୪ ସାଙ୍ଗ ଏକାଠି ବସି ପିଉଥିଲେ ମଦ, ଦୁଇ ଜଣଙ୍କ ମଧ୍ୟରେ ମାରପିଟରେ ଚାଲିଗଲା ଜଣଙ୍କ ଜୀବନ

Published By : Prameya-News7 Bureau | September 13, 2024 IST

ସମ୍ବଲପୁର ୧୩।୯: ସମ୍ବଲପୁର ସଦର ଥାନା ଅନ୍ତର୍ଗତ ରାସନପୁର ବାଙ୍କୀଟିକ୍ରା ଗ୍ରାମରେ ହତ୍ୟାକାଣ୍ଡ l ମୃତକ ଜଣକ ହେଉଛନ୍ତି ସତ୍ୟନାରାୟଣ ପାଣିଗ୍ରାହୀ l ଗୁରୁବାର ବିଳମ୍ବିତ ରାତିରେ ଘଟିଛି ହତ୍ଯାକାଣ୍ଡ ।

ସୂଚନାଯୋଗ୍ୟ ଯେ, ମୃତ ସତ୍ଯନାରାୟଣ ଓ ୩ ଜଣ ସାଙ୍ଗ ଏକାଠି ବସି ମଦ ପିଉଥିଲେ । ତେବେ କୌଣସି କାରଣରୁ ବଚସା ହେବାରୁ ଅଭିଯୁକ୍ତ ଏକ ବାଡି ସାହାଯ୍ଯରେ ଆକ୍ରମଣ କରିବା ସହ ମାଡ ମାରି ହତ୍ଯା କରିଥିଲା । ଏହି ସମୟରେ ଅନ୍ଯ ଦୁଇ ଜଣ ସାଙ୍ଗ ଛଡାଇବାକୁ ଚେଷ୍ଟା କରିବା ପରେ ସେମାନଙ୍କୁ ମଧ୍ଯ ଆକ୍ରମଣ କରିଥିଲା । ତେବେ ଘଟଣାସ୍ଥଳରେ ହିଁ ସତ୍ଯ ନାରାୟଣଙ୍କ ମୃତ୍ଯୁ ଘଟିଥିବା ବେଳେ ଘଟଣାସ୍ଥଳରେ ସଦର ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି ।

You Can Read:

ମୃତ୍ୟୁ ଏମିତି ବି ଆସେ : ବାଇକରୁ ଓହ୍ଲାଉ ଓହ୍ଲାଉ ଟଳିପଡିଲେ ତ୍ରିଲୋଚନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.