ଭାରତରେ ଲଞ୍ଚ ହେଲା ଗୁଗଲର AI ଜେମିନୀ, ଖୁବ୍‌ଶୀଘ୍ର ୯ଟି ଭାରତୀୟ ଭାଷାରେ ହେବ ଉପଲବ୍ଧ

Published By : Prameya-News7 Bureau | June 18, 2024 IST

ନୂଆଦିଲ୍ଲୀ: ଲଞ୍ଚ ହୋଇଛି ଗୁଗଲ ଜେମିନୀ ଏଆଇ ଆପ୍‌। ମଙ୍ଗଳବାର, ଗୁଗଲ ଭାରତରେ ଏହାର ଜେମିନୀ ଆପ୍‌କୁ ଲଞ୍ଚ କରିଛି। ଏହି ଆପ୍‌ ଇଂରାଜୀ ଭାଷା ସହ ନଅଟି ଭାରତୀୟ ଭାଷାରେ ଉପଲବ୍ଧ ହେବ । ଆପ୍‌ ସାହାଯ୍ୟରେ ଆପଣ ଟାଇପ୍‌, ଭଏସ ଚାଟ୍‌ କିମ୍ବା ପୁଣି ଫଟୋ ଅପଲୋଡ୍‌ କରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସାହାଯ୍ୟରେ ନିଜ ପ୍ରଶ୍ନର ଉତ୍ତର ପାଇପାରିବେ। 

କମ୍ପାନିର ସୂଚନା ଅନୁଯାୟୀ, ଏହି ଆପ୍ ଏବଂ ଜେମିନୀ ଆଡଭାନ୍ସଡ ଗୁଗଲର ସବୁଠୁ ଅଧିକ ଶକ୍ତିଶାଳୀ ଏଆଇ ମଡେଲ। ଏହା ଲୋକଙ୍କୁ ସେମାନଙ୍କ ପସନ୍ଦର ଭାଷାରେ ସୂଚନା ହାସଲ କରିବାରେ ତଥା ସେମାନଙ୍କ କାମରେ ସାହାଯ୍ୟ କରିବ। ଜେମିନୀ ଆପ୍‌ ହିନ୍ଦୀ, ବେଙ୍ଗଲୀ, ଗୁଜରାଟୀ, କନ୍ନଡ଼, ମଲୟାଲମ, ମରାଠୀ, ତାମିଲ, ତେଲୁଗୁ ଏବଂ ଉର୍ଦୂ ଭାଷାରେ ଉପଲବ୍ଧ ହେବ। ସନ୍ଦର ପିଚାଈ ମଧ୍ୟ ଏନେଇ ସୂଚନା ଦେବା ସହ କହିଛନ୍ତି, କମ୍ପାନି ଜେମିନୀ ଆଡଭାନ୍ସଡକୁ ମଧ୍ୟ ଭାରତୀୟ ଭାଷାରେ ଉପଲବ୍ଧ ପାଇଁ ଚେଷ୍ଟା ଜାରି ରଖିଛି ଏଥିରେ ନୂଆ ଫିଚର୍ସ ମଧ୍ୟ ଆସିବ। 

ତେବେ ଏହି ଏଆଇ ଦ୍ବାରା ଆପଣ ଗୁଗଲ ମେସେଜରେ ମଧ୍ୟ ଜେମିନୀର ବ୍ୟବହାର କରିପାରିବେ। ଅବଶ୍ୟ ଏବେ ଇଂରାଜୀ ଏବଂ ନିର୍ଦ୍ଧିଷ୍ଟ ଡିଭାଇସରେ ଉପଲବ୍ଧ ହେବ। ଗୁଗଲ ମେସେଜରେ ଜେମିନୀ ଦ୍ବାରା ଆପଣ ମେସେଜ ଲେଖିବା ପାଇଁ ସାହାଯ୍ୟ ନେଇପାରିବେ । ନୂଆ ଆଇଡିଆ ନେଇପାରିବେ। ଏଭଳି ଅନେକ କିଛି କରିପାରିବେ। ସେହିଭଳି ଜେମିନୀ ଆପ୍‌ ଚାଟ୍‌ବଟ୍‌ରୁ ନିଜ ପ୍ରଶ୍ନର ଉତ୍ତର ପାଇପାରିବେ। ଆହୁରି ମଧ୍ୟ ଇମେଜ ଯୋଡ଼ିବା ପାଇଁ ସୁବିଧା ପାରିପାରିବେ। 

ଭବିଷ୍ୟତରେ ଏହା ଏକ ଏଭଳି ଏଆଇ ଆସିଷ୍ଟାଣ୍ଟ ଭାବରେ ବିକଶିତ କରାଯାଉଛି ଯାହା କଥାବାର୍ତ୍ତା କରିବା ଭଳି ବିଭିନ୍ନ ମାଧ୍ୟମରେ କାମ କରିବାରେ ସାହାଯ୍ୟ କରିପାରିବ ବୋଲି କହିଛନ୍ତି ସୁନ୍ଦର ପିଚାଈ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.