ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ସୁନା ଅକଙ୍କାର ରପ୍ତାନୀ ୧୨ ପ୍ରତିଶତ ବଢିଛି । ଅନ୍ୟପଟେ ହୀରା ରପ୍ତାନୀରେ ୧୦ ପ୍ରତିଶତ ହ୍ରାସ ଘଟିଛି । ରତ୍ନ ଏବଂ ଅଳଙ୍କାର ରପ୍ତାନୀ ପ୍ରୋତ୍ସାହନ ପରିଷଦ (GJEPC) ଶନିବାର ଏହି ସୂଚନା ଦେଇଛି । ଜିଜେଇପିସି ଆଗାମୀ ଦିନରେ ଖାସକରି ଆମେରିକାକୁ ହୀରା ରପ୍ତାନୀରେ ସୁଧାର ଆସିବ ବୋଲି ଆଶା ବ୍ୟକ୍ତ କରିଛି । ମୋଟ ହୀରା ରପ୍ତାନୀର ପ୍ରାୟ ଅଧା ଆମେରିକାକୁ ହୋଇଥାଏ । ଆର୍ଥିକ ବର୍ଷ ୨୦୨୪-୨୫ରେ ଏପ୍ରିଲରୁ ନଭେମ୍ୱର ମଧ୍ୟରେ ପଲିସ୍ ହୀରା ରପ୍ତାନୀ ଗୋଟିଏ ବର୍ଷ ପୂର୍ବେ ସମାନ ଅବଧି ତୁଳନାରେ ୧୮.୮ ପ୍ରତିଶତ ହ୍ରାସ ପାଇ ୮୯୮.୦୨ କୋଟି ଡଲାର ରହିଛି । ଚୀନର ଚାହିଦା କମିବା ହୀରା ରପ୍ତନୀ ହ୍ରାସ ପଛର ଏକ କାରଣ ।
ଜିଜେଇପିସି ଅନୁସାରେ ଆମେରିକାରେ ଥ୍ୟାଙ୍କ୍ସଗିଭିଙ୍ଗ ଫେଷ୍ଟିଭାଲ୍ ସମୟରେ ହୀରା ଚାହିଦା ୫ ପ୍ରତିଶତ ଯାଏ ବଢିପାରେ । ଜିଜେଇପିସି ଅଧ୍ୟକ୍ଷ ବିପୁଲ ଶାହ କହିଛନ୍ତି ଯେ ଖରାପ ସମୟ ବିତିସାରିଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ୧୦ ପ୍ରତିଶତ ହ୍ରାସ ଆସିଛି । ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ ନୂଆ ସରକାର ଏବଂ ଆର୍ଥିକ ବର୍ଷ ୨୦୨୫-୨୬ରେ ୧୦-୧୫ ବୃଦ୍ଧି ଅନୁମାନ ରଖାଯାଇଛି । ଜିଜେଇପିସିକର ରାଜ୍ୟ ଅଧିକାରୀ ପଙ୍କଜ ପାରେଖ କହିଛନ୍ତି ଯେ ସୁନାର ବଢୁଥିବା ମୂଲ୍ୟ ଯୋଗୁଁ ସୁନା ଅଳଙ୍କାର ରପ୍ତାନୀକୁ ଲାଭ ପହଞ୍ଚିଛି ।