ରୋଷେଇ ବେଳେ ଥାନା ଛାତରେ ଫାଟିଲା ଗ୍ୟାସ୍ ଟାଙ୍କି, ୧୦୦ ଫୁଟ ଦୂରକୁ ଛିଟିକିଲା

Published By : Prameya-News7 Bureau | August 14, 2024 IST

ଭୁବନେଶ୍ବର ୧୪।୮ଭୁବନେଶ୍ବର ଏୟାରଫିଲ୍ଡ ଥାନାରେ ଅଘଟଣ । ରୋଷେଇ ଚାଲିଥିଲା ବେଳେ ଗ୍ୟାସ୍ ଟାଙ୍କିରେ ଲାଗିଲା ନିଆଁ । ନିଆଁ ଲାଗି ଫାଟିଗଲା ଗ୍ୟାସ ଟାଙ୍କି । ଜଣେ ବ୍ୟବସାୟୀ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଏୟାରଫିଲ୍ଡ ଥାନା ଛାତ ଉପରେ ରୋଷେଇ ଚାଲିଥିବା ବେଳେ ଟାଙ୍କିରେ ହଠାତ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଯୋଗୁଁ ଗ୍ୟାସ୍ ଟାଙ୍କିଟି ଫାଟି ଯାଇଥିଲା । ଟାଙ୍କିଟି ଫାଟିବା ପରେ ୧୦୦ ଫୁଟ ଦୂରରେ ଥିବା ହାଟକୁ ଛିଟିକି ପଡିଥିଲା । ଫଳରେ ପରିବା ହାଟରେ ଜଣେ ବ୍ୟବସାୟୀ ଆହତ ହୋଇଛନ୍ତି । ଆହତ ବ୍ୟବସାୟୀଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

You Can Read:

ହାଇୱା ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.