ରାଜ୍ୟରେ ୫୮ ନୂଆ ଶୀତଳ ଭଣ୍ଡାର କରିବେ ମୋହନ ସରକାର : କୃଷିମନ୍ତ୍ରୀ

Published By : Prameya-News7 Bureau | July 31, 2024 IST

ଭୁବନେଶ୍ବର ୩୧: ରାଜ୍ୟରେ ନୂଆ ୫୮ ଶୀତଳ ଭଣ୍ଡାର ହେବ ବୋଲି କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି । କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡ଼ାମଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ । ପୂର୍ବ ସରକାର ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ କୃଷି ମନ୍ତ୍ରୀ । ପୂର୍ବ ସରକାର ଚିଟ୍‌ଫଣ୍ଡ କମ୍ପାନୀକୁ ଶୀତଳ ଭଣ୍ଡାର ଦାୟିତ୍ବ ଦେଇଥିଲେ ବୋଲି ବିଧାନସଭାରେ କହିଲେ କୃଷି ମନ୍ତ୍ରୀ I ଯେଉଁଥି ପାଇଁ ଶୀତଳ ଭଣ୍ଡାର ବୁଡ଼ିଯାଇଛି । ବର୍ତ୍ତମାନ ମୋହନ ସରକାର ୫୮ଟି ଶୀତଳ ଭଣ୍ଡାର କରିବେ । ଏ ନେଇ କୃଷି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି ।

You Can Read:

କେରଳରେ ଫଶିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ ଅଧିକାରୀଙ୍କ ସହ କଥା ହେଲେ ଓଡିଶା ସରକାର

  • odisha
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.