୨୦୨୫ରେ ସ୍ଥିର ରହିବ ସୁନା ଦର: ୱାର୍ଲଡ ଗୋଲ୍ଡ କାଉନସିଲ

Published By : Prameya-News7 Bureau | December 14, 2024 IST

ନୂଆଦିଲ୍ଲୀ ୧୪।୧୨: ନୂଆବର୍ଷ ୨୦୨୫ରେ ସୁନା ମୂଲ୍ୟ ସ୍ଥିର ରହିବ ଓ ଏଥିରେ ମାମୁଲି ବୃଦ୍ଧି ଦେଖାଯିବାର ସମ୍ଭାବନା ରହିଛି। ୱାର୍ଲଡ ଗୋଲ୍ଡ କାଉନସିଲ (ଡବ୍ଲୁଜିସି) ଶନିବାର ଏହି ଦାବି କରିଛନ୍ତି। ତେବେ ବୈଶ୍ୱିକ ଜିଡିପି, ଇନଫ୍ଲେସନ ରେଟ୍ ଓ ଅନ୍ୟ କାରଣ ଯୋଗୁ ଏକ୍ସପର୍ଟମାନେ ମଧ୍ୟ ଏହି ରାୟ ଦେଇଛନ୍ତି। ଆଗାମୀ ବର୍ଷ ସୁନା ମୂଲ୍ୟାରେ ୨୦୨୪ ଭଳି ବୃଦ୍ଧି ନ ହୋଇପାରେ। ସୂଚନା ଅନୁସାରେ ସୁନା ମୂଲ୍ୟର ବର୍ତ୍ତମାନ ଚାର୍ଟ ଦେଖିଲେ ମଲ୍ଟି କମଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ୭୬,୦୦୦ରୁ ୭୮,୦୦୦ ମଧ୍ୟରେ ଟ୍ରେଡିଂ କରିବାର ସଂକେତ ମିଳୁଛି। 

ଏକ୍ସପର୍ଟଙ୍କ ଅନୁସାରେ ସୁନା ମୂଲ୍ୟକୁ ନେଇ ସର୍ବଦା ରିସ୍କ ରହୁଛି, ୨୦୨୫ରେ ମଧ୍ୟ ଏହା କାୟମ ରହିବ। ଆମେରିକା ଆର୍ଥିକ ତଥ୍ୟରୁ ମିଳୁଥିବା ମିଶ୍ରିତ ସଂକେତ ପରେ ଏବେ ପ୍ରଫିଟ ବୁକିଂ ଆରମ୍ଭ ହୋଇଗଲାଣି, ଏଣୁ ସୁନା ବିକ୍ରିରେ ବୃଦ୍ଧି ଦେଖା ଦେଇଛି। କମେକ୍ସରେ ସୁନା ଦର ଏବେ ପ୍ରତି ଆଉନ୍ସ ୨,୭୧୦ ରୁ ୨,୬୭୦ ଡଲାରକୁ ଖସିଛି। ଡବ୍ଲୁଜିସିଙ୍କ ଅନୁସାରେ ୨୦୨୪ରେ ଏ ପର୍ଯ୍ୟନ୍ତ ବୁଲିୟନରେ ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ହେଲାଣି, ହେଲେ ଆଗାମୀ ବର୍ଷ ଏଥିରେ ହ୍ରାସ ହେବାର ସମ୍ଭାବନା ରହିଛି। 


କାଉନସିଲ ଅନୁସାରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ସମ୍ଭାବିତ ବ୍ୟାପାର ଯୁଦ୍ଧ ଓ ଜଟିଳ ସୁଧହାର ଦୃଷ୍ଟିକୋଣରୁ ଆର୍ଥିକ ବିକାଶକୁ ହ୍ରାସ କରିପାରେ। ଏଣୁ ନିବେଶକ ଓ ଉପଭୋକ୍ତାଙ୍କ ଚାହିଦା ପ୍ରଭାବିତ ହୋଇପାରେ। ସୁନା ବଜାରରେ ଚୀନ୍‌ ଗତିବିଦ୍ଧି ଉପରେ କଡ଼ା ନଜର ରହିବ। ଏପର୍ଯ୍ୟନ୍ତ ସେଠିକା ନିବେଶକ ମୂଲ୍ୟ ସମର୍ଥନ ପ୍ରଦାନ କରୁଛନ୍ତି, କାରଣ ଉପଭୋକ୍ତା ଏବେବି ସୁନା ବଜାରରେ ଅଛନ୍ତି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.