ଗାଡି କିଣିବାକୁ ଯାଇ ଠକେଇର ଶିକାର, ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ଚାଷୀ

Published By : Prameya-News7 Bureau | November 29, 2024 IST

ଆନନ୍ଦପୁର /୧୧:  ଗାଡି କିଣିବାକୁ କିଏ ୩ ଲକ୍ଷ ଆଉ କିଏ ୪ ଲକ୍ଷ ଆଡଭାନ୍ସ ଦେଇଛନ୍ତି । ହେଲେ ଗାଡି ମିଳିବା ଦୂର କଥା ଅଗ୍ରୀମ ଟଙ୍କା ନେଇ ସୋ' ରୁମ ମ୍ୟାନେଜର ଫେରାର । ଘଷିପୁରା ଥାନା ୨୦ନଂ ଜାତୀୟ ରାଜପଥ ଘସିପୁରା ବାଇପାସ୍ ଠାରେ ଥିବା ଗିରି ଏଣ୍ଟରପ୍ରାଇଜେସ୍ ବିରୋଧରେ ଆସିଛି ଏଭଳି ସଙ୍ଗିନ୍ ଅଭିଯୋଗ । ଠକେଇର ଶିକାର ହୋଇଥିବା ଚାଷୀମାନେ ଘଷିପୁରା ଥାନାର ଦ୍ବାରସ୍ଥ ହୋଇଛନ୍ତି । ପୁରା ଘଟଣା କିଛି ଏମିତି । ହାର୍ଭେଷ୍ଟର ଗାଡି କିଣିବାକୁ ଘଷିପୁରା ଅଞ୍ଚଳରର ୫ରୁ ଅଧିକ ଚାଷୀ ଗିରି ଏଣ୍ଟରପ୍ରାଇଜେସକୁ ଆସିଥିଲେ । ପ୍ରାୟ ସମସ୍ତେ ଗାଡି ପାଇଁ ୩ରୁ ୪ ଲକ୍ଷ ଅଗ୍ରୀମ ଟଙ୍କା ଦେଇଥିଲେ । ହେଲେ ଗାଡି ମିଳିନଥିଲା । ଏବେ ସୋ' ରୁମ୍‌ ମାଲିକ କହୁଛନ୍ତି ସବୁ ଟଙ୍କା ନେଇ ମ୍ୟାନେଜର ଫେରାର ହୋଇଯାଇଛି । ଏଠି ପ୍ରଶ୍ନ ଉଠୁଛି ସୋ' ରୁମ୍‌ ମାଲିକ ସତରେ ଫେରାର ନା ଏଥିରେ ମାଲିକଙ୍କର କୌଣସି ହାତ ଅଛି । ନ୍ୟାୟ ପାଇଁ ଚାଷୀମାନେ ଥାନାର ଦ୍ବାରସ୍ଥ ହୋଇଛନ୍ତି । ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ। 


 

  • keunjhar
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.