ଇନ୍ଦୋର ଡାଇରିଆ : ଏବେସୁଦ୍ଧା ମଲେଣି ୯, ଲ୍ୟାବ୍ ରିପୋର୍ଟରେ ଜଣାପଡିଲା କାରଣ

NEWS7
four-months-bjp-government-still-in-icu-said-by-dhruba-sahoo

ଇନ୍ଦୋର, ୦୨/୦୧ : ସବୁଠୁ ସ୍ୱଚ୍ଛ ସହରରେ ହାହାକାର । ଦୂଷିତ ପାଣି ଦ୍ୱାରା ଚାଲିଗଲା ୯ ଜୀବନ । ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଥିବା ଡାଇରିଆ ବା ଝାଡାବାନ୍ତି ପାଇଁ ଏବେ ସବୁଠି ଚର୍ଚ୍ଚା । ତେବେ ପାନୀୟ ଜଳରେ ଡ୍ରେନ୍ ପାଣି ମିଶିଯିବାରୁ ଏତେ ବଡ ଘଟଣା ଘଟିଥିବା ଲ୍ୟାବ୍ ରିପୋର୍ଟରୁ ସ୍ପଷ୍ଟ ହୋଇଛି ।

ରିପୋର୍ଟ ଅନୁସାରେ, ସହରରେ ହଠାତ ଶତାଧିକ ଲୋକ ଡାଇରିଆରେ ପୀଡିତ ହୋଇଥିଲେ । ଧିରେ ଦିରେ ଏହି ସଂଖ୍ୟା ବଢିଥିଲା । ଏବେ ୧୪୦୦ରୁ ଅଧିକ ବ୍ୟକ୍ତି ଅସୁସ୍ଥ ଅଛନ୍ତି । ଏହାସହ ୯ ଜଣ ପ୍ରାଣ ମଧ୍ୟ ହରାଇ ସାରିଲେଣି । ପ୍ରଥମେ ଭାଗୀରଥପୁରରେ ଡାଇରିଆ ମାମଲା ସାମ୍ନାକୁ ଆସିଥିଲା । ପରେ ଅନ୍ୟ କିଛି ଜାଗାରେ ଏହା ମାଡି ଯାଇଥିଲା ।

ସହରର ମୁଖ୍ୟ ଚିକିତ୍ସା ଅଧିକାରୀ ମାଧବ ପ୍ରସାଦ ହସାନୀ କହିଛନ୍ତି ଯେ, ପାଣିକୁ ନେଇ ଲ୍ୟାବରେ ପରୀକ୍ଷଣ କରାଯାଇଥିଲା । ପାଇପରେ କିଛି ଫାଟ ଥିବାରୁ ଏଥିରେ ନାଳ ନର୍ଦ୍ଦମା ପାଣି ମିଶିଯାଇଥିଲା । ଏକ ଥାନା ପାଖ ଦେଇ ଯାଇଥିବା ପାଣି ପାଇପରେ ଫାଟ ଦେଖିବାକୁ ମିଳିଛି । ଏହା ପାଖରେ ସ୍ୱରେଜ୍ ଏବଂ ନର୍ଦ୍ଦମା ଥିବାରୁ ତାହାର ଦୂଷିତ ଜଳ ପାଣି ପାଇପରେ ପ୍ରବାହିତ ହୋଇଥିଲା ।

ସେହିପରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୟ ଦୁବେ କହିଛନ୍ତି ଯେ, ଭାଗୀରଥପୁର ଅଞ୍ଚଳର ବିଭିନ୍ନ ପାଇପକୁ ତନ୍ନତନ୍ନ କରି ଯାଞ୍ଚ୍ କରାଯାଉଛି । ଆଉ କେଉଁଠି ପାଇପରେ ଫାଟ ହୋଇଛି ନା ନାହିଁ ତାହାର ତଦାରଖ ଚାଲିଛି । ତଦାରଖ ପରେ ଲୋକଙ୍କ ଘରକୁ ସ୍ୱଚ୍ଛ ପାଣି ଯୋଗାଇ ଦିଆଯିବ । ଏବେ ସହରବାସୀ ଫୁଟା ପାଣି ପିଇବାକୁ ସେ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନ ମଧ୍ୟ ପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ପୂର୍ବରୁ ସ୍ଥାନୀୟ ଲୋକେ ଦୂଷିତ ପାଣିକୁ ନେଇ ଅଭିଯୋଗ କରିଥିଲେ । ହେଲେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା । ଫଳରେ େତେ ବଡ ଘଟଣା ଘଟିଲା । ଯାହାକୁ ନେଇ ମାନବାଧିକାର କମିଶନ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି ।