ଭୁବନେଶ୍ବର ୧୮।୮: ଆଳୁ ସଙ୍କଟ ଦୂର ପାଇଁ ସରକାରଙ୍କ ପଦକ୍ଷେପ । ଉତ୍ତର ପ୍ରଦେଶରୁ ଟ୍ରେନ୍ ଯୋଗେ ଆସିବ ଆଳୁ । ଦୁଇଟି ଟ୍ରେନ୍ରେ ଆଳୁ ଆଣିବାକୁ ସରକାର ଯୋଜନା କରୁଛନ୍ତି । କେନ୍ଦ୍ର ରେଳ ମନ୍ତ୍ରୀଙ୍କ ସହ ଯୋଗାଯୋଗ ଚାଲିଛି । ଏ ନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ସେପଟେ ଆଇଗିଣିଆ ଆଳୁ ଗୋଦାମରେ ଆଳୁ ଗାଡ଼ି ପହଞ୍ଚିବା ପରେ କମୁନି ଆଳୁ ଦର । ଗୋଦାମରେ ଆଳୁ କ୍ବିଣ୍ଟାଲ ୨୫୦୦ରୁ ୨୮୦୦ ଟଙ୍କା ବିକ୍ରି ହେଉଥିବା ବେଳେ ବଜାରରେ କିଲୋ ୪୦ ଟଙ୍କା ଉପରେ ବିକ୍ରି ହେଉଛି । ଏକ ନମ୍ବର ହାଟରେ ଆଳୁ କିଲୋ ୪୦ରୁ ୪୨ ଟଙ୍କା ବିକ୍ରି ହେଉଥିବା ବେଳେ ଅନ୍ୟ ସ୍ଥାନରେ ୪୫ ଟଙ୍କାରେ ବିକ୍ରି ହେଉଛି । ତେବେ ଆଳୁ ଦର କେବେ କମିବ ଏହି ଆଶାରେ ଅଛନ୍ତି ଖାଉଟି । ଶନିବାର ଆଳୁ ଗୋଦାମରେ ୨୫ଟି ଟ୍ରକ ଆସି ପହଞ୍ଚିଛି । ଜୁଲାଇ ୨୧ରୁ ଆଳୁ ଦର ବଢିଥିବା ବେଳେ ପାଖାପାଖି ଏକ ମାସ ହେଲା ଦର ବଢିକି ରହିଛି ।
You Can Read: