ଜଗତସିଂହପୁର ୧୧।୭: ବ୍ରିଜ୍ ଉପରୁ ମହାନଦୀକୁ ଡେଇଁଲେ ଯୁବତୀ । ଜଗତସିଂହପୁର ତିର୍ତ୍ତୋଲ ନିକଟରେ ବ୍ରିଜ୍ ଉପରୁ ଡେଇଁଲେ ଯୁବତୀ ।
ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିକଟରେ ବ୍ରିଜ ଉପରୁ ମହାନଦୀକୁ ଡେଇଁ ଯୁବତୀ ନିଖୋଜ ହୋଇଛନ୍ତି । ନିଖୋଜ ଯୁବତୀଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ତିର୍ତ୍ତୋଲ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ବୋଟ୍ ଅଚଳ ହେବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଯୁବତୀ ଜଣକ କିଏ ଓ ସେ ନଦୀକୁ କାହିଁକି ଡେଇଁଲେ ତାର କାରଣ ଅସ୍ପଷ୍ଟ ରହିଛି ।
ସେପଟେ ନଦୀର କିଛି ଦୂରରେ ସ୍ଥାନୀୟ ଗୋପିଆକୁଦ ଅଞ୍ଚଳର ଜଣେ ଯୁବକଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ହେଲେ ଉଭୟ ଘଟଣାର କିଛି ସମ୍ପର୍କ ରହିଛି କି ନାହିଁ ତାହା ଜଣା ପଡ଼ିନାହିଁ ।
You Can Read: