ଅଧା ହେଲାଣି ବର୍ଷା ଋତୁ... କେଉଁଠି ସ୍ୱାଭାବିକ ତ କେଉଁଠି ନିରାଶା, ଦେଶରେ କେବଳ ୨% ଅଧିକ ବର୍ଷା

Published By : Prameya-News7 Bureau | July 30, 2024 IST

the telegraph

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ମୌସୁମୀ ବର୍ଷା ଜାରି ରହିଛି । ଅନେକ ସ୍ଥାନରେ ଭୀଷଣ ବର୍ଷା କାରଣରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପଟେ ଦେଶରେ ବର୍ଷା ଋତୁର ଚାରି ମାସ ମଧ୍ୟରୁ ଦୁଇ ମାସ ବିତି ସାରିଛି । କିନ୍ତୁ ଏବେ ସୁଦ୍ଧା କେବଳ ସ୍ୱାଭାବିକ ଠାରୁ ତିନି ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି । ଦକ୍ଷିଣ ଭାରତ ଉପରେ ମୌସୁମୀ ବର୍ଷା ଅଧିକ ହୋଇଛି । ଏଠାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି ।

ଉତ୍ତର- ପୂର୍ବ ଭାରତରେ ଜୁନ୍ ୧ରୁ ଆରମ୍ଭ ହୋଇଥିବା ମୌସୁମୀ ଲୋକଙ୍କୁ ନିରାଶ କରିଛି । ଏଠାରେ ସ୍ୱାଭାବିକଠାରୁ କମ ବର୍ଷ ହୋଇଛି । ଅନ୍ୟପଟେ ମଧ୍ୟ ଭାରତରେ ବର୍ଷା ସ୍ୱାଭାବିକଠାରୁ ଅଧିକ ହୋଇଛି । ଚଳିତ ଥର ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ ବର୍ଷା ତାମିଲନାଡ଼ୁରେ ହୋଇଥିବା ରେକର୍ଡ ହୋଇଛି । ରାଜ୍ୟରେ ୧୮୫.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ୧୧୭.୭ ମିମିଠାରୁ ୫୭ ପ୍ରତିଶତ ଅଧିକ ରହିଛି । ଅନ୍ୟପଟେ ପଞ୍ଜାବରେ ସ୍ୱାଭାବିକଠାରୁ ୪୪ ପ୍ରତିଶତ କମ ବର୍ଷା ହୋଇଛି ।

ବିଭିନ୍ନ ରାଜ୍ୟରେ ରେକର୍ଡ ହୋଇଥିବା ବର୍ଷା ପରିମାଣ

ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା କୌଣସି ରାଜ୍ୟରେ ସ୍ୱାଭାବିକଠାରୁ ବହୁତ ଅଧିକ ବର୍ଷା ହୋଇ ନାହିଁ । ଦେଶରେ କେବଳ ୮ ରାଜ୍ୟରେ ହିଁ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି । ୧୩ ରାଜ୍ୟରେ ସ୍ୱାଭାବିକ ବର୍ଷା ହୋଇଛି ଏବଂ ୮ ଏପରି ରାଜ୍ୟ ରହିଛି ଯେଉଁଠାରେ ସ୍ୱାଭାବିକଠାରୁ କମ ବର୍ଷା ରେକର୍ଡ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଦେଶରେ ପ୍ରତିବର୍ଷ ଏହି ସମୟ ସୁଦ୍ଧା ୪୩୭.୨ ମିଲିମିଟର ବର୍ଷା ହୋଇଥାଏ, କିନ୍ତୁ ଚଳିତ ଥର ୪୪୬.୧ ମିମି ବର୍ଷା ହୋଇସାରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.