ନୂଆଦିଲ୍ଲୀ ୧୩।୮: କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କରିଛନ୍ତି, କେନ୍ଦ୍ର ପକ୍ଷରୁ ଚଳିତ ବର୍ଷର ଅଢେଇ ହଜାର କୋଟି ଟଙ୍କା ରାଜ୍ୟକୁ ମଞ୍ଜୁର କରାଯାଇଛି । ଯାହା ୨୦ କିମ୍ବା ୨୧ ତାରିଖ ସୁଦ୍ଧା କ୍ରେଡିଟ୍ ହୋଇଯିବ । ୯ ଏବଂ ୧୦ ବର୍ଷର ଯାହା ପୁରୁଣା ବକେୟା ଟଙ୍କା ଅଛି ତାହାର ହିସାବ ଖୁବଶୀଘ୍ର ହେବ । ପୁରୁଣା ହିସାବରେ କିଛି ବୈଷୟିକ ଅସୁବିଧା ଅଛି ତାକୁ କେନ୍ଦ୍ର ଏବଂ ରାଜ୍ୟର ଅଫିସର ସମାଧାନ କରିବେ । ବକେୟାକୁ ମଧ୍ୟ ହିସାବ କରି ରାଜ୍ୟକୁ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବେ । ସେ ବାବଦରେ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ଏହା ସହିତ କେନ୍ଦ୍ରରୁ ଯାହା କ୍ରୟ ହେବ ସେ ବାବଦରେ ମଧ୍ୟ ଆଲୋଚନା ହୋଇଛି । କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଦେଇଛନ୍ତି ଯୋଗାଣ ମନ୍ତ୍ରୀ ।
UNESCO କଳିଙ୍ଗ ପୁରସ୍କାରକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏ ବିଷୟରେ ବର୍ତ୍ତମାନ କେନ୍ଦ୍ର ସହିତ କୌଣସି ଆଲୋଚନା ହୋଇନାହିଁ । ମୋ ନଜରକୁ ଏହି ବିଷୟ ଆସିଛି । ସେ ବିଷୟରେ କୌଣସି ଆଲୋଚନା ହୋଇନାହିଁ ।
You Can Read: