ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଆକ୍ରମଣ ଘଟଣାରେ ୪ ଗିରଫ

Published By : Prameya-News7 Bureau | April 15, 2025 IST

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଆରୁହା ଗ୍ରାମରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡିକୁ ଆକ୍ରମଣ ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, ଗତ ରବିବାର ଦିନ ଆରୁହା ଗ୍ରାମରେ ଅନୁଷ୍ଠିତ ହିଙ୍ଗୁଳା ଯଜ୍ଞ ଦର୍ଶନ ପାଇଁ ପୂର୍ବତନ ବିଧାୟକ ଓ ତାଙ୍କ ସମର୍ଥକ ମାନେ ଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ତାଙ୍କୁ ବିରୋଧ କରିବା ସହ ପୂର୍ବତନ ବିଧାୟକଙ୍କ ଗାଡିକୁ ଆକ୍ରମଣ କରିଥିଲେ । ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା । ଏହାକୁ ନେଇ ପୂର୍ବତନ ବିଧାୟକ ଯାଜପୁର ପୋଲିସକୁ ଦାୟୀ କରିବା ସହ ଏଥିରେ ବିଧାୟକଙ୍କ ସମର୍ଥକ ମାନେ ଏସବୁ କରାଇଛନ୍ତି ବୋଲି କହିଥିଲେ । ଏ ନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ଘଟଣାକୁ ନେଇ ଯାଜପୁର ଏସ୍ଡ଼ିପିଓ ଘଟଣାର ତଦନ୍ତ କରି ୪ ଜଣଙ୍କୁ ଗିରଫ କରିଥିବା ବେଳେ ମଙ୍ଗଲବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

You Can Read:

ନୂଆ ରୂପ ପାଇବ କାକଟପୁର ମା’ ମଙ୍ଗଳାଙ୍କ ପୀଠ, ପ୍ରାଚୀ ନଦୀର ପୁନରୁଦ୍ଧାର ପାଇଁ ଖର୍ଚ୍ଚ ହେବ ୩୪୫କୋଟି ଟଙ୍କା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.