ଝାଡ଼ଖଣ୍ଡରେ ହୃଦୟ ବିଦାରକ ଘଟଣା; ନିଆଁରେ ପୋଡ଼ି ହୋଇ ୪ ଶିଶୁ ଜୀବନ୍ତ ଦଗ୍ଧ

Published By : Prameya-News7 Bureau | March 17, 2025 IST

Breaking_1

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ହୃଦୟ ବିଦାରକ ଘଟଣା । ପାଳ ଗଦାରେ ନିଆଁ ଲାଗି ଯିବାରୁ ୪ ଶିଶୁ ଜୀବନ୍ତ ଦଗ୍ଧ । ପଶ୍ଚିମ ସିଂହଭୂମି ଜିଲ୍ଲା ଜଗନ୍ନାଥପୁର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ପୁଅ ଏବଂ ତିନି ଜଣ ଛୋଟ ଝିଅ ରହିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । 

ସୋମବାର ପୂର୍ବାହ୍ଣ୧୧ଟାରେ ଗିତିଲିପି ଗାଁରେ ଏହି ଅଗ୍ନିକାଣ୍ଡ ଘଟିଛି । ଏହି ସମୟରେ ୪ଜଣ ଛୋଟ ପିଲା ଘର ପାଖରେ ଖେଳୁଥିଲେ । ଘର ପାଖକୁ ଲାଗି କି ଥିବା ପାଳଗଦାରେ ହଠାତ୍ ନିଆଁ ଲାଗିଯାଇଥିଲା । ଖରା ଦିନ ହୋଇଥିବାରୁ ନିଆଁ ତୁରନ୍ତ ଭୟଙ୍କର ରୂପ ଧାରଣ କରିଥିଲା । ଫଳରେ ନିକଟରେ ଖେଳୁଥିବା ଛୋଟ ପିଲା ନିଆଁ ଭିତରକୁ ଆସିଯାଇଥିଲେ । କୁନି ପିଲାମାନେ ଚିତ୍କାର କରିଥିଲେ  ହେଁ  ନିକଟରେ ଡିଜେ ବାଜୁଥିବାରୁ କାହାରି କାନରେ କୁନି ପିଲାଙ୍କ ଚିତ୍କାର ପଡ଼ିନଥିଲା । ସ୍ଥାନୀୟ ଲୋକ ପିଲାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଅସମର୍ଥ ହୋଇଥିଲେ । ଫଳରେ ନଡ଼ା ନିଆଁରେ ପୋଡି ହୋଇ ୪ଜଣ ଛୋଟ ପିଲାଙ୍କ ମୃତ୍ୟୁ ହୋଇଛି ।.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.