କାହିଁକି ବାରମ୍ବାର ହାତୀ ମୃତ୍ୟୁ ହେଉଛି ? ଜବାବ ରଖିବେ ରାଜ୍ୟ ସରକାର

Published By : Prameya-News7 Bureau | November 19, 2024 IST

କଟକ ୧୯/୧୧: ସମ୍ବଲପୁର ନାକଟିଦେଉଳ ରେଞ୍ଜ ବୁରମାଲ ଜଙ୍ଗଲରେ ୩ ହାତୀ ଅପମୃତ୍ୟୁ ଘଟଣା । ନିଜ ଆଡୁ ମାମଲା ଦାୟର କରିଛନ୍ତି ହାଇକୋର୍ଟ । ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସୋମବାର କାର୍ଯ୍ୟରେ ଅବହେଳା ଅଭିଯୋଗରେ ୩ କ୍ଷେତ୍ର ବନ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ଏଥିସହ ୨ ବନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିସ କରିଛି ବନ ବିଭାଗ । ଅନ୍ୟପଟେ ବିଦ୍ୟୁତ ତାର ବିଛାଇ ବାର୍‌ହା ଶିକାର କରିବା ଅଭିଯୋଗରେ ଚିହ୍ନଟ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । 

ସୋମବାର ସମ୍ବଲପୁର ବୁରମାଲ ଜଙ୍ଗଲରେ ୨ଟି ବଡ ହାତୀ ଓ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିଲା । ବନବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁ ୩ ହାତୀଙ୍କ ଜୀବନ ଯାଇଥିବା ସ୍ପଷ୍ଟ କରିଥିଲେ ପିସିସିଏଫ୍‌ ସୁଶାନ୍ତ ନନ୍ଦ । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦ୍‌ବେଗ ପ୍ରକାଶ କରିଥିଲେ । ହାତୀ ମୃତ୍ୟୁର ତଦନ୍ତ ପାଇଁ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିଥିଲେ ।

 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.