ପୂର୍ବତନ ବିଧାୟକ ସ୍ବର୍ଗତ ବିଷ୍ଣୁ ଚରଣ ସେଠୀଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, ଉନ୍ମୋଚିତ ହେଲା କବିତା ସଙ୍କଳନ ‘ନଈ ପାଣି ନଈକୁ ଯା’

Published By : Prameya-News7 Bureau | September 19, 2024 IST

ଭଦ୍ରକ ୧୯।୯: ପୂର୍ବତନ ବିଧାୟକ ତଥା ବିରୋଧୀ ଦଳ ଉପନେତା ସ୍ବର୍ଗତ ବିଷ୍ଣୁ ଚରଣ ସେଠୀଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ତିହିଡି କାଳୀପଡ଼ିଆରେ ସ୍ମୃତି ଚାରଣ ସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିବା ବେଳେ ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ, ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ, ବିଜୟପାଲ ସିଂ ତୋମାର ପ୍ରମୁଖ ଯୋଗ ଦେଇଛନ୍ତି । ଏହି ଅବସରରେ ଅତିଥି ମାନେ ବିଷ୍ଣୁ ସେଠୀଙ୍କ କବିତା ସଙ୍କଳନ ‘ନଈ ପାଣି ନଈକୁ ଯା’ ଉନ୍ମୋଚିତ କରିଛନ୍ତି । ବିଷ୍ଣୁ ସେଠୀ ସ୍ମୃତି ସଂସଦ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ବିଷ୍ଣୁ ପ୍ରେମୀ ଯୋଗ ଦେଇଛନ୍ତି । 

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ତିହିଡି ମାଟିର ସୁଯୋଗ୍ୟ ପୁତ୍ରଙ୍କୁ ମୋର ଶ୍ରଦ୍ଧାଞ୍ଜଳି । ୧୯୬୧ରୁ ଜନ୍ମିତ ବିଷ୍ଣୁ ସେଠୀ ଛାତ୍ର ଜୀବନରୁ ଆରଏସଏସ ଓ ଏବିଭିପିର ସଦସ୍ୟ ଥିଲେ । ବିଷ୍ଣୁ ବାବୁ ଜଣେ ରାଷ୍ଟ୍ରବାଦୀ ବ୍ୟକ୍ତି, ବରିଷ୍ଠ ବ୍ୟକ୍ତିତ୍ୱ ପାଇଁ ବେଶ ପରିଚିତ । ମୁଁ ୨୦୦୦ ମସିହାରେ ଆମେ ସାଙ୍ଗରେ ବିଧାନସଭାରେ କାର୍ଯ୍ୟ କରିଛୁ । ୨୦୦୬ରେ ଉପ ସଭାପତି ଥିଲେ । ବିଷ୍ଣୁ ବାବୁ ଜଣେ ଭଲ ବକ୍ତା, କାନ୍ତକବିଙ୍କ ରଚିତ ରାଜ୍ୟ ସଙ୍ଗୀତ ପ୍ରସ୍ତାବ ପାଇଁ ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଙ୍ଗୀତ ଆଖ୍ୟା ପାଇଛି । ଭଦ୍ରକ ଜିଲ୍ଲାର ସୁପୁତ୍ର ଥିଲେ । ମୋଗଲ ତାମସାକୁ ଲୋକଲୋଚନ ଆଣିବା ପାଇଁ ସେ ମଧ୍ୟ ଚେଷ୍ଟା କରିଥିଲେ । ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ।

ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର କହିଛନ୍ତି, ଓଡ଼ିଆଙ୍କ ସେବାର କୀର୍ତ୍ତି ଆମ ପାଖରେ ସ୍ମୃତି ଅଛି । ୧୦୦ ଦିନ ପୂର୍ତ୍ତି ହେଉଛି, ପୁଣି ଆଜି ବିଷ୍ଣୁଙ୍କ ପୂଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି । 

ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ କହିଛନ୍ତି, ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ କାର୍ଯ୍ୟ କରିଛି । ତିହିଡି ଆସିଛି, ସଭା କରିଛି । ତାଙ୍କ ସ୍ମୃତିକୁ ରଖୁଛନ୍ତି ତାଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ । 

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ବିଷ୍ଣୁ ଭାଇ ସଙ୍ଘର୍ଷ ଯାତ୍ରାର ପଥିକ ଥିଲେ । ଜୀବନ୍ତ ସମ୍ପର୍କ ଥିଲା ଆମ ସହ । ଅତ୍ମୀୟତାର ସମ୍ପର୍କ ଗଢ଼ିଥିଲେ । କଲେଜ ସମୟରୁ ୧୯୯୧ରୁ ଆମ ବିଚାର ଧାରାରେ କାର୍ଯ୍ୟ କଲେ । ବିଷ୍ଣୁ ଭାଇଙକୁ ସମସ୍ତଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

You Can Read:

ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ଅବସର ପରେ ବି ପଢାଇ ପାରିବେ ଅଧ୍ୟାପକ


 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.