ହିଜବୁଲ୍ଲାର ନୂଆ ପ୍ରମୁଖ ଘୋଷଣା; ଆତଙ୍କୀ ସଂଗଠନର ମୁଖିଆ ହେଲେ ହାସିମ୍ ସଫିଦ୍ଦୀନ

Published By : Prameya-News7 Bureau | September 29, 2024 IST

ନୂଆଦିଲ୍ଲୀ: ଇସ୍ରାଏଲ ଆକ୍ରମଣରେ ହସନ ନସ୍‌ରଲ୍ଲାହର ମୃତ୍ୟୁ ପରେ ହିଜବୁଲ୍ଲା ଆତଙ୍କୀ ସଂଗଠନର ନୂଆ ପ୍ରମୁଖ ନାଁ ଘୋଷଣା କରିଛି । ହାସିମ୍ ସଫିଦ୍ଦୀନଙ୍କୁ ହିଜବୁଲ୍ଲାର ଦାୟିତ୍ବ ଦିଆଯାଇଛି । ସେ ନସ୍‌ରଲ୍ଲାହର ଦାଦା ପୁଅ ଭାଇ ବୋଲି କୁହାଯାଉଛି । ୧୯୬୪ରେ ଦକ୍ଷିଣ ଲେବାନନର ଦୀର କାନୁନ ଏନ ନାହରରେ ହାସିମ୍ ସଫିଦ୍ଦୀନର ଜନ୍ମ । ସଫିଦ୍ଦୀନ ଲେବାନନର ଜଣେ ପ୍ରମୁଖ ଲେବାନନୀ ମୌଲବୀ ଏବଂ ହିଜବୁଲ୍ଲାର ବରିଷ୍ଠ ନେତା ବୋଲି କୁହାଯାଉଛି ।

କୁହାଯାଉଛି, ହାସିମ୍ ସଫିଦ୍ଦୀନଙ୍କୁ ଇସ୍ରାଏଲ ହମଲାରୁ ବର୍ତ୍ତି ଯାଇଛି । ହିଜବୁଲ୍ଲାର ରାଜନୈତିକ ମାମଲା ଉପରେ ସେ ନିଷ୍ପତ୍ତି ନେଇଥାଏ । ଏହାଛଡ଼ା ହାସିମ୍ ସଫିଦ୍ଦୀନ ହିଜବୁଲ୍ଲା ଏକ୍ସକ୍ୟୁଟିଭ୍ କାଉନସିଲର ମୁଖ୍ୟ ରହିଛି । ସେହିପରି ଜିହାଦୀ କାଉନସିଲର ମଧ୍ୟ ଚେୟାର ମ୍ୟାନ୍ ମଧ୍ୟ ରହିଛି । ସଫିଦ୍ଦୀନ ହିଜବୁଲ୍ଲାର ବିଭିନ୍ନ ଅପରେସନର ବ୍ଲୁ-ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରିଥାଏ । ହାସିମ୍ କଳା ପଗଡ଼ି ପିନ୍ଧିଥାଏ ।  

ହାସିମ୍ ନିଜକୁ ପେଗାମ୍ବର ମହମ୍ମଦଙ୍କ ବଂଶଜ ବୋଲି କହିଥାଏ । କିନ୍ତୁ ୟୁଏସ ଷ୍ଟେଟ୍ ଡିପାର୍ଟମେଣ୍ଟ ୨୦୧୭ରେ ତାକୁ ଆତଙ୍କବାଦୀ ଘୋଷଣା କରିଥିଲା । କାରଣ ହାସିମ୍ ଇସ୍ରାଏଲ ବିରୋଧରେ ବଡ଼ ଯୁଦ୍ଧ ଆରମ୍ଭ କରିଥିଲା । ହିଜବୁଲ୍ଲାର ସିନିୟର କମାଣ୍ଡରର ମୃତ୍ୟୁ ପରେ ଇସ୍ରାଏଲକୁ ଆକ୍ରମଣ କରିବାକୁ ଅଭିଯାନ ଆରମ୍ଭ କରିଥିଲା । ଫାଇଟର ଜେଟରେ ଟାର୍ଗେଟ୍ କରି ଇସ୍ରାଏଲକୁ ଭାବି ବାଧ୍ୟ କରିଥିଲା ।    

ଇରାକ୍ର ନାଜଫ ଏବଂ ଇରାନର କୁମର ଧାର୍ମିକ କେନ୍ଦ୍ରରେ ଶିକ୍ଷାଗ୍ରହର କରିବା ପରେ ହାସିମ୍ ସଫିଦ୍ଦୀନ ଲେବାନନ ଫେରି ଆସିଥିଲା ଏବଂ ଶୀଘ୍ର  ହିଜବୁଲ୍ଲା ରାଙ୍କର ଟପକୁ ଚାଲିଯାଇଥିଲା । ୧୯୯୫ରେ ଆତଙ୍କୀ ସଂଗଠନର ସର୍ବୋଚ୍ଚ ନିର୍ଣ୍ଣୟ ନେଉଥିବା ସଂସ୍ଥା ମଜଲିସ୍ ଅଲ ଶୁରାରେ ସାମିଲ୍ ହୋଇଥିଲା ।  ଏହା ପରେ ତୁରନ୍ତ ତାକୁ ଜିହାଦ୍ ପରିଷଦର ପ୍ରମୁଖ ଭାବେ ନିଯୁକ୍ତି ଦିଆଯାଇଥିଲା । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.