LIVE TV

ବନ୍ଧୁକ ମୁନରେ କୋଇଡ଼ା ପରିବହନ କାର୍ଯ୍ୟାଳୟରୁ ଲୁଟ୍, ୩ ଲକ୍ଷରୁ ଅଧିକ ଲୁଟିନେଲେ ଦୁର୍ବୃତ୍ତ

NEWS7
hansita-gifted-anil-a-mercedes-worth-two-crore-rupees

ବଣାଇ ୨୦/୧୧: କୋଇଡାରେ ବନ୍ଧୁକ ମୁନରେ ପରିବହନ କାର୍ଯ୍ୟାଳୟରୁ ଲୁଟ୍ । ୩ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ରାତି ୧୨ଟାରେ ୭ ରୁ ୮ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଲୁଟ୍ କରିଥିବା ଅଭିଯୋଗ । ପୋଲିସ୍ ପେଟ୍ରୋଲିଂ ଗାଡ଼ି ଦୁର୍ବୃତ୍ତଙ୍କୁ ଅଟକାଇବା ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ସଫଳ ହେଇନଥିଲା । 
ସୂଚନା ଥାଉକି, ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ନିକଟସ୍ଥ ବ୍ଲକ୍ ଛକ ରାସ୍ତା କଡ଼ରେ ଥିବା ଏକ ପରିବହନ କାର୍ଯ୍ୟାଳୟରୁ ବନ୍ଧୁକ ମୁନରେ ବଡ଼ ଧରଣର ଲୁଟ୍ ହୋଇଛି । ରାତି ୧୨ ଟା ସମୟରେ ୭ ରୁ ୮ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ପରିବହନ କାର୍ଯ୍ୟାଳୟକୁ ପଶି ଆସିବା ପରେ କାର୍ଯ୍ୟାଳୟରେ ଥିବା ଚାରିଜଣ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ କାବୁ କରି ନେଇଥିଲେ ।

ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ପରିବହନ କାର୍ଯ୍ୟାଳୟର କର୍ମଚାରୀଙ୍କ ଠାରୁ ଲୁଟି ନେଲେ ୩ ଲକ୍ଷରୁ ଅଧିକ ଟଙ୍କା । ଲୁଟ୍ ବେଳର ସିସିଟିଭି ଭିଡିଓ ଲାଗିଛି ପୋଲିସ ହାତରେ। ଘଟଣା ସ୍ଥଳରେ କୋଇଡା ଥାନା ଅଧିକାରୀଙ୍କ ସମେତ ଦୁଇଟି ଟିମ୍ ପହଁଚି କରୁଛି ତନାଘନା । କାର୍ଯ୍ୟାଳୟର କମ୍ପ୍ୟୁଟର ଭାଙ୍ଗିବା ସହ ଅନ୍ୟ ସିସିଟିଭିକୁ ଅଚଳ କରି ସାଥିରେ ନେଇଯାଇଛନ୍ତି ।