ପୈତୃକ ଗାଁରେ ମତଦାନ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପତ୍ନୀ ହେମା ଗମାଙ୍ଗ

Published By : Prameya-News7 Bureau | May 13, 2024 IST

ଗୁଣପୁର ୧୩।୫: ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଚାଲିଛି ମତଦାନ । ବ୍ରହ୍ମପୁର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟରେ ଲୋକସଭା ସହ ଏହା ଅନ୍ତର୍ଗତ ବିଧାନସଭା ଆସନରେ ଚାଲିଛି ମତଦାନ । ରାୟଗଡା ଜିଲ୍ଲା ଗୁଣପୁର ନିର୍ବାଚନ ମଣ୍ଡଳୀରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଛି । ଗଣତନ୍ତ୍ରର  ଏହି ମହାପର୍ବରେ ସାମିଲ ହୋଇଛନ୍ତି  ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ଗିରିଧର ଗମାଙ୍ଗ । ନିଜ ପୈତୃକ ଗାଁ ପଦ୍ମପୁର ବ୍ଲକ ଡିବିରିସିଙ୍ଗିରେ ୯୮ ନମ୍ବର ବୁଥ୍‌ରେ ନିଜର ମତ ସାବ୍ୟସ୍ତ କରିଛନ୍ତି । ମତଦାନ କେନ୍ଦ୍ରକୁ ନିଜ ପରିବାର ସହ ଆସି ସାଧାରଣ ଭୋଟର ଭଳି ଲାଇନରେ ଛିଡ଼ା ହୋଇ ନିଜର  ମତଦାନ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ଗମାଙ୍ଗ ମତ ଦାନ ସମୟରେ ଗୁଣପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ତଥା ପତ୍ନୀ ହେମା ଗମାଙ୍ଗ ମଧ୍ୟ ଡିବିରିସିଙ୍ଗିରେ ନିଜର ମତ ସାବ୍ୟସ୍ତ୍ୟ କରିଛନ୍ତି । ସମ୍ବିଧାନ ଯେଉଁ ଅଧିକାର ଦେଇଛି ସେହି ଅଧିକାର ଅନୁସାରେ ମତଦାନ କରିଥିବା ଗିରିଧର ଗମାଙ୍ଗ କହିଛନ୍ତି ।

You Can Read :

ହିନ୍ଦୋଳରେ ପାଣ୍ଡିଆନ୍‌ଙ୍କ ପ୍ରଚାର, ସିଏମ୍‌ ପ୍ରାର୍ଥୀ ଘୋଷଣା ପାଇଁ ବିଜେପିକୁ ପୁଣି ଦେଲେ ଆହ୍ବାନ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.