Valentine week: କାହିଁକି ପାଳନ କରାଯାଏ ଟେଡି ଡେ, ସାଥୀକୁ ସୁନ୍ଦର ଉପହାର ବଢାଏ ପ୍ରେମ

NEWS7
forest-staff-dead-while-patrolling-in-kendrapada

ନୂଆଦିଲ୍ଲୀ ୧୦/୦୨: ରୋଜ ଡେ, ପ୍ରପୋଜ ଡେ, ଚକୋଲେଟ ଡେ, ଆଉ ଆଜି ହେଉଛି ଟେଡି ଡେ । ପ୍ରେମ ସପ୍ତାହର ଚତୁର୍ଥ ଦିନରେ ପରସ୍ପର ଭିତରେ ପ୍ରେମ ବଢାଇବାକୁ ପ୍ରେମିକ ପ୍ରେମିକା ମାନେ ପରସ୍ପରକୁ ଟେଡି ଦେଇ ନିଜର ଭଲପାଇବା ଜାହିର କରିଥାନ୍ତି । ଆହୁରି ବି ଏହି ସୁନ୍ଦର ଉପହାର ଦେଇ ପ୍ରେମିକାର ମାନ ଭଞ୍ଜନ ବି ହୁଏ ।

ପ୍ରାୟତଃ ଝିଅ ମାନଙ୍କୁ ଟେଡି ବିୟର ବହୁତ ପସନ୍ଦ ହୋଇଥାଏ । ତେଣୁ ନିଜ ସାଥୀକୁ ପିଙ୍କ୍ ରଙ୍ଗର ଟେଡି ଦେଇ ପ୍ରେମିକ ମାନେ ଖୁସି କରିବାକୁ ଚେଷ୍ଟା କରିଥାନ୍ତି । ଯଦି ଆପଣ ଆପଣଙ୍କ ସାଥୀଙ୍କୁ ସ୍ୱତନ୍ତ୍ର ଅନୁଭବ କରାଇବାକୁ ଚାହୁଁଛନ୍ତି ତେବେ ଆପଣ ଟେଡି ସହିତ କିଛି ପ୍ରେମପୂର୍ଣ୍ଣ ବାର୍ତ୍ତା ପଠାଇପାରିବେ।ପ୍ରେମକୁ ଅନ୍ୟ ସାମ୍ନାରେ ପ୍ରକାଶ କରିବା ପାଇଁ ନିଜର ପ୍ରିୟ ଲୋକଙ୍କୁ ଉପହାର ସ୍ୱରୂପ କିଛି ଦେବାକୁ ପସନ୍ଦ କରନ୍ତି ।

also read...

Chocolate Day 2026: ଚକୋଲେଟ୍ ସଂପର୍କ ଓ ସ୍ୱାସ୍ଥ୍ୟ ପାଇଁ କେତେ ଦରକାର ? ଏହି ଦିଗକୁ ନେଇ କ’ଣ କହୁଛି ସାଇକୋଲୋଜି ?

କମ୍ ବଜେଟ ଉପହାର ତାଲିକାରେ ସାଧରଣତଃ ଫୁଲ, ଚକୋଲେଟ, ଟେଡି ବିୟର ଆଦି ପ୍ରଥମେ ଆସିଥାଏ । ଏମଧ୍ୟରୁ ଝିଅ ମାନଙ୍କୁ ଉପହାରରେ ଟେଡି ବିୟର ବେଶୀ ପସନ୍ଦ ଆସିଥାଏ । କେତେ ଜଣ ନିଜର ସବୁ କାମରେ ନିଜ ପାଖରେ ଟେଡି ବିୟର ରଖିଥାନ୍ତି ।ଏହି ଦିନ ଟେଡି ଦେଇ ଆପଣ ସେମାନଙ୍କ ପ୍ରତି ଆପଣଙ୍କର କୃତଜ୍ଞତା ପ୍ରକାଶ କରନ୍ତି ।