ପ୍ରବଳ ବର୍ଷାରେ ଫୁଲୁଛି ବ୍ରାହ୍ମଣୀ ନଦୀ, ବାଲୁଘାଟ ଅଞ୍ଚଳର ୯ଟି ଘରେ ପସିଲା ପାଣି

Published By : Prameya-News7 Bureau | August 04, 2024 IST

ରାଉରକେଲା ୪।୮: ପ୍ରବଳ ବର୍ଷାରେ ଫୁଲୁଛି ବ୍ରାହ୍ମଣୀ ନଦୀ । ଶନିବାର ମନ୍ଦିରା ଡ୍ୟାମ୍‌ର ୧୧ ଗେଟ୍ ଖୋଲିଥିବା ବେଳେ ବାଲୁଘାଟରେ ବନ୍ୟା ପାଣି ପସିଛି I ବ୍ରାହ୍ମଣୀ ନଦୀର ବନ୍ୟା ପାଣି ତଳିଆ ଅଞ୍ଚଳ ବାଲୁଘାଟରେ ପସିବା ଯୋଗୁଁ ବାଲୁଘାଟର ୯ଟି ଘରେ ପାଣି ପସିଛି । ବ୍ୟବସ୍ଥିତ ଅନୁସାରେ ମହାନଗର ନିଗମର ଡ୍ରେନ ଠିକ୍ ରୂପେ ନିର୍ମାଣ ହୋଇନଥିବାରୁ ପ୍ରତ୍ୟେକ ବର୍ଷ ପାଣି ବାଲିଘାଟରେ ପସୁଛି । ସ୍ଥାନୀୟ ଲୋକଙ୍କ ସ୍ଥାନୀୟ ପ୍ରଶାସନ ଉପରେ ଅସନ୍ତୋଷ I ବାରମ୍ବାର ଡ୍ରେନ୍ ବ୍ୟବସ୍ଥା ସୁଧାରିବାକୁ କହିଲେ ବି ପ୍ରଶାସନ ଚୁପ୍ । ଯାହାଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି ।

You Can Read:

ଯୌତୁକ ପାଇଁ ବଧୂହତ୍ୟା ମାମଲା : ସ୍ୱାମୀ, ଶାଶୁ ଓ ଶ୍ୱଶୁର ଗିରଫ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.