ଭୁବନେଶ୍ୱର ୦୫।୧୨ : କେନ୍ଦୁଝର ଓ ଦେବଗଡ଼ରେ ସୁନା ଖଣି । ଦେବଗଡ଼ ଜିଲ୍ଲାର ରାମପଲୀ ଓ କେନ୍ଦୁଝରର ଗୋପୁର-ଗଜିପୁର ଅଞ୍ଚଳରେ ସୁନା ଖଣିର ସନ୍ଧାନ ମିଳିଛି । ବିଧାନସଭାରେ ଖଣି ମନ୍ତ୍ରୀ ବିଭୂତି ଜେନା ଏହି ଉତ୍ତର ଦେଇଛନ୍ତି ।
ବିଧାନସଭାରେ ବିଧାୟକ ଅଶ୍ବିନୀ ପାତ୍ର ଏବଂ ଉପାସନା ମହାପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ଦେବଗଡ ଜିଲ୍ଲାର ଆଡାସ-ରାମପଲ୍ଲୀ ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସଂସ୍ଥା ଦ୍ବାରା ଜି-୨ ସ୍ତରରେ ଅନୁସନ୍ଧାନ କାର୍ଯ୍ୟ ସରିଛି । କେନ୍ଦୁଝର ଜିଲ୍ଲାର ଗୋପୁର-ଗଜିପୁର ଅଞ୍ଚଳରେ ଜି-୩ ସ୍ତରର ଅନୁସନ୍ଧାନରେ ସନ୍ତୋଷଜନକ ଫଳାଫଳ ବାହାରିଛି । ଏହି ସବୁ ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସଂସ୍ଥା ଓ ରାଜ୍ୟ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟର ସହଭାଗିତାରେ ଜି-୨ ସ୍ତରରେ ଅନୁସନ୍ଧାନ କାର୍ଯ୍ୟ ଚାଲୁ ରହିଛି । ଅନୁସନ୍ଧାନକାରୀ ସଂସ୍ଥାମାନେ ଚୁଡାନ୍ତ ରିପୋର୍ଟ ପ୍ରଦାନ କଲା ପରେ ବୈଷୟିକ କମିଟିର ସୁପାରିସ କ୍ରମେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।