କେନ୍ଦ୍ର ସରକାରଙ୍କ ବଡ଼ ଆକ୍ସନ: ଆଧାର ଓ ପ୍ୟାନ କାର୍ଡର ବିବରଣୀ ବିକ୍ରି କରୁଥିବା ଓ୍ୱେବସାଇଟ ବ୍ୟାନ

Published By : Prameya-News7 Bureau | September 26, 2024 IST

News7

ନୂଆଦିଲ୍ଲୀ: ଭାରତୀୟ ନାଗରିକଙ୍କ ଆଧାର ଏବଂ ପାନ୍ କାର୍ଡ ବିବରଣୀ ସୂଚନା ପ୍ରକାଶ କରୁଥିବା ଓ୍ୱେବସାଇଟକୁ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର। ଗତ ସପ୍ତାହରେ, ସାଇବର ସୁରକ୍ଷା ଅନୁସନ୍ଧାନକାରୀ ଦାବି କରିଛନ୍ତି ଯେ ଷ୍ଟାର ହେଲଥ ଇନସୁରାନ୍ସ ଅଧିକାରୀମାନେ 3.1 କୋଟି ଗ୍ରାହକଙ୍କ ତଥ୍ୟ ବିକ୍ରି କରିଛନ୍ତି। ଏହା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଗୁରୁବାର ଏହି ପ୍ରସଙ୍ଗରେ ଏକ ସରକାରୀ ବିବୃତ୍ତି ବାହାରିଛି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ଭାରତୀୟ କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଦଳ (CERT-In) ଏହି ୱେବସାଇଟଗୁଡିକରେ ସୁରକ୍ଷା ତ୍ରୁଟିକୁ ଦେଖିଛନ୍ତି। ଏହା ପରେ ସରକାର ଏହି ୱେବସାଇଟଗୁଡିକୁ ବ୍ୟାନ କରିବା ପାଇଁ ପଦକ୍ଷେପ ନେଇଛନ୍ତି।

ଏହା ଆଇଟି ମନ୍ତ୍ରଣାଳୟର ନଜରକୁ ଆସିଛି ଯେ କିଛି ୱେବସାଇଟ୍ ଆଧାର ଏବଂ ପାନ୍ କାର୍ଡ ବିବରଣୀ ସମେତ ଭାରତୀୟ ନାଗରିକଙ୍କ ସମ୍ବେଦନଶୀଳ ବ୍ୟକ୍ତିଗତ ସୂଚନା ପ୍ରକାଶ କରୁଛି। ସେହି ଅନୁଯାୟୀ, ଏହି ୱେବସାଇଟଗୁଡିକୁ ଅବରୋଧ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.