ବର୍ତ୍ତମାନ BSKY ଜାରି ରହିବ, ପର୍ଯ୍ୟାୟକ୍ରମେ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା : ସ୍ବାସ୍ଥ୍ୟମନ୍ତ୍ରୀ

Published By : Prameya-News7 Bureau | August 03, 2024 IST

ଭୁବନେଶ୍ବର ୩: ବର୍ତ୍ତମାନ ଜାରି ରହିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏଭଳି ସୂଚନା ଦେଇଛନ୍ତି । ସେ କହିଛନ୍ତି, ବଜେଟ୍‌ରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ବ୍ୟବସ୍ଥା ରହିଛି । ସମସ୍ତଙ୍କୁ ଏହି କାର୍ଡ ମିଳିବ । ପୂର୍ଣ୍ଣ ବଜେଟ୍ ସେପ୍ଟେମ୍ବର ୧୦ ତାରିଖରେ ଆଗତ ହେବ । ତା ପରେ ପର୍ଯ୍ୟାୟକ୍ରମେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ । ସେତେବେଳେ ନୂଆ କାର୍ଡ ମିଳିବ । ହେଲେ ବର୍ତ୍ତମାନ ସବୁ ସରକାରୀ ଓ ଘରୋଇ ହସ୍ପିଟାଲରେ BSKY ଜାରି ରହିବ ବୋଲି ମନ୍ତ୍ରୀ କହିଛନ୍ତି ।        

ସେପଟେ ମେଡିକାଲ କଲେଜ ହେଉ ବା ଶିକ୍ଷାନୁଷ୍ଠାନ ଅବା ହସ୍ପିଟାଲ, ସବୁଠାରେ ବୁଲା କୁକୁରଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ନଗର ଉନ୍ନୟନ ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ଏହା କରି ସେ ଜଳାନ୍ତକମୁକ୍ତ ଓଡ଼ିଶା କରାଯିବ । ୨୦୩୦ ସୁଦ୍ଧା ଦେଶ ଜଳାନ୍ତକମୁକ୍ତ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ।

You Can Read:

୩୦ ଜିଲ୍ଲା ବୁଲିବେ ୧୫ ଜଣ ମନ୍ତ୍ରୀ, ବଜେଟ୍‌ର ବିଭିନ୍ନ ଦିଗକୁ ନେଇ କରିବେ ଆଲୋଚନା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.