ଭୁବନେଶ୍ବର ୮।୮: ଦୁଇ ଦିନ ଭିତରେ ଦୂର ହେବ ଆଳୁ ସମସ୍ୟା । ଦିନେ, ଦୁଇ ଦିନ ଭିତରେ ସ୍ବାଭାବିକ ହେବ ସ୍ଥିତି । ଆଳୁକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏଭଳି ପ୍ରତିକ୍ରିୟା ରଖିଛନ୍ତି । ପାନିକ୍ ନ ହେବାକୁ ଖାଉଟିଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶରୁ ଆଳୁ ଖୁବ୍ଶୀଘ୍ର ପହଞ୍ଚିବ । ସବୁ ଆଡୁ ଆଳୁ ଆସି ଭର୍ତ୍ତି ହୋଇଯିବ । ଦିନେ, ଦୁଇ ଦିନ ଭିତରେ ସବୁ ସମସ୍ୟାର ସମାଧାନ ହେବ । ବ୍ୟବସାୟୀ ମାନେ ନିର୍ଦ୍ଦେଶ ଅନୁଯାୟୀ କାମ କରୁଛନ୍ତି । ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗରୁ ଆଳୁ ମଗାଇବା ଆରମ୍ଭ ହୋଇଗଲାଣି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।
You Can Read:
ମେଡିକାଲ ଓ୍ୱାର୍ଡରେ ସାପ: ସମ୍ପର୍କୀୟଙ୍କୁ କାମୁଡିଲା, ଅଳ୍ପକେ ବର୍ତ୍ତିଲେ ରୋଗୀ