କଟକ ୧୯।୯: ବହୁ ଚର୍ଚ୍ଚିତ ଭିସୁଟ୍ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କାହିଁକି ନହେବ, ଜବାବ ଲୋଡିଲେ ହାଇକୋର୍ଟ । ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ ।
ମଙ୍ଗଳବାର ସୁଦ୍ଧା ଜବାବ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଆସନ୍ତା ମଙ୍ଗଳବାର ମାମଲାର ପରବର୍ତ୍ତୀ ଶୁଣାଣି ।
ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ ହୋଇଥିଲା । ତଦନ୍ତର ଅଗ୍ରଗତି ନେଇ ଜବାବ ଦାଖଲ କରିଥିଲେ ସରକାର । ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ପିଟିସନ କରିଥିଲେ ଚିନ୍ମୟୀଙ୍କ ପରିବାର ।
୨୦୨୩ ମସିହା ଫେବୃୟାରୀ ୨୮ ତାରିଖରେ ଘଟିଥିଲା ଘଟଣା । ଭିସୁଟ୍ ସମାବର୍ତ୍ତନ ଉତ୍ସବ ପରେ ଚିନ୍ମୟୀ ନିଖୋଜ ନେଇ ପରିବାର ଲୋକ ଥାନାରେ ଖବର କରିଥିଲେ । ମାର୍ଚ୍ଚ ୧ ତାରିଖରେ ଚିନ୍ମୟୀଙ୍କ ମୃତଦେହ ପାୱାର କେନାଲ ବ୍ରିଜ୍ ନିକଟରୁ ମିଳିଥିଲା ।
You Can Read:
ରାଜ୍ୟରେ ମୋହନ ସରକାରକୁ ପୁରୁଛି ୧୦୦ ଦିନ, ମୁଖ୍ୟମନ୍ତ୍ରୀ କହିଲେ- ସଂକଳ୍ପପତ୍ର ଆମ ପାଇଁ ଧର୍ମଗ୍ରନ୍ଥ