ରୁଦ୍ରାକ୍ଷକୁ ଖାଇବା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ, ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ...

Published By : Prameya-News7 Bureau | October 16, 2024 IST

ନୂଆଦିଲ୍ଲୀ ୧୬।୧୦: ହିନ୍ଦୁ ଧର୍ମରେ ରୁଦ୍ରାକ୍ଷର ରହିଛି ବେଶ୍‌ ମହତ୍ବ । ରୁଦ୍ରାକ୍ଷ ମାଳର ଜପ କରାଯିବା ସହିତ ଏହାକୁ ବେକରେ ମଧ୍ୟ ପିନ୍ଧାଯାଏ । ଏହାବ୍ୟତୀତ ବ୍ରେସଲେଟ୍‌ କରି ମଧ୍ୟ ପିନ୍ଧାଯାଏ । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ଜାଣନ୍ତି କି ? 

ଇଲିଓକାର୍ପସ ଗେନିଟ୍ରସ ନାମକ ଏକ ଗଛର ଫଳ ମଞ୍ଜିରୁ ରୁଦ୍ରାକ୍ଷ ହୋଇଥାଏ । ହିମାଳୟ, ଗଙ୍ଗା ଭୂମି, ନେପାଳ, ଅଷ୍ଟ୍ରେଲିଆରେ ରୁଦ୍ରାକ୍ଷର ପାଖାପାଖି ୩୦୦ ପ୍ରଜାତି ଦେଖିବାକୁ ମିଳିଥାଏ । ଜାଣନ୍ତି କି ରୁଦ୍ରାକ୍ଷକୁ ମଧ୍ୟ ଖାଇହେବ ? ବିଶେଷଜ୍ଞଙ୍କ ଅନୁଯାୟୀ ରୁଦ୍ରାକ୍ଷକୁ ଜଳ ସହ ଖାଇହେବ । 

ଏହାବ୍ୟତୀତ ରୁଦ୍ରାକ୍ଷ ପାଉଡରକୁ ମହୁ ସହିତ ଖାଇ ହୋଇଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ ମଧୁମେହ ରୋଗୀଙ୍କ ଏହା ବେଶ୍‌ ଉପକାରୀ । ରୁଦ୍ରାକ୍ଷର ପାଣି ପିଇବା ଦ୍ବାରା ମଧୁମେହରୁ ମୁକ୍ତି ମିଳିପାରେ । ରୁଦ୍ରାକ୍ଷ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ସମସ୍ୟା କମିଥାଏ । ଏହାବ୍ୟତୀତ ଖରାପ କୋଲେଷ୍ଟ୍ରୋଲ୍‌ରେ ପୀଡିତ ବ୍ୟକ୍ତିଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । 

ରୁଦ୍ରାକ୍ଷକୁ ଏକ ଗ୍ଲାସ ପାଣିରେ ରାତିସାରା ଭିଜାଇ ରଖନ୍ତୁ ଏବଂ ସକାଳେ ରୁଦ୍ରାକ୍ଷକୁ ପାଣିରୁ ବାହାର କରି ପିଅନ୍ତୁ । ଏହାପରେ ରୁଦ୍ରାକ୍ଷକୁ ଭଲ ଭାବରେ ଶୁଖିବାକୁ ଦିଅନ୍ତୁ ।  ଏପରି କରିବା ଦ୍ବାରା ରୁଦ୍ରାକ୍ଷର ପୁନଃ ବ୍ୟବହାର କରିହେବ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.