ବାରଙ୍ଗ(ଭୁବନେଶ୍ବର) : ବଡ଼ ବିଚିତ୍ର। ବିଶ୍ବାସ ହେଉନଥିଲେ ବି ବିରୋଧ କରିବା କାଠିକର । ଜଣେ ମହିଳାଙ୍କୁ ଦେବୀ ଭାବେ ପୂଜାର୍ଚ୍ଚନା । ଫୁଲ, ବାଜା, ଧୂପ ଆଉ ଠାକୁରାଣୀଙ୍କ ଭଳି ଲୁଗା –ମୁକୁଟ। ରାଜଧାନୀରେ ମାନବୀ ରୂପୀ ଦେବୀ । ବାଃ ବାଃ ରେ ଏକବିଂଶ ଶତାବ୍ଦୀର ଅନ୍ଧ ବିଶ୍ବାସ କବଳିତ ମଣିଷ।
ଏଇଟା ତ ରାଜଧାନୀ । ଏଠାରେ ପଢୁଆ ଆଉ ଶିକ୍ଷିତ ବେଶି । ଏଇଠୁ ଶାସନ କରନ୍ତି ସରକାର, ପୋଲିସ , ବଡ଼ ଅଫିସରଙ୍କଠୁ ଆରମ୍ଭ କରି ଚାକିରିଆ, ବ୍ୟବସାୟୀ, ବୁଦ୍ଧିଜୀବୀ । ଛାତ୍ର, ଶିକ୍ଷକ, ଶ୍ରମଜୀବି ଙ୍କ ସହ ସବୁ ବର୍ଗର ଲୋକେ ବେଶି ଆତଯାତ ଏଠି । କିନ୍ତୁ ଏଠାରେ ବି ସେହି ଅନ୍ଧବିଶ୍ବାସର ପରମ୍ପରା ଥାଇପାରେ ? ଜ୍ଞାନ,ବିଜ୍ଞାନକୁ ଫୁ କରି ଏଠାରେ ବି କ’ଣ ଅସ୍ବାଭାବିକ ଆଚରଣକାରୀ ଜୀବନ୍ତ ମଣିଷଟାଙ୍କୁ ଭଗବାନ, ଠାକୁର କହି ପୂଜାର୍ଚ୍ଚନା କରାଯାଇପାରେ ? ବିଶ୍ବାସ ହେଉନଥିଲେ ବି ଆଖି ଆଗରେ ଘଟିଥିବା ଏକ ଦୃଶ୍ୟକୁ ବିରୋଧ କରିବା କଷ୍ଟକର ଏଇଥିଲାଗି ଯେ, ଏଠାରେ ଅନୁଗତଙ୍କ ପ୍ରଭାବ ଓ ପତିଆରା ଥିଲା, ଦୌରାତ୍ମ୍ୟର ବି ଆଶଙ୍କା ।
{"id":795286,"sizeSlug":"full","linkDestination":"none"}ଏହି ଘଟଣା ଓ ଦୃଶ୍ୟଟି ମଙ୍ଗଳବାର ଅପରାହ୍ନର । ରାଜଧାନୀର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ସାଲିଆସାହି ହାତୀଆଶୁଣି ମନ୍ଦିରରେ ଏହି ଦୃଶ୍ୟ । ଲୋକମାନେ ଜଣେ ମହିଳାଙ୍କୁ ପୂଜାର୍ଚ୍ଚନା କରୁଛନ୍ତି । ମୁକୁଟ ଆଉ ଜରି କାମର ଲୁଗା, ଓଢଣୀ ପିନ୍ଧା ମହିଳା ଜଣକ ଏକ କାରରୁ ଓହ୍ଲାଇଲେ । ଆଉ ତାଙ୍କୁ ଅପେକ୍ଷା କରିଥିବା ଶ୍ରଦ୍ଧାଳୁ ମାନେ ଫୁଲ , ଧୂପ ଆଉ ବାଜା ସହ ମନ୍ଦିର ଭିତରକୁ ପାଛୋଟି ନେଲେ । ମହିଳାଙ୍କ ଠାରେ ସାମାନ୍ୟ କିଛି ଅସ୍ବାଭାବିକ ଆଚରଣ।
{"id":795287,"sizeSlug":"full","linkDestination":"none"}ତେବେ ଉଦୁ ଉଦିଆ ଦିନ ଦ୍ୱିପ୍ରହରରେ ଦେଵୀ ରୂପରେ ସଜେଇ ହୋଇଥିବା ମହିଳା ଜଣକୁ ପୂଜା କରା ଯାଉଛି। ଆଉ କିଛି ମହିଳା ମୁଣ୍ଡରେ ନାଲି କପଡା ଓ ସାଲୁକନା ଭିଡ଼ି ଜୟ ମା ହାତିଆସୁଣି ସ୍ଲୋଗାନ ଦେଉଛନ୍ତି। ଜିଜ୍ଞାସା ହେବାରୁ ପାଖକୁ ଯାଇ ବୁଝିବା ବେଳକୁ ଜଣା ପଡ଼ିଲା ଯେ, ଏହି ମହିଳାଙ୍କ ଦେହରେ କୁଆଡେ ମା ହାତିଆସୁଣି ବିଜେ କରିଛନ୍ତି।ସେଥିଲାଗି ସାମାନ୍ୟ ଅସ୍ବାଭାବିକ ଆଚରଣ କରୁଥିବା ମହିଳା ଜଣକୁ ଦେବୀ ମାନି ପୂଜାର୍ଚ୍ଚନା ଚାଲିଛି ।କାରଣ ଏଠାକାର ଲୋକଙ୍କର ଅଗାଢ଼ ବିଶ୍ଵାସ ଯେ , ସେମାନଙ୍କୁ ସବୁ ବିପଦ ଆପଦରୁ ମା ହାତିଆସୁଣି ରକ୍ଷା କରୁଛନ୍ତି।
wp:heading {"level":4}ଏ ଖବର ପଢନ୍ତୁ- ଗର୍ଭଧାରଣ ପାଇଁ ତାନ୍ତ୍ରିକ ସାହାରାରେ ଶାଶୁ ଘର ଲୋକେ, ମହିଳାଙ୍କୁ ଖୁଆଇଲେ ପାଉଡର ବୋଳା ହାଡ
/wp:headingଏହା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନୁହେଁ । ଶିକ୍ଷିତ ସଚେତନ ଓ ବିକାଶର ଚିହ୍ନ ଥିବା ରାଜଧାନୀ ଅନ୍ତର୍ଗତs ଏକ ଅଞ୍ଚଳ । ଅଥଚ ଏଠି ଅନ୍ଧ ବିଶ୍ବାସର ରାଜୁତି । ତେବେ ଯାହା ବି ହେଉ ରାଜଧାନୀରେ ଏଭଳି ଦୃଶ୍ୟ ନିଆରା ଯେତିକି ବିସ୍ମୟ, ବିତର୍କିତ ଆଉ ବିବାଦୀୟ ବି ସେତିକି । ଯାହା ହିଁ ଚର୍ଚ୍ଚାର କାରଣ ।
wp:html /wp:html