କଟକ ୩୧।୧: ହାଇପ୍ରୋଫାଇଲ ଠକ ହଂସିତା ଅଭିଲିପ୍ସାଙ୍କ ସ୍ବାମୀ ମନୋଜ କୁମାର ଆଚାର୍ଯ୍ୟ ହାଇକୋର୍ଟରୁ ନିରାଶ । ମନୋଜଙ୍କ ଆଗୁଆ ଜାମିନ ଖାରଜ କଲେ ଜଷ୍ଟିସ୍ ଭି.ନରସିଂହଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ । ୧୯୮୦ ମସିହାର ଗୁରୁବକ୍ସ ସିଂ ଶିବ୍ବା ବନାମ ପଞ୍ଜାବ ସରକାର ମାମଲା ଆଧାରରେ ଜାମିନ ଖାରଜ ହୋଇଥିବା ସୂଚନା ।
ଭୁବନେଶ୍ବର ଇନଫୋସିଟି ଥାନାର କେସ୍ ନମ୍ବର ୬୧୧/୨୦୨୪ରେ ଆଗୁଆ ଜାମିନ ଆବେଦନ କରିଥିଲେ ମନୋଜ । ପରବର୍ତ୍ତୀ ସମୟରେ ପୁଣି ଆବେଦନ କରିପାରିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି । ହଂସିତା ଅଭିଲିପ୍ସାଙ୍କ ଦ୍ବିତୀୟ ସ୍ବାମୀ ହେଉଛନ୍ତି କନ୍ଧମାଳର ମନୋଜ ଆଚାର୍ଯ୍ୟ ।
ସୂଚନାଯୋଗ୍ୟ ଯେ, ଗତ ୧୯ ତରିଖରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ମନୋଜ ଆଚାର୍ଯ୍ୟ । ହଂସିତା ଅଭିଲିପ୍ସାଙ୍କ ଦ୍ବିତୀୟ ସ୍ବାମୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଅଭିଲିପ୍ସା-ଅନୀଲଙ୍କ ଠକେଇରେ ପୋଲିସ ମନୋଜଙ୍କୁ ସମନ କରିଥିଲା । ମନୋଜ ଆଗୁଆ ଜାମିନ ଆବେଦନ କରିଥିଲେ । ପୂର୍ବରୁ ଆୟକର ବିଭାଗ ମନୋଜଙ୍କ ବାଲିଗୁଡା ସ୍ଥିତ ଘରେ ଚଢଉ କରିଥିଲା । ମନୋଜଙ୍କ ବାପାଙ୍କ ନାମରେ ଗୋଟିଏ କମ୍ପାନୀ ଥିବା ଜଣାପଡିଛି ।
You Can Read:
ବାରବାଟୀରେ ଏକଦିବସୀୟ ମ୍ୟାଚ୍ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଉନ୍ମୋଚନ କଲେ ଓଡ଼ିଆ ଥିମ୍ ସଙ୍ଗ୍