ଘଟିବା ପରେ ପୋଲିସ ପ୍ରଥମେ କିଛି ଆକ୍ସନ ନେଇ ନଥିଲା । ଏପରିକି ଘଟଣାସ୍ଥଳରେ ରିପୋର୍ଟିଂ କରୁଥିବା କିଛି ସାମ୍ବାଦିକଙ୍କୁ ଖବର ପ୍ରସାରଣ ନକରିବାକୁ କୁହାଯାଇଥିଲା । ତେବେ ଏହା ବିରୋଧରେ ଜନ ଅସନ୍ତୋଷ ଦେଖାଦେବାରୁ ପୋଲିସ ଆକ୍ସନ ନେବାକୁ ବାଧ୍ୟ ହୋଇଥିଲା ।